ପରିବାର ନିୟନ୍ତ୍ରଣରେ ମହିଳାଙ୍କ ପ୍ରାଧାନ୍ୟ ଲୋଡ଼ା

ଡା. ଶୁଭଶ୍ରୀ ମିଶ୍ର

 

ଆଜି ୱାଲର୍‌ଡ ପପୁଲେଶନ ଡେ’ ବା ବିଶ୍ୱ ଜନସଂଖ୍ୟା ଦିବସ। ପ୍ରତିବର୍ଷ ସମଗ୍ର ବିଶ୍ୱରେ ଜୁଲାଇ ୧୧ ତାରିଖକୁ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରାଯାଏ। ଜନସଂଖ୍ୟାର ଗୁରୁତ୍ୱ ଉପରେ ସଚେତନତା ସୃଷ୍ଟି କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ୧୯୮୯ରେ ପ୍ରଥମେ ୟୁଏନ୍‌ଡିପିର ଗଭର୍ନିଂ କାଉନ୍‌ସିଲ ଜନସଂଖ୍ୟା ବିସ୍ଫୋରଣ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ସାମଗ୍ରିକ ବିକାଶ କ୍ଷେତ୍ରରେ ଏହାର ପ୍ରଭାବ ଓ ଗୁରୁତ୍ୱକୁ ଉପଲବ୍ଧି କରି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଜୁଲାଇ ୧୧କୁ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରିବାକୁ ସ୍ଥିର କରିଥିଲା। ପ୍ରତିବର୍ଷ ପ୍ରାୟ ଦେଢ଼ କୋଟି କିଶୋରୀ ୧୮ ବର୍ଷ ବୟସରେ ସନ୍ତାନ ପ୍ରସବ କରୁଥିବା ବେଳେ ୩୨ ଲକ୍ଷ କିଶୋରୀ ଅସୁରକ୍ଷିତ ଗର୍ଭପାତ ଯୋଗୁ ଅସୁସ୍ଥ ହୋଇପଡ଼ୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗତ ୨୦୧୩ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ‘କୈଶୋରରେ ଗର୍ଭଧାରଣ’ ପ୍ରସଙ୍ଗକୁ ନେଇ ସଚେତନତା ସୃଷ୍ଟି କରାଯାଇଥିଲା। ଜନସଂଖ୍ୟା ଦୃଷ୍ଟିକୋଣରୁ ଭାରତ ବିଶ୍ୱର ଅନ୍ୟତମ ପ୍ରମୁଖ ସ୍ଥାନରେ ରହିଛି। ତେବେ ସରକାରୀ ବ୍ୟବସ୍ଥାରେ ଜନସଂଖ୍ୟା ସମ୍ପର୍କିତ ବିଭିନ୍ନ ସଚେତନାତ୍ମକ ତଥ୍ୟ ପ୍ରସାରଣ ହେଉଥିବାରୁ ଏହା ସ୍ବାଭାବିକ ଭାବେ ସମାଜରେ ପ୍ରଭାବ ପକାଇବାକୁ କିଛି କ୍ଷେତ୍ରରେ ସମର୍ଥ ହେବ।
ଜାତିସଂଘ ଜନସଂଖ୍ୟା ପାଣ୍ଠିର ୨୦୧୯ ବିଶ୍ୱ ଲୋକସଂଖ୍ୟା ସ୍ଥିତି ରିପୋର୍ଟରେ ସତର୍କ କରାଇ ଦିଆଯାଇଛି ଯେ, ପୃଥିବୀରେ ମହିଳାଙ୍କୁ ନିଜ ଶରୀର ଉପରେ କର୍ତ୍ତୃତ୍ୱ ଦିଆଯିବାରେ ବିଫଳତା ଲିଙ୍ଗଗତ ତଥା ଅନ୍ୟାନ୍ୟ ଅସମାନତା ସମସ୍ୟାକୁ ଉତ୍କଟ କରିବ। ଏଥିରେ ଦର୍ଶାଯାଇଛି, ସମଗ୍ର ପୃଥିବୀରେ ମହିଳା ତଥା ବାଳିକାମାନଙ୍କୁ ଯୌନଗତ ବ୍ୟାପାର, ଗର୍ଭନିରୋଧ, ଗର୍ଭଧାରଣ ଓ ସନ୍ତାନ ଜନ୍ମ କ୍ଷେତ୍ରରେ ନିଷ୍ପତ୍ତି ନେବାକୁ ସୁଯୋଗ ଦିଆଯାଉନାହିଁ। ଏଣୁ ସେମାନେ ଅନିଚ୍ଛାକୃତ ଗର୍ଭଧାରଣ ଓ ଗର୍ଭପାତର ବିପଦରେ ପଡ଼ୁଛନ୍ତି। ଫଳତଃ ପ୍ରତିବର୍ଷ ବିଶ୍ୱରେ ୮୯ ନିୟୁତ ଅନିଚ୍ଛାକୃତ ଗର୍ଭଧାରଣ ଓ ୪୮ ନିୟୁତ ଗର୍ଭପାତ ହେଉଛି ବୋଲି ଏଥିରେ କୁହାଯାଇଛି। ଗରିବ ପରିବାରଗୁଡ଼ିକରେ ମହିଳାମାନେ କେବେ ଓ କେତେ ଶୀଘ୍ର ଗର୍ଭବତୀ ହେବେ ସେ ସମ୍ପର୍କରେ ସେମାନଙ୍କର କୌଣସି ପସନ୍ଦର ଅଧିକାର ନାହିଁ। ଅନ୍ୟପକ୍ଷରେ ଗର୍ଭପାତ ଓ ସନ୍ତାନ ଜନ୍ମ ସମୟରେ ଗୁଣାତ୍ମକ ସ୍ବାସ୍ଥ୍ୟସେବାର କୌଣସି ସୁଯୋଗ ସେମାନଙ୍କୁ ମିଳୁନାହିଁ। ଏ କାରଣରୁ ଜନ୍ମ ନିୟନ୍ତ୍ରଣ ସୁବିଧା ମହିଳାଙ୍କୁ ମିଳିବା ଆବଶ୍ୟକ ବୋଲି ରିପୋର୍ଟରେ ଯୁକ୍ତି କରାଯାଇଛି। ତା’ହେଲେ ଜଣେ ମହିଳା ଗର୍ଭଧାରଣର ସମୟକୁ ନିଜ ଇଚ୍ଛା ଅନୁସାରେ ବିଳମ୍ବିତ କରିପାରିବ, ଯଦ୍ଦ୍ବାରା ପ୍ରତି ସନ୍ତାନ ପାଇଁ ସେ ଠିକ୍‌ ସମୟ ଦେଇପାରିବ। ଏଥିଯୋଗୁଁ ଗର୍ଭବତୀ ମହିଳା ଓ ନବଜାତ ଶିଶୁର ମୃତ୍ୟୁହାରକୁ ମଧ୍ୟ ନିୟନ୍ତ୍ରଣ କରିହେବ। ବଡ଼କଥା ହେଲା, ମହିଳା ଜଣକ ପରିବାରର ଆର୍ଥିକ ପ୍ରଗତିରେ ସାହାଯ୍ୟ କରିବା ପାଇଁ ଘର ବାହାରେ ନିଯୁକ୍ତ ହୋଇପାରିବେ।
ପୃଥିବୀର ଯେଉଁସବୁ ଇଲାକାରେ ସଂଘର୍ଷ ଲାଗି ରହୁଛି ସେ ଅଞ୍ଚଳରେ ପରିବାର ନିୟନ୍ତ୍ରଣ ଓ ଆବଶ୍ୟକ ପୁନରୁପତ୍ାଦନକାରୀ ସ୍ବାସ୍ଥ୍ୟ ସାମଗ୍ରୀ ମିଳିବା କଷ୍ଟକର। ଜାତିସଂଘ ଜନସଂଖ୍ୟା ପାଣ୍ଠି ଏସବୁ ଅଞ୍ଚଳରେ ମହିଳାଙ୍କୁ ଉପରୋକ୍ତ ସୁବିଧା ଯୋଗାଇବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ଅର୍ଥ ଅଭାବ ଏଥିରେ ବାଧକ ହେଲାଣି। ଏହି ସଂସ୍ଥାକୁ ଆମେରିକା ବେଶି ଅର୍ଥ ଦିଏ। କିନ୍ତୁ ଏ ବର୍ଷ ଆମେରିକା କହିଛି ଯେ,ଏହା ବନ୍ଦ କରାଯିବ। ଅନ୍ୟ ଦାତାମାନେ ସାହାଯ୍ୟର ପ୍ରତିଶ୍ରୁତି ଦେଇଥିଲେ ହେଁ ତାହା ଯଥେଷ୍ଟ ହୋଇ ନ ପାରେ। ଭାରତରେ ସବୁ ସରକାର ପରିବାର ନିୟୋଜନ କାର୍ଯ୍ୟକ୍ରମ ପାଇଁ ସମସ୍ତ ସହାୟତା ଦେଇଆସିଛନ୍ତି। କିନ୍ତୁ ଦେଖାଯାଉଛି ଯେ, ମହିଳାମାନଙ୍କୁ ଯଥେଷ୍ଟ ଗର୍ଭନିରୋଧକ ମିଳୁନାହିଁ। ୧୫ରୁ ୪୯ ବୟସ ମଧ୍ୟରେ ଦେଶରେ ଥିବା ମହିଳାମାନଙ୍କ ପାଇଁ ଗର୍ଭନିରୋଧକ ଯୋଗାଣ ହାର ମାତ୍ର ୫୬ ପ୍ରତିଶତ। ଆଧୁନିକ ଗର୍ଭନିରୋଧକ ପ୍ରକ୍ରିୟାର ସୁବିଧା ମାତ୍ର ୫୦ ପ୍ରତିଶତ ମିଳୁଛି। ଭାରତୀୟଙ୍କ ମଧ୍ୟରେ ପରିବାର ନିୟନ୍ତ୍ରଣ କ୍ଷେତ୍ରରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଦାୟିତ୍ୱ ବେଶି। ଅସ୍ତ୍ରୋପଚାର କ୍ଷେତ୍ରରେ ପୁରୁଷମାନେ ଏହାକୁ ପସନ୍ଦ ନ କରି ସ୍ତ୍ରୀମାନଙ୍କୁ ଏଥିପାଇଁ ପଠାଇ ଦିଅନ୍ତି। ଅସ୍ତ୍ରୋପଚାର ବାଦ୍‌ ଅନ୍ୟ ଗର୍ଭନିରୋଧକ ସୁବିଧା ଓ ଆନୁଷଙ୍ଗିକ ସ୍ବାସ୍ଥ୍ୟଗତ ଆବଶ୍ୟକତା ମହିଳାଙ୍କୁ ଅଧିକ ପ୍ରାଧାନ୍ୟ ଦେବା ଦରକାର। ପରିବାର ନିୟନ୍ତ୍ରଣ କ୍ଷେତ୍ରରେ ମହିଳାମାନେ ଯେପରି ସବୁ ସୁବିଧା ପାଇପାରିବେ ତାହା ଉପରେ ସରକାର ଗୁରୁତ୍ୱ ଦିଅନ୍ତୁ। ତାହାଲେ ପ୍ରାୟ ଅନେକଗୁଡ଼ିଏ ପ୍ରସଙ୍ଗର ସମାଧାନ ବାହାରିପାରିବ। ଏଥିରେ ମାଆର ସ୍ବାସ୍ଥ୍ୟ ଓ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଆଶଙ୍କା, ମହିଳାଙ୍କ ଆର୍ଥିକ ସଶକ୍ତୀକରଣ ତଥା ଲିଙ୍ଗଗତ ସମାନତା ସମ୍ପର୍କିତ ସମସ୍ୟା ଦୂର କରିବା ସହଜ ହେବ। ଯଦିଓ ଦେଶରେ ଜନ୍ମହାର କମୁଛି ତଥାପି ଲୋକସଂଖ୍ୟା ଅଧିକ ଥିବାରୁ ଯଥାଶୀଘ୍ର ଜନସଂଖ୍ୟାରେ ସ୍ଥିରତା ଆସିବା ଦରକାର। ଏଥିପାଇଁ ପରିବାର ନିୟନ୍ତ୍ରଣ ସେବା ସକାଶେ ଅର୍ଥ ବରାଦ ବଢ଼ାଯାଇ ଉଭୟ ପୁରୁଷ ତଥା ମହିଳାଙ୍କୁ ଏହାର ଉପକାର ସମ୍ପର୍କରେ ସଚେତନ କରାଯିବା ଲୋଡ଼ା। ଏଥିରେ ସବୁ ଜାତି ଓ ସମ୍ପ୍ରଦାୟ, ବିଭିନ୍ନ ଆର୍ଥିକ ବର୍ଗର ଲୋକଙ୍କୁ ସାମିଲ କରାଯିବା ଗୁରୁତ୍ୱପୂର୍ଣ୍ଣ। ପୁନରୁପତ୍ାଦନକାରୀ ସ୍ବାସ୍ଥ୍ୟସେବାର ସୁବିଧା ସମସ୍ତଙ୍କୁ ମିଳିଲେ ତା’ର ଆର୍ଥିକ ଫାଇଦା ଅଧିକ ହେବ। ପରିବାର ନିୟନ୍ତ୍ରଣ ସେବାରେ ଗୋଟିଏ ଡଲାର ଖଟାଗଲେ ସ୍ବାସ୍ଥ୍ୟଠାରୁ ଆରମ୍ଭ କରି ଗୃହ ନିର୍ମାଣ ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ସେବା ୬ ଡଲାର ବଞ୍ଚାଇ ହେବ ବୋଲି ଅନୁଧ୍ୟାନରୁ ଜଣାଯାଇଛି । ଭାରତ କ୍ଷେତ୍ରରେ ବିଶେଷଜ୍ଞମାନେ ଦର୍ଶାଇଛନ୍ତି ଯେ, ଏଥିଯୋଗୁ ଆର୍ଥିକ ସଞ୍ଚୟ ଓ ମହିଳା ଉପତ୍ାଦିକା ଶକ୍ତି ବୃଦ୍ଧି ଦ୍ୱାରା ବର୍ଷକୁ ୪୩୦ ବିଲିୟନ ଡଲାର ଲାଭ ହେବ।
ସହକାରୀ ପ୍ରଫେସର, ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ, ମୋ:୯୮୬୧୪୬୩୪୦୬


Enter your email to get our daily news in your inbox.

All Right Reserved By Dharitri.Com

ପୂଜ୍ୟ ପ୍ରଣାମ

ଯେଉଁ କେତେଜଣ ଯଶସ୍ବୀ, ପୁଣ୍ୟାତ୍ମା, ସଂଗ୍ରାମୀ, କବି, ସାହିତ୍ୟିକ ଏ ଉତ୍କଳରେ ଜନ୍ମଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, କାନ୍ତକବି ଲକ୍ଷ୍ମୀକାନ୍ତ...

ଫ୍ରିବି ମାନେ ରାଜକୋଷରେ କଳାକନା

ରାଜନୈତିକ ଦଳଗୁଡ଼ିକ ନିର୍ବାଚନ-ପ୍ରଚାର ସମୟରେ କହୁଛନ୍ତି ଆମକୁ ଭୋଟ ଦିଅ, ଆମେ ଅମୁକ ସମୁକ ସାମଗ୍ରୀ ମାଗଣା ବା ନାମମାତ୍ର ଦରରେ ଯୋଗାଇବୁ। ଯୁକ୍ତିଯୁକ୍ତ କାରଣ...

ନ୍ୟାୟିକ ବିଜୟ

ଏକ ଦଶନ୍ଧିରୁ ଅଧିକ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ନିର୍ଦ୍ଦେଶକୁ ରଦ୍ଦକରି ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏଏମ୍‌ଆର୍‌ସି)କୁ ଏକ ବଡ଼ ବିଜୟ ପ୍ରଦାନ...

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri