Posted inଖେଳ

ମହିଳା ଟି୨୦ ଚ୍ୟାଲେଞ୍ଜ୍‌: କମ୍‌ ସମୟରେ ପ୍ରସ୍ତୁତିକୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ, ୧୦।୧୦(ପି.ଟି.(୦
ମହିଳା ଟି୨୦ ଚ୍ୟାଲେଞ୍ଜ କ୍ରିକେଟ ଟୁର୍ନାମେଣ୍ଟ ଆସନ୍ତା ମାସରେ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ଅନୁଷ୍ଠିତ ହେବ। ଏଥିରେ ୩୦ରୁ ଊର୍ଦ୍ଧ୍ୱ ଖେଳାଳି ଅଂଶଗ୍ରହଣ କରିବେ। ଖେଳାଳିମାନଙ୍କୁ ଚଳିତମାସ ୧୩ ତାରିଖରେ ମୁମ୍ବାଇରେ ଏକତ୍ରିତ ହେବାକୁ କୁହାଯାଇଛି। ଖେଳାଳିମାନଙ୍କୁ କ୍ୱାରାଣ୍ଟାଇନ୍‌ ଔପଚାରିକତା ପୂରଣ କରିବାକୁ ଥିବାରୁ ୩ ଦଳର ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଏପର୍ଯ୍ୟନ୍ତ ଦଳ ଘୋଷଣା କରାଯାଇ ନ ଥିଲେ ହେଁ ଅନ୍ତର୍ଜାତୀୟ ଖେଳାଳି ଏବଂ କେତେକ ଘରୋଇ ଖେଳାଳିଙ୍କୁ ସେମାନଙ୍କ ଚୟନ ସମ୍ପର୍କରେ ଅବଗତ କରାଯାଇଛି। ଦେଶର ବିଭିନ୍ନ ଭାଗରୁ ଖେଳାଳିମାନେ ମୁମ୍ବାଇରେ ଏକତ୍ରିତ ହେବାପରେ ଏକସପ୍ତାହରୁ ଊର୍ଦ୍ଧ୍ୱ କ୍ୱାରାଣ୍ଟାଇନ୍‌ରେ ରହିବେ। ଏହି ସମୟ ମଧ୍ୟରେ ସେମାନେ ଏକାଧିକଥର କୋଭିଡ ଟେଷ୍ଟ ଦେବେ। ରିପୋର୍ଟ ନେଗେଟିଭ୍‌ ଥିବା ଖେଳାଳିମାନେ ଚଳିତମାସ ୨୨ ତାରିଖରେ ୟୁଏଇ ଯିବା ସମ୍ଭାବନା ରହିଛି। ସେଠାରେ ସେମାନେ ଆଇପିଏଲ ଖେଳାଳିଙ୍କ ଭଳି ୬ ଦିନ ପାଇଁ କ୍ୱାରାଣ୍ଟାଇନ୍‌ରେ ରହିବେ। ୩ ଥର ଆରଟି-ପିସିଆର ଟେଷ୍ଟ ନେଗେଟିଭ୍‌ ହେବାପରେ ଖେଳାଳିଙ୍କୁ ବାୟୋ-ବବ୍‌ଲ ଅଞ୍ଚଳକୁ ପ୍ରବେଶ ସୁଯୋଗ ମିଳିବ। ଟୁର୍ନାମେଣ୍ଟ ନଭେମ୍ବର ୪ରୁ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଟି୨୦ ଅନ୍ତର୍ଜାତୀୟରୁ ଅବସର ଘୋଷଣା କରିଥିବା ମିଥାଲି ରାଜ ଓ ଝୁଲଣ ଗୋସ୍ବାମୀ ମଧ୍ୟ ଏହି ଟୁର୍ନାମେଣ୍ଟରେ ସାମିଲ ହେବେ। ଖେଳାଳିମାନଙ୍କୁ ବିଭିନ୍ନ ନୀତି ନିୟମ ସମ୍ପର୍କରେ ଅବଗତ କରାଇବା ପାଇଁ ଏକ ହ୍ବାଟ୍ସଆପ୍‌ ଗ୍ରୁପ କରାଯାଇଛି। କେତେକ ୧୯ ବର୍ଷରୁ କମ୍‌ ଖେଳାଳିଙ୍କୁ ମଧ୍ୟ ସାମିଲ କରାଯାଇଛି। ତିନୋଟି ଆଇପିଏଲ ଭେନ୍ୟୁ ମଧ୍ୟରୁ ଛୋଟ ଶାରଜାରେ ୪ଟିଯାକ ମ୍ୟାଚ ଖେଳାଯିବ। ସେଠାରେ ୧୨ଟି ଆଇପିଏଲ ମ୍ୟାଚ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ମୁମ୍ବାଇ ଓ ୟୁଏଇରେ କ୍ୱାରାଣ୍ଟାଇନ୍‌ ଅବଧି କାଟିବାପରେ ଖେଳାଳିମାନେ ପରିବେଶ ସହିତ ଖାପଖୁଆଇବା ପାଇଁ ଏକସପ୍ତାହରୁ କମ୍‌ ସମୟ ପାଇବେ। ଖେଳାଳିମାନେ ୬ ମାସରୁ ଊର୍ଦ୍ଧ୍ୱ ଖେଳି ନ ଥିବାବେଳେ ଏତେ କମ୍‌ ସମୟ ମଧ୍ୟରେ ପ୍ରସ୍ତୁତ ହେବାକୁ ନେଇ ପ୍ରଶ୍ନ ଉଠିଛି। ଆଇପିଏଲ ଖେଳାଳିମାନେ ମାସେ ଆଗରୁ ୟୁଏଇରେ ପହଞ୍ଚତ୍ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri