ମାଟି ତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ମାମଲା: ଲିଭ ଇନ୍‌ରୁ ହତ୍ୟା

ହିଞ୍ଜିଳିକାଟୁ, ୩।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା କୁକୁଡାଖଣ୍ଡି ପଞ୍ଚାୟତ ଅଧୀନ ବୋରିଗାଁ ପଞ୍ଚାୟତ ମହୁଲପଲ୍ଲୀ ଗ୍ରାମ ଏକ ଶ୍ମଶ୍ମାନରୁ ରବିବାର ମାଟି ତଳୁ ଉଦ୍ଧାର ହୋଇଥିବା ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ସୋମବାର ଚିହ୍ନଟ ହୋଇଛି। ମୃତ ମହିଳା ଜଣକ ହେଲେ ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଜୟନଗର ଗ୍ରାମର ବର୍ଷାରାଣୀ ପୁରୋହିତ(୨୫) । ଲିଭ ଇନ୍‌ ରିଲେଶନଶିପ ଏବଂ ବିବାହ ପାଇଁ ବାଧ୍ୟ କରିବାରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି। ବୁଧବାର ରାତିରେ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମହିଳାଙ୍କ ପୁରୁଷବନ୍ଧୁ ପ୍ରଶାନ୍ତ କୁମାର ବେହେରାଙ୍କୁ ପୋଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି। ପ୍ରଶାନ୍ତଙ୍କ ଘର ଗଞ୍ଜାମ ଜିଲା ନିମଖଣ୍ଡି ଥାନା ଅନ୍ତର୍ଗତ ଗୁରୁଣ୍ଡି ଗ୍ରାମ କୁମ୍ଭାର ସାହିରେ। ପୂର୍ବରୁ ହତ୍ୟାକାଣ୍ଡରେ ସହଯୋଗୀ ପ୍ରଶାନ୍ତଙ୍କ ଦୁଇ ଭାଇ ସନ୍ତୋଷ ବେହେରା ଓ ସୁଶାନ୍ତ ବେହେରାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ହିଞ୍ଜିଳି ଥାନା ପରିସରରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଆସିକା ଏସ୍‌ଡିପିଓ ଉମା ଶଙ୍କର ସିଂ କହିଛନ୍ତି।

ପ୍ରକାଶ ଯେ, ପାଟପୁର ଥାନା ଅନ୍ତର୍ଗତ ଜୟନଗର ଗ୍ରାମର ବର୍ଷାରାଣୀ ପୁରୋହିତ ପଳାସପୁର ଗ୍ରାମରେ ବିବାହ କରିଥିଲେ। ସେମାନଙ୍କ ଏକ ପୁତ୍ରସନ୍ତାନ ରହିଛି। ତେବେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ମନୋମାଳିନ୍ୟ ଘଟି କୋର୍ଟରେ ଛାଡ଼ପତ୍ର ମାମଲା ଦାଏର ହୋଇଛି। ଏହା ପରେ ବର୍ଷା ହୋଟେଲ ମ୍ୟାନେଜମେଣ୍ଟ କରି ହାଇଦ୍ରାବାଦରେ ରହୁଥିଲେ। ସେଠାରେ ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ବେହେରାଙ୍କ ସହ ସମ୍ପର୍କରେ ଆସିଥିଲେ। ପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ହୋଇ ପ୍ରାୟ ୨ବର୍ଷରୁ ଉଦ୍ଧର୍‌ବ ସମୟ ଧରି ଲିଭ ଇନ ରିଲେଶନଶିିପରେ ଗୋଟିଏ ଘରେ ରହି ଆସୁଥିଲେ। ସେମାନେ ପରସ୍ପର ମଧ୍ୟରେ ବିବାହ କରିବାକୁ କଥା ଦେଇଥିଲେ। ଏହି କଥା ବର୍ଷା ନିଜ ଭାଇ ଓ ଘରଲୋକଙ୍କୁ ମଧ୍ୟ ଜଣାଇଥିବା ନେଇ ବର୍ଷାଙ୍କ ଭାଇ ବିକାଶ ପୁରୋହିତ ଗଣମାଧ୍ୟମରେ କହିଛନ୍ତି।

ହେଲେ କିଛି ଦିନ ରିଲେଶନଶିପରେ ରହିବା ପରେ ବର୍ଷା ବିବାହ କଥା ଉଠାଇଥିଲେ। ତେବେ ପରସ୍ପର ଅନ୍ୟ ଜାତିର ହୋଇଥିବାରୁ ପୁରୁଷ ବନ୍ଧୁ ପ୍ରଶାନ୍ତଙ୍କ ଘର ଲୋକେ ଏହାକୁ ଗ୍ରହଣ କରି ନ ଥିଲେ । ଏଥିନେଇ ପ୍ରଶାନ୍ତ ଓ ବର୍ଷାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏନେଇ ନିମଖଣ୍ଡି ଥାନାରେ ବର୍ଷା ଅଭିଯୋଗ କରିଥିଲେ। ନିମଖଣ୍ଡି ଥାନାରେ ଏଥିନେଇ ଉଭୟ ପକ୍ଷକୁ ପୋଲିସ ଡାକି ବିବାହ ସର୍ତ୍ତରେ ରାଜିନାମା ହୋଇଥିବା ମଧ୍ୟ ବିକାଶ କହିଛନ୍ତି। ତେବେ ବର୍ଷାକୁ ସୁଚିନ୍ତିତ ଯୋଜନା କରି ତାଙ୍କ ପୁରୁଷ ବନ୍ଧୁ ପ୍ରଶାନ୍ତ ଓ ତାଙ୍କ ପରିବାର ଲୋକେ ହତ୍ୟା କରିଥିବା ବର୍ଷାଙ୍କ ଭାଇ ବିକାଶ ପୁରୋହିତ ଅଭିଯୋଗ କରିଛନ୍ତି।

ଗତ ଶୁକ୍ରବାର ଓ ଶନିବାର ବର୍ଷା ଓ ପ୍ରଶାନ୍ତ ବ୍ରହ୍ମପୁରର ଏକ ଲଜରେ ରହିଥିଲେ। ପରେ ବର୍ଷାଙ୍କୁ ହତ୍ୟା ଯୋଜନା କରିଥିଲେ ପ୍ରଶାନ୍ତ। ଯୋଜନା ମୁତାବକ ରବିବାର ଉଭୟ ଗୋପାଳପୁର ବୁଲି ଫେରିବା ସମୟରେ ରଙ୍ଗେଇଲୁଣ୍ଡା ବ୍ଲକ ସାତକୁଟୁଣି ପଞ୍ଚାୟତର ଝାଡାଙ୍କୁଲି ଗ୍ରାମର ଏକ ନିଛାଟିଆ ସ୍ଥାନରେ ପ୍ରଶାନ୍ତ ପୂର୍ବ ଯୋଜନା ମୁତାବକ ଏକ ଲୁହା ହାତୁଡିରେ ବର୍ଷାଙ୍କ ମୁଣ୍ଡକୁ ଆଘାତ କରିବାରୁ ବର୍ଷାଙ୍କ ମୃତ୍ୟୁ ଘଟିଥିଲା। ପରେ ଏଥିନେଇ ସେ ଦୁଇ ଭାଇ ସୁଶାନ୍ତ ଓ ସନ୍ତୋଷଙ୍କୁ ଜଣାଇଥିଲେ। ପ୍ରଶାନ୍ତ ଦୁଇ ଭାଇଙ୍କ ସହାୟତାରେ ଏକ ଅଟୋରେ ମୃତଦେହକୁ ଆଣି ମହୁଲପଲ୍ଲୀ ଶଶ୍ମାନରେ ମାଟି ଖୋଳି ପୋତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri