ବିଶ୍ୱ ପରିବେଶ ଦିବସ: ପ୍ଲାଷ୍ଟିକ୍‌ ଆଉ କାଳ ନ ହେଉ

ଘରଦ୍ୱାର, ରାସ୍ତାଘାଟ, ମାଟିପଥର, ଗଛଲତା, ପାହାଡ଼ପର୍ବତ, ନଦୀଝରଣା, ମଣିଷ, ପଶୁପକ୍ଷୀ ଓ ଜୀବାଣୁଭୂତାଣୁ – ଏମାନଙ୍କୁ ନେଇ ଆମ ‘ପରିବେଶ’ ଗଠିତ। କିନ୍ତୁ ପରିବେଶ କହିଲେ ଆମେ ବୁଝୁ ବାୟୁ-ପାଣି-ମାଟି (ବା-ପା-ମା)। ପିତାମାତା ଆମକୁ ଜନ୍ମ ଦିଅନ୍ତି, କିନ୍ତୁ ବାୟୁ-ପାଣି-ମାଟି ଆମକୁ ଜୀବନ ଦିଏ। ପରିବେଶର ପ୍ରାକୃତିକ ସମ୍ପଦ ଆମର ମୌଳିକ ଆବଶ୍ୟକତାକୁ ପୂରଣ କରେ। ପରିବେଶ ଆମର ସ୍ବାସ୍ଥ୍ୟ। ପରିବେଶକୁ ସୁସ୍ଥ ରଖିବା ସକାଶେ ୧୯୭୪ ମସିହାରୁ ସାରା ପୃଥିବୀରେ ମିଳିତ ଜାତିସଂଘ ତରଫରୁ ପ୍ରତି ବର୍ଷ ଜୁନ୍‌ ୫ ତାରିଖକୁ ‘ବିଶ୍ୱ ପରିବେଶ ଦିବସ’ ଭାବେ ପାଳନ କରାଯାଉଛି। ୧୯୯୭ ପରେ ଚଳିତ ବର୍ଷର ବିଶ୍ୱ ପରିବେଶ ଦିବସ ଆୟୋଜନ କରୁଛି କୋରିଆ। ଏଥର ପ୍ଲାଷ୍ଟିକ୍‌ ପ୍ରଦୂଷଣକୁ ବନ୍ଦ କରିବା ଦିଗରେ ଗୁରୁତ୍ୱ ଦିଆଯାଇଛି। ଏହି ଦିବସ ଅବସରରେ ଚଳିତ ବର୍ଷର ବାର୍ତ୍ତା ରହିଛି ‘ବିଟ୍‌ ପ୍ଲାଷ୍ଟିକ୍‌ ପଲ୍ୟୁଶନ’ ଅର୍ଥାତ୍‌ ପ୍ଲାଷ୍ଟିକ୍‌ ପ୍ରଦୂଷଣ ବନ୍ଦ କର।
ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ଆଜି କିନ୍ତୁ ଏହାର ଅତିରକ୍ତ ଓ ଅବିବେକୀ ବ୍ୟବହାର ପରିବେଶକୁ ନଷ୍ଟ କରିବା ସହ ଜୀବଜଗତ ପାଇଁ ଜହର ପ୍ରମାଣିତ ହୋଇଛି। ନାଳନର୍ଦ୍ଦମାରେ ପ୍ଲାଷ୍ଟିକ୍‌ ଜମୁଛି। ପ୍ରତିବର୍ଷ ୧୧୦ ଲକ୍ଷ ଟନ୍‌ ପ୍ଲାଷ୍ଟିକ୍‌ ଆବର୍ଜନା ସମୁଦ୍ରରେ ମିଶୁଛି। ପବନରେ ମିଶୁଛି ପ୍ଲାଷ୍ଟିକ୍‌ ଗୁଣ୍ଡ ଓ ବିଷାକ୍ତ ଧୂଆଁ। ତେଣୁ ବାୟୁ-ପାଣି-ମାଟି ଆଜି ବ୍ୟବହାର ଅନୁପଯୋଗୀ। ସୂକ୍ଷ୍ମ ପ୍ଲାଷ୍ଟିକ୍‌ ଖାଦ୍ୟପାନୀୟ ମାଧ୍ୟମରେ ଶରୀରରେ ପ୍ରବେଶ କରି ମାରାତ୍ମକ ରୋଗ ସୃଷ୍ଟି କରୁଛି। ତେଣୁ ଏ ବର୍ଷର ବାର୍ତ୍ତା ଜନସାଧାରଣଙ୍କୁ ପ୍ଲାଷ୍ଟିକ୍‌ ପ୍ରଦୂଷଣର ମାରାତ୍ମକ ଭୟାବହତା, ପ୍ଲାଷ୍ଟିକ୍‌ ବର୍ଜନ, ପରିବେଶଗ୍ରାହୀ ଓ ବିଘଟନକ୍ଷମ ପ୍ଲାଷ୍ଟିକ୍‌ ବ୍ୟବହାର, ପ୍ଲାଷ୍ଟିକ୍‌ ଆବର୍ଜନାର ପୁନଃଚକ୍ରୀକରଣ, କାଗଜ କିମ୍ବା କପଡା ଥଳି ବ୍ୟବହାର ସମ୍ପର୍କରେ ସତର୍କ କରିବ। ସମୁଦାୟ ପୃଥିବୀକୁ ପ୍ଲାଷ୍ଟିକ୍‌-ମୁକ୍ତ ଗ୍ରହରେ ପରିବର୍ତ୍ତନ କରିବା ଦିଗରେ ଉତ୍ସାହିତ କରିବ।
-ଡ. କମଳାକାନ୍ତ ଜେନା,
ଓଇଏସ୍‌ (ଏ), ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ


Enter your email to get our daily news in your inbox.

All Right Reserved By Dharitri.Com

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri