ଜାଲ୍‌ ଅନଲାଇନ୍‌ ବିଜ୍ଞାପନରେ ଫସିଲେ ମହିଳା:୨.୧୨ ଲକ୍ଷ ଲୁଟିନେଲେ ସାଇବର ଠକ

ବ୍ରହ୍ମପୁର ଅଫିସ,୬ା୧: ଘରେ ରହି ପେନସିଲ ପ୍ୟାକିଂ କରି ଭଲ ରୋଜଗାର କରିବା ନେଇ ଇନ୍‌ଷ୍ଟାଗ୍ରାମରେ ଆସିଥିବା ଏକ ଜାଲ୍‌ ବିଜ୍ଞାପନକୁ ଜାଣି ନ ପାରି ଜଣେ ମହିଳା ସାଇବର ଠକଙ୍କ ଜାଲରେ ପଡ଼ି ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହରାଇଛନ୍ତି। ୩ଟି ବ୍ୟାଙ୍କ ଆକାଉଣ୍ଟରୁ ସାଇବର ଠକ ବିଭିନ୍ନ ପର୍ଯ୍ୟାୟରେ ମୋଟ ୨ଲକ୍ଷ ୧୨ହଜାର ୩୧୨ଟଙ୍କା ଲୁଟି ନେଇଥିବା ଜାଣିବା ପରେ ମହିଳା ଜଣଙ୍କ ସାଇବର ଓ ଅର୍ଥନେତିକ ଅପରାଧ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ଏସଂକ୍ରାନ୍ତରେ ୧/୨୩ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଜରଡ଼ା ବଙ୍ଗଳାରେ ରହୁଥିବା ଜଣେ ମହିଳା ଗତ ନଭେମ୍ବର ୨୧ରେ ଇନ୍‌ଷ୍ଟାଗ୍ରାମରେ ନଟରାଜ ପେନସିଲ୍‌ ପ୍ୟାକିଂ ସମ୍ପର୍କିତ ଏକ ବିଜ୍ଞାପନ ଦେଖିଥିଲେ। ଘରେ ରହି ଏହି କାମ କରିବା ସହ ଉପାର୍ଜନ କରିବାର ସୁବିଧା ଥିବା ସେଥିରେ ଦର୍ଶାଯାଇଥିଲା। ତେଣୁ ଉକ୍ତ ବିଜ୍ଞାପନରେ ଉପଲବ୍ଧ ଥିବା ଫୋନ୍‌ ନମ୍ବରରେ ସେ ଯୋଗାଯୋଗ କରିଥିଲେ। ସାଇବର ଠକ ମହିଳାଙ୍କ ବିଶ୍ୱାସ ଭାଜନ ହେବା ସହ ପ୍ରଥମେ ପଞ୍ଜୀକରଣ ଦେୟ ବାବଦ ୬୨୦ ଟଙ୍କା ଅନଲାଇନ୍‌ ଆପ୍‌ ଜରିଆରେ ମାଗି ନେଇଥିଲେ। ଏହାପରେ ବିଭିନ୍ନ ବାହାନା କରି ସେ ୮ଥରରେ ମୋଟ ୨୩,୭୫୬ଟଙ୍କା ନେଇଯାଇଥିଲେ। ପୁଣି ଟଙ୍କା ମାଗିବାରୁ ମହିଳାଙ୍କ ସନ୍ଦେହ ହୋଇଥିଲା ଏବଂ ସେ ଦେଇଥିବା ସମସ୍ତ ଟଙ୍କା ଫେରସ୍ତ କରିବାକୁ କହିଥିଲେ। ସେତେବେଳେ ଦୁର୍ବୃତ୍ତ ଜଣଙ୍କ ତାଙ୍କ ମୋବାଇଲ୍‌ ନମ୍ବରକୁ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଯୋଡ଼ି ଦେଲେ, ସେଥିରେ ସେ ନେଇଥିବା ଟଙ୍କା ଫେରସ୍ତ କରିପାରିବ ବୋଲି କହିଥିଲେ। ତେଣୁ ମହିଳା ଜଣକ ପ୍ରଥମେ ଏସବିଆଇକୁ ଯାଇ ନିଜ ବ୍ୟାଙ୍କ ଆକାଉଣ୍ଟ ସହ ସମ୍ପୃକ୍ତ ଠକଙ୍କ ମୋବାଇଲ୍‌ ନମ୍ବର ଯୋଡ଼ି ଦେଇଥିଲେ। ଉକ୍ତ ଆକାଉଣ୍ଟରେ ଟଙ୍କା ଯାଇପାରୁନି, ଅନ୍ୟ ଯଦି କୌଣସି ବ୍ୟାଙ୍କ ଆକାଉଣ୍ଟ ଅଛି, ସେଥିରେ ତାଙ୍କ ମୋବାଇଲ୍‌ ନମ୍ବରକୁ ଯୋଡ଼ି ଦେବାପାଇଁ ଠକ ଜଣକ କହିଥିଲେ। ଗତ ମାସ ୮ତାରିଖରେ ମହିଳା ସେଭଳି କରିବା ପରେ ଟଙ୍କା ନେଣଦେଣ ହେଉଛି ନା ନାହିଁ ଜାଣିବା ପାଇଁ ସେହି ଆକାଉଣ୍ଟରୁ ୧୫ଶହ ଟଙ୍କା ପଠାଇବାକୁ ଦୁର୍ବୃତ୍ତ କହିଥିଲେ। ଏହାପରେ ସେ ଉକ୍ତ ଆକାଉଣ୍ଟରେ ୯୬ ହଜାର ଟଙ୍କା ପଠାଇଥିବା ନେଇ ଫୋନ୍‌ କରି କହିଥିଲେ। ମହିଳାଜଣଙ୍କ ବ୍ୟାଙ୍କକୁ ଯାଇ ଯାଞ୍ଚ କରିବାରୁ ତାଙ୍କ ଆକାଉଣ୍ଟରେ ଆଦୌ ଟଙ୍କା ନ ଥିବା ଦେଖିଥିଲେ। ତେବେ ଯେତିକି ଟଙ୍କା କଟିଛି, ସେସବୁ ଫେରାଇବା ପାଇଁ ଦୁବୃର୍ତ୍ତ ଜଣକ ପୁଣି ଫୋନ୍‌ କରି ସେ ପଠାଇଥିବା ଓଟିପି ଦେବାକୁ କହିଥିଲେ। ମହିଳା ଜଣକ ଓଟିପି କହିବା ପରେ ତାଙ୍କ ଆକାଉଣ୍ଟରୁ ୪ଥରରେ ୧,୦୩,୮୦୦ଟଙ୍କା କଟିଥିବା ନେଇ ଫୋନକୁ ମେସେଜ ଆସିଥିଲା। ପରେ ମହିଳା ଜଣକ ନିଜ ଏସ୍‌ବିଆଇ ଆକାଉଣ୍ଟ ଯାଞ୍ଚ କରିବାରୁ ଠକ ଜଣଙ୍କ ତାଙ୍କର ଫିକ୍ସ ଡିପୋଜିଟକୁ ଆଧାର କରି ୮୩,୩୧୬ଟଙ୍କାର ଏକ ଋଣ କରି ନେଇଥିବା ଜାଣିଥିଲେ। ଏଭଳି ମହିଳା ଜଣକ ମୋଟ ୨,୧୨,୩୧୨ଟଙ୍କା ଠକାମିର ଶିକାର ହୋଇଥିବା ଜାଣିବା ପରେ ଟଙ୍କା ଫେରସ୍ତ ପାଇବା ସହ ସମ୍ପୃକ୍ତ ଠକକୁ ଧରିବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?