Posted inଫୁରସତ

ଆଜି ବିଶ୍ୱ ମାତୃ ଦିବସ

”ବୋଉ…।“ କେତେ ଛୋଟିଆ ଏଇ ପଦଟି? ତେବେ, ସେଥିରେ କିଛି କିମିଆ ଅଛି ବୋଧେ। ଥରେ ଡାକିଦେଲେ ମନ ବଦଳିଯାଏ-ଦୁଃଖ ହଜିଯାଏ, କଷ୍ଟ କମିଯାଏ ଓ ଭୟ ଥମିଯାଏ। ଏ ଅନୁଭୂତି ସଭିଙ୍କର। ହେଲେ, କେହି କ’ଣ କେବେ ଭାବିଛି ଯେ ଏମିତି ହୁଏ କାହିଁକି? ଭାବିବାଟା ଏତେ ସହଜ କାମ ନୁହେଁ। ଏଣୁ ଖୁବ୍‌ କମ୍‌ ଲୋକ ଏହା ଠିକ୍‌ଭାବେ କରିପାରନ୍ତି। ସେହିମାନେ ହିଁ ନୂଆ କଥା ଜଣାନ୍ତି ଦୁନିଆକୁ।
ଗଛରୁ କାହିଁକି ତଳକୁ ଖସୁଛି, ସେ କତା ଭାବିବସିଲେ ଗାଲିଲିଓ। ତେଣୁ ସେ ମାଧ୍ୟାକର୍ଷଣ ଶକ୍ତିର ସନ୍ଧାନ ପାଇଲେ। ସେଇଠୁ ଆରମ୍ଭ ହେଲା ପଦାର୍ଥ ବିଜ୍ଞାନରେ ନୂଆ ଯୁଗଟିଏ। ସେହିପରି ମାର୍କୋନିଙ୍କ କଥା ମନେ ପକାନ୍ତୁ। ପୋଖରୀର ପାଣିରେ ଢ଼େଲାଟିଏ ପଡ଼ିଲେ କାହିଁକି ଢ଼େଉ ଉଠୁଛି, ସେ ତାହା ଭାବିବାକୁ ଲାଗିଲେ। ସେଇଥିରୁ ତିଆରି ହେଲା ରେଡ଼ିଓ।
ହେଲେ, ବୋଉ କଥା ନିଆରା। ସେ ଆମର ଅତି ଆପଣାର। ସେଥିପାଇଁ ତାକୁ ନେଇ ଆମ ମନରେ କେବେ ପ୍ରଶ୍ନ ଉଠେନି। ଏହାକୁ ଆଉ ଗୋଟିଏ ବାଟରେ କହିହେବ-
ଆମ ମନକୁ ସଦାବେଳେ ପୁରାପୁରି ଭାବେ ଆବୋରି ବସିଥାଏ। ତେଣୁ ତା’ ବିଷୟ ଆମେ ଭାବିବା କିପରି? ଏଇ ପବନ କଥା ବିଚାର କରୁନା- ଆମ ଚାରିପାଖକୁ ଏହା ଘେରି ରହିଛି। ତା’ ବିନା ଆମେ ଘଡ଼ିଏ ଜୀଇଁ ପାରିବା ନାହିଁ। ହେଲେ, ଆମେ କ’ଣ କଥା ଏତେ ଭାବୁ? ତାହା ଏତେ ଦରକାରୀ ବୋଲି ଖାତିର କରୁ? ତା’ ହୋଇଥିଲେ ଆମେ ତାକୁ ଦୂଷିତ କରନ୍ତୁ କାହିଁକି?
ଏ ତ’ ଗଲା ତମ ଆମର ସାଧାରଣ ବିଚାର। ହେଲେ, ବୈଜ୍ଞାନିକମାନେ ଏହାକୁ ନେଇ ଆଉ ଗୋଟିଏ କଥା କହିଲେ ଯେ, ବୋଉ ସହିତ ଆମର ସମ୍ପର୍କ ମନଠାରୁ ବଳି ପୁରୁଣା। କହିବାକୁ ଗଲେ ସେ ହିଁ ଆମ ମନକୁ ତିଆରି କରେ। ଏମିତି କହିବାର କିଛି କାରଣ ରହିଛି-
ପ୍ରଥମରେ ଆମ ଜୀବନ ଆରମ୍ଭ ହୁଏ ତାହାରି ଦେହ ଭିତରେ। ସେତେବେଳେ ଆମେ ଗୋଟିଏ ମାତ୍ର ଜୀବକୋଷରେ ଗଢ଼ା ହୋଇଥାଉ। ତା’ପରେ ଆମ ଦେହ ଧୀରେ ଧୀରେ ବଢ଼େ। ସେଥିପାଇଁ ଆବଶ୍ୟକ ସବୁ ଜିନିଷ ସେ ଯୋଗାଇ ଦେଇଥାଏ। ଏଣୁ କହିବାକୁ ଗଲେ ଆମେ ରୀତିମତ ତା’ ଦେହର ଅଂଶଟିଏ ହୋଇ ବଢ଼ୁ।
ଆମ ଜୀବକୋଷ ମଧ୍ୟରେ ରହିଛି ପ୍ରାୟ ୩୦ ହଜାର ଜିନ୍‌। ସେଗୁଡ଼ିକର ଗୁଣ ଅନୁସାରେ ଆମ ଦେହ ଓ ମନ ଗଢ଼ା ହୁଏ। ଆମେ ଏଥିରୁ ଅଧେ ପାଇଥାଉ ବାପାଙ୍କଠାରୁ ଏବଂ ଆଉ ଅଧେ ବୋଉଠାରୁ। ଅତଏବ ବୋଉ ଆମ ମନର ମୂଳଦୁଆ ପକାଇଥାଏ।
ପୁଣି କହୁଛନ୍ତି ଯେ, ମନର ଘର ହେଉଛି ମସ୍ତିଷ୍କ। ସୁଖ, ଦୁଃଖ, ରାଗ, ଭୟ, ଭଲ ପାଇବା, ଈର୍ଷା କରିବା ଆଦି ସବୁପାଇଁ ଏଥିରେ ସ୍ଥାନ ଅଛି। ଏସବୁକୁ ନେଇତ ଆମ ମନଗଢ଼ା। ହେଲେ, ଆମ ଦେହରେ ମସ୍ତିଷ୍କ ତିଆରି କାମ ସମ୍ପୂର୍ଣ୍ଣ ନ ହେଉଣୁ ଭୃଣ ଅବସ୍ଥାରେ ମଧ୍ୟ ଆମର କୁଆଡ଼େ ବୋଉ ପାଇଁ ଗୋଟାଏ କିଛି ଭାବନା ଆସିଯାଇଥାଏ। ଏପରି କି ସେ ଗୁଣୁ ଗୁଣୁ ହୋଇ ଗାଉଥିବା ଗୀତ ବି ଆମକୁ ଭଲ ଲାଗେ। ସେତେବେଳକୁ ଆମେ ମୋଟେ ୨୦ ସପ୍ତାହର ଭୃଣ ହୋଇଥାଉ। ଆମ ମସ୍ତିଷ୍କ ତିଆରି କାମ ଆରମ୍ଭ ହୋଇଥାଏ।
ତା’ପରେ ଧୀରେ ଧୀରେ ତାହା ବିକଶିତ ହୁଏ। ସେଥିରେ ମନର ମାନଚିତ୍ରଟିଏ ଆଙ୍କି ହୋଇଯାଏ। କେଉଁପରି ଲୋକେ ଆମକୁ ଭଲ ଲାଗିବେ ତାହା ସେଥିରେ ଥାଏ।
ଏହି ଆଙ୍କିବା କାମ ଅତି ପିଲାଦିନୁ ଆରମ୍ଭ ହୁଏ। ଆମେ ବଢ଼ୁଥିବା ପରିବେଶର ପ୍ରଭାବ ଏହା ଉପରେ ଅନେକ। ସେଇଥିପାଇଁ ପିଲାଦିନେ ନିକଟତର ହୋଇଥିବା ଲୋକେ ଆମକୁ ବେଶି ଭଲ ଲାଗନ୍ତି। ବୋଉ ତ ଆମର ସବୁଠାରୁ ନିକଟତର। ଜନ୍ମ ହେଉ ହେଉ ଆମେ ତା’ର ବାସ୍ନା ବାରିପାରୁ। ତା’ ସ୍ବର ଠଉରାଇପାରୁ। ଏଣୁ ଆମର ଏହି ମନର ମାନଚିତ୍ର ଉପରେ ତା’ର ପ୍ରଭାବ ସବୁଠାରୁ ବେଶି। ସେହି କାରଣରୁ ପ୍ରତ୍ୟେକ ସ୍ତ୍ରୀ-ଲୋକଠାରେ ଆମେ ମନେ ମନେ ତାହାରି ଗୁଣ ଖୋଜି ବସୁ। ଅତଏବ ସେ ହେଲା ଆମ ମନର କାରିଗର।
ନ ଥିବା ପିଲା ଏ ସୁବିଧା ପାଏ ନାହିଁ। ଯଦି ଆଉ ଜଣେ କେହି ତାକୁ ତା’ଭଳି ଆପଣାର କରିନିଏ ତେବେ ସେ କିଛିଟା ସୁଧୁରିଯାଏ। ନ ହେଲେ ତା’ଠାରେ ଭଲ ପାଇବା ଗୁଣ ଭଲ ଭାବେ ବିକଶିତ ହୁଏନାହିଁ। ତା’ ମନ କଠୋର ହୋଇଯାଏ। କାହା ପ୍ରତି ତା’ର ସହଜରେ ଶ୍ରଦ୍ଧା ବା ବିଶ୍ୱାସ ଆସେ ନାହିଁ। ଏଣୁ ବଡ଼ ଦିନକୁ ସେ ଭଲ ମଣିଷଟିଏ ହେବାର ସମ୍ଭାବନା କମ୍‌।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
ଉଷା ନିବାସ
୧୨୪/୨୪୪୫ ଖଣ୍ଡଗିରି ବିହାର
ଭୁବନେଶ୍ୱର-୭୫୧୦୩୦
ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri