Posted inଜାତୀୟ

୨୦ କୋଟି ଆକାଉଣ୍ଟ ଡେଟା ଲିକ୍‌

ନୂଆଦିଲ୍ଲୀ,୬ା୧: ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟରରେ ଆକାଉଣ୍ଟ ଖୋଲିଥିବା ୨୦କୋଟି ୟୁଜର୍ସଙ୍କ ଡେଟା ଲିକ୍‌ ହୋଇଯାଇଛି। ହ୍ୟାକରମାନେ ଟୁଇଟର ବ୍ୟବହାରକାରୀଙ୍କ ଆକାଉଣ୍ଟରୁ ସେମାନଙ୍କ ନାମ, ଇ-ମେଲ୍‌ ଆଡ୍ରେସ୍‌, ଆକାଉଣ୍ଟ ତିଆରି ତାରିଖ ଓ ଫଲୋଅର୍ସଙ୍କ ସମ୍ପର୍କରେ ତଥ୍ୟ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ଏହି ବିଷୟ ପ୍ରଘଟ ହେବା ପରେ ୟୁଜର୍ସଙ୍କ ପ୍ରାଇଭେସିକୁ ନେଇ ପ୍ରଶ୍ନ ଉଠିଛି। ସାଇବର ଇଣ୍ଟେଲିଜେନ୍ସ କମ୍ପାନୀ କ୍ଲାଉଡ୍‌ସେକ୍‌ ଅନୁସାରେ ଟୁଇଟରରୁ ଲିକ୍‌ ହୋଇଥିବା ତଥ୍ୟର ଦୁରୁପଯୋଗ କରାଯାଇପାରେ। ଲଗ୍‌ଇନ୍‌ ଏପିଆଇ ଜରିଆରେ ୟୁଜର୍ସଙ୍କ ଫୋନ୍‌ ନମ୍ବର ଓ ଇ-ମେଲ୍‌ ଆଇଡିକୁ ମଧ୍ୟ ହ୍ୟାକର୍ସ ବ୍ୟବହାର କରିପାରନ୍ତି। ପ୍ରଘଟ ହୋଇଥିବା ଡେଟାବେସ୍‌ ସମ୍ପର୍କରେ ପ୍ରଥମେ ଗତ ଡିସେମ୍ବର ୨୩ରେ ବିଜ୍ଞାପନ ଦିଆଯାଇଥିଲା। ସାଇବର କ୍ରାଇମ୍‌ ଫୋରମ୍‌ ବ୍ରିଚ୍‌ଡ ଫୋରମ୍ସରେ ‘ରାୟୁସି’ ୟୁଜରନେମ୍‌ର ଜଣେ ବ୍ୟକ୍ତି ଏହାକୁ ବିକ୍ରି ପାଇଁ ପୋଷ୍ଟ କରିଥିଲେ। ସିମ୍‌ ସ୍ବାପିଂ, କ୍ରିପ୍ଟୋ ସ୍କାମ୍‌, ବିଇସି ସ୍କାମ୍‌, ଫିଶିଂ କ୍ୟାମ୍ପେନ, ଭେରିଫାଏଡ୍‌ ୟୁଜରନେମ୍‌ ବିକ୍ରି ଆଦିରେ ଏହି ଡେଟା କାମରେ ଆସିବ ବୋଲି ସେ ଉଲ୍ଲେଖ କରିଥିଲେ। ଜାନୁୟାରୀ ୧ରେ ଉକ୍ତ ଫୋରମ୍‌ରେ ‘ହୋଲିଗନ୍‌’ ୟୁଜରନେମ୍‌ ବ୍ୟବହାର କରି ଆଉ ଜଣେ ବ୍ୟକ୍ତି ସମାନ ଡେଟାକୁ ଅପ୍‌ଡେଟ୍‌ ପରେ ବିକ୍ରି ପାଇଁ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri