ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର ଅନେକ ମୂଲ୍ୟବାନ୍‌ ପାଠ। କିନ୍ତୁ ଆଜି ଖେଳପଡ଼ିଆ ଧୀରେ ଧୀରେ ଖାଲି ହେଉଛ। ପିଲାଙ୍କ ଶୈଶବ ଖେଳରେ ନୁହେଁ, ବରଂ ନମ୍ବର, ପରୀକ୍ଷା ଓ ପ୍ରତିଯୋଗିତାରେ ବନ୍ଦୀ ହୋଇପଡ଼ିଛି। ସଫଳତାକୁ ପ୍ରାୟତଃ ମାର୍କ୍ସ ଓ ର଼୍ୟାଙ୍କରେ ମପାଯାଉଛି। ଏହି ଧାରଣା ଅଭିଭାବକ ଓ ଶିକ୍ଷା ପ୍ରଣାଳୀକୁ ଏମିତି ଏକ ଦିଗକୁ ନେଇଯାଇଛି, ଯେଉଁଠାରେ ପିଲାଙ୍କ ଶୈଶବଠାରୁ ଅଧିକ ଗୁରୁତ୍ୱ ପାଉଛି ତାଙ୍କର ପରୀକ୍ଷା ଫଳ। ସ୍କୁଲ ପରେ ପିଲାଙ୍କ ସମୟ ଏବେ ଟ୍ୟୁଶନ ଓ କୋଚିଂ ସେଣ୍ଟରରେ କଟୁଛି। ସକାଳୁ ସ୍କୁଲ, ସାରେ କୋଚିଂ, ରାତିରେ ହୋମ୍‌ୱାର୍କ ଏହା ହିଁ ପିଲାଙ୍କ ଦୈନନ୍ଦିନ ଜୀବନ। ଅଭିଭାବକଙ୍କ ଉଦ୍ଦେଶ୍ୟ ଖରାପ ନୁହେଁ। ସେମାନେ ଚାହାନ୍ତି ନିଜ ପିଲା ଭବିଷ୍ୟତରେ ସଫଳ ହେଉ, ଭଲ ଚାକିରି କରୁ ଓ ସମାଜରେ ସ୍ଥାନ ପାଉ। କିନ୍ତୁ ଅନେକ ସମୟରେ ଏହି ଆଶା ଅଜାଣତରେ ଚାପରେ ପରିଣତ ହୋଇଯାଏ। ପିଲାଙ୍କ ଛୋଟ ମନରେ ଏକ ଭୟ ସୃଷ୍ଟି ହେଉଛି ମୁଁ ପଛରେ ପଡ଼ିଯିବିନି କି? ଏହି ଭୟ ତାଙ୍କ ନିର୍ମଳ ଶୈଶବକୁ ଧୀରେ ଧୀରେ ଚାପି ଦେଉଛି।
ଖେଳିବା ସମୟରେ ପିଲାମାନେ ଶିଖନ୍ତି ଦଳୀୟ କାମ, ନେତୃତ୍ୱ, ଧୈର୍ଯ୍ୟ ଓ ସମସ୍ୟାର ସମାଧାନ। ସେମାନଙ୍କ ଶରୀର ସୁସ୍ଥ ରହେ, ମନ ପ୍ରଫୁଲ୍ଲ ରହେ ଓ ସୃଜନଶୀଳତା ବଢ଼େ। କିନ୍ତୁ ଆଜିର ପିଲାମାନେ ଖୋଲା ଆକାଶ ତଳେ ଦୌଡ଼ିବା ପରିବର୍ତ୍ତେ ଚାରିକାନ୍ଥ ଭିତରେ ବସି ପ୍ରଶ୍ନୋତ୍ତର ମୁଖସ୍ଥ କରୁଛନ୍ତି। ତାଙ୍କ ଜୀବନରୁ ଖେଳ, ମଜା ଓ ସ୍ବାଭାବିକତା ଧୀରେ ଧୀରେ ଉଭେଇଯାଉଛି।
ଆଜି ପ୍ରାୟ ପ୍ରତ୍ୟେକ ପିଲାକୁ ଅନ୍ୟ ପିଲାଙ୍କ ସହ ତୁଳନା କରାଯାଉଛି। ସେ ଏତେ ନମ୍ବର ଆଣିଲା, ତୁମେ କାହିଁକି ନୁହେଁ?, ସେ କୋଚିଂକୁ ଯାଉଛି, ତୁମେ ମଧ୍ୟ ଯିବା ଦରକାର । ଏଭଳି କଥା ପିଲାମାନଙ୍କ ମନରେ ଅନାବଶ୍ୟକ ଚାପ ସୃଷ୍ଟି କରୁଛି। ଶୈଶବ ଯେଉଁଠାରେ ସ୍ବାଧୀନତା ଓ ଆନନ୍ଦର ସମୟ ହେବା ଉଚିତ, ସେଠାରେ ଏହା ଏବେ ତୁଳନା ଓ ପ୍ରତିସ୍ପର୍ଦ୍ଧାର ଭାର ବୋହୁଛି। ପ୍ରଯୁକ୍ତି ଏହି ପରିବର୍ତ୍ତନକୁ ଆହୁରି ତୀବ୍ର କରିଦେଇଛି। ଅନେକ ପିଲା ଖେଳପଡ଼ିଆକୁ ଯିବା ପରିବର୍ତ୍ତେ ମୋବାଇଲ ଓ ଭିଡିଓ ଗେମ୍‌ରେ ସମୟ କାଟୁଛନ୍ତି। ଅଭିଭାବକମାନେ ଅନେକ ସମୟରେ ପିଲାଙ୍କୁ ବାହାରେ ଖେଳିବାଠାରୁ କୋଚିଂ କିମ୍ବା ଅନଲାଇନ କ୍ଲାସକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଫଳରେ ପିଲାମାନେ ପ୍ରକୃତି, ସାଙ୍ଗସାଥୀ ଓ ବାସ୍ତବ ଅନୁଭବରୁ ଦୂରେଇଯାଉଛନ୍ତି। ତାଙ୍କ ଜୀବନରେ ହସ ଅଛି, କିନ୍ତୁ ସେହି ହସରେ ନିର୍ମଳତା ନାହିଁ; ସଫଳତା ଅଛି, କିନ୍ତୁ ଶାନ୍ତି ନାହିଁ। ଏହି ପରିସ୍ଥିତିର ପ୍ରଭାବ ପଡ଼ୁଛି ପିଲାଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ। ଛୋଟ ବୟସରୁ ଅନେକ ପିଲା ଚିନ୍ତା, ଭୟ ଓ ଆତ୍ମବିଶ୍ୱାସର ଅଭାବରେ ପୀଡ଼ିତ ହେଉଛନ୍ତି। ପରୀକ୍ଷାରେ ଅଳ୍ପ ନମ୍ବର ଆସିଲେ ସେମାନେ ନିଜକୁ ଅସଫଳ ଭାବୁଛନ୍ତି। କିଛି ପିଲା ନିଜ ଭାବନାକୁ କାହାକୁ କହିପାରୁନାହାନ୍ତି ଓ ନୀରବରେ ମାନସିକ ଚାପ ବୋହୁଛନ୍ତି। ଏହା ଏକ ଗଭୀର ସାମାଜିକ ସମସ୍ୟା, ଯାହାକୁ ଆମେ ଅନେକ ସମୟରେ ଅବହେଳା କରୁଛୁ।
ଶିକ୍ଷା ଜୀବନ ପାଇଁ ଅତ୍ୟାବଶ୍ୟକ, କିନ୍ତୁ ଶିକ୍ଷାର ଅର୍ଥ କେବଳ ନମ୍ବର ଆଣିବା ନୁହେଁ। ସତ୍ୟ ଶିକ୍ଷା ହେଉଛି ମଣିଷକୁ ମଣିଷ କରିବା। ଯଦି ଜଣେ ପିଲା ଭଲ ନମ୍ବର ଆଣୁଛି, କିନ୍ତୁ ଖୁସି ନାହିଁ, ସୃଜନଶୀଳତା ନାହିଁ ଓ ଜୀବନର ସରଳ ଆନନ୍ଦକୁ ଅନୁଭବ କରିପାରୁନାହିଁ, ତେବେ ସେହି ଶିକ୍ଷାର ଅର୍ଥ କ’ଣ? ଆମେ ପିଲାଙ୍କୁ କେବଳ ପରୀକ୍ଷା ପାଇଁ ନୁହେଁ, ଜୀବନ ପାଇଁ ପ୍ରସ୍ତୁତ କରିବା ଦରକାର।
ଅଭିଭାବକ ଓ ଶିକ୍ଷକମାନେ ଏହି ପରିସ୍ଥିତିକୁ ବଦଳାଇପାରନ୍ତି। ପିଲାଙ୍କୁ କିଛି ସମୟ ଖେଳିବା, ସ୍ବପ୍ନ ଦେଖିବା ଓ ନିଜ ଇଚ୍ଛାମତେ ଜୀବନକୁ ଅନୁଭବ କରିବାର ସ୍ବାଧୀନତା ଦେବା ଦରକାର। ପ୍ରତ୍ୟେକ ପିଲା ଅଲଗା; ସେମାନଙ୍କ ପ୍ରତିଭା ଓ ଆଗ୍ରହ ମଧ୍ୟ ଭିନ୍ନ। ତେଣୁ ସମସ୍ତଙ୍କୁ ଏକ ମାପକାଠିରେ ମାପିବା ଉଚିତ ନୁହେଁ। ପିଲାଙ୍କ ହସ, ମାନସିକ ଶାନ୍ତି ଓ ଆତ୍ମବିଶ୍ୱାସ କୌଣସି ର଼୍ୟାଙ୍କ କିମ୍ବା ମାର୍କ୍ସଠାରୁ ଅଧିକ ମୂଲ୍ୟବାନ। ମନେ ରଖିବା ଉଚିତ ଯେ ଶୈଶବ ଜୀବନର ସବୁଠାରୁ ସୁନ୍ଦର ଅଧ୍ୟାୟ। ଏହାକୁ ଯଦି ଆମେ କେବଳ ପୁସ୍ତକ, କୋଚିଂ ଓ ପ୍ରତିସ୍ପର୍ଦ୍ଧାରେ ବନ୍ଦୀ କରିଦେବା, ତେବେ ଆମେ ଏକ ଏମିତି ପିଢ଼ି ତିଆରି କରିବୁ, ଯେଉଁମାନେ ସଫଳ ହେବେ ସତ୍ୟ, କିନ୍ତୁ ଭିତରୁ କ୍ଳାନ୍ତ ଅନୁଭବ କରିବେ।

ଏସ୍.ଆର୍. ଶ୍ରଦ୍ଧାଞ୍ଜଳି

ଶିକ୍ଷୟିତ୍ରୀ, ଡିଏଭି ପବ୍ଲିକ ସ୍କୁଲ, ପୁରୀ
ମୋ: ୭୮୫୪୮୦୨୮୦୫

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri