ମହିଳା ସଶକ୍ତୀକରଣ ଓ ସମୃଦ୍ଧି

ବିଖ୍ୟାତ ଔପନ୍ୟାସିକ ଭର୍ଜିନିଆ ଉଲଫ୍‌ କହିଛନ୍ତି- ନାରୀ ଆଇନ୍‌ଷ୍ଟାଇନ୍‌ ବା ସେକ୍ସପିୟର ହେବାକୁ ହେଲେ ତାଙ୍କୁ ଦୁଇଟି ବିଷୟ ଅର୍ଜନ କରିବାକୁ ପଡ଼ିବ। ଗୋଟିଏ ହେଲା ନିଜସ୍ବ ଉପାର୍ଜନ ଏବଂ ଅନ୍ୟଟି ହେଲା ଉତ୍ତମ ସାମାଜିକ ପରିବେଶ। ନାରୀକୁ ନିଜର ଅଧିକାର ପ୍ରତି ପ୍ରଥମେ ସଚେତନ ହେବାକୁ ପଡ଼ିବ। ସମାଜରେ ଆମତ୍ମର୍ଯ୍ୟାଦା ପ୍ରତିଷ୍ଠା କରି ବଞ୍ଚତ୍ବା ତା’ର ଏକାନ୍ତ ପ୍ରୟୋଜନ। ଯେ ପର୍ଯ୍ୟନ୍ତ ନାରୀ ନିଜ ଶକ୍ତିକୁ ଚିହ୍ନି ନ ପାରିବ, ତା’ ଭିତରେ ଆମତ୍ଶକ୍ତିର ଜାଗରଣ ନ ଘଟିବ ସେ ପର୍ଯ୍ୟନ୍ତ ନାରୀ ସଶକ୍ତୀକରଣ ଏକ ସ୍ବପ୍ନ ହୋଇ ରହିଯିବ। ଆଗରୁ ଆମେ ଚିନ୍ତା କରିଥିଲୁ ଯେ କେବଳ ସ୍ବାବଲମ୍ବନଶୀଳ ହୋଇପାରିଲେ ନାରୀ ଆମତ୍ମର୍ଯ୍ୟାଦାର ସହ ବଞ୍ଚତ୍ପାରିବ। କେବଳ ଉପଯୁକ୍ତ ଶିକ୍ଷା ହିଁ ତାକୁ ପ୍ରତିଷ୍ଠା ଦେଇପାରିବ। କିନ୍ତୁ କିଛିଦିନ ହେବ ଏହି ଧାରଣା ଆମର ଭୁଲ୍‌ ପ୍ରମାଣିତ ହୋଇଛି। ପ୍ରାୟତଃ ଦେଖାଯାଉଛି ଉଚ୍ଚଶିକ୍ଷିତା ନାରୀମାନେ ସମାଜରେ ବେଶି ଉପେକ୍ଷିତ ଏବଂ ନିର୍ଯାତିତ। ନିର୍ଯାତନା, ହୀନମନ୍ୟତା, ପରାଧୀନତାର ଶିକାର ହୋଇ ନାରୀମାନେ ନିଜର ମୌଳିକ ଅଧିକାରରୁ ବଞ୍ଚତ୍ତ ହେଉଛନ୍ତି। ସାମାଜିକ, ରାଜନୈତିକ, ଅର୍ଥନୈତିକ କ୍ଷେତ୍ରରେ ଯଦିଓ ନାରୀ ନିଜକୁ ପୁରୁଷଙ୍କ ସହ ସମାନ କରିବା ପାଇଁ ଅନେକ ସଂଘର୍ଷ ଜାରି ରଖିଛି ତଥାପି ନିର୍ଯାତନାର ଅନ୍ତ ଘଟୁନି। ନୋବେଲ ବିଜେତା ସାରାମାଗୋ କହୁଥିଲେ, ‘ଇଏ ଏମିତି ଏକ ବିଶ୍ୱ ଯିଏ ମଙ୍ଗଳ ଗ୍ରହକୁ ଯନ୍ତ୍ର ପଠାଏ, ଚନ୍ଦ୍ରକୁ ମଣିଷ ପଠାଏ କନ୍ତୁ ନିଜ ଇଲାକାରେ ମଣିଷ ନିଧନ ଓ ହିଂସା ବନ୍ଦ କରିବା ଲାଗି କୌଣସି କାର୍ଯ୍ୟ କରେ ନାହିଁ। ବିସ୍ମୟର କଥା, ଶହ ଶହ ବର୍ଷ ଧରି ନାରୀ ଅତ୍ୟାଚାର, ଶୋଷଣ, ସାମାଜିକ କୁସଂସ୍କାରର ଶିକାର ହୋଇ ମଧ୍ୟ ଆଜି ଏକବିଂଶ ଶତାବ୍ଦୀରେ ନିଜକୁ ପ୍ରତିଷ୍ଠା କରିବା ପାଇଁ ସଂଘର୍ଷ ଜାରି ରଖିଛି। ସାମ୍ପ୍ରତିକ ସମାଜର ଭୋଗବାଦୀ, ଅବକ୍ଷୟୀ, ଅପସଂସ୍କୃତିର ପ୍ରଭାବ ନାରୀର ଚିନ୍ତା, ଚେତନା, ବିଚାରଧାରା, ତା’ର ଦୂରଦର୍ଶିତାକୁ ସମ୍ପୂର୍ଣ୍ଣ ପଙ୍ଗୁ କରି ତାକୁ ଭୋଗ୍ୟବସ୍ତୁ ଭାବେ ବିବେଚନା କରିବାକୁ ମଧ୍ୟ ଭୁଲୁନାହିଁ। ନାରୀ ସମାଜକୁ ଅପସଂସ୍କୃତି ଏବଂ ଅତ୍ୟାଧୁନିକ ଜୀବନଶୈଳୀ ଯେଉଁଭଳି ଭାବେ ଧସେଇ ପଶିଆସୁଛି, ଏହା ନାରୀ ନିର୍ଯାତନାର ପ୍ରମୁଖ କାରଣ। ନାରୀ ଭୋଗବାଦୀ ମାୟାରେ ପଡ଼ି ଛଟପଟ ହେଉଛି। ସଣ୍ଠଣା, ସଂସ୍କାର, ଶୃଙ୍ଖଳା, ସଂଯମ ଏସବୁ ଶବ୍ଦ ଧୀରେ ଧୀରେ ନାରୀର ବ୍ୟକ୍ତିତ୍ୱର ଅଭିଧାନରୁ ଲିଭିଗଲାଣି।
ପ୍ରତ୍ୟେକ ବ୍ୟକ୍ତି ସେ ନାରୀ ହେଉ ବା ପୁରୁଷ ମର୍ଯ୍ୟାଦାର ସହ ବଞ୍ଚତ୍ବା ତା’ର ପ୍ରାକୃତିକ ଅଧିକାର। ଯେଉଁ ଦେଶରେ ସଂସ୍କୃତିକୁ ଯେତିକି ପ୍ରାଧାନ୍ୟ ଦିଆଯାଏ ସେହି ଦେଶର ଲୋକମାନେ ସେତିକି ସଭ୍ୟ ଏବଂ ସଚେତନ। ଆଉ ଦେଖାଯାଏ ଆମ ସମାଜରେ ଏକ ଚତୁର୍ଥାଂଶ ପିଲା ବାଲ୍ୟ ଏବଂ କୈଶୋରରେ ଯୌନ ଉପତ୍ୀଡ଼ନର ଶିକାର ହେଉଛନ୍ତି। ସାଧାରଣ ମଣିଷଟିଏ ଆଜି ଦେବତ୍ୱ ବଦଳେ ତା’ ଭିତରେ ପଶୁତ୍ୱ ବୃଦ୍ଧି ପାଉଛି। ପ୍ରତ୍ୟେକ ବ୍ୟକ୍ତି ଭାବିବା ଦରକାର ମୋ’ ପ୍ରତି ଯେଉଁ ବ୍ୟବହାର ପୀଡ଼ାଦାୟକ, ମୁଁ ସେଭଳି ବ୍ୟବହାର ଅନ୍ୟପ୍ରତି ପ୍ରଦର୍ଶନ କରିପାରିବିନାହିଁ। ଏହା ହିଁ ମାନବିକ ମୂଲ୍ୟବୋଧର ମୂଳମନ୍ତ୍ର ହେବା ଆବଶ୍ୟକ।
ମିଳିତ ଜାତିସଂଘର ମାନବିକ ଅଧିକାରର ଦଲିଲ୍‌ଟି ୧୯୪୮ ଡିସେମ୍ବର ୧୦ ତାରିଖରେ ଯେଉଁ ଆନ୍ତର୍ଜାତିକ ସ୍ବୀକୃତି ଦେଇଛି ତା’ର ପ୍ରଥମ ଧାରାଟିରେ ହିଁ ବ୍ୟକ୍ତି ମର୍ଯ୍ୟାଦା ସହ ବଞ୍ଚତ୍ବ ଏହି ବର୍ତ୍ତାଟିକୁ ସୁନ୍ଦରଭାବରେ ବ୍ୟକ୍ତ କରାଯାଉଛି। ସେହିପରି ଇଣ୍ଟରନ୍ୟାଶନାଲ ହ୍ୟୁମାନିଷ୍ଟ ଏଣ୍ଡ ଏଥିକ୍ସ ୟୁନିଅନ୍‌ ସଂଗଠନ ହ୍ୟୁମାନିଷ୍ଟ ମେନିଫେଷ୍ଟୋ ବା ମାନବବାଦୀ ଘୋଷଣା ନାମାରେ ମାନବିକ ଅଧିକାର, ବ୍ୟକ୍ତି ମର୍ଯ୍ୟାଦାବୋଧ ଓ ନାଗରିକ କର୍ତ୍ତବ୍ୟର ଯେଉଁ ଚିତ୍ର ଦେଇଛି ତାହା ସଭ୍ୟ ଜୀବନ ଦୃଷ୍ଟିର ଏକ ମହତ୍ତ୍ୱ ଅଭିବ୍ୟକ୍ତି କହିଲେ ଭୁଲ୍‌ ହେବ ନାହିଁ। ଆମ ପୁରାଣ, ଇତିହାସ, ସଂସ୍କୃତିରେ ମଧ୍ୟ କେତେକ ନକାରାମତ୍କ ଚିତ୍ର ସ୍ଥାନ ପାଇଛି। ନାରୀକୁ ତା’ର ସତିତ୍ୱ ପରୀକ୍ଷା ଦେବାକୁ ଯାଇ ବାରମ୍ବାର ଅଗ୍ନିପରୀକ୍ଷା ଦେବାକୁ ପଡ଼ିଛି। ନିଜ ପତ୍ନୀକୁ ବାଜି ଲଗାଇ ପଶାଖେଳରେ ହାରି ସର୍ବସମ୍ମୁଖରେ ପୁଣି ବିବସ୍ତ୍ରା ହେବାକୁ ପଡ଼ିଥିଲା ରାଜବଧୂ ଦ୍ରୌପଦୀଙ୍କୁ କୁରୁସଭାରେ। ମୃତ ପତିକୁ ମଧ୍ୟ ଯମଦ୍ୱାରରୁ ଫେରାଇ ଆଣିବାର କଠୋର ପରୀକ୍ଷାରେ ମଧ୍ୟ ସଫଳ ହୋଇଥିଲା ଏହି ନାରୀ। କିନ୍ତୁ ଦୁଃଖର କଥା ଆମେ ପତ୍ନୀକୁ ଯମଦ୍ୱାରରୁ ଫେରାଇ ପାରୁଥିବା ପତିଙ୍କ ସାଧନା ଆମ ପୁରାଣରେ କେଉଁଠି ନାହିଁ। ଭାରତୀୟ ହିନ୍ଦୁ ସମାଜରେ ଆଜି ମଧ୍ୟ ଅସ୍ପୃଶ୍ୟତା, ଜାତିବାଦ, ବାଲ୍ୟବିବାହ, ସତୀଦାହ ପ୍ରଥା ଆଦି ଘୃଣ୍ୟ ପ୍ରଥା ଏବଂ ବିଧବାଙ୍କ ପ୍ରତି ଧର୍ମୀୟ କଟକଣା ସମାଜରେ ଦୀର୍ଘଦିନ ଧରି ଦେଖି ଆସୁଛୁ। ଏହି କୁତ୍ସିତ ଚିନ୍ତାଧାରା ଆମ ସାମାଜିକ ମନସ୍ତତ୍ୱକୁ ଆକ୍ରାନ୍ତ କରି ନାରୀ ସମାଜର ମର୍ଯ୍ୟାଦାକୁ ହାନି ପହଞ୍ଚାଉଛି। ଏବେ ବି ଏକବିଂଶ ଶତାବ୍ଦୀରେ ଜାତିଆଣଭାବନା ବ୍ୟକ୍ତିତ୍ୱର ଅଧିକାର ଏବଂ ମର୍ଯ୍ୟାଦାକୁ ଭୁଲୁଣ୍ଠିତ କରୁଛି। ନାରୀର ଏଭଳି ଦୁର୍ଦ୍ଦିନରେ ତା’ ପ୍ରତି ହେଉଥିବା ନିର୍ଯାତନାକୁ ବନ୍ଦ କରି ତାଙ୍କୁ ତା’ର ଆମତ୍ମର୍ଯ୍ୟାଦାର ସହ ବଞ୍ଚତ୍ବାର ମୌଳିକ ଅଧିକାର ଦେବା ଆବଶ୍ୟକ । ଏଇଠି ମନେପଡ଼େ। ପୁରାଣ ଇତିହାସର ନାରୀଶକ୍ତି ଅପାଲଙ୍କ କଥା। ଶ୍ୱେତକୁଷ୍ଠ ବ୍ୟାଧି ଯୋଗୁ ପତି କୃଶାଶ୍ୱ ଦ୍ୱାରା ଉପେକ୍ଷିତ ହୋଇ ପତିଗୃହ ପରିତ୍ୟାଗ କରି ପିତା ଅତ୍ରିଙ୍କ ଆଶ୍ରମରେ ଆସି ରହିଲେ। ସେହିଦିନ ସେ ଅନୁଭବ କରିଥିଲେ ମନୁଷ୍ୟ ଜୀବନରେ ଦେଖାଦେଉଥିବା ନାନା ବିକାର, କଷ୍ଟ, ଯନ୍ତ୍ରଣା, ଦୁଃଖ ଈଶ୍ୱରପ୍ରଦ ନୁହେଁ। ମଣିଷ ନିଜ ଜ୍ଞାନ ଓ କର୍ମବଳରେ ଏ ସବୁ କ୍ରୟ କରିପାରିବ। ପରେ ଅପାଲା ଇନ୍ଦ୍ରଙ୍କୁ ଉପାସନା କରି ସମସ୍ତ ପ୍ରକାର ପ୍ରଜ୍ଞା, ଶକ୍ତି, ସାମର୍ଥ୍ୟ, ବିଦ୍ୟା, କାନ୍ତି ଆଦି ବର ପାଇଥିଲେ। ଏହାପରେ ସେ ପ୍ରଚଣ୍ଡ ଜ୍ଞାନଦୀପ୍ତ ହୋଇ ଋଷିରେ ପରିଣତ ହେଲେ। ଏହା ତାଙ୍କ ପତି ଯେତେବେଳେ ଜାଣିପାରିଲେ ତାଙ୍କୁ ନେବା ପାଇଁ ଅତ୍ରିଙ୍କ ଆଶ୍ରମକୁ ଆସିଲେ ଅପାଲା କିନ୍ତୁ ଏଥିରେ ରାଜି ହୋଇ ନ ଥିଲେ। ତାଙ୍କର ସ୍ବାଭିମାନ ତାଙ୍କୁ ମହାନ୍‌ କରି ଗଢ଼ି ଦେଇଥିଲା। ସମାଜସେବାରେ ସେ ତାଙ୍କର ସମଗ୍ର ଜୀବନ କାଟିଦେଲେ। ପତି କୁଶାଶ୍ୱ ସ୍ବୟଂ ଅପାଲାଠାରୁ ବେଦାଙ୍ଗ ଶିକ୍ଷା ଲାଭ କଲେ। ସେ ଦିନ ଅପାଲା ପ୍ରମାଣ କରିଦେଲେ ଯେ ନାରୀ କେବେ ବି ପୁରୁଷର ଭୋଗ୍ୟ ବସ୍ତୁ ନୁହେଁ। ନିଜର ଯୌବନ, ସୌନ୍ଦର୍ଯ୍ୟ, ରୂପ କାନ୍ତି ଦ୍ୱାରା ପୁରୁଷକୁ ଆକର୍ଷିତ କରିବା ତା’ର କେବେ ବି କର୍ତ୍ତବ୍ୟ ନୁହେଁ।
ଏହି କାହାଣୀ ସୂଚାଇ ଦିଏ ଯେ ଆଜିର ନାରୀ ଚାହିଁଲେ ନିଜର ଅସୀମଶକ୍ତି, ପ୍ରଜ୍ଞା, ଧିଶକ୍ତି ବଳରେ ସମାଜର ତଥା ରାଷ୍ଟ୍ରର ମଙ୍ଗଳରେ ସହାୟକ ହେବ। ପୁୁରୁଷ ସମାଜ ଦ୍ୱାରା ଅବହେଳିତ ହେଉଥିବା ନାରୀ ସମାଜ ପାଇଁ ଅପାଲା ହେଉଛି ଜଣେ ଆଦର୍ଶନାରୀ। ଆମେ ସମସ୍ତେ ଏହା ସ୍ବୀକାର କରିବାକୁ ବାଧ୍ୟହେବୁ ଯେ ନାରୀ ହେଉଛି ଶକ୍ତିର ଓ ପ୍ରଜ୍ଞାର ପ୍ରତୀକ। ଆଜିର ନାରୀ ଯଦି ଆମତ୍ବଳଯୁକ୍ତ ହୋଇ ନିଜର ଅସୀମ ଶକ୍ତିକୁ ରାଷ୍ଟ୍ରର ତଥା ସମାଜର ବିକାଶରେ ବିନିଯୋଗ କରିବ ତେବେ ସେ ମର୍ଯ୍ୟାଦା ସହ ବଞ୍ଚତ୍ବାର ଅଧିକାରକୁ ପ୍ରାପ୍ତ ହେବ।

  • ମୀରା ବେଉରା
    ରଘୁନାଥଜୀଉ ମହାବିଦ୍ୟାଳୟ, ଦେଉଳ ସାହି, ତୁଳସୀପୁର, କଟକ
    ମୋ- ୯୮୫୩୩୫୦୩୮୪

Enter your email to get our daily news in your inbox.

All Right Reserved By Dharitri.Com

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

ବାଗ୍‌ଦାଦରେ ମହାକାଳ

ତ୍ରୟୋଦଶ ଶତାବ୍ଦୀର ପ୍ରାରମ୍ଭିକ ମୁସଲିମ ଶାସକମାନେ ନିଜକୁ ସୁଲତାନ ବୋଲି କହୁଥିଲେ। କିନ୍ତୁ ୧୬ଶ ଶତାବ୍ଦୀରେ ମୋଗଲମାନେ ନିଜକୁ ବାଦଶାହ ବୋଲି କହିଲେ। ଏହାର କାରଣ ହେଉଛି…

ଶିକ୍ଷାରେ ବହୁ ଭାଷା

ଭାରତୀୟ ଶିକ୍ଷା, ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆର୍‌ଟି) ମାଧ୍ୟମିକ ସ୍ତରରେ ତିନୋଟି ଭାଷା ଶିକ୍ଷାକରିବା ଲାଗି ନିୟମ କଲାପରେ ଏହାକୁ ନେଇ କେତେକ ରାଜ୍ୟରେ ପ୍ରତିବାଦର ସ୍ବର…

ମୋ ଭାରତ ବଦଳୁଛି

ସମୟ ବଦଳିବା ସହିତ ଦେଶର ଚିତ୍ର ଓ ଚରିତ୍ର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ବଦଳୁଛି ସମୟ, ବଦଳୁଛି ସ୍ଥିତି, ବଦଳୁଛି ମୋ ଦେଶର ଭାଗ୍ୟ ଓ…

ଦିଗହରା ଆମେରିକା

ଇରାନ ଉପରେ ୨୮ ଫେବୃଆରୀ ୨୦୨୬ରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ହୋଇଥିବା ଘମାଘୋଟ ଯୁଦ୍ଧ ବେଳେ ଗତ ୬୦ ଦିନିଆ ଅସ୍ତ୍ରବିରତି ସାମୟିକ…

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri