Posted inଫୁରସତ

‘ମୋତେ ସାବୁନ ପସନ୍ଦ’ କହି ଖାଇବାକୁ ଲାଗିଲେ ମହିଳା, ଭିଡିଓ ଭାଇରାଲ ହେବା ପରେ ଜଣାପଡ଼ିଲା ସତ

ମୋତେ ସାବୁନ ପସନ୍ଦ । ଏଭଳି କହି ଜଣେ ମହିଳା ସାବୁନକୁ ଦୁଇଖଣ୍ଡ କରି କାଟିଲେ। ପରେ ଏହାକୁ ବେଶ ଆଗ୍ରହର ସହ ଚୋବେଇବାକୁ ଲାଗିଲେ। ସୋସିଆଲ ମିଡିଆରେ ମହିଳାଙ୍କର ଏଭଳି କାରନାମାର ଭିଡିଓ ଭାଇରାଲ ହେବା ପରେ ଯେକେହି ଚକିତ ହୋଇଯାଇଥିଲେ। ଅନେକ ଖାଇବା ଜିନିଷ କ’ଣ କମ୍‌ ଅଛି ଯେ ତୁମେ ସାବୁନ ଖାଉଛ ବୋଲି କହୁଥିବା ଦେଖାଯାଇଥିଲା। ମାତ୍ର ପରେ ଘଟଣା ପଛର ସତ ସାମ୍ନାକୁ ଆସିଛି, ଯାହାକୁ ଜାଣିବା ପରେ ମଧ୍ୟ ଲୋକେ ଆହୁରୀ ଚକିତ ହୋଇଛନ୍ତି। ଆସନ୍ତୁ ଜାଣିବା…

ଭିଡିଓରେ ନଜର ଆସୁଥିବା ମହିଳା ହେଲେ ସୂଚି ଦତ୍ତା। ସେ କୋଲକାତା ବାସିନ୍ଦା। ସେ ଜଣେ ପ୍ରତିଭାଶାଳୀ ବ୍ୟାଙ୍କର ହୋଇଥିବା ବେଳେ ବାସ୍ତବତାକୁ ନେଇ କେକ୍‌ ପ୍ରସ୍ତୁତ କରିଥାନ୍ତି। ସେ ପ୍ରସ୍ତୁତ କରିଥିବା ନୂତନ କେକ୍‌କୁ ସେ ରିଲ୍‌ କରି ଶେୟାର କରିଥାନ୍ତି। ଭାଇରାଲ ଭିଡିଓଟି ସେଥିରୁ ଗୋଟିଏ। ସୂଚି ଖାଉଥିବା ଜିନିଷଟି ସାବୁନ ନୁହେଁ ବରଂ ସାବୁନ ଭଳି ଦେଖାଯାଉଥିବା କେକ୍‌ ବୋଲି ସ୍ପଷ୍ଟ ହୋଇଛି। ଇନଷ୍ଟାଗ୍ରାମରେ ଭିଡିଓକୁ ୩୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

ସୂଚି ନିଜର କେକ୍‌କୁ ଶେୟାର କରିଥିଲେ ହେଁ କ୍ୟାପଶନରେ ସାବୁନ ଖାଇବାକୁ ଭଲଲାଗେ ବୋଲି ଲେଖିଥିଲେ। ଯାହାକୁ ଦେଖି ଯେକେହି ଦ୍ୱନ୍ଦ୍ୱରେ ପଡ଼ିଥିଲେ। ଏପରିକି କିଛି ନଭାବି କମେଣ୍ଟ କରିବାକୁ ଲାଗିଥିଲେ। ପୂୂରା ଭିଡିଓ ଦେଖିବା ପରେ ସତ ସାମ୍ନାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ବୁଲିଲା ଖଣ୍ଡା: ହଠାତ୍‌ ସ୍କୁଟିରେ ଆସି…

କଟକ,୧୧।୫: କଟକରେ ବୁଲିଲା ଖଣ୍ଡା । ଚନ୍ଦନ ଯାତ୍ରା ଚାଲୁଥିବା ସମୟରେ ଖଣ୍ଡାରେ ଆକ୍ରମଣ। ଏଭଳି ଅଭାବନୀୟ ଘଟଣା ଘଟିଛି ସଦର ଥାନା ପୁରୁଣା କାଚରାମାଳରେ। ମରଣାନ୍ତକ…

ବର୍ଷେ ପର୍ଯ୍ୟନ୍ତ ସୁନା ନ କିଣିଲେ କ’ଣ ଶସ୍ତା ହୋଇଯିବ ସୁନା? ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୫: ଭାରତୀୟ ପରିବାରରେ ସୁନା ସର୍ବଦା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଆସିଛି, ତାହା ଅଳଙ୍କାର ଆକାରରେ ହେଉ କିମ୍ବା ନିବେଶ ଭାବରେ। ତଥାପି, ଭାରତ ବିଶ୍ୱର…

ସରକାର ଗଠନର ଗୋଟିଏ ଦିନ ପରେ ଦେଖାଦେଲାଣି ଫାଟ, ଅସନ୍ତୋଷ ପ୍ରକାଶ କଲେ ସହଯୋଗୀ …

ଚେନ୍ନାଇ,୧୧।୫: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କ ଶପଥ ଗ୍ରହଣ ସମାରୋହ ସମୟରେ ଏକ ବିବାଦ ସୃଷ୍ଟି ହୋଇଥିଲା ଯେତେବେଳେ, ଜାତୀୟ ସଙ୍ଗୀତ(ଜନଗଣ ମନ) ଏବଂ ରାଷ୍ଟ୍ରଗୀତ(ବନ୍ଦେ ମାତରମ)…

ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ନିଷ୍ପତ୍ତି: ଭାରତ-ବାଂଲାଦେଶ ସୀମାରେ ଲାଗିବ ତାରବାଡ଼

କୋଲକାତା,୧୧।୫: ପଞ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବା ପରେ ଶୁଭେନ୍ଦୁ ଅଧିକାରୀ ସୋମବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇ ଦେବାକୁ ଘୋଷଣା…

ବସିଥିବା ବେଳେ ପୁଅକୁ ଧକ୍କାଦେଲା ପିକଅପ୍‌ ମେଡିକାଲରେ ଗଲାଜୀବନ: ରାଜପଥରେ ୨୬ରେ ଜଳୁଛି ନିଆଁ

କେସିଙ୍ଗା,୧୧।୫.(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ସୁକୁନାଭଟା ଗ୍ରାମ ନିକଟରେ ରବିବାର ଦୁର୍ଘଟଣା ଘଟିଛି। ଗ୍ରାମର ଶ୍ରୀକାନ୍ତ ସାହୁଙ୍କ ପୁଅ ନରସିଂହ ସାହୁ(୧୭)ରାତିରେ ଜାତୀୟ…

ଆଣ୍ଠୁଗଣ୍ଠି ସମସ୍ୟା ଥିଲେ ଖାଆନ୍ତୁ କଖାରୁ ଫୁଲ

କଖାରୁ ଫୁଲ ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଅନେକେ ଏଥିରୁ ପ୍ରସ୍ତୁତ ପିଠା ଖାଇବାକୁ ଭଲ ପାଆନ୍ତି। ଏଥିରେ ଅନେକ ପ୍ରକାର ଭିଟାମିନ୍‌…

ଆମ୍ବଝରନ ଫରେଷ୍ଟ ରିଜର୍ଭରେ ଝୁଲୁଛି ଅଜଣା ମୃତଦେହ

ବଲାଙ୍ଗୀର,୧୧।୫: ବଲାଙ୍ଗୀର ଆଗଲପୁର ଥାନା ଅନ୍ତର୍ଗତ ଆମୱଝରନ ରିଜର୍ବ ଫରେଷ୍ଟରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିଛି । ସୂଚନା ଅନୁଯାୟୀ, ଆମ୍ବଝରନ ରିର୍ଜବ ଫରେଷ୍ଟଠାରେ ଏକ…

କୋଟିଆରେ ଶେଷ ହୋଇଛି ଶତ ପ୍ରତିଶତ ଘରଗଣନା: ମନ୍ତ୍ରୀ

ଭୁବନେଶ୍ୱର,୧୧।୫: ରାଜ୍ୟରେ ଚାଲିଥିବା ଜନଗଣନାକୁ ନେଇ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଓଡ଼ିଶାରେ ୯୦ ପ୍ରତିଶତରୁ ଅଧିକ ଘରଗଣନା କାମ ଶେଷ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri