କରୋନାକୁ ଭୟ ନ କରି ପାଖାପାଖି ୩ ମାସ ମଧ୍ୟରେ ୪୭୦ ମୃତଦେହର ସଂସ୍କାର କରି ସାରିଲେଣି ଏମାନେ

ନୂଆଦିଲ୍ଲୀ,୧୬।୭: କରୋନା ମହାମାରୀ ଏବେ ସାରା ବିଶ୍ୱରେ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏବେ ସବୁଠାରୁ ଚିନ୍ତାର କାରଣ ପାଲଟିଛି କରୋନା ସଂକ୍ରମଣରେ ଯେଉଁମାନଙ୍କର ମୃତ୍ୟୁ ହେଉଛି ସେମାନଙ୍କ ଅନ୍ତିମ ସଂସ୍କାର। ଆଇଟିଓ ଓ ଦିଲ୍ଲୀ ଗେଟ ମଧ୍ୟରେ ଥିବା ଫିରୋଜସାହା କୋଟଲାକୁ ଲାଗି ରହିଛି ଜଦିଦ କବରସ୍ଥାନ। ୪୫ ଏକର ପରିମିତ ଏହି କବରସ୍ଥାନର ୫-୬ ଏକର ଜମିରେ ମୁସଲମାନ ସମ୍ପ୍ରଦାୟର କରୋନା ସଂକ୍ରମଣରେ ମୃତ୍ୟୁ ହେଉଥିବା ବ୍ୟକ୍ତିଙ୍କୁ କବର ଦିଆଯାଉଛି। ଏଥିପାଇଁ କବରସ୍ଥାନର କମିଟି ୨ ଜଣଙ୍କୁ ଏହି ଦାୟିତ୍ୱ ଦେଇଛି। ଏମାନେ ହେଲେ ମହମ୍ମଦ ସମିମ ଓ ମହମ୍ମଦ ଓ୍ବସିମ। ଏବେ ଏମାନେ ଦୁହେଁ କରୋନାକୁ ଭୟ ନ କରି ସଂକ୍ରମିତଙ୍କ ମୃତ ଶରୀରକୁ ସମ୍ପୂର୍ଣ୍ଣ ରୀତିନିତି ଅନୁଯାୟୀ କବର ଦେଉଥିବା ଜଣାପଡିଛି। ଦିଲ୍ଲୀ ସରକାର ବିଶେଷଭାବେ ଏହି କବରସ୍ଥାନକୁ କରୋନା ସଂକ୍ରମିତ ମୃତବ୍ୟକ୍ତିଙ୍କୁ କବର ଦେବାକୁ ଚିହ୍ନଟ କରିଥିବା ଜଣାପଡିଛି। ଏଠାକୁ ଆମ୍ବୁଲାନ୍ସରେ ଆସୁଥିବା ମୃତ ଶରୀରକୁ ଠିକ୍‌ ଭାବେ ବାହାରକୁ ଆଣି କୋଭିଡ-୧୯ର ସମସ୍ତ ନିୟମ ପାଳନ କରି କବର ଦିଆଯାଉଥିବା କହିଛନ୍ତି ମହମ୍ମଦ ସମିମ ଓ ଓ୍ବାସିମ। ଏମାନେ କୁହନ୍ତି ଗତ ମାର୍ଚ୍ଚ ମାସ ଶେଷରୁ ଏପର୍ଯ୍ୟନ୍ତ ସେମାନେ ପାଖାପଖି ୪୭୦ ଜଣଙ୍କ ମୃତଦେହକୁ କବର ଦେଇ ସାରିଲେଣି। କରୋନା ସଂକ୍ରମଣ ଆରମ୍ଭରୁ ଗୋଟିଏ ଦୁଇଟି ମୃତଦେହ ଆସୁଥିବା ବେଳେ ମେ’ ଜୁନ ମାସରେ ଦିନକୁ ୧୦-୧୫ ମୃତଦେହ ଏଠାରେ କବର ଦିଆଯାଉଥିଲା। ହେଲେ ଏବେ ସ୍ଥିତିରେ ସମାନ୍ୟ ସୁଧାର ଆସିବାରୁ ଏବେ ଦିନକୁ ୩-୪ଟି ମୃତଦେହ ଉକ୍ତ କବରସ୍ଥାନକୁ ଯାଉଛି ବୋଲି କୁହନ୍ତି ସମିନ ଓ ଓ୍ବାସିମ। ପାଖାପାଖି ୩ ମାସ ହେବ ଏମାନେ ପରିବାରଠାରୁ ଦୂରରେ ରହିଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୀର୍ତ୍ତନ ମଣ୍ଡଳୀ ଉପରେ ମାଡ଼ିଗଲା କାର୍‌: ଚାଲିଗଲା ୫ ଜୀବନ

