କରୋନାକୁ ଭୟ ନ କରି ପାଖାପାଖି ୩ ମାସ ମଧ୍ୟରେ ୪୭୦ ମୃତଦେହର ସଂସ୍କାର କରି ସାରିଲେଣି ଏମାନେ

ନୂଆଦିଲ୍ଲୀ,୧୬।୭: କରୋନା ମହାମାରୀ ଏବେ ସାରା ବିଶ୍ୱରେ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏବେ ସବୁଠାରୁ ଚିନ୍ତାର କାରଣ ପାଲଟିଛି କରୋନା ସଂକ୍ରମଣରେ ଯେଉଁମାନଙ୍କର ମୃତ୍ୟୁ ହେଉଛି ସେମାନଙ୍କ ଅନ୍ତିମ ସଂସ୍କାର। ଆଇଟିଓ ଓ ଦିଲ୍ଲୀ ଗେଟ ମଧ୍ୟରେ ଥିବା ଫିରୋଜସାହା କୋଟଲାକୁ ଲାଗି ରହିଛି ଜଦିଦ କବରସ୍ଥାନ। ୪୫ ଏକର ପରିମିତ ଏହି କବରସ୍ଥାନର ୫-୬ ଏକର ଜମିରେ ମୁସଲମାନ ସମ୍ପ୍ରଦାୟର କରୋନା ସଂକ୍ରମଣରେ ମୃତ୍ୟୁ ହେଉଥିବା ବ୍ୟକ୍ତିଙ୍କୁ କବର ଦିଆଯାଉଛି। ଏଥିପାଇଁ କବରସ୍ଥାନର କମିଟି ୨ ଜଣଙ୍କୁ ଏହି ଦାୟିତ୍ୱ ଦେଇଛି। ଏମାନେ ହେଲେ ମହମ୍ମଦ ସମିମ ଓ ମହମ୍ମଦ ଓ୍ବସିମ। ଏବେ ଏମାନେ ଦୁହେଁ କରୋନାକୁ ଭୟ ନ କରି ସଂକ୍ରମିତଙ୍କ ମୃତ ଶରୀରକୁ ସମ୍ପୂର୍ଣ୍ଣ ରୀତିନିତି ଅନୁଯାୟୀ କବର ଦେଉଥିବା ଜଣାପଡିଛି। ଦିଲ୍ଲୀ ସରକାର ବିଶେଷଭାବେ ଏହି କବରସ୍ଥାନକୁ କରୋନା ସଂକ୍ରମିତ ମୃତବ୍ୟକ୍ତିଙ୍କୁ କବର ଦେବାକୁ ଚିହ୍ନଟ କରିଥିବା ଜଣାପଡିଛି। ଏଠାକୁ ଆମ୍ବୁଲାନ୍ସରେ ଆସୁଥିବା ମୃତ ଶରୀରକୁ ଠିକ୍‌ ଭାବେ ବାହାରକୁ ଆଣି କୋଭିଡ-୧୯ର ସମସ୍ତ ନିୟମ ପାଳନ କରି କବର ଦିଆଯାଉଥିବା କହିଛନ୍ତି ମହମ୍ମଦ ସମିମ ଓ ଓ୍ବାସିମ। ଏମାନେ କୁହନ୍ତି ଗତ ମାର୍ଚ୍ଚ ମାସ ଶେଷରୁ ଏପର୍ଯ୍ୟନ୍ତ ସେମାନେ ପାଖାପଖି ୪୭୦ ଜଣଙ୍କ ମୃତଦେହକୁ କବର ଦେଇ ସାରିଲେଣି। କରୋନା ସଂକ୍ରମଣ ଆରମ୍ଭରୁ ଗୋଟିଏ ଦୁଇଟି ମୃତଦେହ ଆସୁଥିବା ବେଳେ ମେ’ ଜୁନ ମାସରେ ଦିନକୁ ୧୦-୧୫ ମୃତଦେହ ଏଠାରେ କବର ଦିଆଯାଉଥିଲା। ହେଲେ ଏବେ ସ୍ଥିତିରେ ସମାନ୍ୟ ସୁଧାର ଆସିବାରୁ ଏବେ ଦିନକୁ ୩-୪ଟି ମୃତଦେହ ଉକ୍ତ କବରସ୍ଥାନକୁ ଯାଉଛି ବୋଲି କୁହନ୍ତି ସମିନ ଓ ଓ୍ବାସିମ। ପାଖାପାଖି ୩ ମାସ ହେବ ଏମାନେ ପରିବାରଠାରୁ ଦୂରରେ ରହିଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରମିତ୍‌ ରାମରହିମଙ୍କ ସମର୍ଥନରେ ବାହାରିଲେ ହରିୟାଣା ସରକାର

ଚଣ୍ଡିଗଡ, ୨୬।୬:ବଳାତ୍କାର ମାମଲାରେ ଜେଲଦଣ୍ଡ ଭୋଗୁଥିବା ରାମ ରହିମ ୪୨ ଦିନ ପାରୋଲରେ ଯିବା ପାଇଁ ଆବେଦନ କରିବା ପରେ ହରିୟାଣାରେ ରାଜନୈତିକ ପାଣିପାଗ ଉଷ୍ମ...

ବିଧାୟକ କହିଲେ, ଫୁଲମାଳ ନୁହେଁ ମୋତେ ବହି ଦରକାର

ଥିରୁଭାନନ୍ତପୁରମ୍‌, ୨୧।୧୧: ଆଜିକାଲି ସୋସିଆଲ ମିଡିଆରେ କେରଳର ଜଣେ ବିଧାୟକଙ୍କ ଫଟୋ ଏବଂ କାହାଣୀ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସେ ନିଜ ଫେସବୁକରେ ଏକ...

ବାହ୍ୟ ବିପଦର ମୁକାବିଲା କରିବ ରାଷ୍ଟ୍ରୀୟ ଏକତା

ନୂଆଦିଲ୍ଲୀ: ଭାରତରେ ରାଜନୈତିକ ଏକତ୍ରୀକରଣ ପାଇଁ ଭାରତର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଓ ପ୍ରଥମ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ବାଧୀନତା ପରେ ଦେଶରେ...

କେରଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ,୧।୬: ପାଣିପାଗ ବିଭାଗର ପୂର୍ବନୁମାନ ଅନୁଯାୟୀ, ଠିକ୍‌ ଜୁନ୍‌ ପହିଲାରେ କେରଳ ଛୁଇଁଛି ମୌସୁମୀ। ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ...

ପରୀକ୍ଷା ଲାଗି ବିଶ୍ୱବିଦ୍ୟାଳୟକୁ ଅନୁମତି

ନୂଆଦିଲ୍ଲୀ,୭ା୭: ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ପରୀକ୍ଷା ପରିଚାଳନା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୋମବାର ଅନୁମତି ପ୍ରଦାନ କରିଛି। ୟୁଜିସିର ପରୀକ୍ଷା ସମ୍ପର୍କିତ ଗାଇଡ୍‌ଲାଇନ ଏବଂ...

ହାର୍ଟଆଟାକ୍‌ ଓ ମେଦବହୁଳତାରୁ ଦୂରେଇ ରଖେ ଡ୍ୟାନ୍ସ୍‌ ଥେରାପି…

ଭାରତୀୟ ସଂସ୍କୃତିରେ ନୃତ୍ୟର ବିଶେଷ ସ୍ଥାନ ରହିଛି। ନୃତ୍ୟ କରିବା ଦ୍ୱାରା ବହୁ ସୁଫଳ ମିଳିଥାଏ। ନୃତ୍ୟ ଶରୀରକୁ ଫିଟ୍‌ ରଖିଥାଏ। ଏହାକୁ ଡ୍ୟାନ୍ସ୍‌ ଥେରାପି...

ଦଳ ଛାଡିଲେ ୟୁପି ଉପବାଚସ୍ପତି

ନୂଆଦିଲ୍ଲୀ,୧୯।୧: ଉତ୍ତରପ୍ରଦେଶର ଉପବାଚସ୍ପତି ତଥା ସମାଜବାଦୀ ପାର୍ଟିର ବିଧାୟକ ନୀତିନ ଅଗ୍ରୱାଲ ବୁଧବାର ସମାଜବାଦୀ ପାର୍ଟି ଛାଡିଛନ୍ତି। ନିକଟରେ ଉତ୍ତରପ୍ରଦେଶର ଏକ ଭାଜପା ରାଲିରେ ଅମିତ...

ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପ୍ରଚାର ଶେଷ

ନୂଆଦିଲ୍ଲୀ,୧୨ା୨: ଉତ୍ତରପ୍ରଦେଶର ଦ୍ୱିତୀୟ ପର୍ଯ୍ୟାୟ, ଉତ୍ତରାଖଣ୍ଡ ଏବଂ ଗୋଆ ବିଧାନସଭା ନିର୍ବାଚନ ପାଇଁ ଶନିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୯ଟି...

Advertisement
Archives

Model This Week