ବିନା ପରୀକ୍ଷାରେ ମହିଳାଙ୍କ ରିପୋର୍ଟ କରୋନା ପଜିଟିଭ୍‌…

ଭୋପାଳ, ୧୨।୧ : ନମୁନା ପରୀକ୍ଷା କରାଯାଇ କରୋନା ପଜିଟିଭ୍‌ ଅବା ନେଗେଟିଭ୍‌ ରିପୋର୍ଟ ପ୍ରଦାନ କରାଯାଇଥାଏ। ତେବେ ମଧ୍ୟପ୍ରଦେଶର ଛତ୍ରପୁର ଜିଲାରେ ସ୍ବାସ୍ଥ୍ୟ ବିଭାଗର ଏକ ଅବହେଳା ସାମ୍ନାକୁ ଆସିଛି। ଯାହା ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଛତ୍ରପୁର ଜିଲାର ଗୌରୀ ହାରରେ ରହୁଥିବା ୬୦ ବର୍ଷୀୟ ରାମପ୍ୟାରୀ ପଟେଲଙ୍କୁ କରୋନା ପଜିଟିଭ ବୋଲି ଘୋଷଣା କରାଯାଇ ତାଙ୍କ ଘରକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଥିଲା। କଣ୍ଟେନମେଣ୍ଟ ଏରିଆର ପୋଷ୍ଟର ଘର ବାହାରେ ଏବଂ ଚାରିପାଖରେ ମରା ଯାଇଥିଲା।

ବୃଦ୍ଧ ମହିଳା ରାମପ୍ୟାରୀ ପଟେଲ କହିଛନ୍ତି ଯେ ଗତ ୫ ମାସ ହେଲା ସେ ଡାକ୍ତରଖାନା ଯାଇ ନାହାଁନ୍ତି କିମ୍ବା କୌଣସି ପ୍ରକାରର ନମୁନା ପରୀକ୍ଷା ମଧ୍ୟ କରିନାହାଁନ୍ତି। ଅପରପକ୍ଷେ, ସ୍ବାସ୍ଥ୍ୟ ବିଭାଗର ସରକାରୀ ରିପୋର୍ଟ ଅନୁସାରେ ରାମପ୍ୟାରୀ ପଟେଲ ଜାନୁୟାରୀ ୫ରେ ଗୌରୀ ହାର ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି କରୋନା ପାଇଁ ପରୀକ୍ଷା କରିଛନ୍ତି। ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କ ଘରକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି।

ବୃଦ୍ଧ ମହିଳା କୁହନ୍ତି ସେ ଦେଖିଲେ ଯେ ଲୋକମାନେ ତାଙ୍କ ସହ କଥାବାର୍ତ୍ତା ବନ୍ଦ କରି ଦେଇଛନ୍ତି। ତାଙ୍କ ନିକଟକୁ କେହି ଆସୁନାହାଁନ୍ତି। ଘର ବାହାରେ କିଛି ପୋଷ୍ଟର ଲଗାଯାଇଛି। ଲୋକଙ୍କୁ ପଚାରିବା ପରେ, ସେ ଜାଣିଲି ଯେ ତାଙ୍କର କିଛି ରୋଗ ହୋଇଛି, ଯାହାକୁ କରୋନା କୁହାଯାଉଛି।

ରାମପ୍ୟାରୀ ୫ ମାସ ପୂର୍ବରୁ ଆଖି ଚଷମା ପାଇଁ ଡାକ୍ତରଖାନା ଯାଇଥିଲେ। ଏହାପରେ ସେ କୌଣସି ପ୍ରକାର ଅସୁସ୍ଥ ହୋଇ ନାହାଁନ୍ତି କିମ୍ବା ଆଉ ଡାକ୍ତରଖାନା ଯାଇ ନାହାଁନ୍ତି।

ଗୌରୀହାର ବ୍ଲକର ବ୍ଲକ ମେଡିକାଲ ଅଫିସର ଡ. ଏସ.ପ୍ରଜାପତି ଏହା ଜାଣିବା ପରେ କର୍ମଚାରୀଙ୍କୁ ତାଗିଦ କରିବା ସହିତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କେଉଁଠାରେ ଏବଂ କାହା ଦ୍ୱାରା ଏପରି ଅବହେଳା କରାଯାଇଛି, ଯାଞ୍ଚ୍‌ ପରେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଇଲଟଙ୍କ ଅନଶନ ଶେଷ

ଜୟପୁର,୧୧।୪: ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟଙ୍କ ଅନଶନ ଶେଷ ହୋଇଛି। ସମର୍ଥକମାନେ ମିଠାଇ ଖୁଆଇ ପାଇଲଟଙ୍କ ଅନଶନ ଭାଙ୍ଗିଛନ୍ତି। ରାଜ୍ୟ ସରକାରଙ୍କ ନୀତିକୁ ବିରୋଧ କରି...

ସିବିଆଇସିର ୨୨ ଅଧିକାରୀଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର

ନୂଆଦିଲ୍ଲୀ,୨୬।୮: କେନ୍ଦ୍ରୀୟ ଅପ୍ରତ୍ୟକ୍ଷ କର ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି)ବା The Central Board of Indirect Taxes and Customs (CBIC) ୨୨...

ଆମକୁ ପଢ଼ାଅନି ରାଜଧର୍ମ ପାଠ

ନୂଆଦିଲ୍ଲୀ, ୨୯ା୨: ଦିଲ୍ଲୀ ହିଂସାକୁ ନେଇ ଭାଜପା ରାଜଧର୍ମ ପାଳନ କରୁ ବୋଲି କଂଗ୍ରେସ କହିବା ପରେ ଏହାର ଜବାବ ଦେଇଛି ଶାସକ ଦଳ। ଆମକୁ...

ପୁଣି ରୋଷେଇ ଘରେ ମହଙ୍ଗା ମାଡ: ପ୍ରତି ୟୁନିଟ୍‌ ପିଛା ୨.୬୩ ଟଙ୍କା ବଢ଼ିଲା ପିଏନ୍‌ଜି

ନୂଆଦିଲ୍ଲୀ,୫।୮: ଗତ କିଛି ଦିନରୁ ଦେଶରେ ଲଗାତର ଭାବେ ଦରବୃଦ୍ଧି ପାଇବାରେ ଲାଗିଛି। ଯାହା ଲୋକଙ୍କ ନିଦ ହଜାଇ ଦେଇଛି। ଇତିମଧ୍ୟରେ ଦିଲ୍ଲୀବାସୀଙ୍କୁ ପୁଣିଥରେ ଆଉ...

ଗାନ୍ଧୀ ପରିବାରର କାଠକଣ୍ଢେଇ ସାଜିବେ ନୂଆ କଂଗ୍ରେସ ଅଧ୍ୟକ୍ଷ…

ନୂଆଦିଲ୍ଲୀ,୧।୧୦ : ମଲ୍ଲିକାର୍ଜୁନ ଖାର୍ଗ କଂଗ୍ରେସ ଦଳର ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାର୍ଥୀ ହେବା ପରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇବାରେ ଲାଗିଛି। ଭାରତୀୟ ଜନତା...

ବ୍ୟୁରୋ ଅଫ୍‌ ସିଭିଲ ଏଭିଏଶନ ସିକ୍ୟୁରିଟିର ପ୍ରଥମ ମହିଳା ମହାନିର୍ଦ୍ଦେଶିକା ହେଲେ ଉଷା ପାଢୀ

ନୂଆଦିଲ୍ଲୀ,୨୮।୮: ଓଡ଼ିଶାା କ୍ୟାଡରର ଆଇଏଏସ୍‌ ଉଷା ପାଢୀଙ୍କୁ ବେସାମରିକ ବିମାନ ଚଳାଚଳ ସୁରକ୍ଷାର ମହାନିର୍ଦ୍ଦେଶିକା ଭାବେ ନିଯୁକ୍ତ କରାଯାଇଛି। ଏହି ପଦବୀ ପାଇବାରେ ଉଷା ହେଉଛନ୍ତି...

ପ୍ରହ୍ଲାଦ ପରି ହେବାକୁ ହେବ

ଶ୍ରୀରାମଚରିତ ମାନସର ଉତ୍ତରାକାଣ୍ଡରେ ବକ୍ତା କାକଭୁଶୁଣ୍ଡି ଶ୍ରୋତା ଗରୁଡ଼ଙ୍କୁ ନିଜ ଜୀବନୀ କଥା ଶୁଣାଉଥିବା ବେଳେ କଳିଯୁଗର ଭୟାବହତା ବିଷୟରେ ସେ ବର୍ଣ୍ଣନା କରିବାକୁ ଭୁଲି...

ପ୍ରଥମେ ପାଠପଢ଼ାରେ ମନ ଦିଅ, ପରେ ବିବାହ…

ଭୋପାଳ, ୨୩।୨ : ପାଠପଢ଼ା ପରେ ବିବାହ କାର୍ଯ୍ୟ ହେଲେ ଭଲ। ନାରୀ ନିକେତନରେ ଥିବା ଜଣେ ଯୁବତୀଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ପକ୍ଷରୁ ଏଭଳି ପରାମର୍ଶ...

Advertisement
Archives

Model This Week