ଗୋଟିଏ ବୋତଲ ହ୍ୟୁସ୍କିର ଦାମ ଏକ କୋଟି!

ଦାମି ମଦ ବିଷୟରେ ପ୍ରାୟ ସମସ୍ତେ ଅବଗତ ଥିବେ । କେବେ କେବେ ଏହା ଲକ୍ଷେ ବା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥିବ । ହେଲେ ଏଥର ଯେଉଁ ଖବର ଆସିଛି ତାହା ସମସ୍ତଙ୍କୁ ଚକିତ କରି ଦେଇଛି । କାରଣ ଗୋଟିଏ ବୋତଲ ହ୍ୟୁସ୍କିର ଦାମ ଏକ କୋଟି ବୋଲି ଜଣାପଡିଛି । ଏହା ବିଶ୍ୱର ସବୁଠାରୁ ପୁରୁଣା ହ୍ୟୁସ୍କି ବୋଲି କୁହାଯାଉଛି । ପ୍ରାୟ ୨୫୦ ବର୍ଷ ପୁରୁଣା ଏହି ମଦର ଦାମଠାରୁ ଏବେ ଏହା ୬ ଗୁଣା ଅଧିକ ଦାମରେ ନିଲାମ ହୋଇଛି । ୧୯ଶ ଶତାଦ୍ଦିର ଏହି ହ୍ୟୁସ୍କି ଏବେ ୧୩୭,୦୦୦ ଡଲାର ବା ୧ କୋଟି ଟଙ୍କାରେ ନିଲାମ ହୋଇଛି । ଏହା ଜର୍ଜିୟାର ଲୌଗ୍ରେଂଜର ଏକ ଜେନରାଲ ଷ୍ଟୋରରେ ସିଲ କରାଯାଇଥିବା କୁହାଯାଏ । ଗଣମାଧ୍ୟମର ସୂଚନା ଅନୁଯାୟୀ, ଏହି ପୁରୁଣା ହ୍‌ୁ୍ୟସ୍କି ୧୮୬୦ ଦଶକରେ ବୋତଲରେ ଭର୍ତ୍ତି କରାଯାଇଥିଲା । ହେଲେ ଏପର୍ଯ୍ୟନ୍ତ ବୋତଲରେ ଥିବା ମଦ ଖରାପ ହୋଇ ନାହିଁ । ଯାହାକି ଏକ ଶତାବ୍ଦି ପୁରୁଣା । କୁହାଯାଉଛି କି ଏହି ପାନୀୟ ଜଣାଶୁଣା ଫାଇନାନସର ବା ଅର୍ଥନୀତିଜ୍ଞ ଜେ.ପି. ମାର୍ଗନଙ୍କର ବୋଲି । ବୋତଲ ଉପରେ ଲାଗିଥିବା ଏକ ଲେବଲରେ ଲେଖାଅଛି ଏହା ବରବର୍ନ । ହୁଏତ ୧୮୬୫ ପୂର୍ବରୁ ପ୍ରସ୍ତୁତ ହୋଇଛି । ଯାହା ଜେ.ପି ମାର୍ଗନଙ୍କ ସେଲଟରରେ ତିଆରି କରାଯାଇଥିଲା । ମାର୍ଗନଙ୍କ ମୃତ୍ୟୁ ପରେ ଏହାକୁ ତାଙ୍କ ସମ୍ପତ୍ତିରୁ ବାହାର କରାଯାଇଛି । ତେବେ ଉକ୍ତ ହ୍ୟୁସ୍କି ବୋତଲଟି ନିଲାମ ହେବା ପରେ କେତେଜଣ ବିଶେଷଜ୍ଞ କହିଛନ୍ତି କି ଜେ.ପି. ମାର୍ଗନ ୧୯୯୦ ପାଖାପାଖି ଏହାକୁ କ୍ରୟ କରିଥିଲେ । ପରେ ସେ ଏହାକୁ ତାଙ୍କ ପୁଅକୁ ଦେଇ ଦେଇଥିଲେ । ଯାହାକୁ ୧୯୪୨ରୁ ୧୯୪୪ ମଧ୍ୟରେ ସେ ଦକ୍ଷିଣ କରୋଲିନାର ଗଭର୍ନର ଜେମ୍ସ ବାୟନର୍ସଙ୍କୁ ଦେଇଥିଲେ । ଗଣମାଧ୍ୟମର ସୂଚନା ଅନୁଯାୟୀ, ବୋତଲର ଦାମ୍ ୨୦,୦୦୦ରୁ ୪୦,୦୦୦ ଡଲାର ମଧ୍ୟରେ ହେବ । ହେଲେ ଜୁନ୍ ୩୦ରେ ମିଡଟାଉନ ମେନହଟ୍ଟନର ଏ ସଂଗ୍ରହାଳୟ ଓ ଗବେଷଣା ସଂସ୍ଥା ମାର୍ଗନ ଲାଇବ୍ରେରୀକୁ ୧୩୭,୦୦୦ ଡଲାରରେ ବିକ୍ରି କରିଦେଇଛି । ଏବେ ବିଶେଷଜ୍ଞଙ୍କ କହିବା କଥା ହେଲା ଦେଖିବାର ଅଛି ହ୍ୟୁସ୍କିଟି ଏବେ ପାନୀୟ ଯୋଗ୍ୟ ଅଛି ନା ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦରେ ନେତାନ୍ୟାହୁ ବାପପୁଅ

ଜେରୁଜେଲମ୍‌,୨୯ା୭ : ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକାଧିକ ଦୁର୍ନୀତି ମାମଲାରେ ଛନ୍ଦି ହୋଇ କୋର୍ଟକୁ ଧାଉଁଥିବାବେଳେ ତାଙ୍କ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ମୁଣ୍ଡ ଟେକିଛି।...

ସ୍ପଞ୍ଜ୍‌ ଛତୁ ଦାମ କମିଲା: କିଲୋପିଛା ହେଲା ଅଢ଼େଇ ହଜାର

ଚମ୍ବା, ୨୮।୬: ହିମାଚଳ ପ୍ରଦେଶରେ ସ୍ପଞ୍ଜ୍‌ ଛତୁ  ହୋଇଥାଏ। ଏହାର ଦାମ କିଲୋ ପିଛା ସାଧାରଣ ସମୟରେ ୧୮ ହଜାରରୁ ୨୦ ହଜାର ଟଙ୍କା ହୋଇଥାଏ।...

କୁକୁର ମୃତ୍ୟୁରେ ୧୩ ଦିନ କ୍ରିୟାକର୍ମ କଲେ ମାଲିକ

ମୁଜାଫର୍‌ନଗର(ଉତ୍ତର ପ୍ରଦେଶ): ସେ କେବଳ ଏକ ପାଳିତ କୁକୁର ନ ଥିଲା, ଆମ ପରିବାର ସଦସ୍ୟ ଥିଲା। ତେଣୁ ପରିବାରର ଜଣେ ସଦସ୍ୟଙ୍କ ପାଇଁ ଯାହା...

ଶାଶୁଙ୍କ ବେକରେ ଫୁଲ ହାର ପକାଇଲେ ଜ୍ୱାଇଁ

ଭାରତରେ ବିବାହ ଉତ୍ସବରେ ବହୁତ ମଉଜ ମସ୍ତି ହୋଇଥାଏ। ବେଳେବେଳେ ଏହି ସମୟରେ ଏମିତି କିଛି ଘଟଣା ଘଟେ ଯାହାକି ଚର୍ଚ୍ଚାର ବିଷୟ ପାଲଟିଥାଏ। ଏମିତି...

ଆଇସଲ୍ୟାଣ୍ଡ କହୁଛି ଧାର୍ମିକ ବିଶ୍ୱାସ ଭ୍ରମ ଓ ହାନିକାରକ

ରେକ୍ୟାଭିକ ଆଇସଲ୍ୟାଣ୍ଡ,୨୮।୧: ଉତ୍ତର ଆଣ୍ଟଲାଣ୍ଟିକର ଛୋଟ ଦ୍ୱୀପଦେଶ ଆଇସଲ୍ୟାଣ୍ଡ ବହୁ ବିବାଦରେ ଛନ୍ଦି ହୋଇଛି। ୨୦୧୭ରେ ଏହି ଦେଶର ପାର୍ଲାମେଣ୍ଟରେ ସବୁ ବାଇବେଲକୁ ନେଇ ଥିବା...

ପ୍ରଥମଥର ମୁହଁ ଖୋଲିଲେ ଜେଲେନ୍‌ସ୍କି, କହିଲେ ଯୁଦ୍ଧରେ ୧,୩୦୦ ସେନାଙ୍କର ହେଲାଣି ମୃତ୍ୟୁ

କ୍ୱିଭ,୧୩ ।୩: ୟୁକ୍ରେନ୍ ଉପରେ ପ୍ରଥମେ ୨୪ ଫେବୃୟାରୀ ୨୦୨୨ରେ ରୁଷିଆ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲା । ଏହାରି ଭିତରେ ଏହି ଯୁଦ୍ଧକୁ...

ଆଝାର ପ୍ରସଙ୍ଗରେ ସମୟସୀମାକୁ ଚାଇନାର ଅଗ୍ରାହ୍ୟ

ବେଜିଂ,୧୮ା୪(ପି.ଟି): ପାକିସ୍ତାନଭିତ୍ତିକ ଜେଇଏମ୍‌ ମୁଖ୍ୟ ମାସୁଦ ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାରେ ଚାଇନା ବିଳମ୍ବ କରୁଛି। ଏପ୍ରିଲ ୨୩ ମଧ୍ୟରେ ଏ ସମ୍ପର୍କରେ ନିଷ୍ପତ୍ତି...

ସୋସିଆଲ ମିଡ଼ିଆରେ ସ୍ବାଧୀନତାର ରଙ୍ଗ

ସ୍ବାଧୀନତା ଦିବସର ରଙ୍ଗ ଏବେ ସୋସିଆଲ ମିଡ଼ିଆରେ ବୋଳି ହୋଇ ଯାଇଛି। ବର୍ତ୍ତମାନ ଫେସବୁକ୍‌ ଆଉ ହ୍ବାଟ୍ସଆପ୍‌ର ସମୟ। ପ୍ରତ୍ୟେକ ହାତରେ ସ୍ମାର୍ଟଫୋନ୍‌। ଆଉ ପ୍ରତ୍ୟେକଙ୍କ...

Advertisement
Archives

Model This Week