Posted inଖେଳ

ମହିଳା ଟି୨୦ ଚ୍ୟାଲେଞ୍ଜ:ଟ୍ରେଲ୍‌ବ୍ଲେଜର୍ସ ପ୍ରଥମଥର ଚାମ୍ପିୟନ

ଶାରଜା, ୧୦।୧୧-
ଟ୍ରେଲ୍‌ବ୍ଲେଜର୍ସ ମହିଳା ଟି୨୦ ଚ୍ୟାଲେଞ୍ଜରେ ପ୍ରଥମଥରପାଇଁ ଚାମ୍ପିୟନ ହୋଇଛି। ସୋମବାର ଅନୁଷ୍ଠିତ ଫାଇନାଲରେ ସ୍ମୃତି ମାନ୍ଧାନାଙ୍କ ଏହି ଦଳ ଗତ ୨ ଥର ଚାମ୍ପିୟନ ସୁପରନୋଭାସକୁ ୧୬ ରନରେ ପରାସ୍ତ କରିଛି। ସ୍ପିନରଙ୍କ ପ୍ରାଧାନ୍ୟ ବିଶିଷ୍ଟ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଟ୍ରେଲ୍‌ବ୍ଲେଜର୍ସ ୨୦ ଓଭରରେ ୮ ଉଇକେଟ ହରାଇ ୧୧୮ ରନ କରିଥିଲା। ୧୧୯ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ସୁପରନୋଭାସ ୨୦ ଓଭରରେ ୭ ଉଇକେଟ ହରାଇ ୧୦୨ ରନ କରି ପାରିଥିଲା। ଫଳରେ ଟୁର୍ନାମେଣ୍ଟର ପ୍ରଥମ ଖେଳାଳିଭାବେ ୫ ଉଇକେଟ ସଫଳତା ଲାଭ କରିଥିବା ସୁପରନୋଭାସ୍‌ର ରାଧା ଯାଦବଙ୍କ ପ୍ରଦର୍ଶନ ଫିକା ପଡ଼ିଛି। ପୂର୍ବ ଦୁଇ ସଂସ୍କରଣରେ ସୁପରନୋଭାସ ଚାମ୍ପିୟନ ହୋଇଥିଲା। ଏଥର ପରାଜୟ ଯୋଗୁ ଦଳର ହ୍ୟାଟ୍ରିକ ଟାଇଟଲ ଆଶା ଅଧୁରା ରହିଛି। ୨୦୧୮ ଫାଇନାଲରେ ଟ୍ରେଲ୍‌ବ୍ଲେଜର୍ସକୁ ହରାଇଥିଲା ସୁପରନୋଭାସ। ୨୦୨୦ରେ ଚାମ୍ପିୟନ ହୋଇ ସ୍ମୃତିଙ୍କ ଦଳ ଏହାର ମଧୁର ପ୍ରତିଶୋଧ ନେଇଛି।
ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ସୁପରନୋଭାସ ଅଧିନାୟିକା ହରମନପ୍ରୀତ କୌର। ଟ୍ରେଲବ୍ଲେଜର୍ସ କିନ୍ତୁ ବଢ଼ିଆ ଆରମ୍ଭ କରିଥିଲା। ଅଧିନାୟିକା ସ୍ମୃତି ମାନ୍ଧାନା ଓ ଡିଅଣ୍ଡ୍ରା ଡୋଟିନ ପାଓ୍ବାରପ୍ଲେ ୬ ଓଭରରେ ୪୫ ରନ ସଂଗ୍ରହ କରି ବଡ଼ ସ୍କୋର ପାଇଁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲେ। ମାତ୍ର ଡୋଟିନ ଧିମା ଖେଳିବାରୁ ପରବର୍ତ୍ତୀ ୮ରୁ ୧୧ ଓଭର ମଧ୍ୟରେ ମାତ୍ର ୧୫ ରନ ସଂଗ୍ରହ ହେବାରୁ ରନହାର କମି ଯାଇଥିଲା। ଓପନିଂ ଯୋଡ଼ିରେ ୭୧ ରନ ଯୋଗ ହେବାପରେ ସଂଘର୍ଷ କରୁଥିବା ଡୋଟିନ ୧୨ତମ ଓଭରର ପ୍ରଥମ ବଲ୍‌ରେ ଆଉଟ ହୋଇଥିଲେ। ପୁନମ ଯାଦବ ସୁପରନୋଭାସକୁ ଏହି ବ୍ରେକ୍‌ଥ୍ରୁ ଦେଇଥିଲେ। ଡୋଟିନ ୩୨ ବଲ୍‌ରୁ ମାତ୍ର ୨୦ ରନ କରି ପାରିଥିଲେ। ମାନ୍ଧାନା ଖେଳିଥିଲେ ଅଧିନାୟିକା ଇନିଂସ। ସେ ମାତ୍ର ୩୮ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ମାତ୍ର ତାଙ୍କୁ ଅପରପଟରେ କେହି ଷ୍ଟ୍ରୋକପୂର୍ଣ୍ଣ ଇନିଂସ ଖେଳିପାରି ନ ଥିଲେ। ଫଳରେ ୧୫ତମ ଓଭରରେ ଯାଇ ଦଳୀୟ ସ୍କୋର ୧୦୦ ଅତିକ୍ରମ କରିଥିଲା। ୧୫ତମ ଓଭର ବୋଲିଂ କରିଥିବା ଶଶିକଳା ଶିରିବର୍ଦ୍ଧନେଙ୍କ ୫ମ ବଲ୍‌କୁ ବଡ଼ ଶଟ୍‌ ଖେଳିବାକୁ ଯାଇ ଷ୍ଟମ୍ପିଂ ହୋଇଯାଇଥିଲେ ମାନ୍ଧାନା। ୪୯ ବଲ୍‌ ଖେଳିଥିବା ମାନ୍ଧାନା ୫ ଚୌକା ଓ ୩ ଛକା ସହାୟତାରେ ୬୮ ରନ ସ୍କୋର କରିଥିଲେ। ଫଳରେ ୧୫ ଓଭର ଶେଷ ବେଳକୁ ଦଳୀୟ ସ୍କୋର ୧୦୧/୨ ହୋଇ ଯାଇଥିଲା। ମାତ୍ର ଶେଷ ୫ ଓଭରରେ ଟ୍ରେଲବ୍ଲେଜର୍ସ ଲଜ୍ଜାଜନକ ବ୍ୟାଟିଂ କରି ମାତ୍ର ୧୭ ରନରେ ୫ ଉଇକେଟ ହରାଇଥିଲା। ଫଳରେ ସ୍କୋର ୧୧୮/୮ରେ ରହି ଯାଇଥିଲା। କେବଳ ରାଧା ଯାଦବଙ୍କ ଶେଷ ଓଭରରେ ୪ଟି ଉଇକେଟ ପତନ ଘଟିଥିଲା। ରାଧା ୩ଟି ଉଇକେଟ ନେଇଥିବାବେଳେ ନଟକନ ଚନ୍ତମ ରନ୍‌ଆଉଟ ହୋଇଥିଲେ। ଟ୍ରେଲ୍‌ବ୍ଲେଜର୍ସର ୬ ବ୍ୟାଟ୍ସଓମ୍ୟାନ ଦୁଇଅଙ୍କ ଛୁଇଁପାରି ନ ଥିଲେ। ମହିଳା ଟି୨୦ ଚ୍ୟାଲେଞ୍ଜରେ ପ୍ରଥମ ଖେଳାଳିଭାବେ ୫ ଉଇକେଟ ସଫଳତା ଲାଭକରି ରାଧା ରେକର୍ଡ କରିଥିଲେ। ସେ ନିଜ ୪ ଓଭର ସ୍ପେଲରେ ମାତ୍ର ୧୬ ରନ ଦେଇ ୫ ଉଇକେଟ ନେଇଥିଲେ। ଏହା ପୂର୍ବରୁ ରାଧା କେବେ ୫ ଉଇକେଟ ସଫଳତା ପାଇ ନ ଥିଲେ। ଅନ୍ୟ ସୁପରନୋଭାସ ବୋଲରଙ୍କ ମଧ୍ୟରେ ପୁନମ ଯାଦବ ଓ ଶଶିକଳା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ବିଜୟ ଲକ୍ଷ୍ୟ ବଡ଼ ନ ଥିଲେ ହେଁ ୩୭ ରନ ମଧ୍ୟରେ ୩ଟି ଉଇକେଟ ହରାଇ ସୁପରନୋଭାସ ଚାପକୁ ଆସିଥିଲା। ଫର୍ମରେ ଥିବା ଚାମରି ଆଟାପାଟ୍ଟୁ ୬, ଜେମିମା ରୋଡ୍ରିଗ୍ବେଜ ୧୩ ଓ ତାନିୟା ଭାଟିଆ ୧୪ ରନ କରି ଆଉଟ ହୋଇଥିଲେ। ମିଡିଲ ଅର୍ଡରରେ ଶଶିକଳା ଶିରିବର୍ଦ୍ଧନେ ଅଧିନାୟିକା ହରମନପ୍ରୀତଙ୍କ ସହ ଷ୍ଟ୍ରାଇକ୍‌ ରୋଟେଟ୍‌ କରି ଇନିଂସକୁ ଆଗେଇ ନେଇଥିଲେ। ମାତ୍ର ସେ ୧୮ ବଲ୍‌ରୁ ୧୯ ରନ କରି ଆଉଟ ହୋଇ ଯାଇଥିଲେ। ୨ ଓଭରରୁ ୨୮ ରନ ଆବଶ୍ୟକ ହେଉଥିବାରୁ ସ୍ବାଭାବିକଭାବେ ଉଷ୍ମତା ବଢ଼ିଥିଲା। ୧୯ତମ ଓଭରରେ ଅନୂଜା ପାଟିଲ ରନ୍‌ଆଉଟ ହୋଇ ଯାଇଥିବାବେଳେ ହରମନପ୍ରୀତ ୩୦(୩୬ ବଲ, ୨ ଚୌକା) ସଲ୍‌ମା ଖାତୁନଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇ ଯାଇଥିଲେ। ଏଥିସହ ସୁପରନୋଭାସର ବିଜୟ ଆଶା ଶେଷ ହୋଇ ଯାଇଥିଲା। ଏହି ଓଭରରେ ପୂଜା ବସ୍ତ୍ରକାର ମଧ୍ୟ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ଶେଷ ଓଭରରୁ ମାତ୍ର ୭ ରନ ସଂଗ୍ରହ କରିବାରୁ ସୁପରନୋଭାସ ଇନିଂସ ୧୦୨/୭ରେ ସୀମିତ ରହିଥିଲା। ଟ୍ରେଲ୍‌ବ୍ଲେଜର୍ସ ପକ୍ଷରୁ ସଲ୍‌ମା ଖାତୁନ ସର୍ବାଧିକ ୩ଟି, ଦୀପ୍ତି ଶର୍ମା ୨ଟି ଓ ସୋଫି ଏକେଲଷ୍ଟୋନ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଟ୍ରେଲ୍‌ବ୍ଲେଜର୍ସ ୨୦ ଓଭରରେ ୧୧୮/୮(ମାନ୍ଧାନା-୬୮, ରାଧା-୫/୧୬, ପୁନମ-୧/୨୩, ଶଶିକଳା-୧/୨୨)। ସୁପରନୋଭାସ ୨୦ ଓଭରରେ ୧୦୨/୭ (ହରମନପ୍ରୀତ-୩୦, ସଲ୍‌ମା-୩/୧୮, ଦୀପ୍ତି-୨/୯, ଏକଲେଷ୍ଟୋନ-୧/୨୬)। ,


Enter your email to get our daily news in your inbox.

All Right Reserved By Dharitri.Com

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?