Posted inଖେଳ

ମହିଳା ଫିଫା ବିଶ୍ୱକପ: କନ୍‌କାକାଫ୍‌ର ୪ଦଳକୁ ସିଧାସଳଖ ଯୋଗ୍ୟତା

ଜୁରିଚ୍‌, ୨୬ା୧୨ (ଏପି)-ମହିଳା ଫିଫା ବିଶ୍ୱକପ ୨୦୨୩ର ଅଂଶଗ୍ରହଣକାରୀ ଦଳ ସଂଖ୍ୟା ୩୨କୁ ବୃଦ୍ଧି କରାଯାଇଛି। ଫଳରେ ଦି କନଫେଡେରେଶନ ଅଫ୍‌ ନର୍ଥ ସେଣ୍ଟ୍ରାଲ ଆମେରିକା, କାରିବିୟନ ଆସୋସିଏଶନ ଫୁଟ୍‌ବଲ (କନ୍‌କାକାଫ୍‌)ର ୪ଟି ଦଳ ସିଧାସଳଖ ଯୋଗ୍ୟତା ହାସଲ କରିବେ। ୧୦ ଦଳକୁ ନେଇ ହେବାକୁଥିବା ପ୍ଲେଅଫ୍‌ ଟୁର୍ନାମେଣ୍ଟ ଜରିଆରେ ଏହି ଅଞ୍ଚଳରୁ ଅନ୍ୟ ଦୁଇଟି ଦଳ ଯୋଗ୍ୟତା ହାସଲ କରିବେ। ଗତବର୍ଷ ଫ୍ରାନ୍ସରେ ୨୪ଟି ଦଳକୁ ନେଇ ବିଶ୍ୱକପ ଅନୁଷ୍ଠିତ ହୋଇଥିଲା। ନର୍ଥ ଓ ସେଣ୍ଟ୍ରାଲ ଆମେରିକା ଏବଂ କାରିବିୟନକୁ ନେଇ ଗଠିତ କନ୍‌ଫେଡେରେଶନରୁ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଓ ଜାମାଇକା ଆଦି ପ୍ରତିନିଧିତ୍ୱ କରିଥିଲେ। କନ୍‌କାକାଫ୍‌ରୁ ଚତୁର୍ଥ ଦଳ ଭାବେ ପାନାମା ପାଇଁ ସୁଯୋଗ ଥିଲା। ମାତ୍ର କନ୍‌କାକାଫ୍‌-କନ୍‌ମେବୋଲ୍‌ ପ୍ଲେ-ଅଫ୍‌ରେ ହୋମ୍‌ ଓ ଆଓ୍ବେ ଏଗ୍ରିଗେଟ୍‌ରେ ଦଳ ଆର୍ଜେଣ୍ଟିନା ନିକଟରୁ ୫-୧ରେ ପରାଜିତ ହୋଇଯାଇଥିଲା। ଫିଫା ମହିଳା ବିଶ୍ୱକପ ୩୨ଟି ଦଳକୁ ନେଇ କରିବା ଲାଗି ଫିଫା ଗୁରୁବାର ବିଧିବଦ୍ଧ ଘୋଷଣା କରିଥିଲା। ୟୁରୋପ (ୟୁଫା)ରୁ ୧୧ଟି ଦଳ, ଏସିଆ (ଏଏଫ୍‌ସି)ରୁ ୬, କନ୍‌କାକାଫ୍‌ ଭଳି ଆଫ୍ରିକା (କାଫ୍‌)ରୁ ୪, ଦକ୍ଷିଣ ଆମେରିକା (କନ୍‌ମେବୋଲ)ରୁ ୩ ଏବଂ ଓସେନିଆ (ଓଏଫ୍‌ସି)ରୁ ଗୋଟିଏ ଦଳ ସିଧାସଳଖ ଯୋଗ୍ୟତା ହାସଲ କରିବେ। ଆୟୋଜକ ହିସାବରେ ଉଭୟ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ସେମାନଙ୍କ କନ୍‌ଫେଡେରେଶନ ପାଇଁ ରହିଥିବା କୋଟାରୁ ସ୍ବାଭାବିକ ଯୋଗ୍ୟତା ଅର୍ଜନ କରିବେ। ସୂଚନାଯୋଗ୍ୟ, ପ୍ରଥମ ମହିଳା ବିଶ୍ୱକପ ୧୯୯୧ରେ ଚାଇନାରେ ହୋଇଥିଲା। ଏଥିରେ ୧୨ଟି ଦଳ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଙ୍ଘାଲଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ଅମାନ (ଜୋର୍ଡାନ),୯।୩(ପି.ଟି.)- ବିଶ୍ୱ ଚାମ୍ପିୟନଶିପ ରୌପ୍ୟ ପଦକଧାରୀ ବକ୍ସର ଅମିତ ପଙ୍ଘାଲ ୫୨ କେଜି ଓଜନ ବର୍ଗରେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି। ସୋମବାର କ୍ୱାର୍ଟର...

ପିଲାଦିନର ଅଭିଳାଷ ପେଣ୍ଟିଂକୁ ଉପଭୋଗ କରୁଛନ୍ତି ଭାଲେଣ୍ଟିନା

ଭୁବନେଶ୍ୱର, ୧୩।୪(କ୍ରୀଡ଼ା ପ୍ରତିନିଧି)- କରୋନା ଭାଇରସ୍‌ ସଂକ୍ରମଣ ଜନିତ କାରଣରୁ ଏବେ ଖେଳ ସମ୍ଭବ ନ ଥିବାରୁ ପ୍ରାକ୍ଟିସ ଉପରେ ବିଶେଷ ଫୋକସ କରି ପାରୁନାହାନ୍ତି...

ରିଙ୍କୁଙ୍କୁ ସସ୍‌ପେଣ୍ଡ କଲା ବିସିସିଆଇ

ନୂଆଦିଲ୍ଲୀ, ୩୦ା୫ (ପି.ଟି.)-ଉତ୍ତର ପ୍ରଦେଶର ବାମହାତୀ ଖେଳାଳି ରିଙ୍କୁ ସିଂଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୩ ମାସ ସସ୍‌ପେଣ୍ଡ କରିଛି। ସ୍ବୀକୃତି ପାଇ...

କୋହଲିଙ୍କ ଫିଟ୍‌ନେସକୁ ଦେଖି ଚିନ୍ତିତ ମା’ ଏମିତି କହୁଥିଲେ

ନୂଆଦିଲ୍ଲୀ, ୨୪।୭: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଫିଟ୍‌ନେସ୍‌ ପାଇଁ ସାରା ବିଶ୍ୱରେ ତାଙ୍କ ପ୍ରଶଂସକଙ୍କ ପାଇଁ ରୋଲ୍‌ ମଡେଲ ହୋଇପାରିଛନ୍ତି। ସୁନ୍ଦର...

ଗୋଟିଏ ଦିନ ୩୦୯ ରନ୍‌ କରି ଚମକାଇ ଥିଲେ ଏହି ବ୍ୟାଟ୍ସମ୍ୟାନ୍‌: ୯୧ ବର୍ଷ ହେଲାଣି ଭାଙ୍ଗିନି ରେକର୍ଡ

ବ୍ରିସ୍‌ବେନ୍‌,୧୯।୧୧: ଭାରତୀୟ କ୍ରିକେଟ ଟିମ୍‌ ବିପକ୍ଷରେ ଅଷ୍ଟ୍ରେଲିୟ ଦଳ ସଂଘର୍ଷ କରିବା ଭଳି ଘଟଣା ବହୁତ୍‌ କମ୍‌ ଦେଖିବାକୁ ମିଳିଛି। ଉଭୟ ଦଳର ମ୍ୟାଚ୍‌ ଭିତରେ...

ଚେନ୍ନାଇ ସୁପର୍‌ କିଙ୍ଗ୍ସ ସାମ୍ନାରେ ୧୬୩ ରନର୍‌ ଟାର୍ଗେଟ୍‌

ଆବୁଧାବି, ୧୯।୯: ଆଇପିଏଲ୍‌ର ୧୩ତମ ସଂସ୍କରଣ ଶନିବାରଠାରୁ ୟୁଏଇରେ ଆରମ୍ଭ ହୋଇଛି। ଆବୁଧାବିର ଶେଖ୍‌ ଜାୟେଦ ଷ୍ଟାଡିୟମରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ବିପକ୍ଷରେ ଟସ୍‌ ହାରି...

ଅଲିମ୍ପିକ୍ସ ୨୦୩୨ ପାଇଁ କାତାର ଆଗ୍ରହୀ

ଦୋହା, ୨୮ା୭ (ଏପି)-ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ ୨୦୩୨ର ଆୟୋଜନ ପାଇଁ କାତାର ଆଗ୍ରହ ପ୍ରକାଶ କରିଛି। ପ୍ରାକୃତିକ ଗ୍ୟାସ୍‌ରେ ସମୃଦ୍ଧ ପର୍ସିଆ ଉପସାଗର ଅନ୍ତର୍ଗତ...

ଗୁଜରାଟ-ମୁମ୍ବାଇ ଉଦ୍‌ଘାଟନୀ ମ୍ୟାଚ୍‌

ମୁମ୍ବାଇ,୧୫।୨: ମେନ୍ସ ପ୍ରିମିୟର ଲିଗ୍‌ର ନିଲାମି ଶେଷ ହେବାର ଗୋଟିଏ ଦିନ ପରେ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ସମୁଦାୟ ୨୨ଟି ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ...

Advertisement
Archives

Model This Week