ଭାରତରେ ନାରୀ ସୁରକ୍ଷା

ବୈକୁଣ୍ଠନାଥ ମିଶ୍ର

ଥମ୍‌ସନ୍‌ ରଏଟର୍ସ ଫାଉଣ୍ଡେଶନ ପକ୍ଷରୁ ୨୦୧୯ରେ ୫୫୦ ଜଣ ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁସାରେ ଭାରତ ନାରୀମାନଙ୍କ ପାଇଁ ଏକ ଅସୁରକ୍ଷିତ ଦେଶ। ଭାରତୀୟ ନାରୀ ସମ୍ମୁଖୀନ ହେଉଥିବା ଯୌନ ଅତ୍ୟାଚାରକୁ ଭିତ୍ତିକରି ବିଦେଶୀ ବିଶେଷଜ୍ଞମାନେ ଏତାଦୃଶ ମତ ଦେଇଛନ୍ତି। କିନ୍ତୁ ଭାରତୀୟ ବିଶେଷଜ୍ଞମାନେ ଏହି ମତକୁ ସର୍ବାନ୍ତକରଣରେ ଗ୍ରହଣ କରିପାରିନାହାନ୍ତି। କାରଣ ତୁଳନାତ୍ମକ ଭାବେ ନିରୀକ୍ଷଣ କଲେ ଜଣାଯାଏ, ବିଶ୍ୱର ଅନ୍ୟାନ୍ୟ ଦେଶରେ ବିଶେଷକରି ୟୁରୋପୀୟ ଦେଶ ସମୂହରେ ନାରୀମାନଙ୍କ କ୍ଷେତ୍ରରେ ଘଟୁଥିବା ଯୌନ ବ୍ୟଭିଚାର ଅତ୍ୟନ୍ତ ଉଦ୍‌ବେଗଜନକ। ନାରୀ ସୁରକ୍ଷା ଓ ଅଧିକାର ଉପରେ କାର୍ଯ୍ୟ କରୁଥିବା ଅନ୍ୟ ଏକ ବୈଶ୍ୱିକ ଅନୁଷ୍ଠାନର ସଦ୍ୟତମ ରିପୋର୍ଟ ଅନୁଯାୟୀ ଭାରତରେ ପ୍ରତି ଏକ ଲକ୍ଷରେ ୧.୮ ପ୍ରତିଶତ ମହିଳା ବଳାତ୍କାରର ଶିକାର ହେଉଥିବାବେଳେ ଜର୍ମାନୀରେ ଏହା ୯.୪, ଇଂଲଣ୍ଡରେ ୧୭, ନରୱେରେ ୧୯.୨, ଆମେରିକାରେ ୨୭.୪ ଓ ସୁଇଡେନ ଯାହା ବିଶ୍ୱରେ ଏକ ପ୍ରଗତିଶୀଳ ରାଷ୍ଟ୍ର ସେଠାରେ ଏହା ସର୍ବାଧିକ ଅର୍ଥାତ ଏକ ଲକ୍ଷରେ ୬୩.୫ ପ୍ରତିଶତ ମହିଳା ଯୌନ ଶୋଷଣର ଶିକାର ହେଉଛନ୍ତି। ଏସବୁ ସତ୍ତ୍ୱେ ଭାରତକୁ ନାରୀ ଅସୁରକ୍ଷିତ ଦେଶର କାଳିମା ଲେପନର ତାପର୍ଯ୍ୟ କ’ଣ?
ବିଦେଶୀ ଗଣମାଧ୍ୟମଗୁଡ଼ିକର ଅଭିଯୋଗ ହେଲା ଭାରତରେ ସଂଘଟିତ ନାରୀ ନିର୍ଯାତନାର କିୟଦଂଶମାତ୍ର ପୋଲିସରେ ଅଭିଯୋଗ କରାଯାଉଛି। ଅଧିକାଂଶ ପୀଡ଼ିତା ସାରାଜୀବନ ଆତ୍ମଗ୍ଳାନିଜନିତ ଅସହ୍ୟ ବେଦନାରେ କାଳାତିପାତ କରନ୍ତି। ବିଶ୍ୱରେ ୧୯୩ଟି ରାଷ୍ଟ୍ରରେ ରଏଟର୍ସ ଫାଉଣ୍ଡେଶନ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ କୁହାଯାଇଛି, ଆଫଗାନିସ୍ତାନ, କଙ୍ଗୋ, ପାକିସ୍ତାନ ଓ ଆଫ୍ରିକୀୟ ଦେଶ ତଳକୁ ଭାରତରେ ମହିଳା ସୁରକ୍ଷା ସ୍ଥିତି ଅତ୍ୟନ୍ତ ଶଙ୍କାକୁଳ। ତେବେ ଯେଉଁମାନେ ଭାରତକୁ ନିନ୍ଦିତ କରୁଛନ୍ତିି ସେମାନଙ୍କ ନଜରକୁ ନିଜ ଦେଶ ସ୍ଥିତି ନ ଆସିବା ଆଶ୍ଚର୍ଯ୍ୟର କଥା। ବିଦେଶୀ ଗଣମାଧ୍ୟମ ଅନୁଯାୟୀ ୨୦୦୭ରୁ ୨୦୨୦ମଧ୍ୟରେ ଭାରତରେ ନାରୀ ଅସଦାଚରଣ ଉଦ୍‌ବେଗଜନକ ଭାବେ ବୃଦ୍ଧିପାଇଛି। କିନ୍ତୁ ଉକ୍ତ ସମୟ ମଧ୍ୟରେ ଇଂଲଣ୍ଡରେ ପ୍ରତି ଘଣ୍ଟାରେ ୧୧ଜଣ ବିଭିନ୍ନ ବୟସର ନାରୀ ବଳାତ୍କାରିତା ହେଉଛନ୍ତିି ଓ ବର୍ଷକୁ ୮୫ହଜାରରୁ ଊଦ୍ଧର୍‌ବ ନାରୀ ଓ ପ୍ରାୟ ୧୨ହଜାର ପୁରୁଷ ଯୌନ ନିର୍ଯାତନାର ଶିକାର ହେଉଛନ୍ତି। ୟୁରୋପ ଓ ଆମେରିକୀୟ ଦେଶଗୁଡ଼ିକରେ ୧୫ବର୍ଷ ବା ତଦୂଦ୍ଧର୍‌ବ ମହିଳାଙ୍କ ମଧ୍ୟରୁ ପ୍ରତି ତିନିଜଣରେ ଜଣେ ପାଶବିକତାକୁ ସାମ୍‌ନା କରୁଛନ୍ତିି। ସମଗ୍ର ବିଶ୍ୱ ଯେତେବେଳେ ପାଶବିକତାରେ କବଳିତ, ସେତେବେଳେ କେବଳ ଭାରତକୁ ନିନ୍ଦିତ କରାଯିବାର ପ୍ରୟାସ ନିଶ୍ଚିତଭାବେ ଚିନ୍ତାଜନକ।
ଭାରତୀୟ ନାରୀ ଅପେକ୍ଷାକୃତ ଭାବେ ଅଧିକ ସୁରକ୍ଷିତ ହେଲେ ମଧ୍ୟ ଜନସଂଖ୍ୟାର ବିଶାଳତା ଦୃଷ୍ଟିରୁ ଏହା ସେପରି ସନ୍ତୋଷଜନକ ନୁହେଁ। ଭାରତରେ ନାରୀ ନିର୍ଯାତନା ବୃଦ୍ଧିର କାରଣ ନିର୍ଣ୍ଣୟ ପାଇଁ ଅନେକ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇପାରେ। ପ୍ରଥମତଃ ଭାରତୀୟ ନାରୀ ଅତ୍ୟାଧୁନିକତାର ବଶବର୍ତ୍ତୀ ହୋଇ କ୍ରମେ ପାଶ୍ଚାତ୍ୟ ଚଳଣିକୁ ଆପଣାଇ ନେଉଛି। ଫଳରେ ଦୀର୍ଘଦିନରୁ ପ୍ରଚଳିତ ଧାର୍ମିକ ପରମ୍ପରା ଆଧ୍ୟାତ୍ମିକ ଭାବନାଠାରୁ ଦୂରେଇଯାଉଛି। ନିଷ୍ଠାପରତାର ସହ ଓଷାବ୍ରତ ପାଳନ ଆଉ ପୂର୍ବପରି ଦୃଶ୍ୟମାନ ହେଉନାହିଁ। ଶାଶୁମାନେ ଆଚରୁଥିବା ପୁଣ୍ୟପର୍ବଗୁଡ଼ିକ କୁସଂସ୍କାରର ଆଖ୍ୟାଦେଇ ବୋହୂମାନେ ସେଥିତ୍ରୁ ନିବୃତ୍ତ ରହୁଛନ୍ତିି। ଅପରନ୍ତୁ ଅବିବାହିତ ଯୁବତୀ ଯୁବକଙ୍କ ଅଣଅନୁମୋଦିତ ସହାବସ୍ଥାନ, ପୁରୁଷବନ୍ଧୁ ସହ ପ୍ରାକ୍‌ ବୈବାହିକ ଯୌନ ସମ୍ପର୍କ ସ୍ଥାପନ, ନାରୀପୁରୁଷ ନିର୍ବିଶେଷରେ ମଦ୍ୟପାନ, ଉଚ୍ଛୃଙ୍ଖଳ ଜୀବନଚର୍ଯ୍ୟା, ଭୟଶୂନ୍ୟ ବାତାବରଣ, ମାତାପିତାଙ୍କର ପିଲାମାନଙ୍କର ସ୍ବେଚ୍ଛାଚାରିତାକୁ ଅନ୍ଧ ଅନୁମୋଦନ, ନୈତିକତାବିହୀନ ବ୍ୟବସାୟିକ ଶିକ୍ଷା ଇତ୍ୟାଦି ନାରୀ ପାଇଁ ବିଶ୍‌ୃଙ୍ଖଳା ଆଚରଣ ନିମିତ୍ତ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିଛି।
କେବଳ ନାରୀ ମୁଣ୍ଡରେ ସମସ୍ତ ଦୋଷ ଲଦିଦେଇ ଆମେ କେବେ ନିଜକୁ ଦୋଷମୁକ୍ତ କରିପାରିବା ନାହିଁ। ସ୍ବାଧୀନତାର ୭୫ବର୍ଷ ପରେ ମଧ୍ୟ ଆମ ସମାଜ ପୁରୁଷକୈନ୍ଦ୍ରିକ ମନୋଭାବକୁ ପରିହାର କରିପାରିନାହିଁ। ସହରାଞ୍ଚଳ କଥା ଭିନ୍ନ; ମାତ୍ର ଗ୍ରାମାଞ୍ଚଳ ଯେଉଁଠି ସମୁଦାୟ ଜନସଂଖ୍ୟାର ୮୪ପ୍ରତିଶତ ଲୋକ ବାସକରନ୍ତି, ସେଠାରେ କନ୍ୟା ସନ୍ତାନକୁ ସେତିକି ପ୍ରାଧାନ୍ୟ ଦିଆଯାଉନାହିଁ, ଯେତିକି ପୁତ୍ରସନ୍ତାନକୁ ଦିଆଯାଉଛି। ଗୋଟିଏ ପରିବାରର ସଦସ୍ୟ ହୋଇ ପୁଅ ପାଇଁ ସମସ୍ତ ସୁବିଧା ସୁଯୋଗ ସୃଷ୍ଟି କରାଯାଉଥିଲେ ମଧ୍ୟ ଝିଅଟି ପ୍ରାୟତଃ ସେସବୁରୁ ବଞ୍ଚତ୍ତ। ପୁଅଟିକୁ ଉଚ୍ଚଶିକ୍ଷା ପାଇଁ ଦୂର ସହରକୁ ନିର୍ବିଘ୍ନରେ ପ୍ରେରଣ କରାଯାଉଥିଲେ ମଧ୍ୟ କନ୍ୟା ସନ୍ତାନକୁ ସାଧାରଣ ଶିକ୍ଷାରେ ସୀମିତ ରହିବାକୁ ହେଉଛି। ମାତାପିତା କନ୍ୟା ସୁରକ୍ଷା ବାବଦରେ ନିଶ୍ଚିନ୍ତ ହୋଇପାରୁନାହାନ୍ତି। ପୁରୁଷର ଅସଭ୍ୟ ଦୃଷ୍ଟି ବୟସ ନିର୍ବିଶେଷରେ ପ୍ରତ୍ୟେକ ନାରୀ ଉପରେ ପଡୁଛି। ଏଥିପାଇଁ ପୁରୁଷର ମଦ୍ୟପାନଜନିତ ମାନସିକ ବିକାରକୁ ଦାୟୀ କରାଯାଇପାରେ। ଜଣେ ନିଶାସକ୍ତ ନ ହେଲେ କୋମଳମତି ଶିଶୁକନ୍ୟା ହେଉ ଅବା ବୟସର ଅପରାହ୍ନରେ ଉପନୀତ ବୃଦ୍ଧା ପ୍ରତି ପାଶବିକ ଆଚରଣ କରିପାରିବ ନାହିଁ। ଦିବ୍ୟଜନନୀ ଶ୍ରମା କୁହନ୍ତି- ‘ଯେଉଁ ମଣିଷ ବିବେକ ଦ୍ୱାରା ପରିଚାଳିତ ନ ହୋଇ ଆଉ କିଛି ଦ୍ୱାରା ପରିଚାଳିତ ହୁଏ ସେ ଅନ୍ୟାନ୍ୟ ପ୍ରାଣୀଙ୍କ ଅପେକ୍ଷା ଏକ ନିକୃଷ୍ଟତର ଜନ୍ତୁରେ ପରିଣତ ହୁଏ। ଏପରି ଆଚରଣ କରୁଥିବା ବ୍ୟକ୍ତି ଆଦୌ ମଣିଷ ପଦବାଚ୍ୟ ନୁହେଁ।’ ନିଶାସକ୍ତ ବ୍ୟକ୍ତି ବିବେକଶୂନ୍ୟ। ତା’ ମସ୍ତିଷ୍କ କେବଳ ଗୁଡ଼ିଏ ନକାରାତ୍ମକ ଭାବନାର ଗନ୍ତାଘର। ଖାଲି ବଳାତ୍କାର ନୁହେଁ, ହତ୍ୟା, ଲୁଣ୍ଠନ, ଠକାମି ଭଳି ଅସାମାଜିକ ପ୍ରବୃତ୍ତି ତା’ ମଧ୍ୟରେ ସ୍ଥାନ ପାଏ। ସମ୍ପ୍ରତି ଆମ ରାଜ୍ୟରେ ଏଭଳି ଏକ ଘଟଣା ଘଟିଛି, ଯାହା ସଭ୍ୟ ସମାଜ ପ୍ରତି ଏକ ନିଷ୍ଠୁର ଉପହାସ। ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ଫେଲ୍‌; କିନ୍ତୁ ପ୍ରେମଜାଲରେ ଫସାଇ ବିବାହ କରିଛି ୧୭ଜଣ ଉଚ୍ଚଶିକ୍ଷିତା ନାରୀଙ୍କୁ। ନିଜେ ଜଣେ ଡାକ୍ତର ବୋଲି ମିଥ୍ୟା ପରିଚୟ ଦେଇ ଖାଲି ବିବାହ କରିନାହିଁ ; ଲୁଣ୍ଠନ କରିଛି ଲକ୍ଷ ଲକ୍ଷ ଟଙ୍କା। ମହିଳାମାନଙ୍କର ଦୁର୍ଭାଗ୍ୟ ଯେ ଉଚ୍ଚଶିକ୍ଷିତା ହୋଇ ମଧ୍ୟ ମୂର୍ଖଟାକୁ ପ୍ରଥମରୁ ଚିହ୍ନିପାରିଲେ ନାହିଁ କିପରି? ୧୭ଜଣ ମହିଳାଙ୍କ ମଧ୍ୟରେ ଦୁଇଜଣ ଡାକ୍ତର ମଧ୍ୟ ଅଛନ୍ତିି। ରଏଟର୍ସ ଫାଉଣ୍ଡେଶନର ଅନ୍ୟତମ ଅଭିଯୋଗ ହେଲା ଯେ ଭାରତୀୟ ନାରୀ କେବଳ ଯାୈନ ଉପତ୍ୀଡ଼ିତା ନୁହନ୍ତି, ବିଦେଶାଗତ ନାରୀ ମଧ୍ୟ ଭାରତରେ ସୁରକ୍ଷିତ ନୁହନ୍ତି।
ରଏଟର୍ସ ଫାଉଣ୍ଡେଶନ ସଂସ୍ଥା ଦ୍ୱାରା ପ୍ରଦତ୍ତ ରିପୋର୍ଟ ଉପରେ ଭରତ ସରକାର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତିି ଭାରତକୁ ବିଶ୍ୱ ଦରବାରରେ ନିନ୍ଦିତ କରିବାର ଏହା ଏକ ହୀନ ଚକ୍ରାନ୍ତ। ଭାରତ ସରକାର ମହିଳା ଅଧିକାର ଓ ସୁରକ୍ଷା ଉପରେ ଯଥେଷ୍ଟ ଧ୍ୟାନ ଦେଉଛନ୍ତି। ୯ବର୍ଷ ବୟସର ବାଳିକା ବିବାହ ଶୂନ ହୋଇଛି। ୨୦୦୫-୦୬ ରୁ ୧୫ରୁ ୧୮ବର୍ଷୀୟା ବାଳିକା ମାତୃତ୍ୱ ୧୬ପ୍ରତିଶତରୁ ହ୍ରାସ ପାଇ ୨୦୧୫-୧୬ରେ ୭. ୯ ପ୍ରତିଶତ ଓ ବର୍ତ୍ତମାନ ମାତ୍ର ୪.୫ ପ୍ରତିଶତରେ ସୀମିତ ଅଛି। ଆମେରିକାରେ ପ୍ରଖ୍ୟାତ ଖବରକାଗଜ ‘ନ୍ୟୁୟର୍କ ଟାଇମ୍‌ସ’ ସମ୍ପାଦକୀୟ ପୃଷ୍ଠା ଲେଖିଥିଲା ପରକୀୟା ପ୍ରୀତିର ମାନେ କିଛି ନାହିଁ (ଦେୟାର ଇଜ୍‌ ନୋ ମିନିଂ ଅଫ ଅଦର ମ୍ୟାନସ ୱାଇଫ୍‌)। କିଛି ମହିଳା ପାଦେ ଆଗେଇ ଆସି ଦାବି କରନ୍ତି ‘ମୋ ଦେହ ହିଁ ମୋର ଅଧିକାର’ (ମାଇଁ ବଡି ଇଜ୍‌ ମାଇଁ ରାଇଟ୍‌)। ଭାରତରେ ଏପରି ସ୍ବର ଏବେଯାଏ ଶୁଣାଯାଇନାହିଁ। ତେଣୁ ବିଦେଶୀ ସଂସ୍ଥାମାନେ ଭାରତୀୟ ନାରୀ ଉପରେ ଯେଉଁ ତଥ୍ୟ ପ୍ରଦାନ କରୁଛନ୍ତି, ତାହା ଗ୍ରହଣଯୋଗ୍ୟ ନୁହେଁ। ସ୍ତ୍ରୀ ଅଦଳବଦଳ (ୱାଇଫ୍‌ ସ୍ବାପିଙ୍ଗ୍‌) ଭଳି ଘୃଣ୍ୟରୀତି ଭାରତୀୟ ଚଳଣି ମଧ୍ୟକୁ ଏପର୍ଯ୍ୟନ୍ତ ପ୍ରବେଶ କରିନାହିଁ। ତେଣୁ ଭାରତୀୟ ନାରୀର ସାମାଜିକ ସ୍ଥିତି ଅତ୍ୟନ୍ତ ସୁଦଢ଼। ୨୦୧୫ ମର୍ଯ୍ୟାଦା ତା’ର ଆତ୍ମାର ଅବିନଶ୍ୱର ଓ ଶାଶ୍ୱତ ନାରୀତ୍ୱର ଅଂଶ ବିଶେଷ। ନାରୀ ସୁରକ୍ଷାର ପ୍ରବକ୍ତା ଜ୍ଞନପୀଠ ବିଜୟିନୀ ଡ. ପ୍ରତିଭା ରାୟଙ୍କ ମତରେ ନାରୀ ତା’ର ଅଧିକାର ଓ ଭୂମିକା ସମ୍ବନ୍ଧରେ ଅଧିକ ସଚେତନ ହେବାର ସମୟ ଉପଗତ।
ବିଶ୍ୱର ସ୍ଥିତିକୁ ତୁଳନାତ୍ମକ ଭାବେ ବିଚାର କଲେ ଭାରତରେ ନାରୀ ନିର୍ଯାତନା ଅତ୍ୟନ୍ତ ନଗଣ୍ୟ। ତଥାପି ଏଥିରେ ଆଶ୍ୱସ୍ତ ନ ହୋଇ ଏହାର ବିଲୋପ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଶୂନ୍ୟ ସହନଶୀଳତା ନୀତି ଆପଣେଇବା ଆବଶ୍ୟକ। ନାରୀ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ କରୁଥିବା କୌଣସି ବ୍ୟକ୍ତିକୁ ଦଳମତ ନିର୍ବିଶେଷରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନର ବ୍ୟବସ୍ଥା ଗ୍ରହଣ କରାଯିବା ଉଚିତ।
ସିଦ୍ଧଳ, ଜଗତସିଂହପୁର
ମୋ-୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?