ଟୁଇଟର ଡିଲ୍‌କୁ ସ୍ଥଗିତ ରଖିଲେ ମସ୍କ

ଓ୍ବାଶିଂଟନ୍‌,୧୩।୫: ବିଶ୍ୱର ଧନଶାଳୀ ବ୍ୟକ୍ତି ତଥା ଟେସଲାର ସିଇଓ ଏଲୋନ ମସ୍କ ନିକଟରେ ଟୁଇଟର କିଣିବା ନେଇ ଘୋଷଣା କରିବା ପରେ ଚର୍ଚ୍ଚାକୁ ଆସିଥିଲେ। ପୁଣି ଏଲୋନ ମସ୍କ ତାଙ୍କର ଆଉ ଏକ ଟୁଇଟକୁ ନେଇ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଶୁକ୍ରବାର ମସ୍କ ଏକ ଟୁଇଟ କରି କହିଛନ୍ତି ଯେ, ବର୍ତ୍ତମାନ ୪୪ ବିଲିୟନ ଡଲାରର ଟୁଇଟର ଡିଲ୍‌କୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ସୂଚନାଯୋଗ୍ୟ, ଏପ୍ରିଲରେ ଏଲୋନ ମସ୍କ ଟୁଇଟରକୁ କିଣିବା ପାଇଁ ୪୪ ବିଲିୟନ ଡଲାରର ଡିଲ୍‌ ସ୍ବାକ୍ଷର କରିଥିଲେ। ଏହି ଡିଲ୍‌ ଚଳିତ ବର୍ଷ ଶେଷ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଥିଲା। ହେଲେ ଏବେ ଏହାକୁ ସ୍ଥଗିତ ରଖାଯାଇଛି। ମସ୍କଙ୍କ ଏଭଳି କରିବା ପଛର କାରଣ ହେଉଛି, ନକଲି ଟୁଇଟର ଆକାଉଣ୍ଟ। ସୂଚନା ମୁତାବକ, ଟୁଇଟର ପୂର୍ବରୁ ଆକଳନ କରିଥିଲା ଯେ, ମିଥ୍ୟା କିମ୍ବା ସ୍ପାମ ଆକାଉଣ୍ଟଗୁଡିକ ଏହାର ଦୈନିକ ବ୍ୟବହାରକାରୀଙ୍କ ସଂଖ୍ୟା ୫ପ୍ରତିଶତରୁ କମ୍‌। ତେବେ ‘ସ୍ପାମ ବଟ’କୁ ହଟାଇବା ତାଙ୍କର ପ୍ରାଥମିକତା ବୋଲି ମସ୍କ କହିଛନ୍ତି। ତେଣୁ ଯେପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ, ସ୍ପାମ କିମ୍ବା ନକଲି ଆକାଉଣ୍ଟର ମାଇକ୍ରୋବ୍ଲଗିଂ ସାଇଟ୍‌ର ମୋଟ ୟୁଜର୍ସ ୫ପ୍ରତିଶତରୁ କମ୍‌ ଅଛନ୍ତି ସେପର୍ଯ୍ୟନ୍ତ ଏହି ଡିଲ୍‌ ଚୂଡାନ୍ତ ହୋଇପାରିବ ନାହିଁ ବୋଲି ମସ୍କ କହିଛନ୍ତି। ସୂଚନାଯୋଗ୍ୟ, ସୋସିଆଲ ମିଡିଆ ପ୍ଲାଟଫର୍ମରେ ୨୨.୯ କୋଟି ଆକ୍ଟିଭ୍‌ ୟୁଜର୍ସ ରହିଛନ୍ତି ବୋଲି ନିକଟରେ ଟୁଇଟର ସୂଚନା ଦେଇଥିଲା। ଏଥିସହ ତା’ର ପ୍ଲାଟଫର୍ମରେ ୫ପ୍ରତିଶତ କିମ୍ବା ତାଠାରୁ ବି କମ୍‌ ସ୍ପାମ ବା ନକଲି ଆକାଉଣ୍ଟ ୟଜର୍ସ ରହିଛନ୍ତି ବୋଲି ଟୁଇଟର ପକ୍ଷରୁ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ଆକ୍ରମଣ ବନ୍ଦ ନ ହେଲେ ତୃତୀୟ ବିଶ୍ୱଯୁଦ୍ଧ ନିଶ୍ଚିତ…

କ୍ୱିଭ୍‌,୨୧।୩ : ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ ଆକ୍ରମଣ ଜାରି ରହିଛି। ଏହାକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ବଡ ବିବୃତ୍ତିି ଦେଇଛନ୍ତି।...

କାବୁଲରୁ ୧୬୦ ଅଷ୍ଟ୍ରେଲୀୟ-ଆଫଗାନିସ୍ତାନ ନାଗରିକଙ୍କୁ ସ୍ଥାନାନ୍ତର

କାନବେରା,୨୦ା୮: ଆଫଗାନିସ୍ତାନକୁ ତାଲିବାନ କବ୍‌ଜା ପରଠାରୁ ଅନ୍ୟ ଦେଶଗୁଡ଼ିକ ସେମାନଙ୍କର ନାଗରିକ ଏବଂ ଦୂତାବାସର ଅଧିକାରୀମାନଙ୍କୁ ସେଠାରୁ ସ୍ଥାନାନ୍ତର କରିବା ଆରମ୍ଭ କରି ଦେଇଛନ୍ତି। ତୃତୀୟ...

ରୋହିଙ୍ଗ୍ୟାଙ୍କ ଉପରେ ଅତ୍ୟାଚାର, ତଥ୍ୟ ପାଇଁ ଫେସବୁକକୁ ନିର୍ଦ୍ଦେଶ…

ଓ୍ବାଶିଂଟନ,୨୩।୯: ରୋହିଙ୍ଗ୍ୟାଙ୍କ ବିରୋଧରେ ହିଂସା ସହ ଜଡିତ ତଥ୍ୟ ପ୍ରକାଶ କରିବାକୁ ଆମେରିକା କୋର୍ଟ ଫେସବୁକକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକାର ନିୟମକୁ ଦର୍ଶାଇ ଫେସବୁକ ରୋହିଙ୍ଗ୍ୟାଙ୍କ...

‘ମୋତେ ଲୁହ ପୋଛିବାକୁ ପଡ଼ିବ’

କାବୁଲ୍‌,୧୬ା୮: ଆଫଗାନିସ୍ତାନର ସ୍ଥିତି ବହୁତ ଖରାପ ଆଡ଼କୁ ଗତି କରୁଛି। ତାଲିବାନ ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେବା ପରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଲୋକେ ଜୀବନ...

ରୋହିଙ୍ଗ୍ୟାଙ୍କ ପାଇଁ ଘର ତିଆରି କଲା ଭାରତ

ମ୍ୟାନମାର,୧୪।୭: ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଦୁର୍ଦ୍ଦଶାକୁ ଦେଖି ଏବେ ଭାରତ ମ୍ୟାନମାରରେ ୨୫୦ ଘର ତିଆରି କରି ସେଠାକାର ସରକାରଙ୍କୁ ହସ୍ତାନ୍ତର କରିଛି। ଏହାପରେ ମ୍ୟାନମାରର ବୈଦେଶିକ...

ୟୁକ୍ରେନ୍‌ ସାଜିଛି ବଳିର ଛେଳି, ବାଇଡେନ୍‌ ପୁଟିନ୍‌ ପୁଣି ମୁହାଁମୁହିଁ…

ଓ୍ବାଶିଂଟନ, ୮।୨ : ୟୁକ୍ରେନ ସଙ୍କଟ ମଧ୍ୟରେ ଆମେରିକା ଏବଂ ରୁଷିଆ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣି...

ପାକିସ୍ତାନରେ ଖାଦ୍ୟ ସଙ୍କଟ: ମିଳୁନି ଚିକେନ୍‌

ଇସ୍‌ଲାମାବାଦ,୩।୧୦: ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶାସନ ଭାର ନେବା ପରଠାରୁ ପାକିସ୍ତାନରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଛି। ଯାହା ଇମ୍ରାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।...

ମୋଦିଙ୍କୁ ଟୁଇଟର୍‌ରେ ଅନ୍‌ଫଲୋ କଲା ହ୍ବାଇଟ୍‌ ହାଉସ୍‌

ଓ୍ବାଶିଂଟନ,୨୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟର୍‌ରେ ହ୍ବାଇଟ୍‌ ହାଉସ୍‌ ଅନ୍‌ ଫଲୋ କରିଛି। ଭାରତ ଆମେରିକାକୁ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‌ ଔଷଧ ପଠାଇଥିଲା।...

Advertisement
Archives

Model This Week