ବିଶ୍ୱ ଘରଚଟିଆ ଦିବସ: ସୁରକ୍ଷା ପାଇଁ ସଚେତନ କଲେ ପରିବେଶବିତ୍‌

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଘରଚଟିଆ ଏବେ ବିଲୁପ୍ତ ହେବାକୁ ବସିଲାଣି। ତେଣୁ ଏହି କ୍ଷୁଦ୍ର ପକ୍ଷୀଟିକୁ ସୁରକ୍ଷା ଦେବା ଲାଗି ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଜନସଚେତନତା ଉଦ୍ଦେଶ୍ୟରେ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ପରିବେଶବିତ୍‌ ସୁଶାନ୍ତ ସାହୁ ଏକ ନିଆରା ବାର୍ତ୍ତା ପ୍ରଦାନ କରିଛନ୍ତି। କାଗଜ, ଅଠା ଓ ଅନ୍ୟାନ୍ୟ ସାମଗ୍ରୀକୁ ବ୍ୟବହାର କରି ଏକ ସୁନ୍ଦର ଆକର୍ଷଣୀୟ ଚାଳ ଛପର ଘର ତିଆରି କରିଛନ୍ତି। ଘର ଚାରିପାଖ ଘୂରି ବୁଲୁଛନ୍ତି ପ୍ରକୃତିର ଅନବଦ୍ୟ ସୃଷ୍ଟି ଏହି ଘରଚଟିଆ, ଯାହା ସେମାନଙ୍କର ଅତି ପ୍ରିୟ ବାସସ୍ଥାନ। ଏହି କ୍ଷୁଦ୍ର ପକ୍ଷୀର ବଂଶକୁ ବଞ୍ଚାଇବା ଲାଗି କୃତ୍ରିମ ଘରର ବ୍ୟବସ୍ଥାନ ସହ ଖାଦ୍ୟ ନିତାନ୍ତ ଜରୁରୀ ବୋଲି ସାହୁ ଏହା ମାଧ୍ୟମରେ ଦର୍ଶାଇବାକୁ ପ୍ରୟାସ କରିଛନ୍ତି। ଏ ସମ୍ପର୍କରେ ସୁଶାନ୍ତ କୁହନ୍ତି, ଦିନ ଥିଲା ଘରଚଟିଆର କିଚିରି ମିଚିରି ଶବ୍ଦରେ ନିଦ ଭାଙ୍ଗି ଯାଉଥିଲା। କିନ୍ତୁ ଏବେ ଆଉ ସେସବୁ ଶୁଭୁନାହିଁ। ଚାଳଛପର ଘର ଓ ସୁରକ୍ଷିତ ଜଙ୍ଗଲର ଅଭାବ ପାଇଁ ଏହି ଘରଚଟିଆ ବଂଶ ହ୍ରାସ ପାଉଛି। ଏଥିସହିତ ଜଳବାୟୁ ପରିବର୍ତ୍ତନ, କଂକ୍ରିଟ୍‌ ଘର ନିର୍ମାଣ ଏହି ପକ୍ଷୀ ବିଲୁପ୍ତର ଅନ୍ୟତମ କାରଣ ବୋଲି ସେ କହିଛନ୍ତି। ଘରଚଟିଆର ସୁରକ୍ଷା ପାଇଁ ପ୍ରତିଟି ସ୍ତରରେ ସମ୍ମିଳିତ ଉଦ୍ୟମ ଏକାନ୍ତ ଲୋଡ଼ା। ଏଥିପାଇଁ ପ୍ରତ୍ୟକ ମଣିଷ ଘରଚଟିଆ ପାଇଁ ସଂକଳ୍ପବଦ୍ଧ ଓ ଯତ୍ନବାନ୍‌ ହୋଇ କାର୍ଯ୍ୟ କରିବାକୁ ସୁଶାନ୍ତ ଏହି ଦିବସରେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri