Posted inଜାତୀୟ

ରାଜ୍ୟରୁ କେନ୍ଦ୍ରୀୟ ରାଜନୀତି ମୁହାଁ କେସିଆର, ମହାରାଷ୍ଟ୍ରର ନାନ୍ଦେଡ ଏବେ ପ୍ରବେଶ ଦ୍ୱାର…

ନୂଆଦିଲ୍ଲୀ,୭।୨ : ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ତେଲେଙ୍ଗାନା ଭଳି ରାଜ୍ୟରୁ କେନ୍ଦ୍ରୀୟ ରାଜନୀତି ମୁହାଁ ହୋଇଛନ୍ତି। ଏନେଇ ପ୍ରବୋ ଦ୍ୱାର ଭାବେ ସେ ମହାରାଷ୍ଟ୍ରରେ ନାନ୍ଦେଡକୁ ବାଛିଛନ୍ତି। ହାଇଦ୍ରାବାଦ ପରେ ଆସାଦୁଦ୍ଦିନ ଓୱାଇସିଙ୍କ ପାର୍ଟି ଏମଆଇଏମ ନିଜେ ନାନ୍ଦେଡ ମ୍ୟୁନିସିପାଲ କର୍ପୋରେଶନରେ ରାଜ୍ୟ ବାହାରେ ଏହାର ପ୍ରଥମ ଖାତା ଖୋଲିଥିଲା। ସେହିଭଳି ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି (ବିଆରଏସ) ମଧ୍ୟ ଏହାକୁ କେନ୍ଦ୍ରୀୟ ରାଜନୀତିର ପ୍ରବେଶ ଦ୍ୱାର କରିବା ପାଇଁ ପ୍ରସ୍ତୁତି ଚଳାଇଛି।

କେସିଆର ଏନେଇ ନାନ୍ଦେଡର ଭୋକରରେ ଏକ ବିରାଟ ସାଧାରଣ ସଭା କରି ‘ଅବ କି ବାର କିଷାନ ସରକାର’ ସ୍ଲୋଗାନ ଦେଇଛନ୍ତି। ତେଲେଙ୍ଗାନା ରାଷ୍ଟ୍ର ସମିତିର ନାମ ଭାରତ ରାଷ୍ଟ୍ର ସମିତି ନାମରେ ନାମିତ ହେବା ପରେ ଏହା ରାଜ୍ୟ ବାହାରେ କେସିଆରଙ୍କର ଏହା ପ୍ରଥମ ସାଧାରଣ ସଭା । ସେ ତାଙ୍କ ଅଭିଭାଷଣରେ ଜଳ ଓ କୃଷକ ପ୍ରସଙ୍ଗ ଉଠାଇଥିଲେ। ପ୍ରକୃତରେ, ଏହା ପଛରେ କେସିଆରଙ୍କର ଉଦ୍ଦେଶ୍ୟ ହେଉଛି କୃଷକଙ୍କ ବାହାନାରେ ତେଲେଙ୍ଗାନା ବାହାରେ ନାନ୍ଦେଡରୁ ତାଙ୍କ ପାର୍ଟିକୁ ବିସ୍ତାର କରିବା। ତେଲେଙ୍ଗାନା ସରକାର ଚାଷୀଙ୍କ ପାଇଁ ଅନେକ ଆକର୍ଷଣୀୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି, ଏହି କାରଣରୁ ମହାରାଷ୍ଟ୍ର ସୀମାବର୍ତ୍ତୀ ଜିଲାର କୃଷକମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ତେଣୁ, ଅନ୍ୟତ୍ର ସର୍ବସାଧାରଣ ସଭା କିମ୍ବା ସମାବେଶ କରିବା ପରିବର୍ତ୍ତେ, କେସିଆର ସୀମାନ୍ତ ଜିଲା ନାନ୍ଦେଡକୁ ବାଛିଛନ୍ତି। ନାନ୍ଦେଡରେ ଅନେକ ଗାଁ ଅଛି । ସ୍ଥାନୀୟ ବହୁ ପରିବାରଙ୍କର ମହାରାଷ୍ଟ୍ରରେ ସେମାନଙ୍କର ଘର ଅଛି କିନ୍ତୁ ତେଲେଙ୍ଗାନାରେ ସେମାନେ ଚାଷ କରନ୍ତି ଏବଂ ତେଲେଙ୍ଗାନାର ଆଦିଲାବାଦ ମଣ୍ଡିରେ ସେମାନଙ୍କର କୃଷିଜାତ ଦ୍ରବ୍ୟ ମଧ୍ୟ ବିକ୍ରି କରନ୍ତି। ଏହି ସମ୍ପର୍କଗୁଡିକର ସାହାଯ୍ୟରେ, କିଛି ବର୍ଷ ପୂର୍ବେ, ଏମଆଇଏମ ପ୍ରଥମ ଥର ପାଇଁ ମହାରାଷ୍ଟ୍ରରେ ନାନ୍ଦେଡ ମ୍ୟୁନିସିପାଲିଟି କର୍ପୋରେଶନରେ ନିର୍ବାଚନ ଜିତି ନିଜର ଖାତା ଖୋଲିଥିଲା। ବର୍ତ୍ତମାନ ଏଠାକାର ଲୋକମାନେ ଏମଆଇଏମଠାରୁ ନିରାଶ ହୋଇଛନ୍ତି। ସେମାନେ ନିର୍ବାଚନରେ ବିଆରଏସକୁ ପସନ୍ଦ କରିବାର ଆଶା ରହିଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

ମହାରାଷ୍ଟ୍ରର ନାନ୍ଦେଡ, ୟାଭାଟମାଲ, ଲାଟୁର ଏବଂ ଚନ୍ଦ୍ରପୁର ଜିଲା ତେଲେଙ୍ଗାନା ସୀମାରେ ଅବସ୍ଥିତ। ହାଇଦ୍ରାବାଦ ଏବଂ ମୁମ୍ବାଇ ମଧ୍ୟରେ ଯାଉଥିବା ତେଲେଙ୍ଗାନା ସରକାରଙ୍କ ବିଳାସପୂର୍ଣ୍ଣ ବସ ମଧ୍ୟ ଏହି ମାର୍ଗରେ ଚଳାଚଳ କରୁଛି। ରାଜନୈତିକ ବିଶ୍ଳେଷକ ରବି କିରଣ ଦେଶମୁଖ କହିଛନ୍ତି ଯେ ମହାରାଷ୍ଟ୍ର ସୀମାବର୍ତ୍ତୀ ତେଲେଙ୍ଗାନାର ନିଜାମାବାଦ, ଆଦିଲାବାଦ, କରିମ ନଗର ଏବଂ ଜାଗଟିଆ ଜିଲାର କୃଷକଙ୍କ ମଧ୍ୟରେ ରୋଜଗାର ଏବଂ ବୈବାହିକ ସମ୍ପର୍କ ରହିଛି। ସେମାନଙ୍କର ଝିଅ ଏଠାରେ ବିବାହ କରିଛନ୍ତି। ଏହି ଜିଲାଗୁଡ଼ିକରୁ ହାଇଦ୍ରାବାଦର ଦୂରତା ମୁମ୍ବାଇଠାରୁ ୨୦୦ କିଲୋମିଟର କମ। ସେଥିପାଇଁ ମୁମ୍ବାଇ ଅପେକ୍ଷା ତେଲେଙ୍ଗାନା ସହିତ ସୀମାବର୍ତ୍ତୀ ଅଞ୍ଚଳର ଚାଷୀଙ୍କ ଅଧିକ ସମ୍ପର୍କ ରହିଛି। ଏହି ସୁଯୋଗକୁ କେସିଆର ହାତଛଡା କରିବାକୁ ଚାହୁଁ ନାହାନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମୁଖତାରଙ୍କ ୧୨ଶହ କୋଟି ଟଙ୍କାର ସମ୍ପତ୍ତି

ଲକ୍ଷ୍ନୌ,୨୮।୩: ମୁଖତାର ଅନସାରୀଙ୍କ ନାମ କିଏ ବା ନ ଶୁଣିଛି। ଯଦି ଆମେ ପୂର୍ବାଞ୍ଚଳ ବିଷୟରେ କଥା ହେବା, ସେଠାରେ ଥିବା ସମସ୍ତେ ନିଶ୍ଚୟ ତାଙ୍କ...

ମାଫିଆ ମୁଖତାର ଅନସାରୀଙ୍କ ମୃତ୍ୟୁ, ହସ୍ପିଟାଲରେ ପୋଲିସ ଛାଉଣି, ୧୪୪ ଧାରା ଜାରି

ବାନ୍ଦା,୨୮।୩: ଉତ୍ତର ପ୍ରଦେଶର ବାନ୍ଦା ହସ୍ପିଟାଲରେ ଶୁକ୍ରବାର ରାତିରେ ମାଫିଆରୁ ରାଜନେତା ହୋଇଥିବା ମୁଖତାର ଅନସାରୀଙ୍କ ମୃତ୍ୟୁ ହୋଇଛି। ବାନ୍ଦା ଜେଲରେ ହାର୍ଟ ଆଟାକ ପରେ...

ଇଡି ଜବତ କରୁଥିବା ସମ୍ପତ୍ତି ହୁଏ କ’ଣ, ଯାହାକୁ ଗରିବଙ୍କ ମଧ୍ୟରେ ବାଣ୍ଟି ଦେଉଥିବା କହୁଛନ୍ତି ମୋଦି?

ନୂଆଦିଲ୍ଲୀ,୨୮।୩: ନିର୍ବାଚନ ଋତୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଏକ ବଡ଼ ଦାବି କରିଛନ୍ତି। ପଶ୍ଚିମବଙ୍ଗର କୃଷ୍ଣନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ...

ଜେଲରୁ ପ୍ରଚାର କରିବେ ଆଜମ ଖାଁ? ଷ୍ଟାର ପ୍ରଚାରକ ଲିଷ୍ଟରେ ରହିଛି ନାମ

ଲକ୍ଷ୍ନୌ,୨୮।୩: ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଗୁଲ ବାଜି ସାରିଛି ଏବଂ ଉତ୍ତରପ୍ରଦେଶର ୮୦ଟି ଆସନରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ୟୁପିରେ ପ୍ରଥମ...

ମୁଖତାର ଅନସାରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୮।୩: ବାହୁବଳୀ ନେତା ମୁଖତାର ଅନସାରୀ ଗୁରୁତର ହୋଇପଡିଛନ୍ତି। ବାନ୍ଦା ଜେଲରେ ଥିବା ବେଳେ ତାଙ୍କର ସ୍ବାସ୍ଥ୍ୟ ବିଗିଡି ଯାଇଛି। ଏହା ପରେ ତାଙ୍କୁ ବାନ୍ଦା...

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୮।୩ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀ ଏବଂ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯିବା ଘଟଣା ଉପରେ ଆମେରିକାର ମନ୍ତବ୍ୟ ଅବାଞ୍ଛିତ ବୋଲି...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

୧୪ ବର୍ଷର ବନବାସ ଶେଷ କରି କାହିଁକି ରାଜନୀତିକୁ ଫେରିଲେ ଛୋଟେ ମିଆଁ

ମୁମ୍ବାଇ,୨୮।୩: ବଲିଉଡ଼ ଅଭିନେତା ତଥା ପୂର୍ବତନ ଏମପି ଗୋବିନ୍ଦା ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇ ଉତ୍ତର ପଶ୍ଚିମରେ ଶିବସେନାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri