Posted inଫୁରସତ

ପ୍ରତିରୋଧକ ବ୍ୟବସ୍ଥାକୁ ଗୁରୁତ୍ୱ

ଦିନକୁଦିନ ସମଗ୍ର ବିଶ୍ୱରେ କର୍କଟ ରୋଗୀଙ୍କ ସଂଖ୍ୟା ସହ ଏହି ରୋଗଜନିତ ମୃତ୍ୟୁହାର ବୃଦ୍ଧି ପାଉଛି। ଗ୍ଲୋବୋକାନ ଆକଳନ ଅନୁଯାୟୀ, ୨୦୪୦ ମସିହା ସୁଦ୍ଧା ବିଶ୍ୱବ୍ୟାପୀ କର୍କଟ ରୋଗୀଙ୍କ ସଂଖ୍ୟା ୨୮.୯ ମିଲିଅନ୍‌ ହେବ ବୋଲି ଆଶା କରାଯାଉଛି, ଯାହା ୨୦୨୦ ମସିହାରୁ ୪୭% ବୃଦ୍ଧି ପାଇଛି। କିନ୍ତୁ ଭାରତରେ ଏହି ସଂଖ୍ୟା ୨୦୨୨ରୁ ୬୬ ପ୍ରତିଶତ ବୃଦ୍ଧି ପାଉଛି। ଭାରତରେ ଦେଖାଦେଉଥିବା ପ୍ରାୟ ୬୦-୭୦ ପ୍ରତିଶତ (୪୦% ତମାଖୁ ସମ୍ବନ୍ଧୀୟ, ୨୦% ସଂକ୍ରମଣ ସମ୍ବନ୍ଧୀୟ ଏବଂ ୧୦% ଅନ୍ୟାନ୍ୟ କାରଣ) କ୍ୟାନ୍‌ସର ସମ୍ଭାବ୍ୟ ପରିବର୍ତ୍ତନଶୀଳ ଏବଂ ପ୍ରତିରୋଧକ ବିପଦ କାରଣରୁ ହୋଇଥାଏ। ତେଣୁ ଯଥା ସମୟରେ ରୋଗର ପରିବର୍ତ୍ତନଶୀଳ ବିପଦର କାରଣଗୁଡ଼ିକ ଜାଣି ଏହାକୁ ଯଥାସମ୍ଭବ ରୋକାଯାଇପାରିବ। ହେଲେ ଆମ ଦେଶରେ କର୍କଟ ଚିକିତ୍ସା ପାଇଁ ସୀମିତ ସୁବିଧା ଥିବାରୁ ପ୍ରତିରୋଧକ ବ୍ୟବସ୍ଥା ଉପରେ ଧ୍ୟାନ ଦେବା ହିଁ ଏହି ରୋଗର ମୁକାବିଲା କରିବାର ଏକମାତ୍ର ପ୍ରଭାବଶାଳୀ ଉପାୟ।
ଭାରତୀୟଙ୍କ ପାଇଁ ନିର୍ଦ୍ଦିଷ୍ଟ ଚିନ୍ତାର କାରଣଗୁଡ଼ିକ ହେଉଛି- ଧୂମହୀନ ତମାଖୁ, ଆରେକା, ଗୁଆ ଚୋବାଇବା(ପ୍ରାୟତଃ ତମାଖୁ ସହିତ), ମଦ୍ୟପାନ। ଆନୋ-ଜେନିଟାଲ୍‌ ଏଚ୍‌ପିଭି ଏବଂ ହେପାଟାଇଟିସ ଭଳି ରୋଗ ସଂକ୍ରମଣ, ଅସନ୍ତୁଳିତ ଖାଦ୍ୟାଭ୍ୟାସ ସହିତ ମେଦବହୁଳତା ଏବଂ ଶାରୀରିକ ପରିଶ୍ରମର ଅଭାବ ମଧ୍ୟ କର୍କଟ ରୋଗର ବୃଦ୍ଧି ପାଇବାର ମୁଖ୍ୟ କାରଣ।
କ୍ୟାନ୍‌ସର ରୋଗର କାରଣ, ଭୟାବହତା ଏବଂ ଏହାକୁ ପ୍ରତିରୋଧ କରିବା ଦିଗରେ ଜନ ସାଧାରଣଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବୃୟାରୀ- ୪ ତାରିଖରେ ବିଶ୍ୱ କର୍କଟ ଦିବସ ପାଳନ କରାଯାଉଛି। ତେବେ କେବଳ ଗୋଟିଏ ଦିନ ନୁହେଁ ଏହି ମାସକୁ ମଧ୍ୟ କର୍କଟ ମାସ ଭାବେ ପାଳନ କରାଯାଉଛି। ତେବେ ଏହି ଦିବସ ଉପଲକ୍ଷେ ଚଳିତ ବର୍ଷର ଥିମ୍‌ ରହିଛି ‘ କ୍ଲୋଜ୍‌ ଦ କେୟାର୍‌ ଗ୍ୟାପ୍‌’, ଅର୍ଥାତ୍‌ ରୋଗୀର ଚିକିତ୍ସା ଏବଂ ଯତ୍ନ ପ୍ରତି ଅଧିକ ଯତ୍ନଶୀଳ ହେବା। ଏହି ଅଭିଯାନରେ ସମଗ୍ର ବିଶ୍ୱରେ କର୍କଟ ରୋଗର ଅସମାନତାକୁ ବୁଝିବା ଏବଂ ଚିହ୍ନିବା ବିଷୟରେ ଗୁରୁତ୍ୱ ଦିଆଯାଉଛି।
ଏ ବର୍ଷର ସ୍ଲୋଗାନ
ଚିକିତ୍ସା ଜଗତରେ ଗୁରୁତର ରୋଗ ମଧ୍ୟରେ କ୍ୟାନ୍‌ସର ଅନ୍ୟତମ। ପ୍ରାରମ୍ଭିକ ସ୍ତରରେ ଏହାକୁ ନିର୍ଣ୍ଣୟ କରାଯାଇପାରିଲେ ସେଥିରୁ କେତେକେ ଆରୋଗ୍ୟ ଲାଭ କରିପାରୁଛନ୍ତି। ହେଲେ ଏହା ବିଳମ୍ବରେ ଜଣାପଡ଼ିଲେ କିମ୍ବା ଚିକିତ୍ସାରେ ଅବହେଳା ହେଲେ ତାହା ପ୍ରାଣଘାତକ ସାଜିଥାଏ। ତେଣୁ ଏହାର କାରଣ ଏବଂ ଚିକିତ୍ସା ପ୍ରତି ସତେଚତନା ସୃଷ୍ଟି ଲାଗି ପ୍ରତିବର୍ଷ ଫେବୃୟାରୀ ୪ ତାରିଖକୁ ‘ବିଶ୍ୱ କର୍କଟ(କ୍ୟାନ୍‌ସର) ଦିବସ’ ଭାବରେ ପାଳନ କରାଯାଇଆସୁଛି। ଏହି ଅବସରରେ ଚଳିତ ବର୍ଷର ଥିମ୍‌ ରହିଛି ‘କ୍ଲୋଜ୍‌ ଦ କେୟାର ଗ୍ୟାପ୍‌’। ଅର୍ଥାତ୍‌ କ୍ୟାନ୍‌ସର ରୋଗୀଙ୍କ ଯତ୍ନ ନେବା ସମୟରେ ଥିବା ଦୂରତ୍ୱ ଯେତେ କମ୍‌ ହେବ ସେତେ ଭଲ। କ୍ୟାନ୍‌ସରର ଲକ୍ଷଣ ବିଷୟରେ ସମସ୍ତେ ଅବଗତ ହେବା ଆବଶ୍ୟକ। ତେବେ ଏ ସମ୍ପର୍କରେ ଜାଣିବା ମାତ୍ରେ ବିଳମ୍ବ ନ କରି ଅଭିଜ୍ଞ କ୍ୟାନ୍‌ସର ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଚିକିତ୍ସିତ ହେବା ଜରୁରୀ।
ସନ୍ତୁଳିତ ଖାଦ୍ୟ କମାଏ କ୍ୟାନ୍‌ସର ଆଶଙ୍କା
ଜଣେ ବ୍ୟକ୍ତି ଯଦି ସବୁବେଳେ ସନ୍ତୁଳିତ ଖାଦ୍ୟ ଖାଆନ୍ତି ତେବେ ସେ କେତେକାଂଶରେ ନିଜକୁ କ୍ୟାନ୍‌ସରଠାରୁ ଦୂରେଇ ରଖିପାରିବେ ବୋଲି ଏକ ସର୍ଭେରୁ ଜଣାପଡିଛି। ‘କ୍ୟାନ୍‌ସର ଆଶଙ୍କା କମ୍‌ ପାଇଁ ସନ୍ତୁଳିତ ଖାଦ୍ୟର ଭୂମିକା’ ଶୀର୍ଷକ ବିଷୟକୁ ନେଇ ୟୁନିଭର୍ସିଟି ଅଫ ଲଣ୍ଡନର କ୍ୟାନ୍‌ସର ବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ। ସର୍ଭେ ପରିସରଭୁକ୍ତ ବ୍ୟକ୍ତିଙ୍କ ମଧ୍ୟରୁ ଯେଉଁମାନେ ସବୁବେଳେ ସନ୍ତୁଳିତ ଖାଦ୍ୟ ଖାଉଥିଲେ ସେମାନଙ୍କ ଭିତରୁ ପ୍ରାୟ ୪୦ ପ୍ରତିଶତ ବ୍ୟକ୍ତିଙ୍କଠାରେ କ୍ୟାନ୍‌ସର ଲକ୍ଷଣ ଦେଖିବାକୁ ମିଳି ନ ଥିଲା।

-ଡା. ଚିନ୍ମୟ ପାଣି,
କର୍କଟ ରୋଗ ବିଶେଷଜ୍ଞ, ଆପୋଲୋ ହସ୍ପିଟାଲ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri