ସ୍ବାମୀଙ୍କୁ ନପୁଂସକ ଔଷଧ ଦେଉଛନ୍ତି ଏହି ଦେଶର ମହିଳା…

ବେଜିଂ,୨୮।୪: ସ୍ବାମୀଙ୍କ ଅଜାଣତରେ ସ୍ତ୍ରୀ ତାଙ୍କୁ ନପୁଂସକ ଔଷଧ ଦେଉଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଚାଇନାର କେତେକ ମହିଳା ଗୁପ୍ତରେ ଏଭଳି କରୁଛନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ସ୍ବାମୀ ଯେଭଳି ଅନ୍ୟ କୌଣସି ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ନ ରଖି ପାରିବେ। ଏହା ଦ୍ୱାରା ସ୍ବାମୀ ଆଉ ଧୋକା ଦେଇ ପାରିବେନି। ବାହାରେ କାହା ସହିତ ରୋମାନ୍ସ୍‌ କରିବା ଆଉ ସମ୍ଭବ ହେବନି। ଦାମ୍ପତ୍ୟ ଜୀବନରେ କେତକ ଚାଇନା ମହିଳାଙ୍କ ଏଭଳି କାର୍ଯ୍ୟ ବୁଦ୍ଧିଜୀବୀଙ୍କୁ ଚକିତ କରିଛି। ଚାଇନା ଖବର କାଗଜ ଗ୍ଲୋବାଲ ଟାଇମ୍ସ୍‌ ଅନୁସାରେ କେତେକ ଚାଇନା ମହିଳା ସେମାନଙ୍କ ସ୍ବାମୀଙ୍କ ଅଜାଣତରେ ଡାୟଥାଇଲ୍‌ଷ୍ଟିଲବେଷ୍ଟ୍ରୋଲ ଔଷଧ ଦେଉଛନ୍ତି। ଏହାଦ୍ୱାରା ସେମାନଙ୍କର ଯୌନ ଲାଳସା କମି ଯିବ। ଏହା ଏକ ପ୍ରକାର ସିନ୍ଥେଟିକ୍‌ ଏଷ୍ଟ୍ରୋଜନ୍‌। ଏହାଦ୍ୱାରା ଶାରୀରିକ ସମ୍ପର୍କ ଲାଗି ଇଛାଶକ୍ତି କମି ଯାଇଥାଏ। ଏବେ ଏହି ଖବର ଚାଇନା ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। କେତେକ ମହିଳା ଏହି ଔଷଧକୁ ଅନ୍‌ଲାଇନ୍‌ରେ ମଗାଉଥିବା ନେଇ ଓ୍ବି ଚାଟ୍‌ରେ ପ୍ରକାଶ ପାଇଛି। ମାତ୍ର ଘଟଣା ସମ୍ପର୍କରେ ପ୍ରଚାର ହେବା ପରେ ଏବେ ଡାୟଥାଇଲ୍‌ଷ୍ଟିଲବେଷ୍ଟ୍ରୋଲ ଔଷଧ ଅନ୍‌ଲାଇନ୍‌ ପ୍ଲାଟଫର୍ମରୁ ଗାଏବ୍‌ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଭାଷା, ଯାହା ଦୁନିଆର ଆଉ କେଉଁଠି ବ୍ୟବହୃତ ହୁଏ ନାହିଁ

ଆମ ଦେଶରେ ଅନେକ ରହସ୍ୟମୟ କଥା ଲୁଚି ରହିଛି। ଯାହା ସମ୍ପର୍କରେ ଖୁବ କମ ଲୋକ ଜାଣିଥାନ୍ତି। ଭାରତରେ ଏମିତି ଏକ ସ୍ଥାନ ଅଛି, ଯାହା...

ଗୋଲାପି ରଙ୍ଗ ପସନ୍ଦ ବୋଲି ୯୨ ହଜାର ଡଲାର ଖର୍ଚ୍ଚ କରି କଲେ ଏଭଳି, ଏବେ ସବୁ…

ବ୍ରାଜିଲର ବ୍ରୁନାଙ୍କୁ ବେଶ୍‌ ପସନ୍ଦ ପିଙ୍କ୍‌ ବା ଗୋଲାପୀ ରଙ୍ଗ। ତାଙ୍କୁ ଏହି ରଙ୍ଗ ଏତେ ପସନ୍ଦ ଯେ, ସେ ଏହାକୁ ନିଜ ଜୀବନର ଏକ...

ପାର୍କିଂ ସମୟରେ କାର ଉପରେ ଚଢିଗଲା ୮୦ ଲକ୍ଷ ଟଙ୍କାର ଆଉ ଏକ କାର

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ଜଣେ ଯୁବକ ଏକ ବିଳାସପୂର୍ଣ୍ଣ କାର ପାର୍କିଂ କରୁଥିବାବେଳେ ହଠାତ୍‌ କାରଟି ଅନ୍ୟ ଏକ କାର...

ଘଣ୍ଟା ବିଜ୍ଞାପନରେ କାହିଁକି ଦେଖିବାକୁ ମିଳେ ୧୦:୧୦ ସମୟ…

ବିଜ୍ଞାପନ ଦେବାର ଅର୍ଥ ଲୋକଙ୍କୁ ସାମଗ୍ରୀ ବିଷୟରେ ଅବଗତ କରାଇବା ଏବଂ ସେମାନଙ୍କୁ ଦ୍ରବ୍ୟର କ୍ରେତା କରିବା। କିନ୍ତୁ ବିଜ୍ଞାପନ ସହିତ ଜଡ଼ିତ କିଛି ରହସ୍ୟ...

ୟୁଏଇରେ ହିନ୍ଦୁ ମନ୍ଦିରର ଶିଳାନ୍ୟାସ

ଆବୁ ଧାବି,୨୧।୪: ୟୁନାଇଟେଡ ଆରବ ଏମିରେଟ୍‌ସ (ୟୁଏଇ)ର ରାଜଧାନୀ ଆବୁ ଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଶିଳାନ୍ୟାସ ହୋଇଛି। ସ୍ବାମୀନାରାୟଣନ ସଂସ୍ଥାର ମହନ୍ତ ସ୍ବାମୀ ମହାରାଜ...

ବିମାନବନ୍ଦରରେ ବୁଲୁଥିବା ମହିଳାଙ୍କ ବ୍ୟାଗ୍‌ରୁ ହଠାତ୍‌ ବାହାରିଲା ନିଆଁ

ବ୍ୟାଙ୍କକ,୩୦।୭: ଆପଣ ପାଓ୍ବାର ବ୍ୟାଙ୍କ ବ୍ୟବହାର କରୁଛନ୍ତି କି ଯଦି କରୁଛନ୍ତି ତାହେଲେ ସାବଧାନ୍‌ ହୋଇଯାଆନ୍ତୁ। ନ ହେଲେ ଏହି ପାଓ୍ବାର ବ୍ୟାଙ୍କ ଆପଣଙ୍କ ପାଇଁ...

ଖୁସି ଖବର: ପୁଣି ଆସୁଛି ପବ୍‌ଜୀ

ନୂଆଦିଲ୍ଲୀ,୭।୫: ଭାରତରେ ପବ୍‌ଜୀ ଗେମ୍‌ ବହୁ ଲୋକପ୍ରିୟ। ମାତ୍ର ସୁରକ୍ଷା ଦୃଷ୍ଟିରୁ ଏହାକୁ ଗତବର୍ଷ ବ୍ୟାନ୍‌ କରାଯାଇଥିଲା। ଫଳରେ ଏହାର ପ୍ରଶଂସକମାନେ ନିରାଶ ହୋଇଥିଲେ। ବର୍ତ୍ତମାନ...

Advertisement
Archives

Model This Week