ଅନିଶ୍ଚିତତାରେ ଗଡ଼ୁନି ବସ୍‌

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): କରୋନା ସଂକ୍ରମଣ ଭୟ ରହିଥିବାରୁ ସାଧାରଣ ପରିବହନକୁ ଆପଣାଇବାକୁ ଯାତ୍ରୀମାନେ କୁଣ୍ଠାବୋଧ କରୁଛନ୍ତି। ଫଳରେ ବସ୍‌ ସେବା ସବୁଠାରୁ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି। ଏଥିଯୋଗୁ ୧୪ ହଜାର ଘରୋଇ ବସ୍‌ ମଧ୍ୟରୁ ପ୍ରାୟ ୧୨ ହଜାର ନଷ୍ଟ ହେବା ଅବସ୍ଥାକୁ ଆସିଗଲାଣି। ଯଦିଓ ଲକ୍‌ଡାଉନ ଓ ଶଟ୍‌ଡାଉନ ଭଳି କଟକଣା ନାହିଁ, ଯାତ୍ରୀ ଅଭାବ ବସ୍‌ ମାଲିକଙ୍କ ସମସ୍ୟା ବଢ଼ାଇ ଦେଇଛି। ଏବେ କଁା ଭଁା ରାସ୍ତାରେ ଚାଲୁଥିବାବେଳେ ଅଧିକାଂଶ ଅନିଶ୍ଚିତତା ମଧ୍ୟରେ ଗଡ଼ୁନି। କାରଣ ଶାରୀରିକ ଦୂରତା ରକ୍ଷା କରି ଯାତ୍ରୀଙ୍କୁ ନେବା ସହ ରୋଡ୍‌ ଟ୍ୟାକ୍ସ ଓ ବୀମା ଅର୍ଥ ଦେବାକୁ ପଡୁଛି। ଫଳରେ ବସ୍‌ର ଖର୍ଚ୍ଚ ଉଠିବା କଷ୍ଟସାଧ୍ୟ ହୋଇପଡିଛି। ଯଦି ଆଗକୁ ପରିସ୍ଥିତି ନ ସୁଧୁରିବ ତେବେ ଚଳାଚଳ କରୁଥିବା ବସ୍‌ ପୁଣି ବନ୍ଦ ହୋଇଯିବା ଆଶଙ୍କା ରହିଛି।
ବସ୍‌ ମାଲିକଙ୍କ ଉପରୁ ଆର୍ଥିକ ବୋଝ କମାଇବାକୁ ରାଜ୍ୟ ସରକାର ଏପ୍ରିଲରୁ ଜୁନ୍‌ ଯାଏ ରୋଡ୍‌ ଟ୍ୟାକ୍ସ ସମ୍ପୂର୍ଣ୍ଣ ଛାଡ଼ କରି ଦେଇଥିଲେ। ସେହିପରି ଚାଲୁଥିବା ବସ୍‌ଗୁଡିକରୁ ଜୁଲାଇରେ ୨୫%, ଅଗଷ୍ଟରେ ୫୦ ଓ ସେପ୍ଟେମ୍ବରରେ ୭୫% ଟିକସ ଛାଡ଼ କରାଯାଇଛି। ଅକ୍ଟୋବରରୁ ବସ୍‌ଗୁଡିକୁ ସମ୍ପୂର୍ଣ୍ଣ ଟିକସ ଦେବାକୁ ପଡୁଛି। ରାଜ୍ୟରେ ଏବେ ମାତ୍ର ୨ହଜାର ବସ୍‌ ଚଳାଚଳ କରୁଛି। ବସ୍‌ଗୁଡିକ ଉପରେ ପ୍ରାୟ ୪୫ ହଜାର କର୍ମଚାରୀ ନିର୍ଭର କରୁଛନ୍ତି। ସେମାନଙ୍କ ପରିବାରକୁ ମିଶାଇଲେ ବସ୍‌ ପରିବହନ ଉପରେ ପ୍ରାୟ ୨.୫ ଲକ୍ଷ ଲୋକ ନିର୍ଭରଶୀଳ। ତେବେ ଗତ ମାର୍ଚ୍ଚରୁ ଏହି କ୍ଷେତ୍ରରେ ଜୀବିକା ଧୂଳିସାତ୍‌ ହୋଇଯାଇଛି। ବସ୍‌ ଗଡ଼ିଲା ମାତ୍ରେ ମାଲିକଙ୍କୁ ସମସ୍ତ ଖର୍ଚ୍ଚ ମିଶାଇ ଦୈନିକ ଅତି କମ୍‌ରେ ୧୫ ହଜାର ଟଙ୍କା ଖର୍ଚ୍ଚ ବହନ କରିବାକୁ ପଡୁଛି। ଯାତ୍ରୀ ସଂଖ୍ୟା କମ୍‌ ରହୁଥିବାରୁ ମାଲିକଙ୍କ ଉପରେ ଆର୍ଥିକ ବୋଝ ବଢ଼ିଚାଲିଛି। କେବଳ ସେତିକି ନୁହେଁ, ବସ୍‌ ପାଇଁ ବାର୍ଷିକ ପ୍ରାୟ ୧ ଲକ୍ଷ ୨୦ ହଜାର ଟଙ୍କାର ବୀମା ଭରିବାକୁ ପଡୁଛି। ଏ ସବୁକୁ ଦେଖି ଅନେକ ବସ୍‌ ମାଲିକ ଯାତ୍ରୀ ପରିବହନ ବ୍ୟବସାୟକୁ ସବୁଦିନ ଲାଗି ବନ୍ଦ କରିବାକୁ ନିଷ୍ପତ୍ତି ନେଲେଣି।
ସ୍କୁଲ, କଲେଜ, ଧର୍ମାନୁଷ୍ଠାନ ବନ୍ଦ ରହିବା ଯୋଗୁ ଯାତ୍ରୀ ପରିବହନ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପୁରୀ ଶ୍ରୀମନ୍ଦିର ବନ୍ଦ ଥିବାରୁ ପୁରୀକୁ ବସ୍‌ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଚଳାଚଳ ହେଉ ନ ଥିବାରୁ ବସ୍‌ଗୁଡିକ ନଷ୍ଟ ହେବାକୁ ବସିିଲାଣି। ମାଲିକମାନେ ଋଣ କରି ବସ୍‌ କିଣିଛନ୍ତି। ଫଳରେ କିସ୍ତି ଦେଇ ନ ପାରି ସେମାନେ ଦେବାଳିଆ ଅବସ୍ଥାକୁ ଆସିଗଲେଣି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାର ପରିସ୍ଥିତି ସ୍ବାଭାବିକ ନ ହେବା ଯାଏ ସମ୍ପୂର୍ଣ୍ଣ ଟିକସ ଛାଡ଼ କରିବା ସହ ବୀମା ଅବଧି ବଢ଼ାଇବାକୁ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି।
କେବଳ ବସ୍‌ ନୁହେଁ, ରାଜ୍ୟରେ ପ୍ରାୟ ୪ ଲକ୍ଷ ଅଟୋରିକ୍ସା, ୧ ଲକ୍ଷରୁ ଊର୍ଦ୍ଧ୍ୱ ଟ୍ୟାକ୍ସି ପ୍ରଭାବିତ ହୋଇଛି। ଅଟୋ ଚାଳକ ବିଦ୍ୟାଧର ସାହୁ କହିଛନ୍ତ, ଋଣରେ ଅଟୋ କିଣି ଚଲାଉଛି। ଦିନକୁ ସବୁ ଖର୍ଚ୍ଚ ଯାଇ ୫୦୦ ଟଙ୍କା ହେଉଥିଲା। କରୋନା ଯୋଗୁ ୩ ମାସ ବସି ରହିଲୁ। କିସ୍ତି ଶୁଝିବା ବଡ଼ କଷ୍ଟ ହୋଇଛି। ଲକ୍‌ଡାଉନ ଖୋଲିବା ପରେ ଦିନକୁ ୨୦୦ ଟଙ୍କା ରୋଜଗାର କରିବା କଷ୍ଟକର ହୋଇପଡିଛି। ପର୍ଯ୍ୟଟନ ସମୟ ଆସିଥିଲେ ମଧ୍ୟ ବାହାରୁ ପର୍ଯ୍ୟଟକ ଆସୁନାହାନ୍ତି। ଯାତ୍ରୀ ସଂଖ୍ୟା ନ ବଢ଼ିଲେ ଅଟୋ ଚଳାଇବା ସମ୍ଭବ ହେବ ନାହିଁ ବୋଲି ସେ କହିଛନ୍ତି। ଟ୍ରାଭେଲ୍ସ ବ୍ୟବସାୟ କରି ଚଳୁଥିବା ବାଦଲ ସ୍ବାଇଁ କହିଛନ୍ତି, ଗତ ୫ ମାସ ହେବ ବ୍ୟବସାୟ ନାହିଁ କହିଲେ ଚଳେ। ନିଜର ଦୁଇଖଣ୍ଡ ଗାଡ଼ି ଥିବା ବେଳେ ବାହାର ଲୋକମାନେ ଟ୍ରାଭେଲ୍ସରେ ଗାଡ଼ି ଲଗାଉଥିଲେ। କରୋନା ଯୋଗୁ ଗାଡିର ଡିମାଣ୍ଡ ନାହିଁ। ପର୍ଯ୍ୟଟନ ଋତୁରେ ଭଲ ବ୍ୟବସାୟ ହୋଇଥାଏ। ଚଳିତ ବର୍ଷ କରୋନା କଟକଣା ଯୋଗୁ ତାହା ମଧ୍ୟ ହେଲା ନାହିଁ। ଏଭଳି ପରିସ୍ଥିତି ଆଉ କିଛି ମାସ ରହିଲେ ଏହି ବ୍ୟବସାୟକୁ ବନ୍ଦ କରିବାକୁ ପଡିବ ବୋଲି ସେ କହିଛନ୍ତି।
ପରିବହନ ବିଭାଗ ସଚିବ ମଧୁସୂଦନ ପାଢ଼ୀ କହିଛନ୍ତି ଯେ, ଦୂରଗାମୀ ବସ୍‌ ଚଳାଚଳ କରୁଛି। ସ୍କୁଲ, କଲେଜ ବନ୍ଦ ଯୋଗୁ ଯାତ୍ରୀ ସଂଖ୍ୟା ହ୍ରାସ ପାଇଛି। ଶିକ୍ଷାନୁଷ୍ଠାନ ଖୋଲିବା ପରେ ସ୍ବଳ୍ପ ଗାମୀ ଯାନବାହନ ସେବାରେ ସୁଧାର ଆସିଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟ ୫ରେ ପାକିସ୍ତାନରେ ହେବ ବଡ଼ ପ୍ରତିବାଦ ରାଲି, କାହିଁକି ଜାଣନ୍ତୁ…

ଲାହୋର,୧୬।୭: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଦଳ ଅଗଷ୍ଟ ୫ତାରିଖରେ ସାରା ଦେଶରେ ପ୍ରତିବାଦ କରିବାକୁ ଡାକରା ଦେଇଛି। ସେହି ଦିନ ସେମାନଙ୍କ…

ରୋହିତ ଶର୍ମାଙ୍କ ଆନ୍ତର୍ଜାତୀୟ କ୍ୟାରିୟରରେ ପଡ଼ିବ ପୂର୍ଣ୍ଣଚ୍ଛେଦ! ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆ ହେବ…

ମୁମ୍ବାଇ,୧୬।୭: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର୍ ଓପନର ରୋହିତ ଶର୍ମାଙ୍କ ଆନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରର ଅନ୍ତ ଘଟିବାକୁ ଯାଉଛି। ଲର୍ଡସ ଠାରେ ଜୁଲାଇ…

ପ୍ରକାଶ ପାଇଲା NEET UG ୨୦୨୬ ପରୀକ୍ଷାଫଳ: ୧୧.୨୧ ଲକ୍ଷ ଛାତ୍ରୀଛାତ୍ର କୃତକାର୍ଯ୍ୟ, ସଫଳତା ହାରରେ ଆଗରେ ମହିଳା

ନୂଆଦିଲ୍ଲୀ,୧୬।୭: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (NEET UG) ୨୦୨୬ ର ପରୀକ୍ଷା ଫଳ ପ୍ରକାଶ ପାଇଛି। ମେଡିକାଲ୍…

ରଥଯାତ୍ରା: ମୀନାବଜାର ଦୋଳିରେ କରେଣ୍ଟ ଲାଗି ଚାଲିଗଲା ନାବାଳକଙ୍କ ଜୀବନ

ପାରଳାଖେମୁଣ୍ଡି,୧୬ା୭(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡିରେ ରଥଯାତ୍ରା ପାଇଁ ପଡିଥିବା ମୀନା ବଜାର ପରିସରରେ ବିଦ୍ୟୁତ୍‌ ଆଘାତରେ ଜଣେ ନାବାଳକ(୧୫)ଙ୍କ ମୃତ୍ୟୁ ହୋଇଛି। ସେ ହେଲେ ପାରଳାଖେମୁଣ୍ଡି ଫ୍ରେଣ୍ଡ୍ସ କଲୋନୀ…

ରଥଯାତ୍ରାରେ ଭକ୍ତଙ୍କ ମୃତ୍ୟୁକୁ ନେଇ ବଡ଼ କଥା କହିଲେ ମନ୍ତ୍ରୀ

ପୁରୀ,୧୬।୭: ପୁରୀ ରଥଯାତ୍ରାରେ ଅଣନିଶ୍ବାସୀ ହୋଇ ଭକ୍ତଙ୍କ ମୃତ୍ୟୁକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ବଡ଼ ସୂଚନା ଦେଇଛନ୍ତି। ରଥଯାତ୍ରାରେ ଦଳା ଚକଟା ହୋଇ ନ…

ରଥଯାତ୍ରାରେ ସୁରକ୍ଷା ଢ଼ିଲା: ଲୁଟିନେଲେ ମହିଳାଙ୍କ ସୁନାଚେନ୍‌; ଟ୍ରାଫିକ ଜାମ୍‌, ଲୋକେ ହଟହଟା

ବରଗଡ଼,୧୬।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଏଥର ପ୍ରଥମଥର ପାଇଁ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଛକରେ ଭଟଲି ଛକ ଏବଂ ଖଜୁରଟିକ୍ରାରୁ ବାହାରିଥିବା ମହାପ୍ରଭୁଙ୍କ ରଥ ଏକାଠି…

‘ସ୍ତ୍ରୀର ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କ ଥିଲେ ମିଳିବ ନାହିଁ ଭରଣପୋଷଣ’: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ବିଳାସପୁର,୧୬।୭: ଯଦି ଜଣେ ବିବାହିତ ମହିଳା ବିବାହ ପରେ ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କରେ ଲିପ୍ତ ହୁଅନ୍ତି, ତେବେ ସେ ତାଙ୍କ ସ୍ବାମୀଙ୍କଠାରୁ ଭରଣପୋଷଣ ଦାବି…

ତିନି ରଥରେ ଦର୍ଶନ ଦେଲେ ଶ୍ରୀଜୀଉ

କର୍ଲାମୁଣ୍ଡା,୧୬ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଗୁରୁବାର ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। କର୍ଲାମୁଣ୍ଡା ବସ୍ତିଠାରେ ଭକ୍ତଙ୍କ ସମାଗମରେ ମହାପ୍ରଭୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri