ବିଶ୍ୱ ଚେସ୍‌ ଚାମ୍ପିୟନ୍‌ ଡି ଗୁକେଶଙ୍କ ଉପରେ ଟଙ୍କାବର୍ଷା, ବିଜୟ ପରେ ପାଇଲେ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରୀଡ଼ା ଇତିହାସରେ ଯୋଡି ହୋଇଛି ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ। ସିଙ୍ଗାପୁରରେ ଚାଲିଥିବା ୨୦୨୪ ବିଶ୍ୱ ଚେସ ଚାମ୍ପିୟନସିପରେ ବିଜୟୀ ହୋଇଛନ୍ତି ଭାରତର ୧୮ ବର୍ଷୀୟ ଚେସ ତାରକା ଡି ଗୁକେଶ ବା ଗୁକେଶ ଡୋମାରାଜୁ । ଏପ୍ରିଲ ୨୦୨୩ରୁ କ୍ଲାସିକାଲ ଫର୍ମାଟରେ ବିଶ୍ୱ ଚେସ ଚାମ୍ପିୟନ ଥିବା ଚୀନର ଡିଙ୍ଗ ଲିରେନଙ୍କୁ ପରାସ୍ତ କରି ଗୁକେଶ ବାଜିମାତ୍‌ କରିଛନ୍ତି। ଏହି ଅବିଶ୍ୱସନୀୟ କୀର୍ତ୍ତି ସହିତ ଗୁକେଶ ଦ୍ୱିତୀୟ ଭାରତୀୟ ଚେସ ଖେଳାଳି ଭାବେ ବିଶ୍ୱ ବିଜେତା ହୋଇଛନ୍ତି। ତେବେ ସେ ବିଜୟୀ ହେବା ପରେ ତାଙ୍କୁ ପୁରସ୍କାର ବାବଦରେ କୋଟି କୋଟି ଟଙ୍କା ଟଙ୍କାବର୍ଷା ହୋଇଛି।

FIDE ନିୟମ ଅନୁଯାୟୀ, ପ୍ରତ୍ୟେକ ଖେଳାଳି ପ୍ରତ୍ୟେକ ମ୍ୟାଚ ଜିତିବା ପାଇଁ ୨ ଲକ୍ଷ ଡଲାର ବା ୧.୬୯ କୋଟି ପାଇଥାନ୍ତି । ତେଣୁ ଗୁକେଶଙ୍କୁ ୬ ଲକ୍ଷ ଡଲାର ବା ପ୍ରାୟ ୫.୦୯ କୋଟି ପ୍ରଦାନ କରାଯାଇଛି। ସେହିଭଳି ଡିଙ୍ଗଙ୍କୁ ୪ ଲକ୍ଷ ଡଲାର ବା ପାଖାପାଖି ୩.୩୯ କୋଟି ପ୍ରଦାନ କରାଯାଇଛି। ମ୍ୟାଚ ପାଇଁ ମୋଟ ପୁରସ୍କାର ରାଶି ହେଉଛି ୨.୫ ମିଲିୟନ ଡଲାର୍‌, ଯେଉଁଥିରେ ଖେଳ ଫଳାଫଳ ଉପରେ ଆଧାର କରି ର୍ନିଦ୍ଦିଷ୍ଟ ଭାବେ ବଣ୍ଟନ କରାଯାଇଥାଏ। ଏଥିସହ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ. କେ ଷ୍ଟାଲିନ୍‌ ଗୁକେଶଙ୍କ ପାଇଁ ୫କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି।

ତେବେ ବିଶ୍ୱ ଚେସ ଚାମ୍ପିଅନସିପ ୨୦୨୪ର ଏହି ମ୍ୟାଚ ୧୩୮ ବର୍ଷରେ ପ୍ରଥମ ମ୍ୟାଚ ଥିଲା ଯେଉଁଥିରେ ଏସିଆର ଦୁଇ ପ୍ରତିଯୋଗୀ, ବର୍ତ୍ତମାନର ବିଶ୍ୱ ଚାମ୍ପିଅନ ଡିଙ୍ଗ ଲିରେନ ଏବଂ ଭାରତର ଚ୍ୟାଲେଞ୍ଜର ଗୁକେଶ ଟାଇଟଲ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ୧୮୮୬ ପରଠାରୁ କେବଳ ୧୭ ଖେଳାଳି ବିଶ୍ୱ ଚେସ ଚାମ୍ପିଅନ ସମ୍ମାନଜନକ ଟାଇଟଲ ଜିତିଛନ୍ତି । ଗୁକେଶ ବର୍ତ୍ତମାନ ଅଷ୍ଟାଦଶ ବିଶ୍ୱ ଚେସ ଚାମ୍ପିୟନ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri