Posted inଖେଳ

ମହିଳା ସିଙ୍ଗଲ୍ସ: ସେରେନା ଓହରିଲେ, ପିରୋଙ୍କୋଭା, ବୌଚାର୍ଡ ତୃତୀୟ ରାଉଣ୍ଡରେ

ପ୍ୟାରିସ୍‌,୧।୧୦(ଏପି): ଫ୍ରେଞ୍ଚ୍‌ ଓପନ୍‌ ମହିଳା ସିଙ୍ଗଲ୍ସରେ ମଧ୍ୟ ତାରକା ଖେଳାଳିମାନେ ଅଗ୍ରଗତି କରି ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଆହତ ସମସ୍ୟା ଯୋଗୁ ସେରେନା ଓ୍ବଲିୟମ୍ସ ଦ୍ୱିତୀୟ ରାଉଣ୍ଡରୁ ଓହରିଯିବା କାରଣରୁ ବୁଲ୍‌ଗେରିଆର ଶ୍ୱେତାନା ପିରଙ୍କୋଭା ଓ୍ବାକ୍‌ଓଭର ପାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି କାନାଡ଼ାର ୟୁଗେନି ବୌଚାର୍ଡ ୫-୭, ୬-୪, ୬-୩ ସେଟ୍‌ରେ ଅଷ୍ଟେଲିଆର ଡାରିଆ ଗାଭରିଲୋଭାଙ୍କୁ ହରାଇ ତୃତୀୟ ରାଉଣ୍ଡକୁ ଉଠିଛନ୍ତି। ଚେକ୍‌ ଗଣରାଜ୍ୟର କାଟେରିନା ସିନିଆକୋଭା ରୁଷିଆର ଆନାଷ୍ଟାସିଆ ପାଭଲ୍ୟୁଚେଙ୍କୋଭାଙ୍କୁ ଦ୍ୱିତୀୟ ରାଉଣ୍ଡରେ ୬-୩, ୬-୪ ସେଟ୍‌ରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ତୃତୀୟ ରାଉଣ୍ଡରେ ସେ ଡଚ୍‌ ଖେଳାଳି କିକି ବେର୍ଟେନ୍ସଙ୍କୁ ଭେଟିବେ। ବେର୍ଟେନ୍ସ ଦ୍ୱିତୀୟ ରାଉଣ୍ଡରେ ଇଟାଲୀର ସାରା ଇରାନୀଙ୍କୁ ୭-୬, ୩-୬, ୯-୭ ସେଟ୍‌ରେ ହରାଇ ଅଗ୍ରଗତି କରିଛନ୍ତି। ସେହିପରି ୟୁକ୍ରେନ୍‌ର ତୃତୀୟ ସିଡ୍‌ ଖେଳାଳି ଏଲିନା ଭିଟୋଲିନା ମେକ୍ସିକୋର ରେନାଟା ଜାରାଜୁଆଙ୍କୁ ୬-୩, ୦-୬, ୬-୨ ସେଟ୍‌ରେ ହରାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିସ୍‌ ଗେଲ୍‌ଙ୍କ ଘୋଷଣା: ୪୫ ବର୍ଷ ଯାଏ ସନ୍ୟାସ ନେବେ ନାହିଁ, ବୋଲର୍‌ଙ୍କ ନିଦ ହଜାଇବେ

ଦୁବାଇ,୨।୧: ୟୁନିଭର୍ସ ବସ୍‌ ନାମରେ ଖ୍ୟାତ ଓ୍ବେଷ୍ଟଇଣ୍ଡିଜର ବିସ୍ଫୋରକ ଓପନର୍‌ କ୍ରିସ୍‌ ଗେଲ କ୍ରିକେଟରୁ ସନ୍ୟାସ ନେଇ ପ୍ରତିକ୍ରିୟା ରଖିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି,...

କୋହଲିଙ୍କ ବିରୋଧରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗ

ନୂଆଦିଲ୍ଲୀ, ୫ା୭ (ପି.ଟି.)-ଭାରତର କ୍ରିକେଟ ଅଧିନାୟକ ବିରାଟ କୋହଲିଙ୍କ ବିରୋଧରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗ ଆଣିଛନ୍ତି ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏଶନର ଆଜୀବନ ସଦସ୍ୟ ସଞ୍ଜୀବ...

ପିବିକେଏସ୍‌ ଜିତିଲା ଟସ୍‌, ପ୍ରଥମେ ବ୍ୟାଟିଂ…

ମୁମ୍ବାଇ, ୭।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୨ତମ ମ୍ୟାଚ୍‌ରେ ଶନିବାର ରାଜସ୍ଥାନ ରୟାଲର୍‌ସ (ଆର୍‌ଆର୍‌) ବିପକ୍ଷରେ ପଞ୍ଜାବ କିଙ୍ଗସ(ପିବିକେଏସ୍‌) ଜିତି ପ୍ରଥମେ ବ୍ୟାଟିଂ...

ଓ୍ବେଷ୍ଟଇଣ୍ଡିଜ ଟି୨୦ ଦଳକୁ ଫେରିଲେ ଗେଲ୍‌

ସେଣ୍ଟଜନ୍ସ, ୨୮ା୨ (ପି.ଟି.)-ମାର୍ଚ୍ଚ ୩ରୁ ହେବାକୁଥିବା ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ପାଇଁ ଓ୍ବେଷ୍ଟଇଣ୍ଡିଜ ଦଳ ଘୋଷଣା କରାଯାଇଛି। ଭେଟେରାନ...

ଦିନେ ରାସ୍ତାରେ ଭୋକିଲା ବୁଲୁଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

କେନିଆର ପୂର୍ବତନ ଅଧିନାୟକ ମରିସ ଓଡୁମ୍ବେ ଆଜି ୫୨ ବର୍ଷରେ ପଦାର୍ପଣ କରିଛନ୍ତି। କେନିଆର ଶ୍ରେଷ୍ଠ ଖେଳାଳିମାନଙ୍କ ମଧ୍ୟରୁ ଓଡୁମ୍ବେ ଅନ୍ୟତମ। ତାଙ୍କ ଅଧିନାୟକତ୍ୱରେ ୧୯୯୬...

ଓଡ଼ିଶାରେ ଦ୍ୱିତୀୟଥର ହେବ ଜାତୀୟ ସିନିୟର ଭଲିବଲ

ଭୁବନେଶ୍ୱର, ୪।୧(କ୍ରୀଡ଼ା ପ୍ରତିନିଧି): ଓଡ଼ିଶାରେ କ୍ରମାଗତ ଦ୍ୱିତୀୟଥରପାଇଁ ହେବ ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍‌। ଭଲିବଲ ଇତିହାସରେ ପ୍ରଥମଥରପାଇଁ ଗତବର୍ଷ ଏହି ପ୍ରତିଯୋଗିତା ଆୟୋଜନ କରି...

ଏହି କାରଣରୁ ଜଣେ ଯୁବତୀଙ୍କୁ ଦୁଇଥର ବିବାହ କରିଥିଲେ ରବିନ୍‌ ଉଥପ୍ପା: ବିବାହ ପାଇଁ ପରିବାର ସହ ଲଢ଼ିଥିଲେ..

ନୂଆଦିଲ୍ଲୀ,୧୦।୯: ଗତ ୫ ବର୍ଷ ଧରି ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳି ନାହାନ୍ତି ରବିନ ଉଥପ୍ପା। ହେଲେ ସେ ଘରୋଇ କ୍ରିକେଟରେ ସକ୍ରିୟ ଅଛନ୍ତି। ଇଣ୍ଡିଆନ୍‌ ପ୍ରିମିୟର...

ରୋହିତ ଦଳରେ ଯୋଗଦେଲେ

ମେଲବୋର୍ନ, ୩୧।୧୨(ପି.ଟି.)- ସିଡ୍‌ନୀରେ ଦୁଇ ସପ୍ତାହ କ୍ୱାରାଣ୍ଟାଇନ୍‌ରେ ରହିବାପରେ ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ବୁଧବାର ଭାରତୀୟ ଦଳରେ ଯୋଗ ଦେଇଛନ୍ତି। ଦ୍ୱିତୀୟ ଟେଷ୍ଟରେ ବିଜୟୀ...

Advertisement
Archives

Model This Week