ଅନିଶ୍ଚିତତାରେ ଗଡ଼ୁନି ବସ୍‌

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): କରୋନା ସଂକ୍ରମଣ ଭୟ ରହିଥିବାରୁ ସାଧାରଣ ପରିବହନକୁ ଆପଣାଇବାକୁ ଯାତ୍ରୀମାନେ କୁଣ୍ଠାବୋଧ କରୁଛନ୍ତି। ଫଳରେ ବସ୍‌ ସେବା ସବୁଠାରୁ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି। ଏଥିଯୋଗୁ ୧୪ ହଜାର ଘରୋଇ ବସ୍‌ ମଧ୍ୟରୁ ପ୍ରାୟ ୧୨ ହଜାର ନଷ୍ଟ ହେବା ଅବସ୍ଥାକୁ ଆସିଗଲାଣି। ଯଦିଓ ଲକ୍‌ଡାଉନ ଓ ଶଟ୍‌ଡାଉନ ଭଳି କଟକଣା ନାହିଁ, ଯାତ୍ରୀ ଅଭାବ ବସ୍‌ ମାଲିକଙ୍କ ସମସ୍ୟା ବଢ଼ାଇ ଦେଇଛି। ଏବେ କଁା ଭଁା ରାସ୍ତାରେ ଚାଲୁଥିବାବେଳେ ଅଧିକାଂଶ ଅନିଶ୍ଚିତତା ମଧ୍ୟରେ ଗଡ଼ୁନି। କାରଣ ଶାରୀରିକ ଦୂରତା ରକ୍ଷା କରି ଯାତ୍ରୀଙ୍କୁ ନେବା ସହ ରୋଡ୍‌ ଟ୍ୟାକ୍ସ ଓ ବୀମା ଅର୍ଥ ଦେବାକୁ ପଡୁଛି। ଫଳରେ ବସ୍‌ର ଖର୍ଚ୍ଚ ଉଠିବା କଷ୍ଟସାଧ୍ୟ ହୋଇପଡିଛି। ଯଦି ଆଗକୁ ପରିସ୍ଥିତି ନ ସୁଧୁରିବ ତେବେ ଚଳାଚଳ କରୁଥିବା ବସ୍‌ ପୁଣି ବନ୍ଦ ହୋଇଯିବା ଆଶଙ୍କା ରହିଛି।
ବସ୍‌ ମାଲିକଙ୍କ ଉପରୁ ଆର୍ଥିକ ବୋଝ କମାଇବାକୁ ରାଜ୍ୟ ସରକାର ଏପ୍ରିଲରୁ ଜୁନ୍‌ ଯାଏ ରୋଡ୍‌ ଟ୍ୟାକ୍ସ ସମ୍ପୂର୍ଣ୍ଣ ଛାଡ଼ କରି ଦେଇଥିଲେ। ସେହିପରି ଚାଲୁଥିବା ବସ୍‌ଗୁଡିକରୁ ଜୁଲାଇରେ ୨୫%, ଅଗଷ୍ଟରେ ୫୦ ଓ ସେପ୍ଟେମ୍ବରରେ ୭୫% ଟିକସ ଛାଡ଼ କରାଯାଇଛି। ଅକ୍ଟୋବରରୁ ବସ୍‌ଗୁଡିକୁ ସମ୍ପୂର୍ଣ୍ଣ ଟିକସ ଦେବାକୁ ପଡୁଛି। ରାଜ୍ୟରେ ଏବେ ମାତ୍ର ୨ହଜାର ବସ୍‌ ଚଳାଚଳ କରୁଛି। ବସ୍‌ଗୁଡିକ ଉପରେ ପ୍ରାୟ ୪୫ ହଜାର କର୍ମଚାରୀ ନିର୍ଭର କରୁଛନ୍ତି। ସେମାନଙ୍କ ପରିବାରକୁ ମିଶାଇଲେ ବସ୍‌ ପରିବହନ ଉପରେ ପ୍ରାୟ ୨.୫ ଲକ୍ଷ ଲୋକ ନିର୍ଭରଶୀଳ। ତେବେ ଗତ ମାର୍ଚ୍ଚରୁ ଏହି କ୍ଷେତ୍ରରେ ଜୀବିକା ଧୂଳିସାତ୍‌ ହୋଇଯାଇଛି। ବସ୍‌ ଗଡ଼ିଲା ମାତ୍ରେ ମାଲିକଙ୍କୁ ସମସ୍ତ ଖର୍ଚ୍ଚ ମିଶାଇ ଦୈନିକ ଅତି କମ୍‌ରେ ୧୫ ହଜାର ଟଙ୍କା ଖର୍ଚ୍ଚ ବହନ କରିବାକୁ ପଡୁଛି। ଯାତ୍ରୀ ସଂଖ୍ୟା କମ୍‌ ରହୁଥିବାରୁ ମାଲିକଙ୍କ ଉପରେ ଆର୍ଥିକ ବୋଝ ବଢ଼ିଚାଲିଛି। କେବଳ ସେତିକି ନୁହେଁ, ବସ୍‌ ପାଇଁ ବାର୍ଷିକ ପ୍ରାୟ ୧ ଲକ୍ଷ ୨୦ ହଜାର ଟଙ୍କାର ବୀମା ଭରିବାକୁ ପଡୁଛି। ଏ ସବୁକୁ ଦେଖି ଅନେକ ବସ୍‌ ମାଲିକ ଯାତ୍ରୀ ପରିବହନ ବ୍ୟବସାୟକୁ ସବୁଦିନ ଲାଗି ବନ୍ଦ କରିବାକୁ ନିଷ୍ପତ୍ତି ନେଲେଣି।
ସ୍କୁଲ, କଲେଜ, ଧର୍ମାନୁଷ୍ଠାନ ବନ୍ଦ ରହିବା ଯୋଗୁ ଯାତ୍ରୀ ପରିବହନ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପୁରୀ ଶ୍ରୀମନ୍ଦିର ବନ୍ଦ ଥିବାରୁ ପୁରୀକୁ ବସ୍‌ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଚଳାଚଳ ହେଉ ନ ଥିବାରୁ ବସ୍‌ଗୁଡିକ ନଷ୍ଟ ହେବାକୁ ବସିିଲାଣି। ମାଲିକମାନେ ଋଣ କରି ବସ୍‌ କିଣିଛନ୍ତି। ଫଳରେ କିସ୍ତି ଦେଇ ନ ପାରି ସେମାନେ ଦେବାଳିଆ ଅବସ୍ଥାକୁ ଆସିଗଲେଣି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାର ପରିସ୍ଥିତି ସ୍ବାଭାବିକ ନ ହେବା ଯାଏ ସମ୍ପୂର୍ଣ୍ଣ ଟିକସ ଛାଡ଼ କରିବା ସହ ବୀମା ଅବଧି ବଢ଼ାଇବାକୁ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି।
କେବଳ ବସ୍‌ ନୁହେଁ, ରାଜ୍ୟରେ ପ୍ରାୟ ୪ ଲକ୍ଷ ଅଟୋରିକ୍ସା, ୧ ଲକ୍ଷରୁ ଊର୍ଦ୍ଧ୍ୱ ଟ୍ୟାକ୍ସି ପ୍ରଭାବିତ ହୋଇଛି। ଅଟୋ ଚାଳକ ବିଦ୍ୟାଧର ସାହୁ କହିଛନ୍ତ, ଋଣରେ ଅଟୋ କିଣି ଚଲାଉଛି। ଦିନକୁ ସବୁ ଖର୍ଚ୍ଚ ଯାଇ ୫୦୦ ଟଙ୍କା ହେଉଥିଲା। କରୋନା ଯୋଗୁ ୩ ମାସ ବସି ରହିଲୁ। କିସ୍ତି ଶୁଝିବା ବଡ଼ କଷ୍ଟ ହୋଇଛି। ଲକ୍‌ଡାଉନ ଖୋଲିବା ପରେ ଦିନକୁ ୨୦୦ ଟଙ୍କା ରୋଜଗାର କରିବା କଷ୍ଟକର ହୋଇପଡିଛି। ପର୍ଯ୍ୟଟନ ସମୟ ଆସିଥିଲେ ମଧ୍ୟ ବାହାରୁ ପର୍ଯ୍ୟଟକ ଆସୁନାହାନ୍ତି। ଯାତ୍ରୀ ସଂଖ୍ୟା ନ ବଢ଼ିଲେ ଅଟୋ ଚଳାଇବା ସମ୍ଭବ ହେବ ନାହିଁ ବୋଲି ସେ କହିଛନ୍ତି। ଟ୍ରାଭେଲ୍ସ ବ୍ୟବସାୟ କରି ଚଳୁଥିବା ବାଦଲ ସ୍ବାଇଁ କହିଛନ୍ତି, ଗତ ୫ ମାସ ହେବ ବ୍ୟବସାୟ ନାହିଁ କହିଲେ ଚଳେ। ନିଜର ଦୁଇଖଣ୍ଡ ଗାଡ଼ି ଥିବା ବେଳେ ବାହାର ଲୋକମାନେ ଟ୍ରାଭେଲ୍ସରେ ଗାଡ଼ି ଲଗାଉଥିଲେ। କରୋନା ଯୋଗୁ ଗାଡିର ଡିମାଣ୍ଡ ନାହିଁ। ପର୍ଯ୍ୟଟନ ଋତୁରେ ଭଲ ବ୍ୟବସାୟ ହୋଇଥାଏ। ଚଳିତ ବର୍ଷ କରୋନା କଟକଣା ଯୋଗୁ ତାହା ମଧ୍ୟ ହେଲା ନାହିଁ। ଏଭଳି ପରିସ୍ଥିତି ଆଉ କିଛି ମାସ ରହିଲେ ଏହି ବ୍ୟବସାୟକୁ ବନ୍ଦ କରିବାକୁ ପଡିବ ବୋଲି ସେ କହିଛନ୍ତି।
ପରିବହନ ବିଭାଗ ସଚିବ ମଧୁସୂଦନ ପାଢ଼ୀ କହିଛନ୍ତି ଯେ, ଦୂରଗାମୀ ବସ୍‌ ଚଳାଚଳ କରୁଛି। ସ୍କୁଲ, କଲେଜ ବନ୍ଦ ଯୋଗୁ ଯାତ୍ରୀ ସଂଖ୍ୟା ହ୍ରାସ ପାଇଛି। ଶିକ୍ଷାନୁଷ୍ଠାନ ଖୋଲିବା ପରେ ସ୍ବଳ୍ପ ଗାମୀ ଯାନବାହନ ସେବାରେ ସୁଧାର ଆସିଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତିରେ ଅନ୍ତିମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ

ପାରଳାଖେମୁଣ୍ଡି,୨୪ା୨(ଡି.ଏନ୍‌.ଏ.): ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ l ପଞ୍ଚମ ପର୍ଯ୍ୟାୟରେ ଗଜପତି ଜିଲାର ଗୋଷାଣୀ ବ୍ଲକର ଦୁଇଟି...

୨୬,୭୨୨ ଏସ୍‌ଏଚ୍‌ଜିକୁ ୧୦୦୧ କୋଟିର ଋଣ

ଭୁବନେଶ୍ୱର,୭ା୧(ବ୍ୟୁରୋ): ଓଡ଼ିଶାର ମିଶନ ଶକ୍ତି କାର୍ଯ୍ୟକ୍ରମରେ ଆରମ୍ଭ ହୋଇଛି ଏକ ସ୍ବର୍ଣ୍ଣିମ ଅଧ୍ୟାୟ। ଏଥିରେ ସହଯୋଗର ହାତ ବଢ଼ାଇଛି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ। ଏହି ବ୍ୟାଙ୍କ...

ପୁଣି ଏଭରେଷ୍ଟ ଅଭିଯାନରେ କଳ୍ପନା ଦାଶ

ଢେଙ୍କାନାଳ ଅଫିସ, ୧୮।୪- ପୃଥିବୀର ସର୍ବୋଚ୍ଚ ଗିରିଶୃଙ୍ଗରୁ ଗୁଞ୍ଜରିତ ହେବ ବିଶ୍ୱଶାନ୍ତି, ନାରୀ ସଶକ୍ତୀକରଣ ବାର୍ତ୍ତା। ମାଉଣ୍ଟ ଏଭରେଷ୍ଟରେ ପାଦ ରଖି ପୁଣିଥରେ ଇତିହାସ ରଚିବେ...

ପିଲାଙ୍କୁ ଟିକା: ଆଜିଠୁ ପଞ୍ଜୀକରଣ

ଭୁବନେଶ୍ୱର, ୧।୧(ବ୍ୟୁରୋ):  ଆସନ୍ତା ୩ ତାରିଖରୁ ରାଜ୍ୟରେ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ଟିକା ଦିଆଯିବ। ଏଥିପାଇଁ ଶନିବାରଠାରୁ ପଞ୍ଜିକରଣ ଆରମ୍ଭ ହେବ। ୨୦୦୭...

ମହାକାଳୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ ଅଫିସ,୧୫।୧୧- ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଦ୍ୱିତୀୟ ଦିନରେ ରବିବାର ମହାକାଳୀ ବେଶରେ ମା’ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ଆଦ୍ୟାଶକ୍ତି ମା...

ପୋଲିସ, ପ୍ରଶାସନ ପକ୍ଷରୁ ୩ ଗ୍ରାମରକ୍ଷୀଙ୍କୁ ଶେଷ ସମ୍ମାନ

ନବରଙ୍ଗପୁର/ନନ୍ଦାହାଣ୍ଡି,୨୦।୨ (ବି.ପ୍ର./ଡି.ଏନ୍‌.ଏ.): ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନବରଙ୍ଗପୁର ରିଜର୍ଭ ଅଫିସରୁ କୋଷାଗୁମୁଡ଼ା ବ୍ଲକ୍‌କୁ ଗ୍ରାମରକ୍ଷୀଙ୍କୁ ନେଇ ଯାଉଥିବା ପୋଲିସ ବସ୍‌ ଶୁକ୍ରବାର ରାତିରେ ପାପଡ଼ାହାଣ୍ଡି...

ମାଣ୍ଡିଆରେ ମହାପ୍ରଭୁ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ରାଜ୍ୟରେ ଛୋଟ ଚାଷୀ, ଆଦିବାସୀମାନେ ପ୍ରାୟତଃ ମାଣ୍ଡିଆ ଚାଷ କରିଥାନ୍ତି। ମାଣ୍ଡିଆର ଗୁଣବତ୍ତା ଓ ପୃଷ୍ଟିକର ହୋଇଥିବାରୁ ଦିନକୁ ଦିନ ରାଜ୍ୟ ତଥା ରାଜ୍ୟ...

ବିଦ୍ୟାଳୟରେ ତାଲା, ବାହାରେ ପଢ଼ିଲେ ଛାତ୍ରୀଛାତ୍ର

କଣାସ,୨।୧୦(ସ୍ବ.ପ୍ର.): କଣାସ ବ୍ଲକ ଅନ୍ତର୍ଗତ ଗଡ଼ସାନପୁଟ ପଞ୍ଚାୟତର ବାରଦାରେ ଥିବା ବାରଦା-ବାଦଲପୁର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକମାନଙ୍କ ମଧ୍ୟରେ ଦୀର୍ଘଦିନ ହେବ କୌଣସି କଥାକୁ ନେଇ ତିକ୍ତତା...

Advertisement
Archives

Model This Week