Posted inଭଦ୍ରକ

ପୁରୁଷ ବିଶ୍ୱ ହକିକପ୍‌କୁ ଭଦ୍ରକରେ ସ୍ବାଗତ

ଭଦ୍ରକ ଅଫିସ,୯ା୧: ପୁରୁଷ ବିଶ୍ୱ ହକିକପ୍‌ ସୋମବାର ଭଦ୍ରକ ଜିଲା ପରିକ୍ରମା ଅବସରରେ ଜିଲା ପ୍ରଶାସନ ଓ ଜନପ୍ରତିନିଧିଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି। ସକାଳେ ବାସୁଦେବପୁର ପରିକ୍ରମା କରି ଫେରିବ ପରେ ଭଦ୍ରକ କଲେଜ, ନେହେରୁ ଷ୍ଟାଡିୟମ ଓ ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସ୍ବାଗତ କରାଯାଇଥିଲା। ନେହେରୁ ଷ୍ଟାଡିୟମରେ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ବିଧାୟକ ସଞ୍ଜୀବ ମଲ୍ଲିକ, ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ପ୍ରମୁଖ ସ୍ବାଗତ କରିଥିଲେ। ଏଥିପାଇଁ ଅପର୍ତ୍ତିବିନ୍ଧା ଛକଠାରୁ ଜିଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଥୋତ୍ସବ ଆୟୋଜିତ ହୋଇଥିଲା। ଝୋଟି, ଚିତ୍ରାଙ୍କନ, ଚିତ୍ରକଳା, ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ଯାଜପୁର ଜିଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨ଦିନରେ ୩ ଜୀବନ ନେଇଗଲେ ନାବାଳକ

ଭଦ୍ରକ,୨୧ା୬(ସନାତନ ରାଉତ): ଜଣେ ୧୫ ବର୍ଷୀୟ ନାବାଳକ ଦୁଇଦିନରେ ୩ଜଣଙ୍କ ଜୀବନ ନେଇଯାଇଛନ୍ତି। ପ୍ରଥମେ ନିଜ ଆଈଙ୍କୁ ମାରି ଦେବା ପରେ ଜଣେ ମହିଳା ଓ...

ଚଢ଼ାଉ କରିବାକୁ ଯାଇ ଭୁଲ୍‌ ଘରେ ପଶି ପୋଲିସ ହଟହଟା 

ଚାନ୍ଦବାଲି,୨୦।୬ (କିଷାନ ପାତ୍ର): ଏକ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ରାତିଅଧିଆ ଚଢ଼ାଉ କରିବାକୁ ଯାଇଥିବା ବେଳେ ବାଂଶଡ଼ା ପୋଲିସକୁ ହଟହଟା ହେବାକୁ ପଡ଼ିଛି।...

ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬ା୬(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭଦ୍ରକ ଜିଲାର ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ ଭଦ୍ରକ ଜିଲା ପ୍ରଶାସନକୁ...

ପିସି ନେଲେ କି ଦେଲେ ଦଳରୁ ବିଦା: ମନମୋହନ

ଚାନ୍ଦବାଲି,୧୬ା୬(କିଷାନ ପାତ୍ର)ଓଡ଼ିଶାରେ ଏବେ ଭାଜପା ସରକାର ଗଠନ କରିଛି। ଭାଜପା ସରକାର ହେଉଛି ସାଧାରଣ ଲୋକଙ୍କ ସରକାର। ଲୋକଙ୍କ କାମ ସୁବିଧାରେ ଓ ମାଗଣାରେ ହେବ।...

ଇଞ୍ଜିନିୟରରୁ ରାଷ୍ଟ୍ରମନ୍ତ୍ରୀ

ଭଦ୍ରକ,୧୩।୬ (ସନାତନ ରାଉତ)ଭଦ୍ରକ ଜିଲା ଧାମନଗରର ନବନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ପାହ୍ୟା) ପଦ ମିଳିଛି। ଇଞ୍ଜିନିୟରିଂରେ ଡିଗ୍ରୀ ଅର୍ଜନ କରିବା ପରେ...

ରାଜନୈତିକ ଆକ୍ରୋଶରୁ ଘର ପୋଡ଼ିଦେଲେ

ଭଦ୍ରକ(ସନାତନ ରାଉତ)/ବନ୍ତ(ହରିନାରାୟଣ ମହାନ୍ତି), ୧୧।୬:ଭଦ୍ରକ ଜିଲା ବନ୍ତ ବ୍ଲକର ଗୋବିନ୍ଦପୁର ଗ୍ରାମରେ ରାଜନୈତିକ ହିଂସା ଘଟିଛି। ଗୋବିନ୍ଦପୁର ବଜାରସ୍ଥିତ ସତ୍ୟବ୍ରତ ସାହୁଙ୍କ ଘରେ ରବିବାର ରାତିରେ...

ଆଖଣ୍ଡଳମଣି ପୀଠ ଚଳଚଞ୍ଚଳ: ଆଜି ମଙ୍ଗନ, କାଲି ବାହାଘର

ଭଦ୍ରକ,୧୦ା୬(ସନାତନ ରାଉତ): ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରସିଦ୍ଧ ଶିବବିବାହ ପାଇଁ ଉତ୍ସବମୁଖର ହୋଇ ଉଠିଛି ସମଗ୍ର ପୀଠ। ମନ୍ଦିର ପରିସର ଓ ପୀଠକୁ ରଙ୍ଗିନ...

ଭଣ୍ଡାରିପୋଖରୀରେ ଭାଜପାର ପ୍ରଦର୍ଶନ ନୈରାଶ୍ୟଜନକ; ପ୍ରାର୍ଥୀ ଘୋଷଣାରେ ବିଳମ୍ବ ପଛରେ ପକାଇଲା

ଭଦ୍ରକ,୧୦ା୬(ସନାତନ ରାଉତ): ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପାର ପ୍ରଦର୍ଶନ ନୈରାଶ୍ୟଜନକ ହୋଇଛି। ସାରା ଓଡ଼ିଶାରେ ପରିବର୍ତ୍ତନ ହୋଇଥିବା ବେଳେ ଭଣ୍ଡାରିପୋଖରୀରେ ଭାଜପା ତୃତୀୟ ସ୍ଥାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri