Posted inଖେଳ

ମହିଳା ଟି୨୦ ଚ୍ୟାଲେଞ୍ଜ୍‌: ଭେଲୋସିଟି ବିଜୟୀ

ଶାରଜା, ୫।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ବୁଧବାର ବ୍ରେକ୍‌ ଥିବାବେଳେ ଆରମ୍ଭ ହୋଇଛି ମହିଳା ଟି୨୦ ଚ୍ୟାଲେଞ୍ଜ୍‌ ପ୍ରତିଯୋଗିତା। ଲୋ ସ୍କୋରିଂ ବିଶିଷ୍ଟ ପ୍ରଥମ ମ୍ୟାଚରେ ଭେଲୋସିଟି ୫ ଉଇକେଟରେ ସୁପରନୋଭାସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ସୁପରନୋଭାସ୍‌ ୨୦ ଓଭରରେ ୮ ଉଇକେଟ ହରାଇ ୧୨୬ ରନ କରିଥିବାବେଳେ ଭେଲୋସିଟି ୧୯.୫ ଓଭରରେ ୫ ଉଇକେଟ ହରାଇ ୧୨୯ ରନ ସଂଗ୍ରହ କରି ନେଇଥିଲା।
ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଭେଲୋସିଟି ଦଳର ଅଧିନାୟିକା ମିଥାଲି ରାଜ। ସୁପର ନୋଭାସ ଭଲ ଆରମ୍ଭ କରିଥିଲେ ହେଁ ବଡ଼ ପାର୍ଟନରଶିପ୍‌ ଅଭାବରୁ ସମ୍ମାନଜନକ ସ୍କୋର କରିପାରି ନ ଥିଲା। ଓପନିଂ ଯୋଡ଼ିରେ ୩୨ ବଲ୍‌ରୁ ୩୦ ରନ ହେବାପରେ ପ୍ରିୟା ପୁନିୟା ୧୧ ରନ କରି ଆଉଟ ହୋଇଥିଲେ। ଅନ୍ୟତମ ଓପନର ଶ୍ରୀଲଙ୍କାର ଚାମରି ଆଟାପାଟ୍ଟୁ ସର୍ବାଧିକ ୪୪(୩୯ ବଲ, ୨ ଚୌକା, ୨ ଛକା) ରନ କରିଥିବାବେଳେ ଅଧିନାୟକ ହରମନପ୍ରୀତ କୌର ଦ୍ୱିତୀୟ ସର୍ବାଧିକ ୩୧(୨୭ ବଲ, ୧ ଚୌକା, ୨ ଛକା) ରନର ଯୋଗଦାନ ଦେଇଥିଲେ। ଚାମରି ଓ ହରମନପ୍ରୀତଙ୍କ ୩ୟ ଉଇକେଟ ଯୋଡ଼ିରେ ସର୍ବାଧିକ ୪୭ ରନର ଭାଗୀଦାରି ହୋଇଥିଲା। ଅନ୍ୟ ବ୍ୟାଟ୍ସଓମ୍ୟାନମାନେ ବିଫଳ ହେବାରୁ ସୁପରନୋଭାସ ୨୦ ଓଭରରେ ୮ ଉଇକେଟ ହରାଇ ୧୨୬ ରନ କରିବାକୁ ସକ୍ଷମ ହୋଇଥିଲା। ଜେମିକା ରୋଡ୍ରିଗ୍ବେଜ ମାତ୍ର ୭, ଶଶିକଳା ଶିରିବର୍ଦ୍ଧନେ ୧୮ ରନ କରିଥିବାବେଳେ ପୂଜା ବସ୍ତ୍ରକାର ଖାତା ଖୋଲିପାରି ନ ଥିଲେ। ଉଭୟ ଚାମରି ଓ ହରମନପ୍ରୀତଙ୍କ ଉଇକେଟ ନେଇ ସୁପରନୋଭାସକୁ ବ୍ୟାକ୍‌ଫୁଟକୁ ଠେଲି ଦେଇଥିଲେ ଭେଲୋସିଟି ବୋଲର ଜାହାନରା ଆଲାମ। ଅନ୍ୟ ବୋଲରଙ୍କ ମଧ୍ୟରେ ଏକତା ବିସ୍ତ ୨୨ ରନ ଦେଇ ସର୍ବାଧିକ ୩ଟି ଉଇକେଟ ପାଇଥିବାବେଳେ ନ୍ୟୁଜିଲାଣ୍ଡ ଅଫ୍‌ସ୍ପିନର ଲେଗ୍‌ କାସ୍ପେରେକ୍‌ଙ୍କୁ ୨ଟି ଉଇକେଟ ମିଳିଥିଲା।
୧୨୭ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭେଲୋସିଟି ମାତ୍ର ୧୭ ରନ ମଧ୍ୟରେ ଦୁଇ ଓପନର ଡାନିଏଲ ଓ୍ବାଟ(୦) ଓ ଶେଫାଳି ବର୍ମା(୧୭)ଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। ଦକ୍ଷିଣ ଆଫ୍ରିକାର ଆୟାବୋଙ୍ଗା ଖାକା ଚମତ୍କାର ବୋଲିଂ କରି ଏହି ୨ଟି ଉଇକେଟ ନେଇଥିଲେ। ଅଧିନାୟିକା ମିଥାଲି ମାତ୍ର ୭ ରନ କରି ପ୍ୟାଭିଲିୟନ ଫେରିବାରୁ ଦଳର ବିଜୟ ଆଶା ମଉଳି ଯାଇଥିଲା। ବେଦ କ୍ରିଷ୍ଣମୂର୍ତ୍ତୀ ଭଲ ଖେଳିଥିଲେ ହେଁ ୨୮ ବଲ୍‌ରୁ ୨୯(୪ ଚୌକା) ରନ କରି ଆଉଟ ହୋଇଥିଲେ। ସୁଷମା ବର୍ମା ଓ ସୁନେ ଲୁସ୍‌ ୫ମ ଉଇକେଟରେ ୫୧ ରନ ଯୋଡ଼ି ଦଳକୁ ବିଜୟ ଦ୍ୱାରରେ ପହଞ୍ଚାଇ ଦେଇଥିଲେ। ୮ ବଲ୍‌ରୁ ୧୧ ରନ ଆବଶ୍ୟକ ହେଉଥିବାବେଳେ ସୁଷମା ବଡ଼ ଶଟ୍‌ ଖେଳିବାକୁ ଯାଇ ଆଉଟ ହୋଇ ଯାଇଥିଲେ। ସେ ୩୩ ବଲ୍‌ରୁ ୩୪(୨ ଛକା) ରନ କରିଥିଲେ। ଶେଷ ଓଭରରୁ ବିଜୟ ପାଇଁ ୯ ରନ ଆବଶ୍ୟକ ହେଉଥିଲା। ଲୁସ୍‌ ଓ ଶିଖା ପାଣ୍ଡେ ଗୋଟିଏ ବଲ୍‌ ବାକିଥାଇ ବିଜୟ ପାଇଁ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲେ। ଲୁସ୍‌ ୨୧ ବଲ୍‌ରୁ ୩୭(୪ ଚୌକା, ୧ ଛକା) ଓ ଶିଖା ୨ ରନକରି ଅପରାଜିତ ରହିଥିଲେ। ସୁପରନୋଭାସ ବୋଲରଙ୍କ ମଧ୍ୟରେ ଖାକା ୨ଟି ଏବଂ ରାଧା ଯାଦବ, ପୁନମ ଯାଦବ ଓ ଶଶିକଳା ଶିରିବର୍ଦ୍ଧନେ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ସୁପରନୋଭାସ ୨୦ ଓଭରରେ ୧୨୬/୮(ଚାମରି-୪୪, ହରମନପ୍ରୀତ-୩୧, ଏକତା-୩/୨୨, ଜାହାନରା-୨/୨୭, କାସ୍ପେରେକ୍‌-୨/୨୩)। ଭେଲୋସିଟି ୧୯.୫ ଓଭରରେ ୧୨୯/୫ (ଲୁସ୍‌-୩୭*, ସୁଷମା-୩୪, କ୍ରିଷ୍ଣମୂର୍ତ୍ତୀ-୨୯, ଖାକା-୨/୨୭, ରାଧା-୧/୨୫, ପୁନମ-୧/୨୭, ଶଶିକଳା-୧/୩୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri