Odisha Elections 2024

ମାଟି ତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ମାମଲା: ଲିଭ ଇନ୍‌ରୁ ହତ୍ୟା

ହିଞ୍ଜିଳିକାଟୁ, ୩।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା କୁକୁଡାଖଣ୍ଡି ପଞ୍ଚାୟତ ଅଧୀନ ବୋରିଗାଁ ପଞ୍ଚାୟତ ମହୁଲପଲ୍ଲୀ ଗ୍ରାମ ଏକ ଶ୍ମଶ୍ମାନରୁ ରବିବାର ମାଟି ତଳୁ ଉଦ୍ଧାର ହୋଇଥିବା ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ସୋମବାର ଚିହ୍ନଟ ହୋଇଛି। ମୃତ ମହିଳା ଜଣକ ହେଲେ ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଜୟନଗର ଗ୍ରାମର ବର୍ଷାରାଣୀ ପୁରୋହିତ(୨୫) । ଲିଭ ଇନ୍‌ ରିଲେଶନଶିପ ଏବଂ ବିବାହ ପାଇଁ ବାଧ୍ୟ କରିବାରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି। ବୁଧବାର ରାତିରେ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମହିଳାଙ୍କ ପୁରୁଷବନ୍ଧୁ ପ୍ରଶାନ୍ତ କୁମାର ବେହେରାଙ୍କୁ ପୋଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି। ପ୍ରଶାନ୍ତଙ୍କ ଘର ଗଞ୍ଜାମ ଜିଲା ନିମଖଣ୍ଡି ଥାନା ଅନ୍ତର୍ଗତ ଗୁରୁଣ୍ଡି ଗ୍ରାମ କୁମ୍ଭାର ସାହିରେ। ପୂର୍ବରୁ ହତ୍ୟାକାଣ୍ଡରେ ସହଯୋଗୀ ପ୍ରଶାନ୍ତଙ୍କ ଦୁଇ ଭାଇ ସନ୍ତୋଷ ବେହେରା ଓ ସୁଶାନ୍ତ ବେହେରାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ହିଞ୍ଜିଳି ଥାନା ପରିସରରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଆସିକା ଏସ୍‌ଡିପିଓ ଉମା ଶଙ୍କର ସିଂ କହିଛନ୍ତି।

ପ୍ରକାଶ ଯେ, ପାଟପୁର ଥାନା ଅନ୍ତର୍ଗତ ଜୟନଗର ଗ୍ରାମର ବର୍ଷାରାଣୀ ପୁରୋହିତ ପଳାସପୁର ଗ୍ରାମରେ ବିବାହ କରିଥିଲେ। ସେମାନଙ୍କ ଏକ ପୁତ୍ରସନ୍ତାନ ରହିଛି। ତେବେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ମନୋମାଳିନ୍ୟ ଘଟି କୋର୍ଟରେ ଛାଡ଼ପତ୍ର ମାମଲା ଦାଏର ହୋଇଛି। ଏହା ପରେ ବର୍ଷା ହୋଟେଲ ମ୍ୟାନେଜମେଣ୍ଟ କରି ହାଇଦ୍ରାବାଦରେ ରହୁଥିଲେ। ସେଠାରେ ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ବେହେରାଙ୍କ ସହ ସମ୍ପର୍କରେ ଆସିଥିଲେ। ପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ହୋଇ ପ୍ରାୟ ୨ବର୍ଷରୁ ଉଦ୍ଧର୍‌ବ ସମୟ ଧରି ଲିଭ ଇନ ରିଲେଶନଶିିପରେ ଗୋଟିଏ ଘରେ ରହି ଆସୁଥିଲେ। ସେମାନେ ପରସ୍ପର ମଧ୍ୟରେ ବିବାହ କରିବାକୁ କଥା ଦେଇଥିଲେ। ଏହି କଥା ବର୍ଷା ନିଜ ଭାଇ ଓ ଘରଲୋକଙ୍କୁ ମଧ୍ୟ ଜଣାଇଥିବା ନେଇ ବର୍ଷାଙ୍କ ଭାଇ ବିକାଶ ପୁରୋହିତ ଗଣମାଧ୍ୟମରେ କହିଛନ୍ତି।

ହେଲେ କିଛି ଦିନ ରିଲେଶନଶିପରେ ରହିବା ପରେ ବର୍ଷା ବିବାହ କଥା ଉଠାଇଥିଲେ। ତେବେ ପରସ୍ପର ଅନ୍ୟ ଜାତିର ହୋଇଥିବାରୁ ପୁରୁଷ ବନ୍ଧୁ ପ୍ରଶାନ୍ତଙ୍କ ଘର ଲୋକେ ଏହାକୁ ଗ୍ରହଣ କରି ନ ଥିଲେ । ଏଥିନେଇ ପ୍ରଶାନ୍ତ ଓ ବର୍ଷାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏନେଇ ନିମଖଣ୍ଡି ଥାନାରେ ବର୍ଷା ଅଭିଯୋଗ କରିଥିଲେ। ନିମଖଣ୍ଡି ଥାନାରେ ଏଥିନେଇ ଉଭୟ ପକ୍ଷକୁ ପୋଲିସ ଡାକି ବିବାହ ସର୍ତ୍ତରେ ରାଜିନାମା ହୋଇଥିବା ମଧ୍ୟ ବିକାଶ କହିଛନ୍ତି। ତେବେ ବର୍ଷାକୁ ସୁଚିନ୍ତିତ ଯୋଜନା କରି ତାଙ୍କ ପୁରୁଷ ବନ୍ଧୁ ପ୍ରଶାନ୍ତ ଓ ତାଙ୍କ ପରିବାର ଲୋକେ ହତ୍ୟା କରିଥିବା ବର୍ଷାଙ୍କ ଭାଇ ବିକାଶ ପୁରୋହିତ ଅଭିଯୋଗ କରିଛନ୍ତି।

ଗତ ଶୁକ୍ରବାର ଓ ଶନିବାର ବର୍ଷା ଓ ପ୍ରଶାନ୍ତ ବ୍ରହ୍ମପୁରର ଏକ ଲଜରେ ରହିଥିଲେ। ପରେ ବର୍ଷାଙ୍କୁ ହତ୍ୟା ଯୋଜନା କରିଥିଲେ ପ୍ରଶାନ୍ତ। ଯୋଜନା ମୁତାବକ ରବିବାର ଉଭୟ ଗୋପାଳପୁର ବୁଲି ଫେରିବା ସମୟରେ ରଙ୍ଗେଇଲୁଣ୍ଡା ବ୍ଲକ ସାତକୁଟୁଣି ପଞ୍ଚାୟତର ଝାଡାଙ୍କୁଲି ଗ୍ରାମର ଏକ ନିଛାଟିଆ ସ୍ଥାନରେ ପ୍ରଶାନ୍ତ ପୂର୍ବ ଯୋଜନା ମୁତାବକ ଏକ ଲୁହା ହାତୁଡିରେ ବର୍ଷାଙ୍କ ମୁଣ୍ଡକୁ ଆଘାତ କରିବାରୁ ବର୍ଷାଙ୍କ ମୃତ୍ୟୁ ଘଟିଥିଲା। ପରେ ଏଥିନେଇ ସେ ଦୁଇ ଭାଇ ସୁଶାନ୍ତ ଓ ସନ୍ତୋଷଙ୍କୁ ଜଣାଇଥିଲେ। ପ୍ରଶାନ୍ତ ଦୁଇ ଭାଇଙ୍କ ସହାୟତାରେ ଏକ ଅଟୋରେ ମୃତଦେହକୁ ଆଣି ମହୁଲପଲ୍ଲୀ ଶଶ୍ମାନରେ ମାଟି ଖୋଳି ପୋତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁ ଖୋଲିଲେ ପ୍ରଦୀପ ପାଣିଗ୍ରାହୀ: କହିଲେ, ବିଜେଡି ଷଡଯନ୍ତ୍ରରେ ହୋଇଛି ଆକ୍ରମଣ

ଭୁବନେଶ୍ୱର,୨୧।୫: ବ୍ରହ୍ମପୁର ଭାଜପା ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଭୁବନେଶ୍ୱର ଏମ୍ସରୁ ଡିସ୍‌ଚାର୍ଜ ହୋଥଛନ୍ତି। ଡିସ୍‌ଚାର୍ଜ ପରେ ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ମୁହଁ...

ଶତାଧିକ କଂଗ୍ରେସ, ଭାଜପା କର୍ମୀ ବିଜେଡିରେ ସାମିଲ

ହାଟଡିହୀ,୨୧l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର କାଠକଟା ପଞ୍ଚାୟତର ଶତାଧିକ କଂଗ୍ରେସ ଏବଂ ଭାଜପା କର୍ମୀ ସୁବ୍ରତ ସାମଲଙ୍କ ତତ୍ୱାବଧାନରେ ବିଜେଡିରେ ସାମିଲ ହୋଇଛନ୍ତି...

ନିର୍ବାଚନ ପାଇଁ ଜମି, ଛେଳି ବିକିଲେ ବିଧାୟକ ପ୍ରାର୍ଥୀ

କେନ୍ଦୁଝର, ୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ରର ବିକାଶ ପାଇଁ ଏଥର ପ୍ରାର୍ଥୀ ହୋଇଛନ୍ତି ଦିବ୍ୟାଙ୍ଗ ଦତ ମୁଣ୍ଡା (୫୩)। ତେବେ...

ଇଲେକ୍ସନ ଡ୍ୟୁଟି ସାରି ଫେରୁଥିବା ପୋଲିସ କର୍ମଚାରୀ ଗାଡି ଦୁର୍ଘଟଣାଗ୍ରସ୍ତ

ଛତ୍ରପୁର,୨୧।୫ (ଦିଲ୍ଲୀପ ସାମଲ): ଇଲେକ୍ସନ ଡ୍ୟୁଟି ସାରି ଭଞ୍ଜନଗରରୁ ଏକ ବସ ପୋଲିସ କର୍ମଚାରୀଙ୍କୁ ଧରି ଛତ୍ରପୁର ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଛତ୍ରପୁର ଡିଆରଡିଏ ଛକ...

ବାରିଗାଁରେ ପିଇବା ପାଣି ପାଇଁ ହାହାକାର

କେନ୍ଦୁଝର,୨୧।୫(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାଠବାରୀ ପଞ୍ଚାୟତ ବାରିଗାଁରେ ପିଇବା ପାଣି ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଗାଁରେ ବସୁଧା ଯୋଜନାରେ...

ଅରଡ଼େଇ ଜଳ ପ୍ରବାହ ରୋକିବାକୁ ଚକ୍ରାନ୍ତ

କେନ୍ଦୁଝର,୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝରର ବାରାହାରାଶି ପର୍ବତରୁ ବାହାରିଥିବା ଚିରଶ୍ରୋତା ନଦୀ ଅରଡ଼େଇର ଜଳସ୍ତର ହ୍ରାସ ପାଉଛି। ପୂର୍ବରୁ ସହରର ମଇଳା ଆବର୍ଜନା ଯୁକ୍ତ ପାଣିକୁ...

ଜମୁଛି ତାଳସଜ ବେପାର

ମୋରଡା,୨୧ା୫(ସ୍ମାରକ ମାଜୀ):ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଖରା ତାତିରେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ଥଣ୍ଡା ଜାତୀୟ ଖାଦ୍ୟ। ମୟୂରଭଞ୍ଜ ଜିଲା...

ଜିଲାରେ ମାନସିକ, ଆର୍ଥିକ ଦଣ୍ଡ ଭୋଗୁଛନ୍ତି ରୋଗୀ

କେନ୍ଦ୍ରାପଡ଼ା, ୨୧ା୫ (ଜଗନ୍ନାଥ ଧଳ):ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଜିଲା ଭାବେ କେନ୍ଦ୍ରାପଡ଼ାକୁ ଚିହ୍ନଟ କରାଯାଇଛି। କୃଷିଭତ୍ତିକ ଅର୍ଥନୀତିରେ ଏହି ଜିଲା ପରିଚାଳିତ ହେଉଥିବା ବେଳେ ପ୍ରାୟ ୭୦%...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri