ଜାଲ୍‌ ଅନଲାଇନ୍‌ ବିଜ୍ଞାପନରେ ଫସିଲେ ମହିଳା:୨.୧୨ ଲକ୍ଷ ଲୁଟିନେଲେ ସାଇବର ଠକ

ବ୍ରହ୍ମପୁର ଅଫିସ,୬ା୧: ଘରେ ରହି ପେନସିଲ ପ୍ୟାକିଂ କରି ଭଲ ରୋଜଗାର କରିବା ନେଇ ଇନ୍‌ଷ୍ଟାଗ୍ରାମରେ ଆସିଥିବା ଏକ ଜାଲ୍‌ ବିଜ୍ଞାପନକୁ ଜାଣି ନ ପାରି ଜଣେ ମହିଳା ସାଇବର ଠକଙ୍କ ଜାଲରେ ପଡ଼ି ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହରାଇଛନ୍ତି। ୩ଟି ବ୍ୟାଙ୍କ ଆକାଉଣ୍ଟରୁ ସାଇବର ଠକ ବିଭିନ୍ନ ପର୍ଯ୍ୟାୟରେ ମୋଟ ୨ଲକ୍ଷ ୧୨ହଜାର ୩୧୨ଟଙ୍କା ଲୁଟି ନେଇଥିବା ଜାଣିବା ପରେ ମହିଳା ଜଣଙ୍କ ସାଇବର ଓ ଅର୍ଥନେତିକ ଅପରାଧ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ଏସଂକ୍ରାନ୍ତରେ ୧/୨୩ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଜରଡ଼ା ବଙ୍ଗଳାରେ ରହୁଥିବା ଜଣେ ମହିଳା ଗତ ନଭେମ୍ବର ୨୧ରେ ଇନ୍‌ଷ୍ଟାଗ୍ରାମରେ ନଟରାଜ ପେନସିଲ୍‌ ପ୍ୟାକିଂ ସମ୍ପର୍କିତ ଏକ ବିଜ୍ଞାପନ ଦେଖିଥିଲେ। ଘରେ ରହି ଏହି କାମ କରିବା ସହ ଉପାର୍ଜନ କରିବାର ସୁବିଧା ଥିବା ସେଥିରେ ଦର୍ଶାଯାଇଥିଲା। ତେଣୁ ଉକ୍ତ ବିଜ୍ଞାପନରେ ଉପଲବ୍ଧ ଥିବା ଫୋନ୍‌ ନମ୍ବରରେ ସେ ଯୋଗାଯୋଗ କରିଥିଲେ। ସାଇବର ଠକ ମହିଳାଙ୍କ ବିଶ୍ୱାସ ଭାଜନ ହେବା ସହ ପ୍ରଥମେ ପଞ୍ଜୀକରଣ ଦେୟ ବାବଦ ୬୨୦ ଟଙ୍କା ଅନଲାଇନ୍‌ ଆପ୍‌ ଜରିଆରେ ମାଗି ନେଇଥିଲେ। ଏହାପରେ ବିଭିନ୍ନ ବାହାନା କରି ସେ ୮ଥରରେ ମୋଟ ୨୩,୭୫୬ଟଙ୍କା ନେଇଯାଇଥିଲେ। ପୁଣି ଟଙ୍କା ମାଗିବାରୁ ମହିଳାଙ୍କ ସନ୍ଦେହ ହୋଇଥିଲା ଏବଂ ସେ ଦେଇଥିବା ସମସ୍ତ ଟଙ୍କା ଫେରସ୍ତ କରିବାକୁ କହିଥିଲେ। ସେତେବେଳେ ଦୁର୍ବୃତ୍ତ ଜଣଙ୍କ ତାଙ୍କ ମୋବାଇଲ୍‌ ନମ୍ବରକୁ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଯୋଡ଼ି ଦେଲେ, ସେଥିରେ ସେ ନେଇଥିବା ଟଙ୍କା ଫେରସ୍ତ କରିପାରିବ ବୋଲି କହିଥିଲେ। ତେଣୁ ମହିଳା ଜଣକ ପ୍ରଥମେ ଏସବିଆଇକୁ ଯାଇ ନିଜ ବ୍ୟାଙ୍କ ଆକାଉଣ୍ଟ ସହ ସମ୍ପୃକ୍ତ ଠକଙ୍କ ମୋବାଇଲ୍‌ ନମ୍ବର ଯୋଡ଼ି ଦେଇଥିଲେ। ଉକ୍ତ ଆକାଉଣ୍ଟରେ ଟଙ୍କା ଯାଇପାରୁନି, ଅନ୍ୟ ଯଦି କୌଣସି ବ୍ୟାଙ୍କ ଆକାଉଣ୍ଟ ଅଛି, ସେଥିରେ ତାଙ୍କ ମୋବାଇଲ୍‌ ନମ୍ବରକୁ ଯୋଡ଼ି ଦେବାପାଇଁ ଠକ ଜଣକ କହିଥିଲେ। ଗତ ମାସ ୮ତାରିଖରେ ମହିଳା ସେଭଳି କରିବା ପରେ ଟଙ୍କା ନେଣଦେଣ ହେଉଛି ନା ନାହିଁ ଜାଣିବା ପାଇଁ ସେହି ଆକାଉଣ୍ଟରୁ ୧୫ଶହ ଟଙ୍କା ପଠାଇବାକୁ ଦୁର୍ବୃତ୍ତ କହିଥିଲେ। ଏହାପରେ ସେ ଉକ୍ତ ଆକାଉଣ୍ଟରେ ୯୬ ହଜାର ଟଙ୍କା ପଠାଇଥିବା ନେଇ ଫୋନ୍‌ କରି କହିଥିଲେ। ମହିଳାଜଣଙ୍କ ବ୍ୟାଙ୍କକୁ ଯାଇ ଯାଞ୍ଚ କରିବାରୁ ତାଙ୍କ ଆକାଉଣ୍ଟରେ ଆଦୌ ଟଙ୍କା ନ ଥିବା ଦେଖିଥିଲେ। ତେବେ ଯେତିକି ଟଙ୍କା କଟିଛି, ସେସବୁ ଫେରାଇବା ପାଇଁ ଦୁବୃର୍ତ୍ତ ଜଣକ ପୁଣି ଫୋନ୍‌ କରି ସେ ପଠାଇଥିବା ଓଟିପି ଦେବାକୁ କହିଥିଲେ। ମହିଳା ଜଣକ ଓଟିପି କହିବା ପରେ ତାଙ୍କ ଆକାଉଣ୍ଟରୁ ୪ଥରରେ ୧,୦୩,୮୦୦ଟଙ୍କା କଟିଥିବା ନେଇ ଫୋନକୁ ମେସେଜ ଆସିଥିଲା। ପରେ ମହିଳା ଜଣକ ନିଜ ଏସ୍‌ବିଆଇ ଆକାଉଣ୍ଟ ଯାଞ୍ଚ କରିବାରୁ ଠକ ଜଣଙ୍କ ତାଙ୍କର ଫିକ୍ସ ଡିପୋଜିଟକୁ ଆଧାର କରି ୮୩,୩୧୬ଟଙ୍କାର ଏକ ଋଣ କରି ନେଇଥିବା ଜାଣିଥିଲେ। ଏଭଳି ମହିଳା ଜଣକ ମୋଟ ୨,୧୨,୩୧୨ଟଙ୍କା ଠକାମିର ଶିକାର ହୋଇଥିବା ଜାଣିବା ପରେ ଟଙ୍କା ଫେରସ୍ତ ପାଇବା ସହ ସମ୍ପୃକ୍ତ ଠକକୁ ଧରିବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri