କାଠପୋଲ ଛଡା ଆଉ ବାଟ ନାହିଁ

ପାରଳାଖେମୁଣ୍ଡି,୨୬।୧୧(ଡି.ଏନ୍‌.ଏ.): ସ୍ବାଧୀନତାର ୭୪ ବର୍ଷ ପରେ ମଧ୍ୟ ଗଜପତି ଜିଲା ରାୟଗଡ଼ ବ୍ଲକ ଜଳଙ୍ଗ ପଞ୍ଚାୟତର ଡୁମ୍ବା ଗାଁ ଅବହେଲିତ। ଗମନାଗମନ ପାଇଁ ଗାଁକୁ ରାସ୍ତା ନାହିଁ। ଏକରି କି ଗାଁ ନିକଟରେ ଥିବା ନାଳ ଉପରେ କାଠ ତିଆରି ଅସ୍ଥାୟୀ ପୋଲ ଲୋକଙ୍କ ଏକମାତ୍ର ଭରସା।

ଜଲାଙ୍ଗ ପଞ୍ଚାୟତର ଡୁମ୍ବା ଗାଁ ଲୋକେ ପ୍ରତିବର୍ଷ ବର୍ଷା ଦିନ ଜଳ ବନ୍ଦୀ ହୋଇ ନିଜ ଭାଗ୍ୟକୁ ଆଦରି ଗାଁରେ ପଡିରହୁଛନ୍ତି। ବର୍ଷା କମିଲେ ଗାଁ ଲୋକେ ଶ୍ରମଦାନ କରି ଜଙ୍ଗଲରୁ କାଠ ସଂଗ୍ରହ କରି ଅସ୍ଥାୟୀ ପୋଲ ନିର୍ମାଣ କରିଥାନ୍ତି। ରୋଗୀ, ଗର୍ଭବତୀଙ୍କୁ ଚିକିତ୍ସା ପାଇଁ ରାସ୍ତା ନ ଥିବାରୁ ଗାଁକୁ କୌଣସି ଗାଡି ପହଞ୍ଚି ପାରୁନାହିଁ। ପିଲାଙ୍କୁ ସ୍କୁଲ ଯିବାକୁ ହେଲେ ଏକମାତ୍ର ଚଲା ରାସ୍ତା କାଠ ପୋଲ। ଏ ନେଇ ଗଁା ଲୋକ ବାରମ୍ବାର ଜନପ୍ରତିନିଧୀ, ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ। ଏହି ସମ୍ପର୍କରେ ରାୟଗଡ଼ ବିଡିଓ ରଞ୍ଜିତ ପ୍ରତାପ ବଳଙ୍କୁ ପଚାରିବାରୁ ବିଜୁ ସେତୁ ଯୋଜନାରେ ବିଜ୍ର ନିର୍ମାଣ କରିବା ପାଇଁ ଗ୍ରାମ୍ୟଉନ୍ନୟନ ବିଭାଗକୁ କୁହାଯାଇଛି । ଖୁବ ଶୀଘ୍ର କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶୀ ନାଗରିକଙ୍କୁ ଗଞ୍ଜେଇ ଦେଲା କିଏ

ରାୟଗଡ଼ା,୨ା୧(ସ୍ବ.ପ୍ର.):ରାୟଗଡ଼ାରେ ରୁଷୀୟ ପର୍ଯ୍ୟଟକ ତଥା ସେଠାକାର ଏମ୍‌ପି ଆଣ୍ଟୋଭ ପାଭେଲ ଏବଂ ତାଙ୍କ ବନ୍ଧୁ ଭ୍ଲାଡିମିର ବିଦାନୋଭଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ...

ଟ୍ରେନ୍‌ରେ କଟି ବୃଦ୍ଧଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ, ୧୯।୮ (ଡି.ଏନ.ଏ.)- ଭଦ୍ରକ ଜିଲା ମଞ୍ଜୁରିରୋଡ ରେଳ ଷ୍ଟେଶନ ନିକଟରେ ସୋମବାର ଟ୍ରେନ୍‌ରେ କଟି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସ୍ଥାନୀୟ...

ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣା: ଏସ୍‌ପିଙ୍କଠାରୁ ସୁରକ୍ଷା ଲୋଡିଲେ ମୃତକଙ୍କ ପୁଅ

ବଲାଙ୍ଗୀର ଅଫିସ, ୧୭ା୯: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ତଥା ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗ୍ରାମ ପଞ୍ଚାୟତର ଚିଟିକାମାଲ ଗାଁରେ ଗୁଣିଗାରେଡି ସନ୍ଦେହରେ ସୋମବାର...

‘ଗୋପରେ ଖୁବ୍‌ଶୀଘ୍ର ପ୍ରାକୃତିକ ଗ୍ୟାସ ଖନନ’

ଗୋପ,୨।୮(ଡି.ଏନ୍‌.ଏ.):ପୁରୀ ଜିଲା ଗୋପ ବ୍ଲକ ଅଞ୍ଚଳରେ ଖୁବ୍‌ଶୀଘ୍ର ପ୍ରାକୃତିକ ଗ୍ୟାସ୍‌ ଖନନ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଏଠାରେ ତୈଳ ଓ ପ୍ରାକୃତିକ ଗ୍ୟାସ ଭରପୂର...

ଷ୍ଟିମ୍‌ ପାଇପ୍‌ ବେଲ୍‌ ଫାଟି ଇଞ୍ଜିନିୟର ସମେତ ତିନି ଶ୍ରମିକ ଗୁରୁତର: କ୍ଷତି ପୂରଣ ଦାବିରେ ଆନ୍ଦୋଳନ

ଗଞ୍ଜାମ,୬।୧୦(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀରେ ମଙ୍ଗଳବାର ସକାଳେ ଏକ ଅଘଟଣ ଘଟିଛି ।କମ୍ପାନୀର ଷ୍ଟିମ ପାଇପ୍‌ ବେଲ୍‌ ଫାଟିଯିବା ଫଳରେ ସେଠାରେ କାର୍ଯ୍ୟରତ ଜଣେ...

ଆଜିଠାରୁ ଭୁବନେଶ୍ୱର-ଜୁନାଗଡ଼ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର, ୨୪।୮ (ବ୍ୟୁରୋ): କଳାହାଣ୍ଡିବାସୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱରରୁ ଜୁନାଗଡ଼ ପର୍ଯ୍ୟନ୍ତ ସ୍ବତନ୍ତ୍ର ଭାବେ ଚାଲିବ ଟ୍ରେନ୍‌। ଭୁବନେଶ୍ୱର-ଜୁନାଗଡ଼ ରୋଡ୍‌-ଭୁବନେଶ୍ୱର ଏକ୍ସପ୍ରେସ (ନଂ.୧୮୪୩୭-୧୮୪୩୮) ଶନିବାରଠାରୁ...

କଟକରେ ୩ଜଣଙ୍କୁ ଗଳାକାଟି ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଗିରଫ ପାଇଁ ମିଳୁନି ଦୃଢ଼ ପ୍ରମାଣ

କଟକ ଅଫିସ,୩୧।୭: ଗୋଟିଏ ଦିନରେ ୩ଜଣଙ୍କୁ ଗଳାକାଟି ହତ୍ୟା ଘଟଣାର ସନ୍ଦିଗ୍ଧ ଅଭିଯୁକ୍ତ ଏବେ ପୋଲିସ କବ୍‌ଜାରେ ରହିଛନ୍ତି। ସୋମବାର ପୂର୍ବାହ୍ନରେ ସନ୍ଦିଗ୍ଧ ନାରାୟଣ ସାହୁଙ୍କୁ...

ଜଳସେଚନର ସୁପରିଚାଳନା ପାଇଁ ପ୍ରଭାରୀ ନିୟୋଜିତ

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ରାଜ୍ୟରେ ଜଳସେଚନର ସୁପରିଚାଳନା ପାଇଁ ରାଜ୍ୟ ଜଳ ସମ୍ପଦ ବିଭାଗ ତରଫରୁ ‘ଜଳ ପ୍ରଭାରୀ’ଙ୍କୁ ନିୟୋଜିତ କରାଯାଇଛି। ସୋମବାର ବିଭାଗୀୟ ପ୍ରମୁଖ ଶାସନ...

Advertisement
Archives

Model This Week