Posted inଖେଳ

ମାର୍ଚ୍ଚ ୪ ରୁ ମହିଳା ପ୍ରିମିୟର ଲିଗ୍‌: ନିଲାମ ତାଲିକାରେ ୪୦୯ ଖେଳାଳି, ୨୪୬ ଭାରତୀୟ-୧୬୩ ବିଦେଶୀ…

କୋଲକାତା,୭।୨ : ମହିଳା ପ୍ରିମିୟର ଲିଗ (ଡବ୍ଲୁପିଏଲ) ର ପ୍ରଥମ ସଂସ୍କରଣ ଚଳିତ ବର୍ଷ ମାର୍ଚ୍ଚ ୪ ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ବିସିସିଆଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି। ଏହି ଟୁର୍ନାମେଣ୍ଟ ମୁମ୍ବାଇର ଦୁଇଟି ଷ୍ଟାଡିୟମ ବ୍ରାବୋର୍ନ ଏବଂ ଡିଓ୍ବାଇ ପାଟିଲରେ ଖେଳାଯିବ। ଏହି ଦୁଇଟି ଷ୍ଟାଡିୟମରେ ମୋଟ ୨୨ ଟି ମ୍ୟାଚ ଖେଳାଯିବ।

ମହିଳା ଟି-୨୦ ବିଶ୍ୱକପ ପରେ ଖେଳାଳି ଏବଂ ପ୍ରଶିକ୍ଷକଙ୍କୁ ଯେଭଳି ସୁବିଧା ହେବ ସେଥିପାଇଁ ଏହି ଲିଗ କେବଳ ଗୋଟିଏ ସ୍ଥାନରେ ଅନୁଷ୍ଠିତ ହେଉଛି। ଫେବୃଆରୀ ୧୦ ରୁ ୨୬ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ମହିଳା ଟି-୨୦ ବିଶ୍ୱକପ ଟୁର୍ନାମେଣ୍ଟ ଖେଳାଯିବ । ଏହା ପରେ ମହିଳା ଆଇପିଏଲ ଆରମ୍ଭ ହେବ ।

ଏଥି ସହିତ, ଫେବୃଆରୀ ୧୩ ରେ, ଖେଳାଳିମାନଙ୍କୁ ମୁମ୍ବାଇରେ ନିଲାମ କରାଯିବ। ମହିଳା ଆଇପିଏଲ ନିଲାମ ପାଇଁ ମୋଟ ୧୫୨୫ ଖେଳାଳି ପଞ୍ଜୀକୃତ ହୋଇଥିଲେ। ସେଥିମଧ୍ୟରୁ ୪୦୯ ଖେଳାଳି ଶର୍ଟଲିଷ୍ଟ ହୋଇଛନ୍ତି। ସେଥିମଧ୍ୟରୁ ୨୪୬ ଜଣ ଭାରତୀୟ ଏବଂ ୧୬୩ ଜଣ ବିଦେଶୀ ଖେଳାଳି ଅଛନ୍ତି। ୧୬୩ ବିଦେଶୀ ଖେଳାଳିଙ୍କ ମଧ୍ୟରୁ ଆଠ ଜଣ ଆସୋସିଏଟ ଦେଶରୁ ଆସିଛନ୍ତି। ଚଳିତ ବର୍ଷ ମହିଳା ପ୍ରିମିୟର ଲିଗରେ ପାଞ୍ଚଟି ଦଳ ଖେଳୁଥିବାର ଦେଖିବାକୁ ମିଳିବ। ସେଥିମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ, ଗୁଜରାଟ ଜଏଣ୍ଟସ, ଲକ୍ଷ୍ନୌ ୱାରିୟର୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୨୨ ଆଇପିଏଲ୍‌ ପୂର୍ବରୁ ଆର୍‌ସିବିର ବଡ଼ ଘୋଷଣା

ବାଙ୍ଗାଲୋର,୯।୧୧: ୨୦୨୨ ଆଇପିଏଲ୍‌ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ପକ୍ଷରୁ କୋଚ୍‌ ପଦ ନେଇ ବଡ଼ ଘୋଷଣା କରାଯାଇଛି। ମଙ୍ଗଳବାର ଆରିସିବି ଆଗାମୀ ଦୁଇ ବର୍ଷ...

ଭାରତୀୟ ମହିଳା ଦଳର ଖେଳାଳିଙ୍କୁ ମିଳିନାହିଁ ଟି୨୦ ବିଶ୍ୱକପ୍‌ର ପୁରସ୍କାର ରାଶିର ଅଂଶ

ନୂଆଦିଲ୍ଲୀ, ୨୩।୫ : ଗତ ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ମହିଳା ବିଶ୍ୱକପ୍‌ରେ ଭାରତୀୟ ଦଳ ଉପ ବିଜେତା ଆଖ୍ୟା ଗ୍ରହଣ କରିଥିଲା। ଏଥି ଯୋଗୁ...

ଜୀବନର ଦୁଇଟି ମୂଲ୍ୟବାନ୍‌ ସମ୍ପତ୍ତିର ଫଟୋ ଛାଡି ଚର୍ଚ୍ଚାରେ ଓ୍ବାଶିଂଟନ ସୁନ୍ଦର

ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରି ଭାରତ ଫେରିଛନ୍ତି ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର। ଏବେ ସେ ନିଜ ପରିବାର ସହ ସମୟ ବିତାଉଛନ୍ତି।...

ଦକ୍ଷିଣ ଆଫ୍ରିକା କ୍ରିକେଟର ପାର୍ଟନର ହେଲା ‘ଅମୁଲ’

ନୂଆଦିଲ୍ଲୀ, ୧୬ା୯ (ପି.ଟି.)- ଭାରତ ଚଳିତ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ପାଇଁ ଭାରତର ପ୍ରମୁଖ ଡାଏରୀ କମ୍ପାନୀ ‘ଅମୁଲ‘ କ୍ରିକେଟ ଦକ୍ଷିଣ...

ପୂଜାରୀଙ୍କୁ ଗୁରୁ ଦାୟିତ୍ୱ

ଭୁବନେଶ୍ୱର,୧୮।୧୨(ସ୍ପୋଟର୍‌ସ ବ୍ୟୁରୋ): ବଲାଙ୍ଗୀର ଡିଷ୍ଟ୍ରିକ୍ଟ ଆଥଲେଟିକ ଆସୋସିଏଶନ ତଥା ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସଦସ୍ୟ ହରିନାରାୟଣ ପୂଜାରୀଙ୍କୁ ଏକ ଗୁରୁ ଦାୟିତ୍ୱ ମିଳିଛି। ଭାରତୀୟ...

ମୁଁ ସେଭଳି ଅଧିନାୟକ ନୁହେଁ, ଯିଏ କାମ ହାସଲ ପାଇଁ ଖେଳାଳିମାନଙ୍କ ପଛରେ ପଡ଼ିଯିବ: ରୋହିତଙ୍କ ଏହି ମନ୍ତବ୍ୟକୁ ନେଇ ହେଉଛି ଏଭଳି ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୧: ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଫାଇନାଲ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ଲାଭ କରିଛି। ପଞ୍ଚମ ଥର ପାଇଁ...

ରଗବୀରେ ଓଡ଼ିଶା ମହିଳା ଦଳର ବୃହତ ବିଜୟ

ଅହମ୍ମଦାବାଦ,୨୯ା୯(ପି.ଟି.): ବୁଧବାର ଠାରୁ ଗୁଜରାଟରେ ଆରମ୍ଭ ହୋଇଛି ୩୬ ତମ ଜାତୀୟ କ୍ରୀଡା। ଜାତୀୟ କ୍ରୀଡାର ପ୍ରଥମ ଦିନରେ ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ବିଜେତା ନୟନମୋନି ସାଇକିଆ...

ଓସିଏ ନିର୍ବାଚନ :ସଭାପତି ପଦବୀରେ ପଙ୍କଜ-ପ୍ରଦୀପ ଲଢ଼େଇ

କଟକ ଅଫିସ,୨୪ା୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ନିର୍ବାଚନକୁ ଆଉ ୩ ଦିନ ବାକି । ଗୁପ୍ତରେ ଚାଲିଛି ଅଙ୍କକଷା, ଭୋଟ ବ୍ୟାଙ୍କ ପ୍ରସ୍ତୁତି। ଦୁଇଟି ଗୋଷ୍ଠୀ...

Advertisement
Archives

Model This Week