ପାଟନା,୨୬।୮: ବିହାରର ସୁପୌଲ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପିପ୍ରା ଥାନା ଅଞ୍ଚଳର କଟାୟା ଚୌକର ବଜରଙ୍ଗବଳୀ ମନ୍ଦିର ନିକଟରେ ଏକ ନିୟନ୍ତ୍ରଣହୀନ କାର…

ଧନଲାଭର ମହାଯୋଗ! ଏହି ୫ ରାଶିଙ୍କ ପାଇଁ ଶୁଭ ସଙ୍କେତ, ଜାଣନ୍ତୁ କ’ଣ କହୁଛି ଆଜିର ରାଶିଫଳ

୨୬ ଅଗଷ୍ଟ ୨୦୨୬ ଜ୍ୟୋତିଷ ଦୃଷ୍ଟିରୁ ଏକ ବିଶେଷ ଦିନ ହୋଇପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାରର ସଂଯୋଗ ରହିଛି।…

କ୍ରିତି ସାନନଙ୍କ ସମର୍ଥନରେ ବାହାରିଲେ ରାହୁଲ ଗାନ୍ଧୀ, ମୁହଁତୋଡ଼ ଜବାବ ଦେଇ କହିଲେ…

ନୂଆଦିଲ୍ଲୀ,୨୬।୮: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିନେତ୍ରୀ କ୍ରିତି ସାନନଙ୍କ ସମର୍ଥନରେ ଆଗକୁ ଆସିଛନ୍ତି। ଇନଷ୍ଟାଗ୍ରାମରେ କ୍ରିତି ସାନନଙ୍କ ଷ୍ଟୋରିକୁ ରିପୋଷ୍ଟ କରି…

ସର୍ବୋଚ୍ଚ ସ୍ତରରେ ସମୁଦ୍ରର ଉଷ୍ମତା

ପୃଥିବୀ ଏବେ ଏକ ବଡ଼ ଜଳବାୟୁ ସଙ୍କଟ ଦେଇ ଗତି କରୁଛି। ୟୁରୋପୀୟ ଜଳବାୟୁ ସଂସ୍ଥା ‘କୋପରନିକସ’ର ସୂଚନା ଅନୁଯାୟୀ, ସମୁଦ୍ରଗୁଡ଼ିକର ତାପମାତ୍ରା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।…

ସଞ୍ଜୟ ବିଶ୍ୱାଳ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର,୨୬ା୮(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଆଇଏଏସ୍‌ ଅଧିକାରୀ ସ୍ତରରେ ମଙ୍ଗଳବାର ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ସଚିବ ଦାୟିତ୍ୱରେ…

ଆଳୁ ମିଶନ: ଟଙ୍କାଟିଏ ବି ଖର୍ଚ୍ଚ ହୋଇନି

ଭୁବନେଶ୍ୱର,୨୬।୮ (ରବିନାରାୟଣ ଜେନା): ରାଜ୍ୟରେ କୃଷକମାନଙ୍କୁ ସ୍ବାବଲମ୍ବୀ କରିବା ସହିତ ଆଳୁ ଚାହିଦା ମେଣ୍ଟାଇବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୪-୧୫ରେ ‘ଆଳୁ ମିଶନ’ ଆରମ୍ଭ ହୋଇଥିଲା।…

ପୋର୍ଟାଲ ପୁଣି ଖୋଲିବା ପାଇଁ ନିର୍ଦ୍ଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୮: ଅନ୍‌-ସ୍କ୍ରିନ୍‌ ମାର୍କିଂ (ଓଏସ୍‌ଏମ୍‌) ବ୍ୟବସ୍ଥା ବିରୋଧରେ ଅଭିଯୋଗ କରିଥିବା ଛାତ୍ରୀଛାତ୍ରଙ୍କ ଦ୍ୱାଦଶ ଶ୍ରେଣୀ ଉତ୍ତରଖାତାର ପୁନଃ ମୂଲ୍ୟାୟନ ପାଇଁ ସିବିଏସ୍‌ଇ ପୋର୍ଟାଲ ପୁଣିଥରେ ଖୋଲିବା ନିମନ୍ତେ…

ଓଏଏସ୍‌ ଅଫିସର ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୨୬।୮(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri