Posted inଜାତୀୟ

ଟୁଇଟରକୁ କେନ୍ଦ୍ର ସରକାରଙ୍କ ନୋଟିସ: ଆକାଉଣ୍ଟକୁ ଚାଲୁ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୩।୧: ଟୁଇଟରକୁ କେନ୍ଦ୍ର ସରକାରଙ୍କ ଏକ ନୋଟିସ ଜାରି କରାଯାଇଛି। ହିଂସା ସୃଷ୍ଟି ପାଇଁ ବନ୍ଦ କରାଯାଇଥିବା ଆକାଉଣ୍ଟକୁ ପୁଣି ଚାଲୁ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଧବାର ନିର୍ଦ୍ଦେଶ ଜାରି କରାଯାଇଛି। ଚାଷୀ ଆନ୍ଦୋଳନ ଆରମ୍ଭ ହେବାଠାରୁ ଦେଶରେ ହିଂସା ସୃଷ୍ଟି ଭଳି ଅନେକ ଆପତ୍ତିଜନକ ମନ୍ତବ୍ୟ ଟୁଇଟ କରାଯାଇଛି। ହେଲେ ତାହାକୁ ଠିକ୍‌ ସମୟରେ ହଟାଯାଇ ନାହିଁ। ଅନ୍ୟପକ୍ଷେ ଚାଷୀ ଆନ୍ଦୋଳନକୁ ନେଇ ହିଂସା ସୃଷ୍ଟି କଲା ଭଳି ଟୁଇଟ କରୁଥିବା ଲୋକଙ୍କ ଆକାଉଣ୍ଟ ସ୍ଥଗିତ କରିବାର କିଛି ଘଣ୍ଟା ପରେ ପୁଣି ଥରେ ଚାଲୁ ନ କରିବାକୁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ଯଦି ସରକାରଙ୍କ ଆଦେଶକୁ ଟୁଇଟର କାର୍ଯ୍ୟକାରୀ ନ କରେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦିଆଯାଇଛି।
ସୂଚନା ଯୋଗ୍ୟ, ଚାଷୀ ଆନ୍ଦୋଳନ ଏବଂ ସାଧାରଣତନ୍ତ୍ର ଦିବସରେ ଘଟିଥିବା ଘଟଣାକୁ ନେଇ ହିଂସା ସୃଷ୍ଟି କଲାଭଳି ଟୁଇଟ କରୁଥିବା ବ୍ୟବହାରକାରୀ ଏବଂ ଟୁଇଟକୁ ରି-ଟୁଇଟ କରୁଥିବା ୨୫୦ ବ୍ୟବହାରକାରୀଙ୍କ ଆକାଉଣ୍ଟକୁ ବନ୍ଦ କରାଯାଇଥିଲା। ହେଲେ ବନ୍ଦ କରିବାର କିଛି ଘଣ୍ଟା ପରେ ଟୁଇଟର ପୁଣି ଆକାଉଣ୍ଟ ଚାଲୁ କରିଦେଇଥିଲା। ଏନେଇ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମୁକୁଟ ପିନ୍ଧିବେ ସିଦ୍ଧୁ: ପ୍ରଥମେ କ୍ୟାପଟେନ୍‌ଙ୍କ ସହ ପିଇବେ ଚା’

ଚଣ୍ଡିଗଡ,୨୩।୭: ପଞ୍ଜାବ ପ୍ରଦେଶ କଂଗ୍ରେସର ନୂତନ ସଭାପତିି ନବଜୋତ ସିଂ ସିଦ୍ଧୁ କିଛି ସମୟ ମଧ୍ୟରେ ଦାୟିତ୍ୱ ଗ୍ରହଣ କରିବେ। ଶୁକ୍ରବାର ସେ ମୁଖ୍ୟମନ୍ତ୍ରୀ କ୍ୟାପଟେନ...

ଗରିବ କଲ୍ୟାଣ ରୋଜଗାର ଯୋଜନାର ଶୁଭାରମ୍ଭ: ୨୫ ହଜାରରୁ ଅଧିକ ପ୍ରବାସୀଙ୍କୁ ମିଳିବ କାମ, ଖର୍ଚ୍ଚ ହେବ ୫୦ ହଜାର କୋଟି

ନୂଆଦିଲ୍ଲୀ, ୨୦।୬: କରୋନା ମହାମାରୀ ସମୟରେ ପ୍ରବାସୀ ଶ୍ରମିକଙ୍କ ଆର୍ଥିକ ସ୍ଥିତିରେ ସୁଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗରିବ କଲ୍ୟାଣ ରୋଜଗାର ଯୋଜନାର...

କେଜ୍‌ରିଓ୍ବାଲ୍‌ଙ୍କ କାଶକୁ ନେଇ ଏମିତି କହିଦେଲେ ଶତ୍ରୁଘ୍ନ ସିହ୍ନା: ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୬।୫: କରୋନା ଏବେ ସାରା ଦେଶରେ କାୟା ବିସ୍ତାର କରିଛି। ରାଜଧାନୀ ଦିଲ୍ଲୀରେ ମଧ୍ୟରେ ସଂକ୍ରମଣ ବୃଦ୍ଧି ପାଇଛି। କରୋନାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

୧୪୫ ଦିନରେ ୪୦୦୦ କିଲୋମିଟର ଯାତ୍ରା, ଐତିହାସିକ ଲାଲ ଚୌକରେ ତ୍ରିରଙ୍ଗା.., ଶେଷ ହେବ ଭାରତ ଯୋଡୋ ଯାତ୍ରା

ନୂଆଦିଲ୍ଲୀ,୩୦ ।୧: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ସୋମବାର ଅର୍ଥାତ୍ ୩୦ ଜାନୁୟାରୀରେ ଶେଷ ହେବାକୁ ଯାଉଛି । ତାମିଲନାଡୁର କନ୍ୟା...

ତାମିଲନାଡୁ ପରେ ପଶ୍ଚିମବଙ୍ଗ: ବାଧ୍ୟତାମୂଳକ ହିନ୍ଦୀ ଶିକ୍ଷାକୁ ବିରୋଧ

କୋଲକାତା,୩ା୬(ଆଇଏଏନ୍‌ଏସ୍‌): ଜାତୀୟ ଶିକ୍ଷାନୀତି ଚିଠା ପ୍ରସ୍ତାବରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀକୁ ବାଧ୍ୟତାମୂଳକ ଭାବେ ଶିକ୍ଷା ଦେବା ପାଇଁ ସୁପାରିସ କରାଯାଇଥିବାବେଳେ ଏହାକୁ ତାମିଲନାଡୁ ସମେତ...

୧୦ ମାସରେ ଏନ୍‌କାଉଣ୍ଟରରେ ୧୨୮ ମାଓବାଦୀଙ୍କ ମୃତ୍ୟୁ ଘଟିଛି: ଦଣ୍ଡକାରଣ୍ୟରେ ସର୍ବାଧିକ

ରାୟପୁର,୧।୧୨: ଗତ ୧୦ ମାସରେ ଦେଶର ବିଭିନ୍ନ ମାଓବାଦୀ ପ୍ରବଣ ଅଞ୍ଚଳରେ ଜାରି ରହିଥିବା ଏନ୍‌କାଉଣ୍ଟରରେ ୧୨୮ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ସର୍ବାଧିକ ୬୦...

ବଳାତ୍କାର ଅଭିଯୁକ୍ତଙ୍କୁ ୧୭ ଦିନରେ ଜେଲ

ଜୟପୁର, ୧୯।୧୨(ପି.ଟି.): ରାଜସ୍ଥାନର ଚୁରୁ ଜିଲାରେ ଜଣେ ଶିଶୁଙ୍କୁ ବଳାତ୍କାର କରାଯିବା ଘଟଣାରେ ପୋକ୍ସୋ କୋର୍ଟ ମାତ୍ର ୧୭ ଦିନରେ ଅଭିଯୁକ୍ତ ଦୟାରାମ ମେଘଓ୍ବାଲ୍‌ଙ୍କୁ ଆଜୀବନ...

ତିନି ଦିନିଆ ତାମିଲନାଡୁ ଗସ୍ତରେ ରାହୁଲ ଗାନ୍ଧୀ: ମୋଦି ସରକାରଙ୍କ ବିରୋଧରେ ମିଶିକି ଲଢିବାକୁ ଆହ୍ୱାନ

ଚେନ୍ନାଇ,୨୩ ।୧: ତାମିଲନାଡୁରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ହେଲାଣି ସରଗରମ । ସବୁ ରାଜନୈତିକ ଦଳ ଅଣ୍ଟା ଭିଡିଲେଣି । ଏହାକୁ...

Advertisement
Archives

Model This Week