Posted inଜାତୀୟ

ଆଣ୍ଟିବାୟୋଟିକ ନେଇ ସଂଶୋଧିତ ମାର୍ଗଦର୍ଶିକା ଜାରି କଲା ଆଇସିଏମଆର…

ନୂଆଦିଲ୍ଲୀ,୨୦।୩ : ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଗତ ଏକ ସପ୍ତାହ ମଧ୍ୟରେ ସାରା ଦେଶରେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏକ ସଂଶୋଧିତ ମାର୍ଗଦର୍ଶିକା ଜାରି କରିଛି। ଆଇସିଏମଆର ହେଲଥ ଇନଫରମେଟିକ୍ସ ଅନୁସନ୍ଧାନକାରୀ ଡ. ଲୋକେଶ ଶର୍ମା ଟୁଇଟ କରି କହିଛନ୍ତି ଯେ ସଂଶୋଧିତ ଗାଇଡଲାଇନରେ ଲୋପିନାଭିର-ରିଟୋନାଭିର, ଏଚସିକ୍ୟୁ, ଆଇଭର୍ମେକ୍ଟିନ, କନଭାଲେସେଣ୍ଟ ପ୍ଲାଜମା, ମଲନପୁପିର, ଫାଭିପିରାଭିର, ଆଜିଥ୍ରୋମାଇସିନ, ଡକ୍ସିସାଇକ୍ଲିନ ଭଳି ଆଣ୍ଟିବାୟୋଟିକ ବ୍ୟବହାର କରିବାକୁ ମନା କରାଯାଇଛି। ଅତିରିକ୍ତ ଭାବରେ, ଉଚ୍ଚ ବିପଦପୂର୍ଣ୍ଣ ମଧ୍ୟମ କିମ୍ବା ଗୁରୁତର ଆକ୍ରାନ୍ତ କ୍ଷେତ୍ରରେ ପାଞ୍ଚ ଦିନ ପାଇଁ ରିମଡେସିଭର୍‌ ବ୍ୟବହାର କରିବାକୁ କୁହାଯାଇଛି।

ସଂଶୋଧିତ ନିର୍ଦ୍ଦେଶାବଳୀରେ କୁହାଯାଇଛି, କରୋନା ସଂକ୍ରମଣର କ୍ଲିନିକାଲ ସନ୍ଦେହ ନ ହେବା ପର୍ଯ୍ୟନ୍ତ ଆଣ୍ଟିବାୟୋଟିକ ବ୍ୟବହାର କରାଯିବା ଉଚିତ ନୁହେଁ। ଅନ୍ୟ ଏଣ୍ଡେମିକ ସଂକ୍ରମଣ ସହିତ କରୋନର ସହ-ସଂକ୍ରମଣର ସମ୍ଭାବନାକୁ ବିଚାର କରାଯିବା ଜରୁରୀ। ସାମାନ୍ୟ ସଂକ୍ରମଣରେ ବ୍ୟବହାର ପାଇଁ ସିଷ୍ଟମିକ କର୍ଟିକୋଷ୍ଟେରଏଡ ଦିଆଯିବାର ଆବଶ୍ୟକତା ନାହିଁ। ଯଦି ଶ୍ୱାସ ନେବାରେ ଅସୁବିଧା ହୁଏ, ଅତ୍ୟଧିକ ଜ୍ୱର ସହିତ ଅଧିକ କାଶ, ବିଶେଷ କରି ୫ ଦିନରୁ ଅଧିକ ସମୟ ଧରି ଲାଗି ରହିଲେ ତୁରନ୍ତ ଚିକିତ୍ସକଙ୍କ ପରାମର୍ଶ ନେବା ଆବଶ୍ୟକ।

ଅତିରିକ୍ତ ଭାବରେ, ଅଧିକ ସଙ୍କଟ ଜନକ, ମଧ୍ୟମ କିମ୍ବା ଗୁରୁତର ଆକ୍ରାନ୍ତଙ୍କ କ୍ଷେତ୍ରରେ ପାଞ୍ଚ ଦିନ ପାଇଁ ରିମଡେସିଭର୍‌ ବ୍ୟବହାର କରାଯାଇପାରେ। ପ୍ରଥମ ଦିନ ୨୦୦ ମିଗ୍ରା ଆଇଭି ଏବଂ ପରବର୍ତ୍ତୀ ଚାରି ଦିନ ପାଇଁ ୧୦୦ ମିଗ୍ରା ଆଇଭିଓଡି ବ୍ୟବହାର କରାଯିବା ଆବଶ୍ୟକ।

ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ କେନ୍ଦ୍ର ସୱାସ୍ଥ୍ୟ ମନ୍ତ୍ରଣାଳୟ ମହାରାଷ୍ଟ୍ର, ଗୁଜରାଟ, ତେଲେଙ୍ଗାନା, ତାମିଲନାଡୁ, କେରଳ ଏବଂ କର୍ନାଟକର ରାଜ୍ୟ ସରକାରଙ୍କୁ ଏକ ଚିଠି ଲେଖି ପରୀକ୍ଷା, ଟ୍ରାକ, ଚିକିତ୍ସା ଏବଂ ଟିକାକରଣର ପାଞ୍ଚଗୁଣ ରଣନୀତି ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ। ଏହି ରାଜ୍ୟଗୁଡିକରେ କରୋନା ସଂକ୍ରମଣରେ ବୃଦ୍ଧି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

ଇଂଲଣ୍ଡକୁ ବଡ଼ ଝଟକା: ଦୀର୍ଘ ସମୟ ପାଇଁ ଦଳରୁ ବାଦ ପଡ଼ିବେ ଜୋସ ବଟଲର୍‌? ହସ୍ପିଟାଲରୁ ଫଟୋ ଶେୟାର କରି କହିଲେ

ନୂଆଦିଲ୍ଲୀ,୧୩।୧୦: ବାମ ଗୋଡ଼ର ହ୍ୟାମଷ୍ଟ୍ରିଂ (hamstring) ଅସ୍ତ୍ରୋପଚାର ପରେ ଜୋସ ବଟଲର ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ଇଂଲଣ୍ଡର ଏହି ୱିକେଟକିପର-ବ୍ୟାଟର…

ବଲାଙ୍ଗୀରରେ ଉତ୍ତେଜନା, ଏବିଭିପି ସମର୍ଥକଙ୍କୁ ବାଥରୁମରେ ବନ୍ଦ କଲେ ବିଜେଡି ସମର୍ଥକ

ବଲାଙ୍ଗୀର,୧୩।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଛାତ୍ର ସଂସଦ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବଲାଙ୍ଗୀର ସର୍କିଟ ହାଉସରେ କିଛି ଏବିଭିପି ନେତା ଓ ସମର୍ଥକ…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ଭାଙ୍ଗିଲେ କୋହଲିଙ୍କ ରେକର୍ଡ

ନୂଆଦିଲ୍ଲୀ,୧୩।୧୦: କୌଣସି ଖେଳାଳିଙ୍କ ପାଇଁ ପ୍ରଥମ ଥର ଟେଷ୍ଟ ଦଳର ଅଧିନାୟକ ହେବା ଏକ ବଡ଼ ଆହ୍ବାନ। କିନ୍ତୁ ଆଫଗାନିସ୍ତାନର ରହମତ ଶାହ ଏହି ଦାୟିତ୍ୱକୁ ସ୍ମରଣୀୟ…

୭୭ ବର୍ଷରେ ହେମାଙ୍କ ଜବରଦସ୍ତ ଡ୍ୟାନ୍ସ! ମନ ଜିଣିଲେ ଡ୍ରିମ୍‌ ଗର୍ଲ

ମୁମ୍ବାଇ,୧୩।୧୦: ବୟସ ମାତ୍ର ଏକ ସଂଖ୍ୟା! ୭୭ ବର୍ଷ ବୟସରେ ବି ନିଜ ନୃତ୍ୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିଣୁଛନ୍ତି ବଲିଉଡ୍‌ର ଡ୍ରିମ୍‌ ଗର୍ଲ ହେମା ମାଳିନୀ…

୩୮ ବର୍ଷ ବୟସରେ ଟିମ୍‌ ବଦଳାଇଲେ ଏହି କ୍ରିକେଟର୍‌: ପ୍ରଥମ ମ୍ୟାଚ୍‌ରେ କଲେ ଚମତ୍କାର

ଚଣ୍ଡିଗଡ଼,୧୩।୧୦: ଭାରତୀୟ କ୍ରିକେଟ ଦଳରୁ ଦୀର୍ଘଦିନ ଧରି ବାହାରେ ଥିବା ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ରଣଜୀ ଟ୍ରଫି ୨୦୨୬-୨୭ ସରିଜ୍‌ରେ ଜବରଦସ୍ତ ଆରମ୍ଭ କରିଛନ୍ତି।…

ଦିଲ୍ଲୀରେ ସକାଳୁ ସକାଳୁ CJPର ବିକ୍ଷୋଭ; ଆଶୁତୋଷ ରଙ୍କା ଅଟକ, ସୌରଭ ଦାସ ପୋଲିସ ହେପାଜତରେ

ନୂଆଦିଲ୍ଲୀ,୧୩।୧୦: ‘କକରୋଚ ଜନତା ପାର୍ଟି’ (CJP) ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଆଜି ସକାଳେ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?