Posted inଜାତୀୟ

୮୨% ଭାରତୀୟଙ୍କ ମତ: ଗୁରୁତ୍ୱ ହରାଇବ କାର୍ଯ୍ୟସ୍ଥଳ

ନୂଆଦିଲ୍ଲୀ,୨୪ା୭:ମହାମାରୀ କରୋନା ଯୋଗୁ ବିଭିନ୍ନ କାର୍ଯ୍ୟ ଘରେ ରହି କରିବାକୁ ପଡ଼ୁଛି। ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟକୁ ଲୋକମାନେ କାର୍ଯ୍ୟସ୍ଥଳକୁ ନ ଯାଇ ଘରେ ରହି କରୁଛନ୍ତି। ଏଭଳି ସ୍ଥିତିରେ ୮୨ ପ୍ରତିଶତ ଲୋକ ମହାମାରୀ ପରେ କାର୍ଯ୍ୟସ୍ଥଳୀ ଗୁରୁତ୍ୱ ହରାଇବ ବୋଲି ମତ ଦେଇଛନ୍ତି। କରାଯାଇଥିବା ସର୍ଭେରେ ମୋଟ ୩୪ ହଜାର ଲୋକଙ୍କ ମତାମତ ଗ୍ରହଣ କରାଯାଇଥିଲା। ବିଭିନ୍ନ ଆଇଟି କମ୍ପାନୀର କର୍ମଚାରୀଙ୍କୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଘରେ ରହି କାମ କରିବାକୁ ସରକାର ନିର୍ଦ୍ଦେଶ ଦେବା ପରେ ଏଭଳି ସର୍ଭେ କରାଯାଇଥିଲା। କର୍ମଚାରୀମାନଙ୍କ ସୁରକ୍ଷା ଲାଗି ଇନ୍‌ଫୋସିସ୍‌,ଫୁଜିଟ୍‌ସୁ ଭଳି କମ୍ପାନୀ ଘରେ ରହି କାମ କରିବାକୁ କହିଛନ୍ତି। ମାର୍ଚ୍ଚ ପରଠାରୁ ଦେଶର ବିଭିନ୍ନ ସଂସ୍ଥା କର୍ମଚାରୀଙ୍କୁ ଘରେ ରହି କାମ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଲକ୍‌ଡାଉନ୍‌ ଲାଗୁ ହେବା ପରେ ଅଫିସ୍‌ ଆସି କାର୍ଯ୍ୟ କରିବା ଏକପ୍ରକାର ବନ୍ଦ ହୋଇଯାଇଥିଲା।
ଲେନୋଭୋର ଗ୍ଲୋବାଲ ରିସର୍ଚ୍ଚ ରିପୋର୍ଟରେ ଅଧିକାଂଶ ଭାରତୀୟ ଘରେ ରହି କାର୍ଯ୍ୟ କରିବାକୁ ଅଧିକ ପସନ୍ଦ କରିଛନ୍ତି। ଅଫିସ୍‌ ବା କାର୍ଯ୍ୟସ୍ଥଳୀ ପ୍ରତି ସେମାନେ ସେତେ ଆଗ୍ରହୀ ନ ଥିବା ପ୍ରକାଶ କରିଛନ୍ତି। ଲାପ୍‌ଟପ୍‌, ଡେସ୍କଟପ୍‌ କମ୍ପ୍ୟୁଟର ସହ ସେମାନେ କାର୍ଯ୍ୟସ୍ଥଳୀ ଅପେକ୍ଷା ଘରେ କାର୍ଯ୍ୟ କରିବାକୁ ଶ୍ରେୟ ମଣିଛନ୍ତି। ସର୍ଭେରେ ଏଭଳି ଲୋକଙ୍କ ସଂଖ୍ୟା ୮୫% ବୋଲି ଦର୍ଶାଯାଇଛି। ପାଖାପାଖି ଦୁଇ ତୃତୀୟାଂଶ (୬୩%) ଲୋକଙ୍କ ମତ ହେଲା କାର୍ଯ୍ୟସ୍ଥଳୀ ଅପେକ୍ଷା ସେମାନେ ଘରେ ରହି ଅଧିକ ଦକ୍ଷତାର ସହ କାମ କରିପାରିବେ। ୫୨% ଲୋକଙ୍କ ମତ ହେଲା ମହାମାରୀ କରୋନା ଚାଲିଯିବା ପରେ ଅର୍ଥାତ୍‌ ସାମାଜିକ ଦୂରତ୍ୱ କଟକଣା ଉଠିବା ପରେ ମଧ୍ୟ ଘରେ ରହି କାର୍ଯ୍ୟ କରିବା ସେମାନଙ୍କ ଲାଗି ଉପଯୁକ୍ତ ହେବ। ସେମାନେ ଅଧିକ ଦକ୍ଷ ହୋଇ ଅଧିକରୁ ଅଧିକ କାମ କରିପାରେିବେ। ତେବେ ମୋଟାମୋଟି ଭାବେ ଦେଖିବାକୁ ଗଲେ ଅଧିକାଂଶ ଲୋକଙ୍କ କାର୍ଯ୍ୟସ୍ଥଳୀ ପ୍ରତି ବିମୁଖତା ଦେଖିବାକୁ ମିଳିଛି। କାର୍ଯ୍ୟସ୍ଥଳୀ ଅପେକ୍ଷା ସେମାନେ ଘରେ ରହି କାର୍ଯ୍ୟ କରିବାକୁ ଉଚିତ ମନେ କରୁଛନ୍ତି ବୋଲି ଲେନୋଭୋ ପକ୍ଷରୁ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri