Posted inଖେଳ

ମହିଳା ଟି୨୦ ଚ୍ୟାଲେଞ୍ଜ୍‌: କମ୍‌ ସମୟରେ ପ୍ରସ୍ତୁତିକୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ, ୧୦।୧୦(ପି.ଟି.(୦
ମହିଳା ଟି୨୦ ଚ୍ୟାଲେଞ୍ଜ କ୍ରିକେଟ ଟୁର୍ନାମେଣ୍ଟ ଆସନ୍ତା ମାସରେ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ଅନୁଷ୍ଠିତ ହେବ। ଏଥିରେ ୩୦ରୁ ଊର୍ଦ୍ଧ୍ୱ ଖେଳାଳି ଅଂଶଗ୍ରହଣ କରିବେ। ଖେଳାଳିମାନଙ୍କୁ ଚଳିତମାସ ୧୩ ତାରିଖରେ ମୁମ୍ବାଇରେ ଏକତ୍ରିତ ହେବାକୁ କୁହାଯାଇଛି। ଖେଳାଳିମାନଙ୍କୁ କ୍ୱାରାଣ୍ଟାଇନ୍‌ ଔପଚାରିକତା ପୂରଣ କରିବାକୁ ଥିବାରୁ ୩ ଦଳର ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଏପର୍ଯ୍ୟନ୍ତ ଦଳ ଘୋଷଣା କରାଯାଇ ନ ଥିଲେ ହେଁ ଅନ୍ତର୍ଜାତୀୟ ଖେଳାଳି ଏବଂ କେତେକ ଘରୋଇ ଖେଳାଳିଙ୍କୁ ସେମାନଙ୍କ ଚୟନ ସମ୍ପର୍କରେ ଅବଗତ କରାଯାଇଛି। ଦେଶର ବିଭିନ୍ନ ଭାଗରୁ ଖେଳାଳିମାନେ ମୁମ୍ବାଇରେ ଏକତ୍ରିତ ହେବାପରେ ଏକସପ୍ତାହରୁ ଊର୍ଦ୍ଧ୍ୱ କ୍ୱାରାଣ୍ଟାଇନ୍‌ରେ ରହିବେ। ଏହି ସମୟ ମଧ୍ୟରେ ସେମାନେ ଏକାଧିକଥର କୋଭିଡ ଟେଷ୍ଟ ଦେବେ। ରିପୋର୍ଟ ନେଗେଟିଭ୍‌ ଥିବା ଖେଳାଳିମାନେ ଚଳିତମାସ ୨୨ ତାରିଖରେ ୟୁଏଇ ଯିବା ସମ୍ଭାବନା ରହିଛି। ସେଠାରେ ସେମାନେ ଆଇପିଏଲ ଖେଳାଳିଙ୍କ ଭଳି ୬ ଦିନ ପାଇଁ କ୍ୱାରାଣ୍ଟାଇନ୍‌ରେ ରହିବେ। ୩ ଥର ଆରଟି-ପିସିଆର ଟେଷ୍ଟ ନେଗେଟିଭ୍‌ ହେବାପରେ ଖେଳାଳିଙ୍କୁ ବାୟୋ-ବବ୍‌ଲ ଅଞ୍ଚଳକୁ ପ୍ରବେଶ ସୁଯୋଗ ମିଳିବ। ଟୁର୍ନାମେଣ୍ଟ ନଭେମ୍ବର ୪ରୁ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଟି୨୦ ଅନ୍ତର୍ଜାତୀୟରୁ ଅବସର ଘୋଷଣା କରିଥିବା ମିଥାଲି ରାଜ ଓ ଝୁଲଣ ଗୋସ୍ବାମୀ ମଧ୍ୟ ଏହି ଟୁର୍ନାମେଣ୍ଟରେ ସାମିଲ ହେବେ। ଖେଳାଳିମାନଙ୍କୁ ବିଭିନ୍ନ ନୀତି ନିୟମ ସମ୍ପର୍କରେ ଅବଗତ କରାଇବା ପାଇଁ ଏକ ହ୍ବାଟ୍ସଆପ୍‌ ଗ୍ରୁପ କରାଯାଇଛି। କେତେକ ୧୯ ବର୍ଷରୁ କମ୍‌ ଖେଳାଳିଙ୍କୁ ମଧ୍ୟ ସାମିଲ କରାଯାଇଛି। ତିନୋଟି ଆଇପିଏଲ ଭେନ୍ୟୁ ମଧ୍ୟରୁ ଛୋଟ ଶାରଜାରେ ୪ଟିଯାକ ମ୍ୟାଚ ଖେଳାଯିବ। ସେଠାରେ ୧୨ଟି ଆଇପିଏଲ ମ୍ୟାଚ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ମୁମ୍ବାଇ ଓ ୟୁଏଇରେ କ୍ୱାରାଣ୍ଟାଇନ୍‌ ଅବଧି କାଟିବାପରେ ଖେଳାଳିମାନେ ପରିବେଶ ସହିତ ଖାପଖୁଆଇବା ପାଇଁ ଏକସପ୍ତାହରୁ କମ୍‌ ସମୟ ପାଇବେ। ଖେଳାଳିମାନେ ୬ ମାସରୁ ଊର୍ଦ୍ଧ୍ୱ ଖେଳି ନ ଥିବାବେଳେ ଏତେ କମ୍‌ ସମୟ ମଧ୍ୟରେ ପ୍ରସ୍ତୁତ ହେବାକୁ ନେଇ ପ୍ରଶ୍ନ ଉଠିଛି। ଆଇପିଏଲ ଖେଳାଳିମାନେ ମାସେ ଆଗରୁ ୟୁଏଇରେ ପହଞ୍ଚତ୍ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri