ରାଜ୍ୟରେ ମହିଳା, ଶିଶୁ ଅସୁରକ୍ଷିତ, ଗୁଡୁ ମୁସ୍‌ଲିମ ସୁରକ୍ଷିତ: ଭାଜପା

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଏନ୍‌ସିଆର୍‌ବି ରିପୋର୍ଟ ଅନୁସାରେ ମହିଳା ବିରୋଧୀ ଅତ୍ୟାଚାରରେ ଓଡ଼ିଶା ସର୍ବାଗ୍ରେ ରହିଛି । ବିଜେଡି ସରକାର ମହିଳା ସୁରକ୍ଷାକୁ ଆଦୌ ଗୁରୁତ୍ୱ ଦେଉନାହାନ୍ତି ା ‘୫-ଟି’ ଓ ‘ମୋ ସରକାର’ ବୋଲି ମିଥ୍ୟା ପ୍ରହେଳିକା କରି ଲୋକଙ୍କୁ ଭ୍ରମିତ କରୁଛନ୍ତି। ଗତ ୧୬ ତାରିଖରେ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ର କାଞ୍ଜିବାହାଳିଠାରେ ତାରିଣୀ ଉତ୍ସବ ଦେଖି ୩ଜଣ ଆଦିବାସୀ ନାବାଳିକା ଘରକୁ ଫେରିବାବେଳେ ଗଣବଳାତ୍କାରର ଶିକାର ହୋଇଥିଲେ। ଅଭିଯୋଗ କରାଯିବା ସତ୍ତ୍ୱେ ପୋଲିସ ୪ଦିନ ପରେ ମାମଲା ରୁଜୁ କରିଥିଲା ା ଅପରପକ୍ଷରେ ବଳାତ୍କାର ପୀଡିତାଙ୍କ ପରିବାରକୁ ବୁଝାଇସୁଝାଇ ମାମଲା ରୁଜୁ ନ କରିବା ପାଇଁ ଚାପ ପକାଯାଉଥିଲା ା ରାଜ୍ୟ ସରକାର ମହିଳା ଓ ଶିଶୁମାନଙ୍କ ପ୍ରତି ଏତେ ସମ୍ବେଦନହୀନ କ’ଣ ପାଇଁ ବୋଲି ରାଜ୍ୟ ଭାଜପା ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।
ଶନିବାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି, ରାଜ୍ୟରେ ବଳାତ୍କାର, ହତ୍ୟା, ଅପହରଣ ବଢ଼ୁଥିଲେ ମଧ୍ୟ ରୋକିବା ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ା ଲାଞ୍ଜିଗଡ଼ର ୩ ନାବାଳିକା ବଳାତ୍କାରୀଙ୍କୁ ପୋଲିସ ଧରିପାରିଲା ନାହିଁ। ଶୁକ୍ରବାର କଟକର ମଧୁପାଟଣାଠାରେ କଲେଜ ଛାତ୍ରୀଙ୍କୁ ବଳାତ୍କାର ହୋଇଥିଲେ ବି ଅପରାଧୀର ଟେର୍‌ପାଉନି ପୋଲିସ। ଓଡ଼ିଶାରେ ପୋଲିସ ପ୍ରଶାସନ, ଗୋଇନ୍ଦା ବ୍ୟବସ୍ଥାର କ୍ଷୟ ଘଟିଛି ବୋଲି ସେ କହିଛନ୍ତି ା ଅନ୍ୟ ପକ୍ଷରେ କୁଖ୍ୟାତ ଅପରାଧୀ ଅତିକ୍‌ ଅହମ୍ମଦଙ୍କ ଘନିଷ୍ଠ ସହଯୋଗୀ ଗୁଡୁ ମୁସ୍‌ଲିମ ପୁରୀଠାରେ ଥିବାର ସୂଚନା ଦେଇଛି ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ ା ତାହାହେଲେ ଓଡ଼ିଶା ପୋଲିସ, ଗୋଇନ୍ଦା ବିଭାଗ କ’ଣ କରୁଥିଲା। ଗୁଡୁଙ୍କ ଲିଙ୍କ୍‌ ବରଗଡ଼ରେ ରହିଛି ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ହେଉଛି ଭଟଲିର ରାଜା ଖାନ୍‌, ଯିଏ କି ବିଜେଡିର ବାହୁବଳୀ ନେତା ତଥା ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ସହଯୋଗୀ। ମହିଳାମାନେ ଓଡ଼ିଶାକୁ ସୁରକ୍ଷିତ ମନେକରୁ ନ ଥିବାବେଳେ ଗୁଡୁ ମୁସ୍‌ଲିମ ଭଳି କୁଖ୍ୟାତ ଅପରାଧୀମାନେ ସୁରକ୍ଷିତ ଭାବୁଛନ୍ତି। ଏହା ଅତ୍ୟନ୍ତ ଚିନ୍ତାର କାରଣ ବୋଲି ଲେଖାଶ୍ରୀ କହିଛନ୍ତି ା
ଅନ୍ୟପକ୍ଷରେ ବିଜେଡି ମଧ୍ୟ ଲେଖାଶ୍ରୀଙ୍କ ଉପରେ ବର୍ଷିଛି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ଈପ୍ସିତା ସାହୁ କହିଛନ୍ତି, ଉତ୍ତରପ୍ରଦେଶ ଘଟଣାରେ ସମ୍ପୃକ୍ତ ଜଣେ କୁଖ୍ୟାତ ଅପରାଧୀ ସହ ଆପରାଧିକ ପୃଷ୍ଠଭୂମି ଥିବା ବରଗଡ଼ର ଜଣେ ଯୁବକଙ୍କ ସମ୍ପୃକ୍ତି ବିଷୟ ଜଣାପଡ଼ିବା ପରେ ଏହାକୁ ନେଇ ଅବାନ୍ତର ବୟାନ ଦେଇଥିବା ଭାଜପା ନେତ୍ରୀ ଲେଖାଶ୍ରୀଙ୍କୁ ଅପଦସ୍ଥ ହେବାକୁ ପଡ଼ିଛି । ବରଗଡ଼ର ଏହି ଅଭିଯୁକ୍ତ ସହିତ ଜଣେ ଜେଲ ଫେରନ୍ତା ଭାଜପା ନେତାଙ୍କ ଲିଙ୍କ୍‌ ରହିଛି ବୋଲି ବିଜେଡି ପକ୍ଷରୁ ପାଲଟା ଅଭିଯୋଗ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?