ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ ପ୍ରାକୃତିକ ବିପର୍ଯ୍ୟୟ କୁହାଯାଏ । ମଣିଷର ଅବହେଳାରୁ ବିପଦ ଘଟିଲେ ତାକୁ ମାନବକୃତ ବିପଦ କୁହାଯିବା କଥା, ତଥାପି ଆମେ ତାକୁ ବିପର୍ଯ୍ୟୟ କହୁଛୁ ା ଏପରି ବିପଦକୁ ଟାଳିହେବ, ରୋକାଯାଇପାରିବ ଏବଂ ସ୍ବତଃ ରୋକିହେବାର ଯାନ୍ତ୍ରିକ କୌଶଳ ବି ଅଛି, ତାକୁ ଆମେ ବ୍ୟବହାର କରୁନାହୁଁ ବୋଲି ଘର, ହୋଟେଲ୍‌ ବା କାରଖାନାରେ ବିଜୁଳି ତାରରୁ ନିଆଁ ବାହାରି ଧନଜୀବନ ନଷ୍ଟ କରିଥାଏ। ଅଥଚ ବିଜୁଳିଜନିତ ଦୁର୍ଘଟଣାକୁ ରୋକିବାର ଯନ୍ତ୍ର ବା କୌଶଳ ଆମ ହାତରେ ଅଛି । କୌଣସି ଉତ୍ସବ ବା ପୂଜା ଆରମ୍ଭ କରାଯିବା ବେଳର ଯେଉଁ ପ୍ରଦୀପ ପ୍ରଜ୍ୱଳନ କାମ ହୁଏ, ତହିଁର ସଳିତାରେ ନିଅଁା ଲାଗିବାକୁ ଲକ୍ଷ୍ୟ କଲେ ଦେଖିବେ ସଳିତା ଉପରେ ଘିଅ ବା ତେଲ, ତା’ ଉପରେ କର୍ପୂର ଥାଏ। ଖାଲି ତୁଳା ସାଙ୍ଗେ ସାଙ୍ଗେ ଜଳିଯିବ, ଆଲୋକ ଶିଖା ହୋଇ ବେଶି ସମୟ ରଖିବା ପାଇଁ ଘିଅ ଦିଆଯାଏ, ଘିଅ ଜଳିବାକୁ ବେଶି ତାପ ଦରକାର (ତାର ଜ୍ୱଳନାଙ୍କ ବେଶି), ତେଣୁ ଦିଆସିଲି କାଠିକୁ ବେଶି ସମୟ ଧରିବାକୁ ପଡ଼େ। ଶୀଘ୍ର ଜଳେଇବା ଲାଗି ଆମେ ଘିଅବୋଳା ସଳିତା ଅଗରେ କର୍ପୂର ଥୋଇଦେଉ, କାରଣ କର୍ପୂରର ଜ୍ୱଳନାଙ୍କ ଖୁବ୍‌ କମ୍‌, ଦିଆସିଲି ମାରିଲା କ୍ଷଣି ଜଳି ଉଠିବ।
ପ୍ରତ୍ୟେକ ଜିନିଷର ଜ୍ୱଳନାଙ୍କ ଭିନ୍ନ । ବିଜୁଳି ତାର ଜଳିବାକୁ (ଅର୍ଥାତ୍‌ ତହିଁରୁ ଅଗ୍ନିଶିଖା ବାହାରିବାକୁ) ବହୁତ ଉଚ୍ଚର ତାପ ଦରକାର। ବିଜୁଳି ପ୍ରବାହ ତାର ବାଟେ ଯାଉଥିଲା ବେଳେ ତାର ବାଧା ଦିଏ ବୋଲି ତାହା ତାତିଯାଏ। ଗୋଟିଏ ବିଜୁଳି ପଏଣ୍ଟରୁ ଏକାଧିକ ତାର ନେଲେ ସେହି ପଏଣ୍ଟରେ ବେଶି ତାପ ଜନ୍ମେ। ତାର ଉପରେ ଆବରଣ ଥିବା ପ୍ଲାଷ୍ଟିକ୍‌ ବା ରବରର ଜ୍ୱଳନାଙ୍କ ପହଞ୍ଚତ୍ଗଲେ ତାହା ଜଳିଉଠେ। ବେଳେବେଳେ ତାରରେ ଯେତିକି ବିଜୁଳି ସ୍ରୋତ ଆସିବା କଥା, ତା’ଠାରୁ ବେଶି ଆସେ, ତାକୁ ସର୍ଜ କହନ୍ତି। ତାହା ନିଆଁ ଝୁଲ (ସ୍ପାର୍କ) ଛାଡ଼େ। ବାରମ୍ବାର ସ୍ପାର୍କ ହେଲେ ତାରର ଖୋଳପା (ପ୍ଲାଷ୍ଟିକ୍‌ ହେଉ କି ରବର)ର ଜ୍ୱଳନାଙ୍କ ପହଞ୍ଚତ୍ୟାଏ ଓ ତାହା ଜଳିଉଠେ। ନିଅଁାର ଲେଲିହାନ ଶିଖା ଗୋଟାକ ପରେ ଗୋଟାଏ ଜିନିଷ ପୋଡ଼ିଚାଲେ। ବିଜୁଳି ସ୍ରୋତ ଆପେ ଆପେ ବନ୍ଦ ହୋଇଯିବାର ମେକାନିଜମ୍‌ (ଯାନ୍ତ୍ରିକ କୌଶଳ) ଅଛି: ହୋଟେଲ, ମେଡିକାଲ୍‌ ବିଶେଷତଃ ଆଇସିୟୁ, ଥିଏଟର, ଯେଉଁଠି ବହୁତ ଗୁଡ଼ାଏ ତାର ଗୋଟିଏ ସକେଟ୍‌ରୁ ଏକ୍ସଷ୍ଟେସନ୍‌ ଭାବେ ବାହାରିଥାଏ, ସେଠାରେ ବିଜୁଳି ସ୍ରୋତର ପରିମାଣ ସୀମାତିରିକ୍ତ ହେଲେ ତାରଟିଏ ତାତି ତାତି ତାର ଇଗ୍ନିସନ୍‌ ପଏଣ୍ଟ ବା ଜଳିଉଠିବାର ତାପକୁ ଆସିଗଲେ ବିଜୁଳି ନିଆଁ ବ୍ୟାପିଯିବ । ବିଜୁଳି ଉତ୍ସରୁ ବ୍ୟବହାର ବିନ୍ଦୁଯାଏ ଯାଇଥିବା ତାରକୁ ଏକ ସର୍କିଟ୍‌ କୁହାଯାଏ। ଏହି ସର୍କିଟ୍‌କୁ ଦୁଇ ଭାଗ କରି (ବ୍ରେକର୍‌ ଲଗାଇ) ମଝିରେ (ଅର୍ଥାତ୍‌ ଇଲେକ୍‌ଟ୍ରିକ୍‌ ପାନେଲ୍‌ରେ) ଛୋଟ ପୃଥକ୍‌-କାରକ- ମିନିଏଚର ସର୍କିଟ୍‌ ବ୍ରେକର (ଏମ୍‌ସିବି, MCB)- ଲଗାଇଥିଲେ ତାହା ଉତ୍ସରୁ ଆସିଥିବା ତାର ତାତି ଜ୍ୱଳନାଙ୍କ ପାଖ ହେବା ବେଳକୁ ବିଜୁଳି ପ୍ରବାହ ବନ୍ଦ କରିଦିଏ। ତେଣୁ ବ୍ୟବହାର ହେଉଥିବା ପାତ୍ର ବା ଜିନିଷଟି ଆଉ ଚାଲେ ନାହିଁ। ପୋଡ଼ାଜଳାରୁ ରକ୍ଷା ମିଳେ। ଏମ୍‌ସିବି ବିଜୁଳି ଆଘାତ (ସକ୍‌)ରୁ ରକ୍ଷା କରିପାରେ ନାହିଁ। ଏଥିପାଇଁ ବିଜୁଳି ପାନେଲ୍‌ରେ ଆର୍‌ସିସିବି (ଅବଶିଷ୍ଟ ବା ବଳିଥିବା କରେଣ୍ଟର ସର୍କିଟ୍‌ ବ୍ରେକର, Residual Current Circuit Breaker)) ବା ଆର୍‌ ସି ବି ଓ (ଓଭରଲୋଡ୍‌ ବା ବଳିଥିବା କରେଣ୍ଟର ଭାରୀ ବୋଝକୁ ବିଚ୍ଛିନ୍ନକାରୀ ଯନ୍ତ୍ର, Residual Current Breaker with Overload)) ଲଗାଇବାକୁ ପଡ଼ିବ। ମନେରଖିବା କଥା ଯେ, ଆର୍‌ସିସିବି ବେଶି ସ୍ପର୍ଶକାତର, ମଣିଷକୁ ବି ରକ୍ଷା କରେ। ଏ କଳଗୁଡ଼ିକର ଦାମ୍‌ ବେଶି ଏବଂ ପ୍ରତି ତାରରେ ଲଗାଇବାକୁ ପଡୁଥିବାରୁ ମୋଟ ଖର୍ଚ୍ଚ ବହୁତ ବେଶି । କୋଉ ବର୍ଷ କେବେ ବିଜୁଳି ବିପର୍ଯ୍ୟୟ ଘଟିବ ବୋଲି ଆଜିଠୁ କୋଟିଏ ପାଖାପାଖି ଖର୍ଚ୍ଚ କରିବାକୁ କୌଣସି ମାଲିକ ଚାହେଁ ନାହିଁ, ଯେମିତି ସମୁଦ୍ରକୂଳବାସୀ କେଉଟ ବା ଭୁଶୁଡ଼ିବା ସମ୍ଭାବନା ଥିବା ଜମି ଉପରେ ଘର କରିଥିବା ଗରିବ ଲୋକ ପ୍ରତିଦିନ ଜୀବିକା ଅର୍ଜନ କରୁଥିବା ସ୍ଥାନ କୋଉ ଅକାଳେ ସକାଳେ ମୃତ୍ୟୁମୁଖରେ ପଡ଼ିପାରେ ବୋଲି ଆଜି ସେ ସରକାର ବତାଉଥିବା ନୂଆ ଜାଗାକୁ ଯାଏ ନାହିଁ; ସେହିଭଳି ଦିନେଅଧେ ନିଅଁାର ବିପଦ ଆସିପାରେ ବୋଲି ଆଜି କୋଟି କୋଟି କି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଚାହେଁ ନାହିଁ ତା’ ହସ୍ପିଟାଲ ବା ହୋଟେଲ୍‌ ବା ଟିଉସନ୍‌ କେନ୍ଦ୍ର ବା ଜନଗହଳି ହେଉଥିବା ରେସ୍ତୋରାଁ ପାଇଁ ଖର୍ଚ୍ଚ କରିବାକୁ।
ଏଇଥିପାଇଁ ସେମାନଙ୍କୁ ବାଧ୍ୟ କରିବାକୁ ଗଭର୍ନାନ୍ସ ବା ପ୍ରଶାସନରେ ଇନିସ୍‌ପେକ୍ସନ ବ୍ୟବସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ଓଡ଼ିଆ ଶବ୍ଦ ‘ପରିଦର୍ଶନ’ ଇଂରାଜୀ ଶବ୍ଦ ‘ଇନିସ୍‌ପେକ୍ସନ’ର ମର୍ମ ବା ପ୍ରକୃତ ଉଦ୍ଦେଶ୍ୟ ବୁଝାଏ ନାହିଁ । ସରକାରୀ ଯୋଜନାଗୁଡ଼ିକର ଠିକ୍‌ କାର୍ଯ୍ୟକାରିତାକୁ ନିଶ୍ଚିତ କରିବା, ଦୁର୍ନୀତି ରୋକିବା ଏବଂ ପ୍ରଶାସନିକ ସ୍ବଚ୍ଛତା ଓ କର୍ମଚାରୀମାନଙ୍କ ଦାୟିତ୍ୱବୋଧ ବଜାୟ ରଖିବା ପାଇଁ ଇନିସ୍‌ପେକ୍ସନ ଆବଶ୍ୟକ। ରାଜ୍ୟରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟସ୍ଥଳ (ସରଜମିନ) ପରିଦର୍ଶନ କରି ଯାଞ୍ଚ କରାଯାଏ, ତ୍ରୂଟିବିଚ୍ୟୁତି ସୁଧାରି ହୁଏ ା ଉପରିସ୍ଥ ଅଧିକାରୀମାନଙ୍କ ନିୟମିତ ଯାଞ୍ଚ ନିମ୍ନସ୍ତରର କର୍ମଚାରୀମାନଙ୍କୁ ସତର୍କ ଓ ଉତ୍ତରଦାୟୀ କରେ ା ବଜେଟ ଅନୁଯାୟୀ ଅର୍ଥର ସଦ୍‌ବ୍ୟବହାର ହେବା, ଦୁର୍ନୀତି ଓ ତୋସରପାତକୁ ଆରମ୍ଭରୁ ରୋକିବା, ଅଫିସରମାନେ ଲୋକଙ୍କ ସହ ସିଧାସଳଖ ମିଳାମିଶା କରି ସେମାନଙ୍କ ଅଭିଯୋଗ ଓ ଦୁଃଖ ଦୂର କରିବା ଏବଂ ସରକାରୀ ସେବା ପ୍ରଦାନକୁ ସହଜ ଓ ସରଳ କରିପାରିବା ଉପରିସ୍ଥ ଅଫିସରଙ୍କ ଇନିସ୍‌ପେକ୍ସନର ଅର୍ଥ ଏବଂ ପ୍ରଶାସନିକ ବ୍ୟବସ୍ଥାରେ ସ୍ବତନ୍ତ୍ର ଭାବରେ ସୃଷ୍ଟି ହୋଇଥିବା ଇନିସ୍‌ପେକ୍ଟରମାନଙ୍କ କାମ। ସରଜମିନରେ ନିୟମ ମୁତାବକ ନିର୍ଦ୍ଧାରିତ ଗାଇଡ୍‌ଲାଇନ ଅନୁଯାୟୀ କାର୍ଯ୍ୟ ନ ହୋଇଥିଲେ ଇନ୍ସପେକ୍ଟରମାନେ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବେ । କିନ୍ତୁ ଆଜିର ‘ପଲିଟିକ୍ସ’ (‘ରାଜନୀତି’ ଶବ୍ଦ ବ୍ୟବହାର କରିବା ଅଯୌକ୍ତିିକ ହେବ)ରେ ନେତାମାନେ ‘ବ୍ୟବସାୟ କରିବାକୁ ସହଜ ସହଳ କରିବା’ (Ease of Doing Business) ଆଳରେ ଇନ୍ସପେକ୍ଟରମାନଙ୍କୁ ହାତବାରିସି କରି ଲାଞ୍ଚ ନେବା ଆରମ୍ଭ କଲେଣି, ନିଯୁକ୍ତ ଠିକା ପରୀକ୍ଷା ଆଦିକୁ ଉପୁରି ପାଇବାର କାରବାର କରିଦେଲେଣି। ଅପରାଧୀମାନେ ବିଶେଷତଃ ଆର୍ଥିକ ଓ ଅର୍ଥନୈତିକ କାରବାରରେ ଇନ୍ସପେକ୍ଟରମାନଙ୍କୁ ଅସ୍ତ୍ର କରିପକାଇଛନ୍ତି । ନୂଆ ରୂପରେ ଲାଇସେନ୍ସ ଓ ଇନ୍‌ସପେକ୍ସନ ରାଜ୍‌ ଫେରିଆସିଛି, ଉଦାର ଗଣତନ୍ତ୍ର (ଲିବେରାଲ୍‌ ଡିମୋକ୍ରାସି) ଏବେ ଭୋଟ୍‌ କିଣିବାକୁ ଫ୍ରିବି ଦେବାର ଦଳୀୟ ଏକଚ୍ଛତ୍ର ଗଣତନ୍ତ୍ରରେ ପରିଣତ ହେବାକୁ ଯାଉଛିା

ସହଦେବ ସାହୁ

ମୋ: ୯୩୩୭୧୦୩୫୪୨

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?