ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା। ଇଏ ହେଲା ବର୍ତ୍ତମାନ ଯୁବ ସମାଜର ସ୍ବର। ଚାକିରି ବିନା ସେମାନଙ୍କୁ ଆଉ କିଛି ଦେଖାଯାଉ ନାହିଁ। ଏହା ସେମାନଙ୍କର ଏକ ମାତ୍ର ଲକ୍ଷ୍ୟ ହୋଇ ଯାଇଛି। କଳେବଳେ କୌଶଳେ ଚାକିରି କରିବେ। ସରକାରୀ ଚାକିରିରେ ଯୋଉ ମଜା ଅଛି ସେ ମଜା ଆଉ ଅନ୍ୟ କୌଣସି ବୃତ୍ତିରେ ନାହିଁ। ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ। ସେଥିପାଇଁ ଯୁବ ସମାଜ କଠିନ ପରିଶ୍ରମ କହୁଛି। ବହୁ ମୂଲ୍ୟ ସମୟ ସାରି ପାଠ ପଢ଼ିବା ସହିତ ଇଣ୍ଟରଭ୍ୟୁ ପାଇଁ ପ୍ରସ୍ତୁତ ହେଉଛି। ଦିନ ରାତି ଏକ କରି ଦେଉଛି। ଖିଆପିଆ, ସାଙ୍ଗସାଥୀ, ବନ୍ଧୁ ପରିଜନ ସମସ୍ତଙ୍କୁ ଭୁଲି ଯାଉଛି। ଆବଶ୍ୟକ ପଡ଼ିଲେ ବିଦେଶରେ ଯାଇ ପାଠ ପଢ଼ୁଛି। ଅଧିକରୁ ଅଧିକ ଡିଗ୍ରୀ ପାଇଁ ଲାଳାୟିତ ହେଉଛି। ଏ ଡିଗ୍ରୀର ଉଦ୍ଦେଶ୍ୟ ନୁହେଁ ଜ୍ଞାନ ଅର୍ଜନ କରିବା। କେବଳ ଗୋଟେ ବଡ଼ ଚାକିରି। ଛୋଟ ଚାକିରି ନୁହେଁ, ନାମୀଦାମୀ ଚାକିରି।
ଏଥିରେ ସେମାନଙ୍କ ଦୋଷ ନାହିଁ। ତାହା ହେଲେ ଦୋଷ କାହାର? ଯେବେଠୁ ପିଲାଟି ପାଠ ପଢ଼ିବା ଆରମ୍ଭ କଲା ସେବେଠୁ ତା’ ମାଆ ବାପା ଏବଂ ଘରର ସମସ୍ତ ଗୁରୁଜନ ତାକୁ ବୁଝେଇବାରେ ଲାଗିଲେ କି ତୁ ମନଦେଇ ପାଠ ପଢ଼ । ପରୀକ୍ଷାରେ ଭଲ ନମ୍ବର ରଖେ। ତା’ ପରେ ସିନା ତୁ ଚାକିରି ପାଇବୁ। ଥରେ ଚାକିରି ପାଇଗଲେ ତୁ ଭଲରେ ରହିବୁ। ତୁ ଜୀବନରେ ଆଉ କେବେ ବି ହଇରାଣ ହବୁନି। ଅଭାବ ଅସୁବିଧା ରହିବନି। ତାକୁ ପ୍ରତ୍ୟେକ ଦିନ ଏଇ ମନ୍ତ୍ର ପଢ଼ା ଯାଏ ଯେ, ତୁ ଭଲ ପାଠ ପଢ଼ିବୁ ବଡ଼ ଚାକିରି କରିବୁ । ପିଲାଟି ତା’ ବାଲ୍ୟ ଅବସ୍ଥାରୁ ଶିଖିବାକୁ ଆରମ୍ଭ କଲା ମୁଁ ଗୋଟେ ବଡ଼ ଚାକିରି କରିବି। ଚାକିରିଟା ନିଶ୍ଚିତ ସରକାରୀ ହୋଇଥିବ। ବାସ୍ତବରେ ସରକାରୀ ଚାକିରି ଗୋଟେ ଆଶୀର୍ବାଦ। ଅଳ୍ପ ପରିଶ୍ରମରେ ଭଲ ପଇସା। ପୁଣି ମାସିକ ଦରମା ଚିନ୍ତା ନାହିଁ। ଯାହା ବି ହେଉ ଦରମା ସୁରକ୍ଷିତ। କେହି ବି ଚାକିରି ନେଇପାରିବେ ନାହିଁ। ସରକାରଙ୍କ ଭଲ ବିଭାଗରେ ଚାକିରି ମିଳିଲେ ଆହୁରି ଭଲ। କାହିଁକି ନା ସରକାରଙ୍କ ପ୍ରଦତ୍ତ ସମସ୍ତ ସୁବିଧା ସୁଯୋଗ ସହଜରେ ଉପଲବ୍ଧ ହେବ। ଉପରିସ୍ଥ ଅଧିକାରୀ ହେଉ କିମ୍ବା ତଳିଆ କର୍ମଚାରୀ ହେଉ ଉଭୟେ ମାଲା ମାଲ। ପକେଟ୍‌ରୁ ଟଙ୍କାଟିଏ ଖର୍ଚ୍ଚ ହେବାର ପ୍ରଶ୍ନ ନାହିଁ। ଭଲ ଦରମା। ଜୀବନଟା ଆନନ୍ଦରେ କଟିବ। ଆଉ କିଛି ଅସୁବିଧା ରହିବନି। ପ୍ରାଚୁର୍ଯ୍ୟ ହିଁ ପ୍ରାଚୁର୍ଯ୍ୟ। ପୁଣି ଅବସର ନେଲା ପରେ ପେନ୍‌ସନ ଅଛି। ଅବସର ପରବର୍ତ୍ତୀ ଆସ୍ଥା ବି ସୁରକ୍ଷିତ। ସେତେବେଳକୁ ଆର୍ଥିକ ଚିନ୍ତା ନ ଥିବ। ପିଲାଙ୍କ ଉପରେ ବୋଝ ହବନି। କାହା ଉପରେ ନିର୍ଭର କରିବାକୁ ପଡ଼ିବନି। ସମସ୍ତେ ଆଦର କରିବେ। ସମ୍ମାନ ଦେବେ। କେବଳ ସେତିକି ନୁହେଁ, ସମାଜରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି ହେବ। ଉଭୟେ ପିଲା ଓ ପରିବାର ସମ୍ମାନିତ ହୋଇ ଥାନ୍ତି। ଛୋଟ ପିଲାଟି ଯେତେବେଳେ ପ୍ରତିଦିନ ଏଇଭଳି କଥା ଶୁଣିବ, ନିଶ୍ଚିତ ତା’ମନରେ ଗୋଟେ ଆଶା ଜାଗ୍ରତ ହବ, କେମିତି ମୁଁ ଗୋଟେ ସରକାରୀ ଚାକିରି ପାଆନ୍ତି। କାହାର ଇଚ୍ଛା ନାହିଁ ଆରାମ ଦାୟକ ଜୀବନ ବିତାଇବା ପାଇଁ। ପିଲାଟି ତ ପିଲାବେଳୁ ଏହି ମନ୍ତ୍ରରେ ଅଭିମନ୍ତ୍ରିତ ହେଲା। ତା’ର ବା ଦୋଷ କ’ଣ?
ଦୋଷ କୋଉଠି ଖୋଜିବା। ଆମେ ତ ଅଭିଭାବକ ନିଜେ ହିଁ ଦାୟୀ। ପିଲାଟି ଟିକେ ବଡ଼ ହଉ ହଉ ଦୈନନ୍ଦିନ ସିଏ ପ୍ରତ୍ୟେକ କ୍ଷଣ ଘୋଷି ହେଲା ଚାକିରି କରିବି। ତା’ର ମୌଳିକ ଶିକ୍ଷା ପରେ ଆହୁରି ଅଧିକରୁ ଅଧିକ ପରିଶ୍ରମ କଲା କେମିତି କୋଉଠି ପରୀକ୍ଷା ଦବ, ଚାକିରି ପାଇବ। ଅନ୍‌ଲାଇନ୍‌ ଅଫ୍‌ ଲାଇନ୍‌ ସବୁ ଦିଗରୁ ଚାକିରି ଖୋଜିବାରେ ଲାଗିଲା। ତାକୁ ଭୋକ ନାହିଁ ଶୋଷ ନାହିଁ ଅବିରତ ପରିଶ୍ରମ ଚାଲିଛି। ତାକୁ ଚାକିରି ବିନା ଆଉ କିଛି ଦେଖାଯାଉ ନାହିଁ। ବିଚରା ସିଏ ବା କ’ଣ କରିବ। ସିଏ ତ ସେଇ ଗୋଟିଏ ଲକ୍ଷ୍ୟ ପାଇଁ ଯେମିତି ଜନ୍ମ ନେଇଛି। କିନ୍ତୁ ଯଦି ସେ କୌଣସି କାରଣରୁ ଚାକିରି ନ ପାଇଲା ତାହାହେଲେ କ’ଣ ହବ? ସେ ବିଷୟରେ ନା ଆମେ ଅଭିଭାବକ ଭାବିଛୁ ନା ପିଲାମାନଙ୍କୁ ଭାବିବାକୁ କେବେ କହିଛୁ। ତାହାହେଲେ ହବ କ’ଣ? ତାକୁ ତ ଅନ୍ୟ ପନ୍ଥା କିଛି ଜଣା ନାହିଁ। ସେ ବେକାରି ଲିଷ୍ଟରେ ନାମ ଲେଖାଉଛି। ଉଚ୍ଚଶିକ୍ଷିତ ହୋଇ ମଧ୍ୟ ଚାକିରି ନାହିଁ। ସେ ନିଜକୁ ଅଯୋଗ୍ୟ ମନେ କରୁଛି। ସବୁଠାରୁ ଦୂରେଇ ଯାଉଛି। କାହିଁକି ନା ସେ ରୋଜଗାରକ୍ଷମ ନୁହେଁ। ତା’ ଉପରେ ସରକାରୀ ମୋହର ଲାଗିନି। ତାକୁ କିଏ କାହିଁକି ପଚାରିବ। ନିଶ୍ଚିତ ରୂପେ ସେ ହତୋତ୍ସାହ ହୋଇଯିବ। ଏଇଭଳି ବହୁତ ଦୁର୍ଘଟଣା ବି ଘଟୁଛି ଯେଉଁଥିରେ ପିଲାମାନେ ଶେଷରେ ନିଜ ଜୀବନ ହାରି ଦେଉଛନ୍ତି। ତାଙ୍କୁ ଲାଗୁଛି ଚାକିରି ନାହିଁ ମାନେ ଜୀବନ ନାହିଁ। ଏଇଭଳି ଅବସ୍ଥାରେ ସମାଜର ଅବସ୍ଥା କ’ଣ ହବ? ଏଥିପାଇଁ ସମାଜ ଓ ଅଭିଭାବକ ଉଭୟେ ଦାୟୀ। ଅଭିଭାବକମାନେ ପିଲାଙ୍କୁ ଯୋଗ୍ୟ କରିବା ପରିବର୍ତ୍ତେ ସୁଶିକ୍ଷିତ ସରକାରୀ ଚାକର କରି ଗଢ଼ିବାକୁ ପ୍ରସ୍ତୁତ। ଏଥିରେ ତାଙ୍କର ଭାରି ଆନନ୍ଦ। ତାଙ୍କ ଧାରଣା ଏହା ଚିରସ୍ଥାୟୀ। ଏହାର ପ୍ରତିବଦଳ କିଛି ନାହିଁ। ଏହା ହିଁ ଏକ ମାତ୍ର ପଥ।
ବର୍ତ୍ତମାନ ଏହା ଏକ ମାନସିକ ବ୍ୟାଧି ହେଇଯାଇଛି। କ୍ୟାନ୍‌ସର ଭଳି ସମଗ୍ର ସମାଜକୁ ଗ୍ରାସ କରିଛି। ଏହି ରୋଗ ଏତେ କ୍ଷୀପ୍ର ଗତିରେ ମାଡ଼ି ଚାଲିଛି ଯେମିତି ଆଖି ପିଛୁଳାକେ ଆଉ କାହାକୁ ଛାଡ଼ିବନି। ଏହି ରୋଗର ନିରାକରଣ ନିହାତି ଆବଶ୍ୟକ। ନ ହେଲେ ବେକାରି ସମସ୍ୟା ଖାଲି ବଢ଼ିବ ତା’ ନୁହେଁ ବରଂ ଅର୍ଥନୀତି ସମ୍ପୂର୍ଣ୍ଣ ରୂପେ ପଙ୍ଗୁ ହୋଇଯିବ।

କୃଷ୍ଣପ୍ରିୟା ବେହେରା

ଅଧ୍ୟାପିକା, ଅର୍ଥନୀତି ବିଭାଗ, ଈମର୍ତ୍ତୀ ଦେବୀ ମହିଳା ମହାବିଦ୍ୟାଳୟ, କଟକ, ମୋ:୯୯୩୭୪୩୪୯୨୨

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?