Posted inଖେଳ

ଓଡ଼ିଶା ଏଫସି ଜର୍ସି ଉନ୍ମୋଚିତ

ଭୁବନେଶ୍ୱର, ୧୦।୧୧(କ୍ରୀଡ଼ା ପ୍ରତିନିଧି)-
ଚଳିତ ମାସ ୨୦ରୁ ଗୋଆରେ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ସୁପରଲିଗ୍‌ (ଆଇଏସଏଲ)ର ସପ୍ତମ ସଂସ୍କରଣ ପାଇଁ ସୋମବାର ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍‌ ଓଡ଼ିଶା ଏଫସିର ଜର୍ସି ଉନ୍ମୋଚିତ ହୋଇଛି। ଓଡ଼ିଶାର କଳା ଓ ସଂସ୍କୃତିକୁ ଭିତ୍ତିକରି ଜର୍ସି ଡିଜାଇନ୍‌ କରାଯାଇଛି ଏବଂ ପୂରା ଓଡ଼ିଆ ସ୍ପିରିଟରେ ଏହି ଉତ୍ସବକୁ ପାଳନ କରାଯାଇଛି। ଓଡ଼ିଶା ଏପରି ଏକ ରାଜ୍ୟ ଯିଏକି ଅନେକ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍‌ନା କଲେ ମଧ୍ୟ ଏଥିରୁ ବାହାରି ଆସି ଆଗକୁ ବଢ଼ି ସଫଳତା ପାଇଛି। ଏବେ ଏହା ଭାରତର କ୍ରୀଡ଼ା ରାଜଧାନୀଭାବେ ପରିଚିତ ହେଉଛି। ଓଏଫ୍‌ସି କ୍ଲବ ନୂଆ ଜର୍ସି ଉନ୍ମୋଚନ କରି ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛି। ଏଥିରେ ସପୋର୍ଟଷ୍ଟାଫ୍‌ମାନେ ଅକ୍ଳାନ୍ତ ପରିଶ୍ରମ କରି କିପରି ଖେଳାଳିମାନେ ସମ୍ପୂର୍ଣ୍ଣ ଫିଟ୍‌ ରହି ପଡ଼ିଆକୁ ଓହ୍ଲାଇବେ ସେଥିପାଇଁ କାର୍ଯ୍ୟକରୁଥିବା ପରିଲକ୍ଷିତ ହେଉଛି। ଓଡ଼ିଶାର ଇତିହାସ, ସଂସ୍କୃତି ଓ ପରାମ୍ପରାକୁ ଆଖିଆଗରେ ରଖି ଜର୍ସିର ଡିଜାଇନ୍‌ କରାଯାଇଛି। ଏ ସମ୍ପର୍କରେ ଓଏଫ୍‌ସି ସଭାପତି ରୋହନ ଶର୍ମା କହିଛନ୍ତି ଯେ, ଆମେ ଏଥର ଓଡ଼ିଶାର କଳା ଓ ସଂସ୍କୃତିକୁ ଯୋଡ଼ି ନୂଆ କିଟ୍‌ ପ୍ରସ୍ତୁତ କରିବାକୁ ଚେଷ୍ଟା କରିଛୁ। ତେଣୁ ଯେତେବେଳେ ଆମ ଖେଳାଳି କିମ୍ବା ପ୍ରଶଂସକମାନେ ଏହି କିଟ୍‌କୁ ପିନ୍ଧିବେ ଓଡ଼ିଶା ସହିତ ଯୋଡ଼ିହୋଇ ରହିବେ। ପ୍ରଶଂସକଙ୍କ ଚାହିଦା ଅନୁସାରେ ଏଥର ପର୍ପଲ(ନୀଳଲୋହିତ) ରଙ୍ଗର ଜର୍ସି ପ୍ରସ୍ତୁତ କରାଯାଇଛି। ଭୁବନେଶ୍ୱର ଭିତ୍ତିକ ଓଡ଼ିଶା ଏଫସି ଚଳିତ ମାସ ୨୩ ତାରିଖରେ ବାମ୍ବୋଲିମ୍‌ସ୍ଥିତ ଜିଏମସି ଷ୍ଟାଡିୟମରେ ହାଇଦ୍ରାବାଦ୍‌ ଏଫସି ସହିତ ଖେଳି ଅଭିଯାନ ଆରମ୍ଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri