୨୦ ବର୍ଷରେ ବହୁ ଆଗକୁ ବଢ଼ିଛନ୍ତି ମହିଳା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୩(ଅନିଲ ଦାସ): ଗତ ୨୦ ବର୍ଷ ମଧ୍ୟରେ ଓଡ଼ିଶାର ମହିଳାମାନେ ବହୁତ ଆଗକୁ ବଢ଼ିଛନ୍ତି। ରାଜ୍ୟ ସରକାର ସେମାନଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଅଧିକାରର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ ଉଦ୍ୟମ ଜାରି ରଖିଛନ୍ତି ବୋଲି ବିଶ୍ୱ ମହିଳା ଦିବସ ଉପଲକ୍ଷେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ଲୋକସେବା କନ୍‌ଭେନଶନ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁଠାରେ ମା’ମାନଙ୍କୁ ସମ୍ମାନ ମିଳେ, ସେଠାରେ ଦେବତାମାନେ ବାସ କରନ୍ତି ବୋଲି ଆମ ଶାସ୍ତ୍ରରେ ବର୍ଣ୍ଣନା ଅଛି। ରାଜ୍ୟରେ ମହିଳାମାନେ ଏବେ ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଛନ୍ତି। ରାଜ୍ୟର ୩୦ ଜିଲା ପରିଷଦ ମଧ୍ୟରୁ ୨୦ଟିର ନେତୃତ୍ୱ ମହିଳାମାନେ ନେତୃତ୍ୱ ନେଉଛନ୍ତି। ପଞ୍ଚାୟତ ଓ ପୌର ସଂସ୍ଥାଗୁଡ଼ିକରେ ୫୦%ରୁ ଅଧିକ ମହିଳା ପ୍ରତିନିଧିତ୍ୱ କରୁଛନ୍ତି। ସେହିପରି ଅର୍ଥନୈତିକ ଉନ୍ନତି କ୍ଷେତ୍ରରେ ମିଶନ ଶକ୍ତିର ଉଦାହରଣ ଦେଇ ସେ କହିଛନ୍ତି, ଏହା ଦ୍ୱାରା ମା’ମାନେ ଛୋଟ ଛୋଟ ବ୍ୟବସାୟ ଜରିଆରେ ଅର୍ଥ ରୋଜଗାର କରି ନିଜ ପରିବାର ପାଇଁ ଅବଦାନ ରଖୁଛନ୍ତି। ଏହା ଏକ ବହୁତ ବଡ଼ ପରିବର୍ତ୍ତନ। ଏହା ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହିତ ସେମାନଙ୍କୁ ବଡ଼ ସ୍ବପ୍ନ ଦେଖିବାକୁ ପ୍ରେରଣା ଦେଇଛି। ରାଜ୍ୟ ସରକାର ମଧ୍ୟ ମିଶନ ଶକ୍ତି ଜରିଆରେ ମହିଳାମାନଙ୍କୁ କୋଟି କୋଟି ଟଙ୍କାର ସରକାରୀ କାମ ଦେଉଛନ୍ତି। ସେମାନେ ମଧ୍ୟ ଏହି ଦାୟିତ୍ୱ ବହୁତ ଭଲ ଭାବରେ ତୁଲାଉଛନ୍ତି । ବର୍ତ୍ତମାନ ମହିଳାମାନେ ଆଉ ଏକ ପାଦ ଆଗକୁ ଯାଇ ଉଦ୍ୟୋଗୀ ହେବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ରାଜ୍ୟ ସରକାର ଏଥିପାଇଁ ୧୦ ଲକ୍ଷ ଟଙ୍କାର ଋଣ ବିନା ସୁଧରେ ଦେଉଛନ୍ତି। ମା’ମାନେ ଆଗକୁ ବଢ଼ନ୍ତୁ, ମୁଁ ଆପଣମାନଙ୍କ ସହିତ ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିପରି ମହିଳାମାନଙ୍କ ସାମାଜିକ ଅଧିକାରର ସୁରକ୍ଷା ଓ ପ୍ରତିଷ୍ଠା ବୃଦ୍ଧି ପାଇଁ ମଧ୍ୟ ବିଭିନ୍ନ ଯୋଜନାରେ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଅଧିକ ସୁବିଧା ଦେଉଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କ ପାଇଁ ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ସେବା ମିଳୁଥିବା ବେଳେ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କାର ସୁବିଧା ମିଳୁଛି। ନୂଆ-ଓ ଛାତ୍ରବୃତ୍ତିରେ ଝିଅମାନଙ୍କୁ ଅଧିକ ୧ ହଜାର ଟଙ୍କା ମିଳୁଛି। ଲକ୍ଷ୍ମୀ ବସ୍‌ରେ ମା’ମାନେ ଅଧା ଦାମରେ ମାତ୍ର ୫ ଟଙ୍କାରେ ଯିବାଆସିବା କରୁଛନ୍ତି। କେବଳ ସେତିକି ନୁହେଁ, ରାଶନ କାର୍ଡ, ବିଏସ୍‌କଓ୍ବୋଇ କାର୍ଡ, ପକ୍କାଘର ଆଦି ସବୁ ମା’ମାନଙ୍କ ନାଁରେ ରହୁଛି। ମହିଳାଙ୍କ ନାଁରେ ଜମି କିଣାହେଲେ ରେଜିଷ୍ଟ୍ରେଶନରେ ବହୁତ ରିହାତି ଦିଆଯାଉଛି। ଏହିସବୁ ପଦକ୍ଷେପ ଦ୍ୱାରା ସମାଜରେ ମା’ମାନଙ୍କ ଗୁରୁତ୍ୱ ବୃଦ୍ଧି ପାଇଛି। ମା’ମାନଙ୍କ ପାଖରେ ବହୁତ ସମ୍ଭାବନା ରହିଛି। ସେମାନେ ଦୃଢ଼ନିଶ୍ଚୟ ହେଲେ ଜୀବନରେ ବହୁତ କିଛି ହାସଲ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?