Posted inଫୁରସତ

ବର୍ଷକୁ ୨ଥର କାମ କଲେ ମାସକୁ ୧କୋଟି ଦରମା, କିନ୍ତୁ ଏହି ଚାକିରି କରିବାକୁ କେହି ଚାହାନ୍ତି ନାହିଁ…

ଆପଣ ନିଶ୍ଚିତ ଭାବରେ ବିଭିନ୍ନ ପ୍ରକାରର ଚାକିରି ଶୁଣିଥିବେ। କେତେକ ଚାକିରି ଏପରି ଥାଏ କି, ଯାହାକି ବିପୁଳ ଲାଭ ଦେଇଥାଏ। ଏବଂ କିଛି ଏପରି ଯେ ଯେତେ ପରିଶ୍ରମ କଲେ ମଧ୍ୟ ଇନକ୍ରିମକେଣ୍ଟ ହୁଏ ନାହିଁ। ତେବେ ଏହି କାରଣରୁ ଲୋକମାନେ ଅଧିକ ଟଙ୍କା ରୋଜଗାର ଅନେକ କାମ ଧରିଥା’ନ୍ତି କିମ୍ବା ସରକାରୀ ଚାକିରି ପଛରେ ଗୋଡାଇଥା’ନ୍ତି। ତେବେ ଏପରି ଏକ ଚାକିରି ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ମାସକୁ ୧କୋଟି ଟଙ୍କା ଦରମା ମିଳିଥାଏ। କିନ୍ତୁ କେହି ଏହି ଚାକିରି କରିବାକୁ ପସନ୍ଦ କରନ୍ତି ନାହିଁ।

ଏହି ଚାକିରିରେ ଆପଣଙ୍କୁ ୬ମାସରେ ଥରେ କାମ କରିବାକୁ ପଡିବ। ସେହି ଥରେ କାମ କରିବା ପାଇଁ ଆପଣଙ୍କୁ ୧କୋଟି ଟଙ୍କା ଦରମା ମିଳିବ। ଏଠାରେ କହି ରଖୁଛୁ, ଏହି କାମ ଏକ ସାଧାରଣ କାମ ନୁହେଁ ବରଂ ଏହା ହେଉଛି ଟାୱାର ଲ୍ୟାଣ୍ଟର ଚେଞ୍ଜର। ଏଥିରେ ଆପଣଙ୍କୁ ୬୦୦ମି.ରୁ ଅଧିକ ଉଚ୍ଚତା ବିଶିଷ୍ଟ ଏକ ସିଗନାଲ ଟାୱାର ଉପରକୁ ଚଢିବାକୁ ପଡିବ। ଏବଂ ଉପରେ ଲାଗିଥିବା ଏକ ବଲ୍‌ବକୁ ପରିବର୍ତ୍ତନ କରିବାକୁ ପଡିବ। ଯଦି ଆପଣ ତଥାପି ଅନୁଭବ କରୁଛନ୍ତି ଯେ, ଏହି କାମଟି ସହଜ। ତେବେ ଆପଣଙ୍କୁ କହି ରଖୁଛୁ କି, ଏହି ଟାୱାରଗୁଡିକ ସାଧାରଣ ଟାୱାରଠାରୁ ସାମାନ୍ୟ ଭିନ୍ନ। ଉଚ୍ଚାକୁ ଯିବା ସମୟରେ ଏହାର ଉପର ଅଂଶ ମଧ୍ୟ ପତଳା ହୋଇଯାଏ। ସୁରକ୍ଷା ପାଇଁ କେବଳ ଗୋଟିଏ ଦଉଡି ବ୍ୟବହୃତ କରାଯାଏ। ଏଥିପାଇଁ ଏହି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ୧ଲକ୍ଷ ପାଉଣ୍ଡ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧,୦୩,୫୩,୪୭୬,୪୬ଟଙ୍କା ଦିଆଯାଉଛି।

ଚାକିରିକୁ ନେଇ କ୍ରାଏଟେରିଆ ଦିଆଯାଇଛି। ଯଦି ଆପଣ ଏହି ଚାକିରି ପାଇଁ ଆବେଦନ କରିବାକୁ ଚାହାଁନ୍ତି ତେବେ ଆପଣଙ୍କର ଉଚ୍ଚତା ଫୋବିୟା ରହିବା ଉଚିତ୍‌ ନୁହେଁ। ଶାରୀରିକ ଭାବରେ ଫିଟ ରହିବାକୁ ପଡିବ କାରଣ ଟାୱାର ଉପରକୁ ଚଢିବାକୁ ୩ଘଣ୍ଟା ସମୟ ଲାଗିଥାଏ। ଟାଓ୍ବାର ଉଚ୍ଚାରେ ପହଞ୍ଚିବା ବେଳେ ପବନ ଘଣ୍ଟା ପ୍ରତି ୧୦୦କିଲୋମିଟର ବେଗରେ ପ୍ରବାହିତ ହେଉଥିବ। ଯାହା ବିପଦଜନକ ଅଟେ। ଏଥିରେ ଅଭିଜ୍ଞତା ବିଷୟରେ ଉଲ୍ଲେଖ କରାଯାଇ ନାହିଁ। ଅଭିଜ୍ଞତା ଅନୁଯାୟୀ ଦରମା ମଧ୍ୟ ବୃଦ୍ଧି ପାଇବ ବୋଲି କୁହାଯାଇଛି। ଏସବୁ ପରେ ମଧ୍ୟ ଲୋକମାନେ ଭୟଭୀତ ହୋଇ ଏହି ଚାକିରି ପାଇଁ ଆବେଦନ କରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri