ହୋଟେଲ ବାଲକୋନିରୁ ଖସି ପଡ଼ି ଲୋକପ୍ରିୟ ହଲିଉଡ୍‌ ଷ୍ଟାରଙ୍କ ମୃତ୍ୟୁ, ପ୍ରଶଂସକ ସ୍ତବ୍ଧ !

ମୁମ୍ବାଇ: ‘ଓ୍ବାନ୍‌ ଡାଇରେକ୍ସନ’ ବ୍ୟାଣ୍ଡର ପୂର୍ବତନ ସଦସ୍ୟ ଲିଆମ୍‌ ପେନ୍‌ଙ୍କ ଦେହାନ୍ତ ହୋଇଛି। ବୁଧବାର ଆର୍ଜେଣ୍ଟିନାର ବୁଏନୋସ୍‌ ଆଇରେସ୍‌ରେ ଥିବା ନିଜ ହୋଟେଲର ବାଲକୋନି ଖସି ପଡ଼ିବା ପରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକ ସ୍ତବ୍ଧ ହୋଇଯାଇଛନ୍ତି। ସେଠାର ଏକ ଡାକ୍ତରଖାନା ଲିଆମଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରିଛି। ୩୧ ବର୍ଷୀୟ ଲିଆମ୍‌ ଜାଣିଶୁଣି ଭାବେ ବାଲକୋନିରୁ ଖସି ପଡ଼ିଛନ୍ତି ନା ଏହା ଏକ ଦୁର୍ଘଟଣା ସେନେଇ କୌଣସି ଠୋସ୍‌ ସୂଚନା ମିଳିପାରି ନାହିଁ।

ପୋଲିସ କହିଛି ଯେ, ଗାୟକ ତାଙ୍କ ହୋଟେଲ ରୁମ୍‌, କାସାସୁର ପାଲେରମୋ ହୋଟେଲର ତୃତୀୟ ମହଲାରୁ ଖସି ପଡ଼ିଥିଲେ। ଏହାପରେ ସେମାନେ ତଦନ୍ତ ଆରମ୍ଭ କରିଛନ୍ତି। ସେଠାରେ ଉପସ୍ଥିତ ଥିବା ଲୋକ କହିଛନ୍ତି ଯେ ଗାୟକ ତାଙ୍କ ହୋଟେଲ୍‌ ବାଲକୋନୀରେ ଅଜବ କାମ କରୁଥିବା ନଜର ଆସିଥିଲେ। ସେ ନିଜ ଲାପଟପ ଭାଙ୍ଗି ହୋଟେଲ ରୁମ୍‌ରେ ରଖିଥିଲେ। ଘଟଣା ପରେ ଲୋକମାନେ ହୋଟେଲ ନିକଟରେ ଜମା ହୋଇଥିଲେ, ଲିଆମଙ୍କ ଭିଡିଓ କରିବାକୁ ଲାଗିଥିଲେ।

ଲିଆମ ତାଙ୍କ ପୂର୍ବ ବ୍ୟାଣ୍ଡମେଟ୍‌ ନିଅଲ୍‌ ହୋରାନଙ୍କ କନ୍‌ସର୍ଟ ଲାଗି ଆର୍ଜେଣ୍ଟିନାରେ ଥିଲେ। ସେ ବହୁତ କମ୍‌ ବୟସରେ ‘ଓ୍ବାନ୍‌ ଡାଇରେକ୍ସନ’ରେ ଯୋଗ ଦେଇଥିଲେ। ଏହାପରେ ତାଙ୍କର ଲୋକପ୍ରିୟତା ବଢ଼ିଥିଲା। ହେଲେ ଏହି ସମୟରେ ସେ ମଦ ନିଶା କବଳିତ ହୋଇଥିଲେ। ଏନେଇ ୨୦୨୧ରେ ସେ ଖୁଲାସା କରିଥିଲେ। ନିଶା ଯୋଗୁ ସେ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ। ଏମିତିକି ପୂର୍ବତନ ପ୍ରେମିକାଙ୍କୁ ଗର୍ଭପାତ କରାଇବାକୁ ବାଧ୍ୟ କରିବାକୁ ନେଇ ଖବରକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଜେଲୋକଙ୍କ ଜୟଗାନ

ଚଣ୍ଡ ଘୃଣା ସହ ଅଜସ୍ର ବିରକ୍ତି ସୂଚକ ‘ବାଜେଲୋକ’ର ଏ ଉଚ୍ଚାରଣ ଯେଉଁ ଚରିତ୍ର ପାଇଁ ଅଭିପ୍ରେତ, ତାଙ୍କର ପୁଣି ଜୟଗାନ। ଜଣଙ୍କ ପ୍ରତି ଅତୃପ୍ତି...

ନୂତନ ଭାରତର ସ୍ଥିତି

କିଛିବର୍ଷ ପୂର୍ବେ ନୀତି ଆୟୋଗ କହିଥିଲେ, ଭାରତର ର଼୍ୟାଙ୍କ ସୂଚିତ ହୋଇଥିବା ସମସ୍ତ ଅଣତିରିଶ(ପରବର୍ତ୍ତୀ ସମୟରେ ୩୨ ହୋଇଛି) ବିଶ୍ୱ ସୂଚକାଙ୍କ ପାଇଁ ଗୋଟିଏ ଏକକ,...

ନୂଆପଡ଼ା ଉପନିର୍ବାଚନ ପରେ ରାଜନୈତିକ ପରିବର୍ତ୍ତନର ସମ୍ଭାବନା, ଭାଙ୍ଗିଯିବ…

ଭୁବନେଶ୍ୱର,୧୬ା୧୧(ସୁନିତ୍‌ ମିଶ୍ର): ନୂଆପଡ଼ା ଉପନିର୍ବାଚନ ଫଳାଫଳ ଆସିବା ପରେ ଓଡ଼ିଶା ରାଜନୀତିରେ ଅନେକ ରାଜନୈତିକ ଅଙ୍କ ବଦଳିବା ନେଇ ଏବେଠାରୁ ଚର୍ଚ୍ଚା ହେଲାଣି। ଯଦିଓ ଏବେ...

ଡିଏସ୍‌ପି, ଆଇଆଇସିଙ୍କ ବଦଳି ଅଙ୍କ ଛିଣ୍ଡୁନି

ଭୁବନେଶ୍ୱର,୧୬ା୧୧(ତ୍ରିନାଥ ମହାନ୍ତି): ରାଜ୍ୟ ପୋଲିସ ବିଭାଗରେ ସବୁକିଛି ଠିକ୍‌ଠାକ୍‌ ଚାଲିନାହିଁ। ଡିଏସ୍‌ପି, ଆଇଆଇସିଙ୍କ ବଦଳି ଓ ନୂଆ ଦାୟିତ୍ୱକୁ ନେଇ ଅଙ୍କ ଛିଣ୍ଡୁନି। ଫଳରେ ପଦୋନ୍ନତି...

ଜାତୀୟ ପ୍ରେସ୍‌ ଦିବସ: ଭ୍ରମାତ୍ମକ ଖବର ଓ ଗଣମାଧ୍ୟମର ବିଶ୍ୱସନୀୟତା

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମ ସଦା ଦେଶ ଓ ସମାଜ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଆସୁଛି। ସତ୍ୟର ସନ୍ଧାନ, ନିରପେକ୍ଷ ଖବର ପ୍ରସାରଣ...

ଜୟଙ୍କ ନେତୃତ୍ୱରେ ୧ ନମ୍ବର ଜିଲା ହେବ ନୂଆପଡ଼ା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬ା୧୧(ସୁନିତ୍‌ ମିଶ୍ର): ଭାଜପା ନୂଆପଡ଼ା ଉପନିର୍ବାଚନରେ ବିଜୟ ଲାଭ କରି ଇତିହାସ ରଚିଛି। ନୂଆପଡ଼ାବାସୀ ଭାଜପା ଉପରେ ଭରସା ଓ ବିଶ୍ୱାସ ରଖିଛନ୍ତି। ନୂଆପଡ଼ାରେ ଏଥର...

ଓଡ଼ିଶାର ସବୁ ବନ୍ଦରରେ ରହିବ କୋଷ୍ଟଗାର୍ଡ ବର୍ଥ

ପାରାଦୀପ ୧୬ା୧୧(ଶରତ ରାଉତ): ସାମ୍ପ୍ରତିକ ଭୂ-ରାଜନୈତିକ ଓ ସାମରିକ ଘଟଣାକ୍ରମକୁ ଦେଖିଲେ ଉପକୂଳ ଅଞ୍ଚଳ ଓ ବନ୍ଦରଗୁଡ଼ିକର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଏହାକୁ ହୃଦୟଙ୍ଗମ କରାଯାଇ...

ହେଲା କନଫର୍ମ… ଏହିଦିନ ଇସ୍ତଫା ଦେବେ ନୀତୀଶ! ଜାଣନ୍ତୁ କିଏ ହେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ

ପାଟନା,୧୫।୧୧: ବିହାରରେ ନୂଆ ସରକାର ଗଠନ ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିର୍ବାଚନ ଫଳାଫଳ ପରେ, ଭାଜପା ଏବଂ ଏନଡିଏ ମେଣ୍ଟ ଏକ ବଡ଼...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri