ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ ବାଟ ଫିଟାଇ ଦିଏ ଏବଂ ନଜର ଆଢ଼ୁଆଳରେ ରହିଯାଉଥିବା କୌଣସି ଜୀବନ ଗାଥାକୁ ସାମ୍‌ନାକୁ ଆଣିପାରେ। ଏହା କହିବାର ତାତ୍ପର୍ଯ୍ୟ ହେଉଛି, ନନ୍ଦୁ ଏମିତି ଜଣେ ବ୍ୟକ୍ତିର ଫଟୋକୁ ସାମ୍ନାକୁ ଆଣିଛନ୍ତି, ଯାହାଙ୍କୁୁ ନେଇ ଏବେ ପ୍ରଶଂସାର ସୁଅ ଛୁଟିଛି। ସେହି ବ୍ୟକ୍ତି ଜଣକ ହେଉଛନ୍ତି ଏନ୍‌.ଏସ୍‌. ରାଜପ୍ପାନ। ସେ ଜଣେ ନିଆର ବ୍ୟକ୍ତିତ୍ୱ। ରାଜପ୍ପାନ ପିଲାଦିନରୁ ପକ୍ଷାଘାତର ଶିକାର ହୋଇ ଏକ ଭିନ୍ନ ଜୀବନ ଜିଇବାକୁ ପ୍ରୟାସ ଜାରି ରଖିଛନ୍ତି। ପ୍ରତିଦିନ ସକାଳୁ ସେ ତାଙ୍କ ଘରପାଖରେ ପ୍ରବାହିତ ମିନାଚ୍ଛିଲ ନଦୀକୁ ଯାଇ ଡଙ୍ଗାରେ ପ୍ଲାଷ୍ଟିକ ବୋତଲ ଏବଂ ଅନ୍ୟାନ୍ୟ ବର୍ଜ୍ୟ ସଂଗ୍ରହ କରୁଛନ୍ତି। ପରେ ତାହାକୁ ରିସାଇକ୍ଲିଂ କେନ୍ଦ୍ରରେ ଦେଉଛନ୍ତି। ଏଥିରୁ ରୋଜଗାର କରିବା ତାଙ୍କ ଲକ୍ଷ୍ୟ ନୁହେଁ, ବରଂ ପରିବେଶ ସ୍ବଚ୍ଛତାକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ୬୯ ବର୍ଷ ବୟସରେ ବି ସେ ଏହି କାର୍ଯ୍ୟ ଜାରି ରଖିଛନ୍ତି। ଦୀର୍ଘଦିନ ହେଲା ଏହି କାର୍ଯ୍ୟ ସେ କରିଆସୁଥିଲେ ବି ଲୋକଙ୍କ ନଜର ଆଢ଼ୁଆଳରେ ରହିଯାଇଥିଲେ। ତେବେ ନନ୍ଦୁଙ୍କ କ୍ୟାମେରା ହିଁ ତାଙ୍କ କାର୍ଯ୍ୟକୁ ଜନସ୍ବୀକୃତି ଦେଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

ପରିଚୟ ଖୋଜୁଛି ଭଦ୍ରକ ଗୁଡ଼

ଉପକୂଳ ଓଡ଼ିଶାରେ ଆଖୁଚାଷ କହିଲେ ଭଦ୍ରକ ଆଖୁକୁ ବୁଝାଏ। ଭଦ୍ରକ ଗୁଡ଼ର ବି ସେତିକି ଚାହିଦା ଥିଲା। ା ଯାଜପୁର, ବାଲେଶ୍ୱର,କେନ୍ଦୁଝରକୁ ଭଦ୍ରକ ଗୁଡ଼ ରପତ୍ାନି ହୁଏ।…

ରାମରାଜ୍ୟର ବାସ୍ତବ ଲକ୍ଷ୍ୟ

ଏବେ ‘ସନାତନ ଧର୍ମ’ ବାକ୍ୟାଂଶ ବା ସ୍ଲୋଗାନ ଅତି ସାଧାରଣ ଭାବରେ ବ୍ୟବହାର ହେଉଛି। ଏହାକୁ ଏକ ପ୍ରାଚୀନ ହିନ୍ଦୁ ଜୀବନଶୈଳୀ ରୂପେ ଉପସ୍ଥାପନ କରାଯାଉଛି, ଯାହା…

ଗୋଇନ୍ଦା ବିଫଳତା-ଉତ୍ତରଦାୟୀ କିଏ

ସାରା ରାଜ୍ୟରେ ବଡ଼ ଜୋରସୋରରେ କୁଖ୍ୟାତ ଅପରାଧୀମାନଙ୍କ ଧରପଗଡ଼ ଚାଲିଛି। କେତେଜଣ ଧରାହୋଇ ଜେଲ କୋଠରିକୁ ଫେରୁଛନ୍ତି ତ ପୁଣି କେତେକେ ପୋଲିସ ଆଖିରେ ଧୂଳିଦେଇ ଫେରାର…

୯ କିଲୋମିଟରର ଅକୁହା କାହାଣୀ

ପ୍ରଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ଆସ କୃତଜ୍ଞ ହେବା

ଗଭୀର ନଦୀ ଧୀରେ ବହେ। ଗମ୍ଭୀର ବ୍ୟକ୍ତି ଧୀରେ କହେ। ଭଲ ମଣିଷ କୃତଜ୍ଞ ରହେ। କେହି ଜଣେ ବିଦ୍ୱାନ ଏକଦା କହିଥିଲେ- କୃତଜ୍ଞତା ହେଉଛି ମଣିଷର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri