ଓଡ଼ିଶା ପାଇଁ କୋଭିଡ୍‌ ବିପଦ ନାହିଁ: ସ୍ବାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର, ୭ା୧(ବ୍ୟୁରୋ): ଓମିକ୍ରନ୍‌ର ୨ଟି ଷ୍ଟ୍ରେନ୍‌ ‘ବିଏଫ୍‌ ୭’ ଓ ‘ଏକ୍ସବିବି ୧.୫’ ଚାଇନା, ଜାପାନ, ହଂକଂ, ଥାଇଲାଣ୍ଡ, ଦକ୍ଷିଣ କୋରିଆ, ସିଙ୍ଗାପୁର, ଆମେରିକା, ୟୁରୋପ, ଜର୍ମାନୀ, ଫ୍ରାନ୍ସ, ଅଷ୍ଟ୍ରେଲିଆରେ ବ୍ୟାପିବାରେ ଲାଗିଛି। ଏହାକୁ ନେଇ ଓଡ଼ିଶାବାସୀ ଭୟଭୀତ ହେଉଛନ୍ତି। କିନ୍ତୁ ରାଜ୍ୟରେ ଏହାର ଅଧିକ ପ୍ରଭାବ ପଡ଼ିବ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ଏ ସମ୍ପର୍କରେ କଟକ ଏସ୍‌ସିବିର ମେଡିସିନ ବିଭାଗ ମୁଖ୍ୟ ପ୍ରଫେସର ଡା. ଜୟନ୍ତ ପଣ୍ଡା କହିଛନ୍ତି, ରାଜ୍ୟରେ ୬ ହଜାରରୁ ଊଦ୍ଧର୍‌ବ କୋଭିଡ୍‌ ଟେଷ୍ଟ କଲେ ମାତ୍ର ଗୋଟିଏ ଦୁଇଟି ସଂକ୍ରମିତ ବାହାରୁଛନ୍ତି। ଏସ୍‌ସିବି ମେଡିକାଲରେ ୨ ମାସ ହେଲା କୌଣସି କୋଭିଡ୍‌ ରୋଗୀ ନାହାନ୍ତି କି ପଜିଟିଭ୍‌ ଚିହ୍ନଟ ହେଉନାହାନ୍ତି। ଓଡ଼ିଶାରେ କୋଭିଡ୍‌ର ଦୈନିକ ପଜିଟିଭ୍‌ ହାର ୦.୦୧ ପ୍ରତିଶତ ରହିଛି। ସେହିଭଳି ସାପ୍ତାହିକ ୦.୧୨ ପ୍ରତିଶତ ରହୁଛି। ତେଣୁ ଓଡ଼ିଶା ପାଇଁ କୋଭିଡ୍‌ ବିପଦ ନାହିଁ ବୋଲି କୁହାଯାଇପାରିବ। ସେ କହିଛନ୍ତି, ଆମର କୋଭିଡ୍‌ ପରିଚାଳନା ବହୁତ ଭଲ ହୋଇଛି। ତେଣୁ ବର୍ତ୍ତମାନ ସ୍ଥିତିରେ କୋଭିଡ୍‌କୁ ନେଇ ଭୟଭୀତ ହେବାର ନାହିଁ। ପ୍ରତି ୧୦୦ ବର୍ଷରେ କିଛିନା କିଛି ମହାମାରୀ ଆସିଛି। ପ୍ରଥମ ଲହର, ଦ୍ବିତୀୟ, ତୃତୀୟ ଲହର ଆଦି ରହିଛି। କୋଟି କୋଟି ଲୋକଙ୍କର ମୃତ୍ୟୁ ହୋଇଛି। କିନ୍ତୁ କୋଭିଡ୍‌ରେ ଏପର୍ଯ୍ୟନ୍ତ ବିଶ୍ବରେ ମାତ୍ର ୫ ଲକ୍ଷ ୩୦ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ଇତିମଧ୍ୟରେ ଭାରତର ଲୋକେ କୋଭିଡ୍‌ର ଆଲ୍‌ଫା, ଡେଲ୍‌ଟା ଓ ଓମିକ୍ରନ ଭାରିଆଣ୍ଟକୁ ସାମ୍ନା କରିଛନ୍ତି। ଆମର କୋଭିସିଲ୍ଡ ଓ କୋଭାସ୍କିନ୍‌ ଲୋକଙ୍କୁ ସୁରକ୍ଷା ଦେଇଛି। ଭାରତରେ ୨୨୦ କୋଟି ଡୋଜ୍‌ ଟିକା ଦିଆସରିଛି। ୧୦୦ କୋଟିରୁ ଊଦ୍ଧର୍‌ବ ଲୋକ ପ୍ରଥମ ଓ ପାଖାପାଖି ୯୫ କୋଟି ଲୋକ ଦ୍ବିତୀୟ ଡୋଜ୍‌ ନେଇଛନ୍ତି। ୨୦ କୋଟି ଲୋକ ବୁଷ୍ଟର ଡୋଜ୍‌ ନେଇସାରିଛନ୍ତି। ଓଡ଼ିଶାରେ ୧୦୦ ଭାଗ ଲୋକ ଉଭୟ ପ୍ରଥମ ଓ ଦ୍ବିତୀୟ ଡୋଜ୍‌ ନେଇଛନ୍ତି। ସେହିପରି ୪୦ ପ୍ରତିଶତ ବୁଷ୍ଟର ଡୋଜ୍‌ ଟିକା ନେଇଛନ୍ତି। ତେଣୁ ଏମାନଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଯାଇଛି। ଓଡ଼ିଶାରେ ଗୋଷ୍ଠୀ ରୋଗ ପ୍ରତିଷେଧକ ଆସିଯାଇଛି। ତଥାପି ଆମକୁ ସତର୍କ ରହିବାର ଅଛି ବୋଲି ଡା. ପଣ୍ଡା ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri