Posted inଫୁରସତ

ମହିଳାଙ୍କ ସ୍ବର ‘ମୁଥୁଲକ୍ଷ୍ମୀ’

କଥା ଊନବିଂଶ ଶତାବ୍ଦୀର। ପୁରୁଷ ପ୍ରଧାନ ସମାଜର ତଥାକଥିତ କଟକଣା ଆଗରେ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ ମହିଳା। ଧାର୍ମିକ, ସାମାଜିକ, ଅର୍ଥନୈତିକ ବ୍ୟବସ୍ଥାରେ ଅବରୁଦ୍ଧ କରିଦିଆଯାଉଥିଲା ନାରୀଙ୍କ ସ୍ବର। ଏହି ସମୟରେ ନାରୀ ସଶକ୍ତୀକରଣକୁ ନୂଆ ଦିଶା ଦେଇଥିଲେ ମୁଥୁଲକ୍ଷ୍ମୀ ରେଡ୍ଡୀ। ଆବିଳତାପୂର୍ଣ୍ଣ ସାମାଜିକ ବ୍ୟବସ୍ଥାରେ ମୁଥୁଲକ୍ଷ୍ମୀ ଲଗାଇଥିବା ବହ୍ନିରେ ଜଳିଯାଇଥିଲା ଦେବଦାସୀ ପ୍ରଥା, ନାବାଳିକା ବିବାହ, ଲିଙ୍ଗଗତ ବୈଷମ୍ୟ ଭଳି ଅନେକ କୁସଂସ୍କାର।

ଭାରତୀୟ ମହିଳାଙ୍କୁ ଉଚିତ ନ୍ୟାୟ ଦେବା ପାଇଁ ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କ ପ୍ରୟାସ ଇତିହାସର ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ। ନାରୀ ସଶକ୍ତୀକରଣ, ମହିଳାଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା, ଶିକ୍ଷା, ନ୍ୟାୟ ପ୍ରଦାନ କରି ଏକ ସୁସ୍ଥ ସମାଜ ଗଢ଼ିବା ଲାଗି ପିଲାଟି ଦିନରୁ ଦୃଢ଼ମନା ଥିଲେ ସେ। ଭାରତୀୟ ମହିଳାଙ୍କ ସ୍ଥିତିରେ ସୁଧାର ଆଣିବା ଲାଗି ତାଙ୍କ ଦ୍ୱାରା କରାଯାଉଥିବା ଉଦ୍ୟମ ଆଜି ବି ଉଦାହରଣ ହୋଇରହିଛି।
ଉନବିଂଶ ଶତାବ୍ଦୀରେ ମହିଳାଙ୍କୁ ନେଇ ଥିଲା ଭିନ୍ନ ବିଚାରଧାରା। ବିବାହ ଏବଂ ସନ୍ତାନ ଜନ୍ମର ମାଧ୍ୟମ ଭାବେ ସେମାନେ ବିବେଚିତ ହେଉଥିଲେ। ସେହି ସମୟରେ ସାମାଜିକ ବିଥିବ୍ୟବସ୍ଥାର କଠୋର ନିୟମର ଢାଙ୍କୁଣି ଭାଙ୍ଗି ମହିଳାଙ୍କୁ ନ୍ୟାୟ ଦେବାକୁ ଯେଉଁ କେତେଜଣ ପ୍ରୟାସ କରିଥିଲେ, ସେମାନଙ୍କ ମଧ୍ୟରେ ଅଗ୍ରଣୀ ଭୂମିକା ନିଭାଇଥିଲେ ମୁଥୁଲକ୍ଷ୍ମୀ। ଦେବଦାସୀ ପରିବାରରେ ଜନ୍ମ ହୋଇ ଏଭଳି ଏକ କୁପ୍ରଥାକୁ ବିଲୁପ୍ତ କରିବାକୁ ସେ ଆରମ୍ଭ କରିଥିଲେ ଅଭିଯାନ। ବାଲ୍ୟବିବାହ, ବେଶ୍ୟାବୃତ୍ତି, ମାନବଚାଲାଣ, ନାରୀ ନିର୍ଯାତନା ଭଳି କୁସଂସ୍କାରକୁ ଦୂର କରିବାକୁ ମୁଥୁଲକ୍ଷ୍ମୀ ଉଠାଇଥିବା ସ୍ବର ଥିଲା ବେଶ୍‌ ଶାଣିତ।
ଶିକ୍ଷିତ ହୋଇ ସମାଜରେ ଆଦର୍ଶ ସୃଷ୍ଟି କରିବାକୁ ଶୈଶବରୁ ସ୍ବପ୍ନ ଦେଖିଥିଲେ ମୁଥୁଲକ୍ଷ୍ମୀ। ସେତେବେଳେ ତାମିଲନାଡୁରେ କେବଳ ପୁରୁଷଙ୍କୁ ପାଠପଢ଼ିବାର ଅଧିକାର ଦିଆଯାଉଥିଲା। ତେଣୁ ଏଭଳି ଏକ ରକ୍ଷଣଶୀଳ ସମାଜକୁ ଭେଦି ବିଦ୍ୟାଳୟ ବାରଣ୍ଡା ଚଢ଼ିବାକୁ ବେଶ୍‌ ସଂଘର୍ଷ କରିଥିଲେ ମୁଥୁଲକ୍ଷ୍ମୀ। ପିତା ନାରାୟଣ ସ୍ବାମୀ ଆୟାର ଅଧ୍ୟାପକ ଥିବାରୁ ଘରେ ହିଁ ମାଟ୍ରିକ ଯାଏ ପଢ଼ିପାରିଥିଲେ। ମାଟ୍ରିକ ପରୀକ୍ଷାରେ ଟପ୍ପର ହେବା ପରେ ଅଞ୍ଚଳରେ ମୁଥୁଲକ୍ଷ୍ମୀଙ୍କୁ ନେଇ ଚହଳ ପଡ଼ିଗଲା। ଏହା ସେତେବେଳେ ଆହୁରି ଚର୍ଚ୍ଚିତ ବିଷୟ ପାଲଟିଗଲା, ଯେତେବେଳେ ସେ ମହାରାଜା କଲେଜରେ ଉଚ୍ଚ ଶିକ୍ଷା ପାଇଁ ଆବେଦନ କଲେ। କାରଣ କଲେଜ ଇତିହାସରେ ଏହା ଥିଲା ପ୍ରଥମ ଘଟଣା, ଯେଉଁଠି ଜଣେ ଯୁବତୀ ଉଚ୍ଚଶିକ୍ଷା ପାଇଁ ଆବେଦନ କରିଥିଲେ। ରକ୍ଷଣଶୀଳ ସମାଜର ବଡ଼ପଣ୍ଡାମାନେ ଏହାକୁ ନେଇ ଆପତ୍ତି ଉଠାଇଲେ। ତେବେ ପୁଡୁକୋଟାଇର ଶାସକ ମାର୍ତଣ୍ଡ ଭୈରବ ହସ୍ତକ୍ଷେପ ପରେ ମୁଥୁଲକ୍ଷ୍ମୀଙ୍କ କଲେଜ ପଢ଼ିବାର ବାଟ ଖୋଲିଯାଇଥିଲା। ପାଠପଢ଼ାରେ ଯେଭଳି କିଛି ସମସ୍ୟା ନ ଉପୁଜେ ସେଥିପାଇଁ ରାଜା ବୃତ୍ତି ବ୍ୟବସ୍ଥା ମଧ୍ୟ କରାଇଥିଲେ। ପରିଣାମ ସ୍ବରୂପ ୧୯୧୨ରେ ମାଡ୍ରାସ ୟୁନିର୍ଭସିଟିରୁ ମେଡିକାଲ ଗ୍ରାଜୁଏଟ୍‌ ହୋଇ ଇତିହାସ ସୃଷ୍ଟି କରିଥିଲେ ମୁଥୁଲକ୍ଷ୍ମୀ।
ମେଡିକାଲ ପାଠପଢ଼ା ସମୟରେ ସର୍ଜରିରେ ଗୋଲ୍ଡ ମେଡାଲ ଜିତିଥିବା ମୁଥୁଲକ୍ଷ୍ମୀ କଲେଜର ଏକ କାର୍ଯ୍ୟକ୍ରମରେ ସରୋଜିନୀ ନାଇଡୁଙ୍କ ସମ୍ପର୍କରେ ଆସିଥିଲେ। ପରବର୍ତ୍ତୀ ସମୟରେ ସେ ମହିଳାଭିତ୍ତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଆରମ୍ଭ କରିଦେଲେ। ମହାତ୍ମା ଗାନ୍ଧୀ, ଆନିବେଶାନ୍ତଙ୍କ ବ୍ୟକ୍ତିତ୍ୱରେ ପ୍ରଭାବିତ ହୋଇ ସେ ପାଲଟିଗଲେ ନାରୀନେତ୍ରୀ। ନାରୀ ଅଧିକାର ସପକ୍ଷରେ ସ୍ବର ଉତ୍ତୋଳନ କରୁଥିବା ମୁଥୁଲକ୍ଷ୍ମୀଙ୍କ ବ୍ୟକ୍ତିଗତ ଜୀବନ କମ୍‌ ସଂଘର୍ଷମୟ ନ ଥିଲା। ପିଲାଦିନରୁ ସେ ବାଲ୍ୟବିବାହକୁ ରୋକ୍‌ଠୋକ୍‌ ମନା କରିଦେଇଥିଲେ। ୧୯୧୪ରେ ତାଙ୍କ ବିବାହ ହୋଇଥିଲା ଟି. ସୁନ୍ଦର ରେଡ୍ଡିଙ୍କ ସହ। ହେଲେ ସର୍ତ୍ତ ଥିଲା ବୃତ୍ତିଗତ କିମ୍ବା ସମାଜସେବା କ୍ଷେତ୍ରରେ ସ୍ବାମୀ ହସ୍ତକ୍ଷେପ କରିବେ ନାହିଁ। ତେବେ ବାଲ୍ୟବିବାହ ପ୍ରଚଳିତ ସମାଜରେ ୨୮ ବର୍ଷରେ ଜଣେ ଯୁବତୀ ବିବାହ କରିବା କମ୍‌ ସାହସର କଥା ନୁହେଁ ବୋଲି ଆଜି ବି ଅନେକେ ମତଦିଅନ୍ତି। ଆନିବେଶାନ୍ତଙ୍କ ସହ ନାରୀ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିବା ସମୟରେ ରାଜନୀତିରେ ପାଦ ରଖିଥିଲେ ମୁଥୁଲକ୍ଷ୍ମୀ। ଭାରତୀୟ ନାରୀସଂଘର ସମର୍ଥନରେ ୧୯୨୬ରୁ ୧୯୩୦ ଯାଏ ମାଡ୍ରାସ ବିଧାନ ପରିଷଦର ସଦସ୍ୟ ଦାୟିତ୍ୱ ନିର୍ବାହ କରିଥିଲେ। ସେହି ସମୟରେ ଯୁବତୀଙ୍କ ବିବାହ ବୟସ ୧୬ରୁ ୨୧ ବର୍ଷକୁ ବୃଦ୍ଧି କରିବାକୁ ସେ ପରାମର୍ଶ ଦେଇଥିଲେ। ଏଥିସହ ଦେବଦାସୀ ପ୍ରଥା, ବେଶ୍ୟାଳୟ ଉଚ୍ଛେଦ, ଶିଶୁଚାଲାଣ ରୋକିବା ଲାଗି କଡ଼ା ନିୟମ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦେଶସେବାରେ ଜୀବନ ଉତ୍ସର୍ଗ କରିଥିବା ମୁଥୁଲକ୍ଷ୍ମୀଙ୍କୁ ୧୯୫୬ରେ ପ୍ରଦାନ କରାଯାଇଥିଲା ସମ୍ମାନଜନକ ‘ପଦ୍ମଭୂଷଣ’। ନାରୀଙ୍କୁ ନ୍ୟାୟ ପ୍ରଦାନ ଲାଗି ଆଜୀବନ ସ୍ବର ଉଠାଇଥିବା ଏହି ମହାନ୍‌ ବ୍ୟକ୍ତିତ୍ୱଙ୍କ ପରଲୋକ ଘଟିଥିଲା ୧୯୬୮ ଜୁଲାଇ ୨୨ରେ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri