ବିପର୍ଯ୍ୟୟ ପଥରେ ବିଶ୍ୱ

ବର୍ଲିନ,୧୯ା୯: ସବୁଜଗୃହ ବାଷ୍ପ (ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌) ଉତ୍ସର୍ଜନ ହ୍ରାସ ପାଇଁ ଦେଶଗୁଡ଼ିକ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇପାରୁନାହିଁ। ଏହାର ପରିଣତି ସ୍ବରୂପ ଆମେ ଏକ ଉତ୍ତପ୍ତ ଭବିଷ୍ୟତ ଆଡ଼କୁ ଗତି କରୁଛେ। ଏହା ଶୁଣିଲେ ଯେତିକି ବ୍ୟତିବ୍ୟସ୍ତ ଲାଗୁଛି ତା’ଠାରୁ ବି ଅଧିକ ସଙ୍କଟ ସୃଷ୍ଟି ହୋଇପାରେ। ଏହି କଥା ଚେତାଇ ଦେଇଛନ୍ତି ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରେସ୍‌ । ଏପରି କି ସମଗ୍ର ବିଶ୍ୱ ୨.୭ ଡିଗ୍ରୀ ସେଲ୍‌ସିୟସ ଉତ୍ତପ୍ତର ବିପର୍ଯ୍ୟୟ ପଥରେ ରହିଛି ବୋଲି ଗୁଟେରେସ୍‌ କହିଛନ୍ତି।
ଆକଳନ ସମୟଠାରୁ ଜଳବାୟୁ ପରିବର୍ତ୍ତନ ଶୀଘ୍ର ଘଟୁଛି ଏବଂ ଜୀବାଶ୍ମ ଇନ୍ଧନରୁ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ନିର୍ଗମନ ବୃଦ୍ଧି ପାଉଛି। ତେଣୁ ବିଶ୍ୱତାପନ ଏବଂ ଜଳବାୟୁ ବିପର୍ଯ୍ୟୟକୁ ରୋକିବା ପାଇଁ ଗ୍ରୀନ୍‌ହାଉସ ଗ୍ୟାସ ନିର୍ଗମନକୁ ଶୀଘ୍ର ଏବଂ ବୃହତ୍‌ ଆକାରରେ ହ୍ରାସ କରିବାକୁ ଜାତିସଂଘ ମୁଖ୍ୟ ଗୁଟେରେସ୍‌ ଶୁକ୍ରବାର ଆହ୍ବାନ ଦେଇଛନ୍ତି।
ଆସନ୍ତା ଅକ୍ଟୋବର ୩୧ରୁ ନଭେମ୍ବର ୧୨ ଯାଏ ସ୍କଟଲାଣ୍ଡର ଗ୍ଲାସ୍‌ଗୋରେ ହେବାକୁ ଥିବା ଜାତିସଂଘର ୨୬ତମ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କୋପ୍‌-୨୬) ପୂର୍ବରୁ ଗୁଟେରେସ୍‌ଙ୍କ ଆହ୍ବାନ ଗୁରୁତ୍ୱ ବହନ କରୁଛି।
୨୦୧୫ରେ ପ୍ୟାରିସ୍‌ରେ ଅନୁଷ୍ଠିତ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଏକ ଐତିହାସିକ ରାଜିନାମା ଖସଡ଼ା ପ୍ରସ୍ତୁତ ହୋଇଥିଲା। ତଦନୁଯାୟୀ ବିଶ୍ୱତାପନ ୨ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ହ୍ରାସ କରିବା ପାଇଁ ୧୯୧ଟି ଦେଶର ନେତୃବୃନ୍ଦ ନିଷ୍ପତ୍ତି ନେଇଥିଲେ। ଏହାସହ ମନୃଷ୍ୟକୃତ ବିଶ୍ୱତାପନକୁ ପୂର୍ବ-ଔଦ୍ୟୋଗିକ ତାପମାତ୍ରାଠାରୁ ୧.୫ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ସୀମିତ ରଖାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଏହି ଲକ୍ଷ୍ୟକୁ ଗୁଟେରେସ୍‌ଙ୍କ ଚେତାବନୀ ଚୂର୍‌ମାର କରିଦେବା ଆଶଙ୍କା ସୃଷ୍ଟି କରିଛି।
ବୈଜ୍ଞାନିକମାନଙ୍କ କହିବାନୁଯାୟୀ ବିପର୍ଯ୍ୟସ୍ତ ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ୨୦୩୦ ସୁଦ୍ଧା ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନ ୪୫% ହ୍ରାସ କରିବା ଜରୁରୀ। କିନ୍ତୁ ତାହା ସମ୍ଭବ ହେବା ଅତ୍ୟନ୍ତ କଷ୍ଟସାଧ୍ୟ ମନେହେଉଛି। କାରଣ ୨୦୧୦ ତୁଳନାରେ ୨୦୩୦ରେ ବିଶ୍ୱର ମୋଟ ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନ ୧୬% ବୃଦ୍ଧି ପାଇବ ବୋଲି ଜାତିସଂଘର ନୂଆ ବିଶ୍ଲେଷଣରୁ ଜଣାପଡ଼ିଛି। ଫଳରେ ସାରା ବିଶ୍ୱରେ ପ୍ରଳୟଙ୍କରୀ ବନ୍ୟାଠାରୁ ଆରମ୍ଭ କରି ବୃହତ୍‌ ବନାଗ୍ନି, ବାତ୍ୟା, ଝଡ଼ ଆଦି ଦେଖିବାକୁ ମିଳିବ। ଜଳବାୟୁ ସମ୍ବନ୍ଧୀୟ ବିପର୍ଯ୍ୟୟରୁ କୌଣସି ଦେଶ ସୁରକ୍ଷିତ ନୁହନ୍ତି। ଏହି ପରିବର୍ତ୍ତନଗୁଡ଼ିକ କେବଳ ଖରାପ ପର୍ଯ୍ୟାୟର ଆରମ୍ଭ। ତେଣୁ ୨୦୧୫ ପ୍ୟାରିସ ଜଳବାୟୁ ଚୁକ୍ତିର ଲକ୍ଷ୍ୟ ପୂରଣ କରିବାକୁ ଜାତିସଂଘ ମୁଖ୍ୟ ଗୁଟେରେସ୍‌ ଆହ୍ବାନ ଦେଇଛନ୍ତି।
ଜାତିସଂଘର ଜଳବାୟୁ ମୁଖ୍ୟ ପାଟ୍ରିସିଆ ଏସ୍ପିନୋସା କହିଛନ୍ତି, ସାମଗ୍ରିକ ଭାବେ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ନିର୍ଗମନ ସଂଖ୍ୟାର ବାସ୍ତବିକ ଆକଳନ ହୋଇପାରୁନାହିଁ। ଆମ ଟେବୁଲରେ ଯାହା ତଥ୍ୟ ଅଛି, ତାହା ପର୍ଯ୍ୟାପ୍ତ ନୁହେଁ। କିନ୍ତୁ କିଛି ଦେଶ ସହ ଆଲୋଚନାରେ ତାଙ୍କୁ ବହୁତ ସକାରାତ୍ମକ ସଙ୍କେତ ମିଳିଛି ଯେ, ଗ୍ଲାସ୍‌ଗୋରେ ହେବାକୁ ଥିବା କୋପ୍‌-୨୬ ପୂର୍ବରୁ ନିର୍ଗମନ ହ୍ରାସ ନେଇ ନୂଆ ପ୍ରତିଶ୍ରୁତି ମିଳିବ। ଚାଇନା ପରେ ଆମେରିକା ଦ୍ୱିତୀୟ ଏବଂ ୨୭ ଦେଶ ବିଶିଷ୍ଟ ୟୁରୋପୀୟ ସଂଘ ହେଉଛି ବିଶ୍ୱର ତୃତୀୟ ବୃହତ୍‌ ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନକାରୀ। ଆମେରିକା ଏବଂ ୟୁରୋପୀୟ ସଂଘ ଚଳିତବର୍ଷ ନିର୍ଗମନ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ବିଶ୍ୱର ପ୍ରାୟ ଅଧା ନିର୍ଗମନ ପାଇଁ ଦାୟୀ ଦେଶଗୁଡିକ ଏପର୍ଯ୍ୟନ୍ତ ତାହା କରିନାହାନ୍ତି। ସେମାନଙ୍କ ମଧ୍ୟରେ ଚାଇନା, ଭାରତ ଏବଂ ସାଉଦି ଆରବ ରହିଛି। ବ୍ରାଜିଲ ଏବଂ ମେକ୍ସିକୋ ନୂଆ ପ୍ରତିଶ୍ରୁତି ଦାଖଲ କରିଛନ୍ତି। ତାହାକୁ ବିଶ୍ଲେଷଣ ପରେ ସେହି ଦେଶର ପୂର୍ବ ଲକ୍ଷ୍ୟ ଅପେକ୍ଷା ଅଧିକ ନିର୍ଗମନ ହେବ ବୋଲି ବିଶ୍ଲେଷଜ୍ଞମାନେ କହିଛନ୍ତି।
କୋପ୍‌-୨୬ର ସଭାପତି ଆଲୋକ ଶର୍ମାଙ୍କ ମତରେ ସମସ୍ତ ଦେଶ, ବିଶେଷକରି ବୃହତ୍‌ ଅର୍ଥବ୍ୟବସ୍ଥା ସମ୍ପନ୍ନ ଦେଶଗୁଡ଼ିକର ପଦକ୍ଷେପ ବିନା ନିର୍ଗମନ ହ୍ରାସ ପ୍ରୟାସ ବୃଥା ହେବା ଆଶଙ୍କା ରହିଛି। କାରଣ ଭାରତ ସମେତ ଅନ୍ୟ ଦେଶଗୁଡିକ କହିଛନ୍ତି, ସ୍ବଳ୍ପ କାର୍ବନ ଶକ୍ତି ଏବଂ ଶିଳ୍ପରେ ବିନିଯୋଗ ପାଇଁ ଧନୀ ଦେଶଗୁଡ଼ିକଠାରୁ ଅଧିକ ସହଯୋଗ ନ ପାଇଲେ ସେମାନେ ଶୀଘ୍ର ନିର୍ଗମନ ହ୍ରାସ କରିପାରିବେ ନାହିଁ। ପ୍ୟାରିସ୍‌ ଚୁକ୍ତିରେ ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ଲାଗି ବିକାଶୋନ୍ମୁଖୀ ଦେଶଗୁଡ଼ିକ ୨୦୨୦ରୁ ବାର୍ଷିକ ୧୦୦ ବିଲିୟନ ଆମେରିକୀୟ ଡଲାର ପର୍ଯ୍ୟନ୍ତ ସହଯୋଗ କରିବାକୁ ସହମତି ପ୍ରକାଶ ପାଇଥିଲା। କିନ୍ତୁ ତାହା ହୋଇପାରି ନ ଥିବା ଆର୍ଥିକ ସହଯୋଗ ଏବଂ ବିକାଶ ସଂଗଠନ (ଓଇସିଡି) ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ପୂର୍ବତନ ଅଧିନାୟକ

ଇସଲାମାବାଦ୍‌,୨୫।୪: ପାକିସ୍ତାନ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିସ୍‌ମାହ ମାରୋଫ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ସେ ହଠାତ୍‌ ଅବସର ଘୋଷଣା କରି ସମସ୍ତଙ୍କୁ...

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ସ୍ତ୍ରୀଙ୍କ ବିରୋଧରେ ଆସିଲା ଦୁର୍ନୀତି ଅଭିଯୋଗ, ପଦ ଛାଡିବାର ସଙ୍କେତ ଦେଲେ ସ୍ପେନ୍‌ ପ୍ରଧାନମନ୍ତ୍ରୀ

ମାଦ୍ରିଦ୍‌,୨୫।୪: ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି। ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି ଏବଂ...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ମିଳିତ ଜାତିସଂଘରେ ଆମେରିକା-ରୁଷିଆ ମୁହାଁମୁହିଁ

ଓ୍ବାଶିଂଟନ,୨୫ା୪: ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ...

ଆମେରିକା ଉପରେ ରାଗିଗଲେ ନେତାନ୍ୟାହୁ: କହିଲେ ଏମିତି କଥା

ଜେରୁଜେଲମ,୨୫।୪: ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲର ଯୁଦ୍ଧ ଜାରି ରହିଛି ଏବଂ ଇରାନ ସହିତ ଯୁଦ୍ଧ ପରି ପରିସ୍ଥିତି ଅଛି। ଏହି ସମୟରେ ବେଞ୍ଜାମିନ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri