ଜଳ ପରିଚାଳନାରେ ପ୍ରମୁଖ ଭୂମିକା ନେବେ ମହିଳା

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ରାଜ୍ୟ ଜଳ ସମ୍ପଦ ବିଭାଗ ଏବଂ ୟୁନିସେଫ ମଧ୍ୟରେ ବୁଧବାର ଅପରାହ୍ନରେ ଏକ ବୁଝାମଣାପତ୍ର (ଏମ୍‌ୟୁ) ସ୍ବାକ୍ଷରିତ ହୋଇଛି। ଜଳ ପରିଚାଳନାରେ ବିଭିନ୍ନ ଗୋଷ୍ଠୀଙ୍କୁ ନିୟୋଜିତ କରିବା, ଯନତ୍ଶୀଳ ଓ ବିଜ୍ଞତାର ସହ ଜଳର ସୁବ୍ୟବହାର, ବଣ୍ଟନରେ ସମାନତା, ସଂରକ୍ଷଣ, ପରିଚାଳନାରେ ମହିଳାମାନଙ୍କ ପ୍ରମୁଖ ଭାଗିଦାରିତା ତଥା ପ୍ରମୁଖ ଅଂଶୀଦାରମାନଙ୍କୁ ନେଇ ଜଳସେଚନ ପରିଚାଳନା କରିବା ଏହି ଉଦ୍ୟମର ଲକ୍ଷ୍ୟ ରହିଛି। ୟୁନିସେଫ ସହ ବୁଝାମଣାପତ୍ର ସ୍ବାକ୍ଷର ପରିପ୍ରେକ୍ଷୀରେ ଜଳ ସମ୍ପଦ ବିଭାଗ ସଚିବ ଅନୁ ଗର୍ଗ କହିଲେ ଯେ, ଜଳ ସମ୍ପଦ ବିଭାଗ ପ୍ରଥମ ଥର ଅଧିକ ଗୋଷ୍ଠୀଙ୍କୁ ନିୟୋଜିତ କରି ଜଳ ପରିଚାଳନା, ଜଳ ସଂରକ୍ଷଣ ଓ ଜଳକୁ ପରିଷ୍କାର କରିବା ନେଇ ରହିଥିବା ଏହାର କ୍ଷମତା ନିୟନ୍ତ୍ରଣକୁ କୋହଳ କରୁଛି। ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଆମକୁ କିପରି ଜଳ ପରିଚାଳନା କରିବାକୁ ହେବ ଏବଂ ଏ ସମ୍ପର୍କରେ ରହିଥିବା ପ୍ରମୁଖ ‘ନିରନ୍ତର ବିକାଶଲକ୍ଷ୍ୟ’ ସାଧନ ଯଥା-ସମସ୍ତଙ୍କ ପାଇଁ ନିରାପଦ ପାନୀୟ ଜଳର ସୁବିଧା,ପରିମଳ ଓ ସ୍ବାସ୍ଥ୍ୟ ରକ୍ଷା,ଉନ୍ନତ ଗୁଣାମତ୍କ ଜଳର ଉପଲବ୍ଧତା, ବର୍ଜ୍ୟଜଳର ପ୍ରକ୍ରିୟାକରଣ ଓ ନିରାପଦ ପୁନଃ ବ୍ୟବହାର, ଜଳ ପୁନଃ ବ୍ୟବହାର ଦକ୍ଷତା ବୃଦ୍ଧି, ସମନ୍ବିତ ଜଳ ସମ୍ପଦର ପରିଚାଳନା,ଜଳସମ୍ପର୍କିତ ଭଳି ସଂସ୍ଥାର ସୁରକ୍ଷା ଓ ସଂରକ୍ଷଣ, ଜଳ ଓ ପରିମଳ ପରିଚାଳନାରେ ଦକ୍ଷତା ବୃଦ୍ଧି ନିମନ୍ତେ ସମସ୍ତ ଅଂଶୀଦାରବ୍‌ କାର୍ଯ୍ୟ କରିବା ପାଇଁ ପୁନଶ୍ଟ ଚିନ୍ତା କରିବା ପାଇଁ ବାଧ୍ୟ କରିଛି ବୋଲି ପ୍ରମୁଖ ଶାସନ ସଚିବ କହିଛନ୍ତି। ୟନିସେଫ୍‌ର ମୁଖ୍ୟ କ୍ଷେତ୍ର ଅଧିକାରୀ ମୋନିକା ନେଲସନ ବୁଝାମଣା ପତ୍ରରେ ସ୍ବାକ୍ଷର କରି କହିଲେ ଯେ, ବହୁମାତ୍ରାରେ ସହରୀକରଣ, କୃଷି ପଦ୍ଧତିରେ ପରିବର୍ତ୍ତନ ଏବଂ ଶିଳ୍ପର ବୃଦ୍ଧି ଆମକୁ ନିରନ୍ତର ବିକାଶ ଲକ୍ଷ୍ୟ ସାଧନ ଏବଂ ଜଳ ଓ ଯୋଗାଯୋଗ ପାଇଁ ଅଧିକ ଯୋଜନାବଦ୍ଧ ଓ ତ୍ୱରିତ ବ୍ୟବସ୍ଥାରେ କାର୍ଯ୍ୟ କରିବାକୁ ବାଧ୍ୟ କରାଇଛି। ଏହି ପରିପ୍ରେକ୍ଷୀରେ ୱେବ୍‌ସାଇଟ୍‌ ‘ୟୁଥ୍‌ ଫର୍‌ ୱାଟର’କୁ ପ୍ରମୁଖ ଶାସନ ସଚିବ ଗର୍ଗ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜଳ ସମ୍ପଦ ବିଭାଗର ବରିଷ୍ଠ ପଦାଧିକାରୀ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri