ଏଇ ଭାରତରେ

ଦୃଷ୍ଟିବାଧିତମାନେ ବି ଚାଷ କରିପାରିବେ। ଏହା ସମ୍ଭବ ହୋଇପାରିଛି ଗିରୀଶ ବଡ୍ରାଗୋଣ୍ଡଙ୍କ ଦ୍ୱାରା। ଗିରୀଶଙ୍କ ଘର କର୍ନାଟକର ବିଜାପୁରରେ। ସେ ଚାଷ ମାଧ୍ୟମରେ ଦୃଷ୍ଟିବାଧିତଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ‘ବ୍ଲାଇଣ୍ଡ ଫାର୍ମିଂ ଟେକ୍‌ନୋଲୋଜି’ର ବିକାଶ କରିଛନ୍ତି। ବିଜାପୁରରେ ଗିରୀଶ କୃଷିତରଙ୍ଗ ଫାର୍ମ ଟେକ୍‌ କମ୍ପାନୀ ପ୍ରତିଷ୍ଠା କରି ଇଞ୍ଜିନିୟରିଂ ଛାତ୍ରମାନଙ୍କ ସହଯୋଗରେ ମେଶିନ ତିଆରି କରୁଛନ୍ତିି। ମେଶିନଟି ସୋଲାର ପାଓ୍ବାରରେ ଚାଲୁଛି। ଏଥିରେ ଡିଜିଟାଲ ଷ୍ଟିକ୍‌ ସମେତ ୧୬ଟି ଯନ୍ତ୍ର ଓ ସେନ୍‌ସର ଲାଗିଛିି। ଏହାଦ୍ୱାରା ମାଟିର ଜଳୀୟ ଅଂଶ, ପୋଷକ ସ୍ତର ଓ ତାପମାତ୍ରା ସମ୍ପର୍କିତ ତଥ୍ୟକୁ ଏକ ଅଡିଓ ସିଷ୍ଟମ୍‌ରେ ଘୋଷଣା କରାଯାଇପାରୁଛି। ଏହିି ବ୍ୟବସ୍ଥାରେ ସ୍ବତନ୍ତ୍ର ଭାବେ ଜଳସେଚନ କରିବାକୁ ପଡୁନି। ମାଟିର ଜଳୀୟ ଅଂଶ କମିଗଲେ ଉକ୍ତ ମେଶିନ ପାଣି ମଡ଼ାଇପାରିବ। କୃଷକଙ୍କ ବିନା ଏହା ସ୍ବୟଂଚାଳିତ ଭାବେ କାର୍ଯ୍ୟ କରିପାରୁଛି। କ୍ଷେତକୁ ଜଗିବା ବ୍ୟବସ୍ଥା ବି ରହିଛି ଏଥିରେ। ଏହା ପକ୍ଷୀଙ୍କୁ କ୍ଷେତରୁ ତଡ଼ି ପାରୁଛି। କ୍ଷେତ ଭିତରକୁ କୌଣସି ବ୍ୟକ୍ତି କି ପଶୁ ପଶିଗଲେ ସତର୍କ କରିବା ଲାଗି ଏଥିରେ ଆର୍ଲାମ ସିଷ୍ଟମ ଲଗାଯାଇଛି। ଏହାର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି। ଏହି ଟେକ୍‌ନୋଲୋଜି ଉପରେ ଗିରୀଶ ଦୃଷ୍ଟିବାଧିତମାନଙ୍କୁ ମେଶିନ ଚଳାଇବା ସମ୍ବନ୍ଧରେ ପ୍ରଶିକ୍ଷଣ ଦେଉଛନ୍ତି ଓ ସେମାନେ ବି ସଫଳତାର ସହ ଚାଷ କରିପାରୁଛନ୍ତି। ପ୍ରଶିକ୍ଷଣ ପାଇ ବିଜାପୁରର ଦୃଷ୍ଟିବାଧିତ ସହଦେବ ସିନ୍ଧେ ଓ ମାରପ୍ପା ପୂଜାରୀ ୨ ଏକର ଜମିରେ କଦଳୀ, ଆମ୍ବ ଆଦି ଚାଷ କରୁଛନ୍ତି। ଗିରୀଶ ଆଗକୁ ଏକ ଟ୍ରେନିଂ ସେଣ୍ଟର ଖୋଲିବାକୁ ଯୋଜନା କରୁଛନ୍ତି। ସେ ଗ୍ରାମୀଣ ଆବିଷ୍କାରକ ଭାବେ ଜଣାଶୁଣା। ଏହା ପୂର୍ବରୁ ବି କୃଷି କ୍ଷେତ୍ରରେ ବହୁ ମେଶିନ୍‌ ଆବିଷ୍କାର କରି ପୁରସ୍କୃୃତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

ଏଇ ଭାରତରେ

ପିଲା ପାଠ ପଢ଼ିବା ସହ ମାଟି ପରୀକ୍ଷାର ଟେକ୍‌ନିକ ଶିଖୁଛନ୍ତି ପୁଣେ ଦୀପ ଗୃହ ଏକାଡେମୀରେ । ସେମାନେ ମାଟି ପରୀକ୍ଷା କୌଶଳ ଶିକ୍ଷା କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ । ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri