ଅଢ଼େଇ ବର୍ଷ ହେଲା କାମ ବନ୍ଦ

ସୋନପୁର,୨୪।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରୁନି। ଦଶନ୍ଧି ବିତି ଯାଉଥିଲେ ମଧ୍ୟ ପ୍ରକଳ୍ପ କାମ ଅସମ୍ପୂର୍ଣ୍ଣ ରହୁଛି। ସୁବର୍ଣ୍ଣପୁର ସହରକୁ ମହାନଦୀ ଓ ତେଲନଦୀର ବନ୍ୟା ଦାଉରୁ ରକ୍ଷା ପାଇଁ ରିଂରୋଡର ପରିକଳ୍ପନା କରାଯାଇଥିଲା। ୨୦୧୧ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଦୀର୍ଘ ୧୪ବର୍ଷ ବିତି ଯାଇଥିଲେ ମଧ୍ୟ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇନି। ପୂର୍ତ୍ତ ଓ ଜଳସମ୍ପଦ ବିଭାଗର ଟଣାଓଟରା ମଧ୍ୟରେ ସହରବାସୀଙ୍କ ବହୁ ପ୍ରତୀକ୍ଷିତ ରିଂ ରୋଡ ନିର୍ମାଣ ଏବେ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ପୋର୍ଟାଲ ଫ୍ରେମ୍‌ ବ୍ରିଜ୍‌ ନିର୍ମାଣ ପାଇଁ ଟେଣ୍ଡର ପାଇଥିବା ଠିକାସଂସ୍ଥା ଏଆରଏସଏସ ଇନ୍‌ଫ୍ରାଷ୍ଟ୍ରକଚର ପ୍ରୋଜେକ୍ଟସ୍‌ ଲିମିଟେଡ୍‌ କାମ ବନ୍ଦ କରି ଦେଇଛି। ୨୦୨୨ରେ ଏହି ବ୍ରିଜ୍‌ କାମ ସମ୍ପୂର୍ଣ୍ଣ ହେବା କଥା। କିନ୍ତୁ ଏ ପର୍ଯ୍ୟନ୍ତ ମାତ୍ର ୧୦ ପ୍ରତିଶତ ସରିଛି। ଅନ୍ୟପକ୍ଷେ ଗତ ଅଢେଇ ବର୍ଷ ହେଲା ବ୍ରିଜ୍‌ କାମ ବନ୍ଦ ରହିଛି। ପ୍ରକଳ୍ପ କେବେ ସମ୍ପୂର୍ଣ୍ଣ ହେବ ଓ ସହରବାସୀ ରିଂ ରୋଡର ସେବା ପାଇବେ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ଟ୍ରାଫିକ୍‌ ସମସ୍ୟା ତଥା ସହରବାସୀଙ୍କୁ ବନ୍ୟାଦାଉରୁ ରକ୍ଷା ପାଇଁ ପ୍ରଥମେ ଜଳସମ୍ପଦ ବିଭାଗ ପକ୍ଷରୁ ମାଟିବନ୍ଧ ନିର୍ମାଣ ହୋଇଥିଲା। ତେବେ ରିଂରୋଡର ମିସିଂ ଲିଙ୍କ୍‌ ପୋର୍ଟାଲ ବ୍ରିଜ୍‌ର ଡିଜାଇନିଂ ହୋଇ ନ ପାରିବା କାରଣରୁ ଜଳସମ୍ପଦ ବିଭାଗ ପକ୍ଷରୁ ଏହି କାମ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇଥିଲା। ପୂର୍ତ୍ତ ବିଭାଗ ରିଂ ରୋଡର ମହାନଦୀ ବ୍ରିଜ୍‌ରୁ ୧୫୦୦ମିଟର ମାଟିବନ୍ଧ ରାସ୍ତା ଓ ତେଳନଦୀ ବ୍ରିଜ୍‌ରୁ ବଡବଜାର ପର୍ଯ୍ୟନ୍ତ ୨୪୦୦ମିଟର ରାସ୍ତା ପିଚୁ କରିବା ସହିତ ରିଟେନିଂ ଓ୍ବାଲ୍‌ ଓ ୨ଟି ବଡ ପୋଲ ନିର୍ମାଣ କରିଛି। ତେବେ ଗୁରୁତ୍ୱପର୍ଣ୍ଣ ପୋର୍ଟାଲ ଫ୍ରେମ୍‌ ବ୍ରିଜ୍‌ କୁମ୍ଭାରପଡାରୁ ଦଶମତିଘାଟ ୧୧୫୦ମିଟର ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିନି। ଏଥିପାଇଁ ସାଢେ ୬ ବର୍ଷ ପୂର୍ବରୁ ପୂର୍ତ୍ତ ବିଭାଗ ପକ୍ଷରୁ ୫୬ କୋଟି ୯ ଲକ୍ଷ ୮୩ ହଜାର ଟଙ୍କାର ଟେଣ୍ଡର ହୋଇଥିଲା। ଏହି ଅର୍ଥ ସେତେବେଳେ ଜଳସମ୍ପଦ ବିଭାଗ ପ୍ରଦାନ କରିଥିଲା। ଏଥିରେ ୪୫ଟି ପିଅର ଓ ୨ଟି ଆବଡମେଣ୍ଟ ନିର୍ମାଣ ଯୋଜନା ଥିଲା। କିନ୍ତୁ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ପଅର ପଏଣ୍ଟ ପାଇଁ ଡ୍ରଇଂ ଓ ଡିଜାଇନିଂ ଦେବାରେ ବିଳମ୍ବ କଲେ। ଠିକାସଂସ୍ଥାର ଅବହେଳା ପାଇଁ ଅଳ୍ପ କେତୋଟି ପିଅର ନିର୍ମାଣ ହୋଇ ପାରିଥିଲା। କିନ୍ତୁ କ୍ଷତି ହୋଇଥିବା ଦର୍ଶାଇ ଠିକା ସଂସ୍ଥା ଏହି କାମ ଛାଡି ପଳାଇଲା। ପରେ ପୂର୍ତ୍ତ ବିଭାଗ ବାକି କାମ ପାଇଁ ୮୧କୋଟି ୧୫ଲକ୍ଷ ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରିଛି। ସୁବର୍ଣ୍ଣପୁର ଅଧୀକ୍ଷଣ ଯନ୍ତ୍ରୀଙ୍କ ପକ୍ଷରୁ ଏହାର ଟେଣ୍ଡର ପାଇଁ ଭୁବନେଶ୍ୱର ସ୍ଥିତ ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିକଟକୁ ପଠାଯାଇଛି। ତେବେ ଜଳସମ୍ପଦ ବିଭାଗ ଏହି କାମ ପାଇଁ ସେତେବେଳେ ୫୬କୋଟି ପ୍ରଦାନ କରିଥିଲା। ଏବେ କାମ ବିଳମ୍ବ ପାଇଁ ଅଧିକ ୨୫କୋଟି ଜଳସମ୍ପଦ ବିଭାଗ ପ୍ରଦାନ କରିବ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିକଟରେ ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ପ୍ରଶାସନିକ ଅନୁମୋଦନ ସହ ଆବଶ୍ୟକ ଅର୍ଥ ଯୋଗାଇ ଦେଲେ ପୂର୍ତ୍ତ ବିଭାଗ ଟେଣ୍ଡର ଆହ୍ବାନ କରିବ ବୋଲି ଏଥିରେ ଉଲ୍ଲେଖ ରହିଛି। ତେବେ ଜଳସମ୍ପଦ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନାହିଁ। ଫଳରେ ପୋର୍ଟାଲ ଫ୍ରେମ୍‌ ବ୍ରିଜ୍‌ କାମ ଅନିଶ୍ଚିତତାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?