Posted inଖେଳ

ମୁଣ୍ଡ ତଳକୁ ରଖି କାମ କର, କାହିଁକି ଏମିତି କହିଲେ ବିରାଟ କୋହଲି

ଚେନ୍ନାଇ,୩।୨: ଆସନ୍ତା ଫେବୃୟାରୀ ୫ରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଦଳ ଅଭ୍ୟାସ ଆରମ୍ଭ କରିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଆଡିଲେଡ ଟେଷ୍ଟ ପରେ ପୈତୃକ ଛୁଟିରେ ଯାଇଥିବା ଅଧିନାୟକ ବିରାଟ କୋହଲି ପୁଣି ଥରେ କାର୍ଯ୍ୟକୁ ଫେରିଛନ୍ତି। ତାଙ୍କ ଝିଅ ଜନ୍ମ ପରେ ସେ ଟିମ ଇଣ୍ଡିଆରେ ଯୋଗ ଦେଇଛନ୍ତି ଏବଂ ଚେନ୍ନାଇରେ ବାଧ୍ୟତାମୂଳକ ୬ ଦିନିଆ କ୍ୱାରାଣ୍ଟାଇନ୍‌ ଅବଧି ସମାପ୍ତ କରିବା ପରେ ଅଭ୍ୟାସ କରୁଛନ୍ତି। ବିରାଟ କୋହଲି ତାଙ୍କ ଅଫିସିଆଲ ଇନ୍‌ଷ୍ଟାଗ୍ରାମରେ ନେଟ୍ସ ଅଭ୍ୟାସରେ ବ୍ୟାଟିଂ କରୁଥିବାବେଳେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓ ଶେୟାରରେ ସେ କ୍ୟାପସନ ଦେଇଛନ୍ତି – ‘ମୁଣ୍ଡ ତଳକୁ ରଖ ଏବଂ କାମ ଜାରି ରଖ।’ ୮୭ ଟେଷ୍ଟରେ ୨୭ ଶତକ ହାସଲ କରିଥିବା ବିରାଟ ଗତ ବର୍ଷ ନ୍ୟୁଜିଲାଣ୍ଡ ଗସ୍ତରେ ବ୍ୟାଟିଂରେ ସେତେଟା ଭଲ ପ୍ରଦର୍ଶନ କରିପାରି ନ ଥିଲେ। ଫଳରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୨-୧ ଗୋଲରେ ପରାସ୍ତ ହୋଇଥିଲା। ଅଷ୍ଟ୍ରେଲିଆରେ ଆଡିଲେଡ ବିପକ୍ଷ ପ୍ରଥମ ଇନିଂସରେ ୭୪ ସ୍କୋର କରି ବିରାଟ ପ୍ରତ୍ୟାବର୍ତ୍ତନ କରିବାର ସଙ୍କେତ ଦେଇଥିଲେ। କିନ୍ତୁ ଏହି ଟେଷ୍ଟରେ ଭାରତ ୮ ଉଇକେଟରେ ଅପମାନଜନକ ପରାଜୟର ସମ୍ମୁଖୀନ ହୋଇଥିଲା। ଏବେ ବିରାଟ କୋହଲିଙ୍କ ଆଖି ଇଂଲଣ୍ଡ ବିପକ୍ଷ ଆଗାମୀ ସିରିଜ ଉପରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ଦୁର୍ଘଟଣା ମାମଲାରେ ନୂଆ ଟୁଇଷ୍ଟ: ଦୁର୍ଘଟଣା ଖବରକୁ ଖଣ୍ଡନ କଲେ ରାଜ୍ୟ ସରକାର, କହିଲେ…

ରାୟପୁର,୨୦।୪: ଛତିଶଗଡ଼ର ଜଶପୁର ଜିଲାର ନାରାୟଣପୁର ପାହାଡ଼ ନିକଟରେ ବିମାନ ଦୁର୍ଘଟଣାର ଖବରକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭ୍ରାମକ ବୋଲି କହି ଏହାକୁ ଅସ୍ବୀକାର କରିଛନ୍ତି। କଲେକ୍ଟର…

ସ୍ବର୍ଗତ ଚାଷୀଙ୍କ ସ୍ତ୍ରୀଙ୍କୁ ସହାୟତାର ହାତ ବଢାଇଲେ ବରିଷ୍ଠ ଆଇନଜୀବୀ, ଦେଲେ ଏତିକି ଲକ୍ଷ ଟଙ୍କା

ଦେବଗଡ,୨୦।୪(ଶଶାଙ୍କ ଶେଖର ଝାଙ୍କର): କୃଷକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁରେ ୨ ଲକ୍ଷ ଟଙ୍କା ପ୍ରଦାନ କଲେ ବରିଷ୍ଠ ଆଇନଜୀବୀ। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲାର ସମାଜ…

କୋର୍ଟ ପରିସରରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଖଣ୍ଡାଧରି ଆତଙ୍କିତ…

ଵ୍ରହ୍ମପୁର,୨୦।୪(ସୁବାସ ଚନ୍ଦ୍ର ପାଢ଼ୀ): କୋର୍ଟ ପରିସରରେ ହାତରେ ଖଣ୍ଡା ଧରି ଜଣେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଲୋକଙ୍କୁ ଗାଳିଗୁଲଜ ସହ ଭୟଭୀତ କରିବା ଅଭିଯୋଗରେ ପୋଲିସ…

ଯୁଦ୍ଧକୁ ଡେଇଁଲା ଚାଇନା, ଇରାନୀ ଜାହାଜ ଜବତ ଉପରେ ଖୋଲାଖୋଲି ଭାବେ କଲା ମୁକାବିଲା

ଓ୍ବାଶିଂଟନ୍‌,୨୦।୪: ଇରାନ-ଆମେରିକା ବିବାଦର ସମାଧାନ ପାଇଁ ଇସଲାମାବାଦରେ ଆଲୋଚନା ଚାଲିଥିବାବେଳେ, ଇରାନ ନିଶ୍ଚିତ କରିଛି ଯେ ଆମେରିକା ଏହାର ଏକ ବାଣିଜ୍ୟ ଜାହାଜ, ଟୋସ୍କାକୁ ଜବତ କରିଛି।…

ଆସୁଥିଲେ ଅଜା-ନାତି, ଧକ୍କା ଦେଲା ଅଟୋ: ଆଉ ତା’ପରେ ଘଟିଲା…

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଗାଲେରୀ ଗ୍ରାମ ପୂର୍ବରୁ ଏକ ଅଟୋ ଓ ବାଇକ ମଧ୍ୟରେ ସୋମବାର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ…

ଭାରସାମ୍ୟ ହରାଇ ପିଟି ହେଲା ବାଇକ୍, ଗଛରେ ଲାଗିଗଲା ମୁଣ୍ଡର ଖପୁରି

ମୋହନା,୨୦।୪(ମନ୍ମଥ ମିଶ୍ର): ଭାରସାମ୍ୟ ହରାଇ ଗଛକୁ ପିଟି ହେଲା ବାଇକ୍ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଡେକାପଙ୍କା…

ପୁଣି ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣରେ ବିରୁଷ୍କା: ୫ ମାସ ମଧ୍ୟରେ ତୃତୀୟଥର ପାଇଁ…

ନୂଆଦିଲ୍ଲୀ,୨୦।୪: IPL 2026ରେ ଚମତ୍କାର ପ୍ରଦର୍ଶନ କରୁଥିବା RCBର କିମ୍ବଦନ୍ତୀ ବ୍ୟାଟସମ୍ୟାନ ବିରାଟ କୋହଲି IPL ମଝିରୁ ସମୟ ବାହାର କରି କୋହଲି ସ୍ତ୍ରୀ ଅନୁଷ୍କାଙ୍କ ସହିତ…

ଗଞ୍ଜାମ ଜିଲା ପାଇଁ କ୍ରିକେଟ ଖେଳିବେ ଆୟୁଷା, ଘୋଷଣା କଲା ଓସିଏ

ଗୁଡାରି,୨୦।୪(ପ୍ରମୋଦ କୁମାର ପତି ): ଗୁଡାରି ସହରର ପାଇକ ସାହିର ୧୪ ବର୍ଷୀୟା ଝିଅ ଆୟୁଷା ଗଞ୍ଜାମ ଜିଲା ପାଇଁ ଓସିଏ ଆନ୍ତଃଜିଲା ମହିଳା କ୍ରିକେଟ ଟୁର୍ନାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri