ମହିଳା ସଂରକ୍ଷଣ ବିଲ୍‌ ଗୃହୀତ

ନୂଆଦିଲ୍ଲୀ,୨୨/୯:ଗୁରୁବାର ଥିଲା ସ୍ବତନ୍ତ୍ର ଅଧିବେଶନର ଚତୁର୍ଥ ଦିନ। ଐତିହାସିକ ‘ନାରୀଶକ୍ତି ବନ୍ଦନ ଅଧିନିୟମ,୨୦୨୩’ ବୁଧବାର ଲୋକ ସଭାରେ ଦୁଇ-ତୃତୀୟାଂଶରୁ ଊର୍ଦ୍ଧ୍ୱ ସମର୍ଥନରେ ପାରିତ ହେବାର ଦିନକ ପରେ ରାଜ୍ୟ ସଭାରେ ଏହାକୁ ଆଗତ କରାଯାଇଥିଲା। ଦୀର୍ଘ ୧୧ ଘଣ୍ଟାର ବିତର୍କ ପରେ ରାତି ପ୍ରାୟ ୧୦ଟା ୨୦ରେ ଭୋଟିଂ କରାଯାଇଥିଲା। ବିଲ୍‌ ସପକ୍ଷରେ ଉଚ୍ଚ ସଦନରେ ଉପସ୍ଥିତ ସବୁ ଦଳର ସମସ୍ତ ୨୧୪ ସଦସ୍ୟ ଭୋଟ ଦେଇ ଗୃହୀତ କରାଇଥିଲେ। ଏହା ବିପକ୍ଷରେ ଜଣେ ହେଲେ ସଦସ୍ୟ ଯାଇ ନ ଥିଲେ। ବିରୋଧୀ ଦଳଗୁଡ଼ିକ ଜନଗଣନା ଓ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବା ଯାଏ ଅପେକ୍ଷା ନ କରି ଆଗାମୀ ନିର୍ବାଚନଗୁଡ଼ିକରୁ ଏହାକୁ କାର୍ଯ୍ୟକାରୀ କରାଇବା ଉପରେ ଗୁରୁତ୍ୱ ଦେଇଥିଲେ। କେତେଜଣ ସଦସ୍ୟ ବିଲ୍‌ ଆଗତ କରାଇବା ସମୟ ଉପରେ ପ୍ରଶ୍ନ ଉଠାଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଥିଲେ।
ସ୍ବତନ୍ତ୍ର ଅଧିବେଶନକୁ ଦିନେ ବାକି ଥିବାବେଳେ ରାଜ୍ୟ ସଭାରେ ସରକାରଙ୍କ ପକ୍ଷରୁ ଆଇନମନ୍ତ୍ରୀ ଅର୍ଜୁନରାମ ମେଘଓ୍ବାଲ ୧୨୮ତମ ସମ୍ବିଧାନ ସଂଶୋଧନ ବିଲ୍‌ ଆଗତ କରିଥିଲେ। ବିଲ୍‌ ଉପରେ ବକ୍ତବ୍ୟ ରଖି ମେଘଓ୍ବାଲ କହିଥିଲେ, ମହିଳା ସଶକ୍ତୀକରଣ ଦିଗରେ ମୋଦି ସରକାର ଦୀର୍ଘ ୯ ବର୍ଷ ଧରି ନେଇଆସୁଥିବା ଅନେକ ପଦକ୍ଷେପର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଅଧିନିୟମ ଆଇନରେ ପରିଣତ ହେଲେ ଜନଗଣନା ଆଧାରରେ ସୀମା ନିର୍ଦ୍ଧାରଣ ପରେ ମହିଳାମାନଙ୍କୁ ଲୋକ ସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ୩୩% ସଂରକ୍ଷଣ ମିଳିବ। କେଉଁ ଆସନଗୁଡ଼ିକରେ କେବଳ ମହିଳାମାନେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ତାହା ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ କମିଶନ ସ୍ଥିର କରିବେ।
ବିଲ୍‌ ଗୃହୀତ ହେବା ପରେ ରାଜ୍ୟ ସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକର ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇ ଏକ ଐତିହାସିକ ସଫଳତା ମିଳିଥିବା କହିଥିଲେ। ଏଥିସହ ତିଥି ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଗୁରୁବାର ହୋଇଥିବାରୁ ଏକ ଅପୂର୍ବ ସଂଯୋଗ ବୋଲି ଗୃହକୁ ସୂଚନା ଦେଇଥିଲେ।
ଅନ୍ୟପକ୍ଷେ ଲୋକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିଲ୍‌ ପାରିତ ହେବା ଉପରେ ବକ୍ତବ୍ୟ ରଖି ଅଧିନିୟମକୁ ଭାରତର ସଂସଦୀୟ ଯାତ୍ରାରେ ଏକ ସୁବର୍ଣ୍ଣ ମୁହୂର୍ତ୍ତ ଭାବେ ଅଭିହିତ କରିଥିଲେ। ନିମ୍ନ ସଦନରେ ବୁଧବାର ଦୀର୍ଘ ୭ ଘଣ୍ଟା ଧରି ବିତର୍କ ଚାଲିବା ପରେ ବିଲ୍‌ ଗୃହୀତ ହୋଇଥିଲା। ଲୋକ ସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ଦେବା ପାଇଁ ଉଦ୍ଦିଷ୍ଟ ନାରୀଶକ୍ତି ବନ୍ଦନ ଅଧିନିୟମ ସପକ୍ଷରେ ୪୫୪ ଓ ବିପକ୍ଷରେ ହାଇଦ୍ରାବାଦ୍‌ ଏମ୍‌ପି ଅସାଦୁଦ୍ଦିନ ଓଓ୍ବାଇସି ଏବଂ ତାଙ୍କ ନେତୃତ୍ୱାଧୀନ ଏଆଇଏମ୍‌ଆଇଏମ୍‌ ସଦସ୍ୟ ଇମ୍‌ତିଆଜ ଜଲିଲ ଭୋଟ ଦେଇଥିଲେ।
ପ୍ରକାଶ ଯେ, ୧୯୯୬ ପରଠୁ ମହିଳା ସଂରକ୍ଷଣ ବିଲ୍‌କୁ ଗୃହୀତ କରାଇବା ପାଇଁ ଏହା ଥିଲା ସପ୍ତମ ଉଦ୍ୟମ। ଓଡ଼ିଶାର ଶାସକ ବିଜୁ ଜନତା ଦଳ (ବିଜେଡି) ଏବଂ ତେଲଙ୍ଗାନାରେ କ୍ଷମତାସୀନ ଭାରତ ରାଷ୍ଟ୍ର ସମିତି ଦୀର୍ଘ ବର୍ଷ ଧରି ମହିଳା ସଂରକ୍ଷଣ ବିଲ୍‌କୁ ଆଇନରେ ପରିଣତ କରି ମହିଳାମାନଙ୍କୁ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଉଚିତ ପ୍ରତିନିଧିତ୍ୱ ଦେବା ପାଇଁ ମିଶନ ମୋଡ୍‌ରେ ପ୍ରୟାସ ଚଳାଇଥିଲେ। ବର୍ତ୍ତମାନ ଦେଶର ୯୫ କୋଟି ପଞ୍ଜୀକୃତ ଭୋଟରଙ୍କ ମଧ୍ୟରୁ ପ୍ରାୟ ଅଧା ହେଉଛନ୍ତି ମହିଳା। ଏହାସତ୍ତ୍ୱେ ପାର୍ଲାମେଣ୍ଟର ଆଇନପ୍ରଣେତାମାନଙ୍କ ମଧ୍ୟରୁ ମାତ୍ର ୧୫% ମହିଳା ଥିବାବେଳେ ବିଧାନସଭାଗୁଡ଼ିକରେ ଆହୁରି ନଗଣ୍ୟ ଅର୍ଥାତ୍‌ ୧୦% ପ୍ରତିନିଧିତ୍ୱ ସୁଯୋଗ ମିଳିଛି। ୩୩% ସଂରକ୍ଷଣ ସୁବିଧା ନିମ୍ନ ସଦନ ଏବଂ ରାଜ୍ୟ ବିଧାନ ପରିଷଦଗୁଡ଼ିକର ଆସନ କ୍ଷେତ୍ରରେ ଲାଗୁହେବ। କିନ୍ତୁ ରାଜ୍ୟ ସଭାରେ ଏହା ଲାଗୁହେବନାହିଁ। ଭାଜପା ଗତ ୨ଟି ଯାକ ଲୋକ ସଭା ନିର୍ବାଚନ ବେଳେ ଇସ୍ତାହାରରେ ମହିଳା ସଂରକ୍ଷଣ ବିଲ୍‌ ଆଣିବା ନେଇ ପ୍ରତିଶ୍ରୁତି ଦେଇଥିଲା। ବିଲ୍‌ ପାରିତ ହେବା ପରେ ସଫଳତାର ଶ୍ରେୟ ନେବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଛି। କାରଣ ଆଉ କିଛି ମାସ ପରେ ରହିଛି ବିଧାନସଭା ଭୋଟ ଓ ଏକ ସାଧାରଣ ନିର୍ବାଚନ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?