ବିପର୍ଯ୍ୟୟ ପଥରେ ବିଶ୍ୱ

ବର୍ଲିନ,୧୯ା୯: ସବୁଜଗୃହ ବାଷ୍ପ (ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌) ଉତ୍ସର୍ଜନ ହ୍ରାସ ପାଇଁ ଦେଶଗୁଡ଼ିକ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇପାରୁନାହିଁ। ଏହାର ପରିଣତି ସ୍ବରୂପ ଆମେ ଏକ ଉତ୍ତପ୍ତ ଭବିଷ୍ୟତ ଆଡ଼କୁ ଗତି କରୁଛେ। ଏହା ଶୁଣିଲେ ଯେତିକି ବ୍ୟତିବ୍ୟସ୍ତ ଲାଗୁଛି ତା’ଠାରୁ ବି ଅଧିକ ସଙ୍କଟ ସୃଷ୍ଟି ହୋଇପାରେ। ଏହି କଥା ଚେତାଇ ଦେଇଛନ୍ତି ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରେସ୍‌ । ଏପରି କି ସମଗ୍ର ବିଶ୍ୱ ୨.୭ ଡିଗ୍ରୀ ସେଲ୍‌ସିୟସ ଉତ୍ତପ୍ତର ବିପର୍ଯ୍ୟୟ ପଥରେ ରହିଛି ବୋଲି ଗୁଟେରେସ୍‌ କହିଛନ୍ତି।
ଆକଳନ ସମୟଠାରୁ ଜଳବାୟୁ ପରିବର୍ତ୍ତନ ଶୀଘ୍ର ଘଟୁଛି ଏବଂ ଜୀବାଶ୍ମ ଇନ୍ଧନରୁ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ନିର୍ଗମନ ବୃଦ୍ଧି ପାଉଛି। ତେଣୁ ବିଶ୍ୱତାପନ ଏବଂ ଜଳବାୟୁ ବିପର୍ଯ୍ୟୟକୁ ରୋକିବା ପାଇଁ ଗ୍ରୀନ୍‌ହାଉସ ଗ୍ୟାସ ନିର୍ଗମନକୁ ଶୀଘ୍ର ଏବଂ ବୃହତ୍‌ ଆକାରରେ ହ୍ରାସ କରିବାକୁ ଜାତିସଂଘ ମୁଖ୍ୟ ଗୁଟେରେସ୍‌ ଶୁକ୍ରବାର ଆହ୍ବାନ ଦେଇଛନ୍ତି।
ଆସନ୍ତା ଅକ୍ଟୋବର ୩୧ରୁ ନଭେମ୍ବର ୧୨ ଯାଏ ସ୍କଟଲାଣ୍ଡର ଗ୍ଲାସ୍‌ଗୋରେ ହେବାକୁ ଥିବା ଜାତିସଂଘର ୨୬ତମ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କୋପ୍‌-୨୬) ପୂର୍ବରୁ ଗୁଟେରେସ୍‌ଙ୍କ ଆହ୍ବାନ ଗୁରୁତ୍ୱ ବହନ କରୁଛି।
୨୦୧୫ରେ ପ୍ୟାରିସ୍‌ରେ ଅନୁଷ୍ଠିତ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଏକ ଐତିହାସିକ ରାଜିନାମା ଖସଡ଼ା ପ୍ରସ୍ତୁତ ହୋଇଥିଲା। ତଦନୁଯାୟୀ ବିଶ୍ୱତାପନ ୨ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ହ୍ରାସ କରିବା ପାଇଁ ୧୯୧ଟି ଦେଶର ନେତୃବୃନ୍ଦ ନିଷ୍ପତ୍ତି ନେଇଥିଲେ। ଏହାସହ ମନୃଷ୍ୟକୃତ ବିଶ୍ୱତାପନକୁ ପୂର୍ବ-ଔଦ୍ୟୋଗିକ ତାପମାତ୍ରାଠାରୁ ୧.୫ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ସୀମିତ ରଖାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଏହି ଲକ୍ଷ୍ୟକୁ ଗୁଟେରେସ୍‌ଙ୍କ ଚେତାବନୀ ଚୂର୍‌ମାର କରିଦେବା ଆଶଙ୍କା ସୃଷ୍ଟି କରିଛି।
ବୈଜ୍ଞାନିକମାନଙ୍କ କହିବାନୁଯାୟୀ ବିପର୍ଯ୍ୟସ୍ତ ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ୨୦୩୦ ସୁଦ୍ଧା ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନ ୪୫% ହ୍ରାସ କରିବା ଜରୁରୀ। କିନ୍ତୁ ତାହା ସମ୍ଭବ ହେବା ଅତ୍ୟନ୍ତ କଷ୍ଟସାଧ୍ୟ ମନେହେଉଛି। କାରଣ ୨୦୧୦ ତୁଳନାରେ ୨୦୩୦ରେ ବିଶ୍ୱର ମୋଟ ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନ ୧୬% ବୃଦ୍ଧି ପାଇବ ବୋଲି ଜାତିସଂଘର ନୂଆ ବିଶ୍ଲେଷଣରୁ ଜଣାପଡ଼ିଛି। ଫଳରେ ସାରା ବିଶ୍ୱରେ ପ୍ରଳୟଙ୍କରୀ ବନ୍ୟାଠାରୁ ଆରମ୍ଭ କରି ବୃହତ୍‌ ବନାଗ୍ନି, ବାତ୍ୟା, ଝଡ଼ ଆଦି ଦେଖିବାକୁ ମିଳିବ। ଜଳବାୟୁ ସମ୍ବନ୍ଧୀୟ ବିପର୍ଯ୍ୟୟରୁ କୌଣସି ଦେଶ ସୁରକ୍ଷିତ ନୁହନ୍ତି। ଏହି ପରିବର୍ତ୍ତନଗୁଡ଼ିକ କେବଳ ଖରାପ ପର୍ଯ୍ୟାୟର ଆରମ୍ଭ। ତେଣୁ ୨୦୧୫ ପ୍ୟାରିସ ଜଳବାୟୁ ଚୁକ୍ତିର ଲକ୍ଷ୍ୟ ପୂରଣ କରିବାକୁ ଜାତିସଂଘ ମୁଖ୍ୟ ଗୁଟେରେସ୍‌ ଆହ୍ବାନ ଦେଇଛନ୍ତି।
ଜାତିସଂଘର ଜଳବାୟୁ ମୁଖ୍ୟ ପାଟ୍ରିସିଆ ଏସ୍ପିନୋସା କହିଛନ୍ତି, ସାମଗ୍ରିକ ଭାବେ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ନିର୍ଗମନ ସଂଖ୍ୟାର ବାସ୍ତବିକ ଆକଳନ ହୋଇପାରୁନାହିଁ। ଆମ ଟେବୁଲରେ ଯାହା ତଥ୍ୟ ଅଛି, ତାହା ପର୍ଯ୍ୟାପ୍ତ ନୁହେଁ। କିନ୍ତୁ କିଛି ଦେଶ ସହ ଆଲୋଚନାରେ ତାଙ୍କୁ ବହୁତ ସକାରାତ୍ମକ ସଙ୍କେତ ମିଳିଛି ଯେ, ଗ୍ଲାସ୍‌ଗୋରେ ହେବାକୁ ଥିବା କୋପ୍‌-୨୬ ପୂର୍ବରୁ ନିର୍ଗମନ ହ୍ରାସ ନେଇ ନୂଆ ପ୍ରତିଶ୍ରୁତି ମିଳିବ। ଚାଇନା ପରେ ଆମେରିକା ଦ୍ୱିତୀୟ ଏବଂ ୨୭ ଦେଶ ବିଶିଷ୍ଟ ୟୁରୋପୀୟ ସଂଘ ହେଉଛି ବିଶ୍ୱର ତୃତୀୟ ବୃହତ୍‌ ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନକାରୀ। ଆମେରିକା ଏବଂ ୟୁରୋପୀୟ ସଂଘ ଚଳିତବର୍ଷ ନିର୍ଗମନ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ବିଶ୍ୱର ପ୍ରାୟ ଅଧା ନିର୍ଗମନ ପାଇଁ ଦାୟୀ ଦେଶଗୁଡିକ ଏପର୍ଯ୍ୟନ୍ତ ତାହା କରିନାହାନ୍ତି। ସେମାନଙ୍କ ମଧ୍ୟରେ ଚାଇନା, ଭାରତ ଏବଂ ସାଉଦି ଆରବ ରହିଛି। ବ୍ରାଜିଲ ଏବଂ ମେକ୍ସିକୋ ନୂଆ ପ୍ରତିଶ୍ରୁତି ଦାଖଲ କରିଛନ୍ତି। ତାହାକୁ ବିଶ୍ଲେଷଣ ପରେ ସେହି ଦେଶର ପୂର୍ବ ଲକ୍ଷ୍ୟ ଅପେକ୍ଷା ଅଧିକ ନିର୍ଗମନ ହେବ ବୋଲି ବିଶ୍ଲେଷଜ୍ଞମାନେ କହିଛନ୍ତି।
କୋପ୍‌-୨୬ର ସଭାପତି ଆଲୋକ ଶର୍ମାଙ୍କ ମତରେ ସମସ୍ତ ଦେଶ, ବିଶେଷକରି ବୃହତ୍‌ ଅର୍ଥବ୍ୟବସ୍ଥା ସମ୍ପନ୍ନ ଦେଶଗୁଡ଼ିକର ପଦକ୍ଷେପ ବିନା ନିର୍ଗମନ ହ୍ରାସ ପ୍ରୟାସ ବୃଥା ହେବା ଆଶଙ୍କା ରହିଛି। କାରଣ ଭାରତ ସମେତ ଅନ୍ୟ ଦେଶଗୁଡିକ କହିଛନ୍ତି, ସ୍ବଳ୍ପ କାର୍ବନ ଶକ୍ତି ଏବଂ ଶିଳ୍ପରେ ବିନିଯୋଗ ପାଇଁ ଧନୀ ଦେଶଗୁଡ଼ିକଠାରୁ ଅଧିକ ସହଯୋଗ ନ ପାଇଲେ ସେମାନେ ଶୀଘ୍ର ନିର୍ଗମନ ହ୍ରାସ କରିପାରିବେ ନାହିଁ। ପ୍ୟାରିସ୍‌ ଚୁକ୍ତିରେ ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ଲାଗି ବିକାଶୋନ୍ମୁଖୀ ଦେଶଗୁଡ଼ିକ ୨୦୨୦ରୁ ବାର୍ଷିକ ୧୦୦ ବିଲିୟନ ଆମେରିକୀୟ ଡଲାର ପର୍ଯ୍ୟନ୍ତ ସହଯୋଗ କରିବାକୁ ସହମତି ପ୍ରକାଶ ପାଇଥିଲା। କିନ୍ତୁ ତାହା ହୋଇପାରି ନ ଥିବା ଆର୍ଥିକ ସହଯୋଗ ଏବଂ ବିକାଶ ସଂଗଠନ (ଓଇସିଡି) ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?