Posted inଜାତୀୟ

ଅନଶନରେ ବସିଲେ ମୋଦିଙ୍କ ଭାଇ

ଲକ୍ଷ୍ନୌ,୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ଆମାଉସି ବିମାନବନ୍ଦରରେ ଧାରଣାରେ ବସିଛନ୍ତି। ଲକ୍ଷ୍ନୌ ପୋଲିସ ତାଙ୍କ ସମର୍ଥକଙ୍କୁ ଗିରଫ କରିଥିବା ସେ ଅଭିଯୋଗ କରିଛନ୍ତି। ଯେଉଁ ପର୍ଯ୍ୟନ୍ତ ତାଙ୍କୁ ଛଡାଯିବ ନାହିଁ ସେ ଧାରଣାରେ ବସି ରହିବେ ବୋଲି କହିଛନ୍ତି। ପ୍ରହ୍ଲାଦା ମୋଦି ପ୍ରୟାଗରାଜ, ଜୈନପୁର ଏବଂ ସୁଲତାନପୁରରେ ଆୟୋଜିତ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ। ସେ ଆମାଉସି ବିମାନବନ୍ଦରରେ ଅବତରଣ କରିବା ପରେ ସଡ଼କ ମାର୍ଗରେ ଯିବାର ଥିଲା। ଏହା ଜାଣି ତାଙ୍କ ଶହ ଶହ ସମର୍ଥକ ସେଠାରେ ପହଞ୍ଚିଥିଲେ। ପୋଲିସ ସେମାନଙ୍କୁ ବିମାନବନ୍ଦର ବାହାରେ ଅଟକ ରଖିଥିଲା। କିଛି ଲୋକ ପୋଲିସକୁ ସହ ପାଟିତୁଣ୍ଡ କରିବାରୁ ସେମାନଙ୍କୁ ଗିରଫ କରାଯାଇଥିଲା। ଏହା ଜାଣିବା ପରେ ପ୍ରହ୍ଲାଦ ସେମାନଙ୍କୁ ମୁକ୍ତ କରିବା ପାଇଁ ଦାବି କରିଥିଲେ। ତାହା ନ ହେଲେ ସେ ଭୋକ ଉପାସରେ ଅନଶନରେ ବସିବେ ବୋଲି ପୋଲିସକୁ ଚେତାବନୀ ଦେଇଥିଲେ। ତେବେ ପୋଲିସ କହିଛି ଯେ କୌଣସି ସମର୍ଥକଙ୍କୁ ଅଟକ ରଖାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନୋବେଲ ବିଜେତା ଅଭିଜିତଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୨୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ନୋବେଲ ବିଜେତା ଅଭିଜିତ ବାନାର୍ଜୀଙ୍କୁ ସାକ୍ଷାତ୍‌ କରିଛନ୍ତିି। ଏହାପରେ ମୋଦି କହିଛନ୍ତି ଏହା ଏକ ଭଲ ସାକ୍ଷାତ୍‌କାର ଥିଲା।...

ସୋମବାର ମୋଦି-ଫ୍ରେର୍ଡିକ୍‌ସେନ୍‌ ଭର୍ଚୁଆଲ୍‌ ବୈଠକ

ନୂଆଦିଲ୍ଲୀ, ୨୭।୯: ଭାରତ ଡେନମାର୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବୃଦ୍ଧି ପାଇଁ ସୋମବାର ଏକ ଭର୍ଚୁଆଲ୍‌ ବୈଠକ ଅନୁଷ୍ଟିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ପ୍ରଧାନମନ୍ତ୍ରୀ...

କ୍ୱାରାଣ୍ଟାଇନ୍‌ରେ ୩୧.୬ ଲକ୍ଷ

ନୂଆଦିଲ୍ଲୀ,୧୮।୭: ମହାମାରୀ କରୋନା ଉଗ୍ରରୂପ ଧାରଣ କରିଛି। ଦେଶରେ ୧୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ୨୫,୬୦୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଲେଣି। ଏପର୍ଯ୍ୟନ୍ତ...

ଅଧା ବାହାଘର ପରେ ସିନ୍ଦୂର ଲଗାଇବାକୁ ମନା କଲେ କନ୍ୟା, କହିଲେ ଏପରି…

ରାଞ୍ଚି,୧।୭: ବିବାହ ମଣ୍ଡପରେ ବର-କନ୍ୟାଙ୍କ ବାହାଘର ଅଧା ସରିବା ପରେ ହଠାତ୍‌ କନ୍ୟାଙ୍କ ଆଚରଣ ନେଇ ବିବାହ ଅଟକି ଯାଇଛି। ଏବେ ଏହାର ଫଟୋ ଏବଂ...

‘ସାମାଜିକ ଦୂରତ୍ୱ କଡ଼ାକଡ଼ି ପାଳନ କର’

ନୂଆଦିଲ୍ଲୀ,୧୭।୪(ପି.ଟି.): ଲକ୍‌ଡାଉନ ବେଳେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ଆଦି ନିୟମକୁ କଡ଼ାକଡ଼ି ପାଳନ କରିବା ଲାଗି ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରାଜ୍ୟ...

ଲକ୍‌ଡାଉନ୍‌ ୫.୦: ଜୁନ ୩୦ ଯାଏ କେବଳ କଣ୍ଟେନମେଣ୍ଟ ଜୋନ୍‌ରେ ଲାଗୁ, ବାକି ଅଞ୍ଚଳରେ ପର୍ଯ୍ୟାୟକ୍ରମେ ଖୋଲିବାକୁ ଗାଇଡ୍‌ଲାଇନ୍‌

ନୂଆଦିଲ୍ଲୀ,୩୦।୫: କରୋନା ମୁକାବିଲା ପାଇଁ ଦେଶରେ ପୁଣି ଥରେ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ଲକଡାଉନ ୫.୦ ପାଇଁ ସରକାର ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।...

୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ମାମଲାର ଦୋଷୀ ୟୁସୁଫ ମେମନ ମୃତ

ନୁଆଦିଲ୍ଲୀ,୨୬।୬: ୧୯୯୩ରେ ମୁମ୍ବାଇରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣ ମାମଲାର ଦୋଷୀ ୟୁସୁଫ ମେମନଙ୍କର ଶୁକ୍ରବାର ମୃତ୍ୟୁ ହୋଇଛି। ମହାରାଷ୍ଟ୍ରର ନାସିକ ସେଣ୍ଟ୍ରାଲ ଜେଲରେ ତାଙ୍କର...

ଯାତ୍ରା ସମୟରେ ବି କାର୍ଯ୍ୟବ୍ୟସ୍ତ ମୋଦି

ନୂଆଦିଲ୍ଲୀ,୨୩ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଆମେରିକା ଗସ୍ତରେ ବୁଧାବାର ଦିଲ୍ଲୀ ଛାଡିଛନ୍ତି । ଗୁରୁବାର ସେ ଆମେରିକା ପହଞ୍ଚିଛନ୍ତି । ଏହାରି...

Advertisement


Archives

Model This Week