Posted inଫୁରସତ

ସ୍ବାମୀଙ୍କୁ ‘କୁକୁର’ ବେଶରେ ସଜାଇ ବୁଲାଇଲେ ମହିଳା: କାରଣ ଜାଣିଲେ…

ବ୍ରାଜିଲର ଏକ ରେଳ ଷ୍ଟେଶନରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ‘କୁକୁର’ ବେଶରେ ସଜାଇ ଷ୍ଟେଶନ ବୁଲାଇଛନ୍ତି। ମହିଳାଙ୍କ ସ୍ବାମୀ କୁକୁରର ଗେଟଅପରେ ଥିଲେ ଏବଂ ତାଙ୍କ ବେକରେ ଏକ ଶିକୁଳି ମଧ୍ୟ ବନ୍ଧା ହୋଇଥିଲା। ଦୀର୍ଘ ସମୟ ଧରି ମହିଳା ଜଣକ ସ୍ବାମୀଙ୍କୁ ଏପରି ଅବସ୍ଥାରେ ସହ ଘୁରି ବୁଲୁଥିଲେ ଯେପରି ସେ କୁକୁର ଧରି ବୁଲୁଛନ୍ତି। ଏହା ଦେଖି ସାଧାରଣ ଯାତ୍ରୀଙ୍କ ସହ ଷ୍ଟେଶନ କର୍ମଚାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କ’ଣ ଘଟିଛି କେହି ବୁଝିପାରିଲେ ନାହିଁ।
ମହିଳାଙ୍କ ନାମ ଲୁଆନା କାଜକି ଏବଂ ତାଙ୍କ ସ୍ବାମୀଙ୍କ ନାମ ଆର୍ଥର ଓ ଉର୍ସୋ। ଲୁଆନା ତାଙ୍କ ସ୍ବାମୀଙ୍କୁ କୁକୁର ଡ୍ରେସ୍‌ ପିନ୍ଧାଇ ବେକରେ ଏକ ଚେନ୍‌ ବାନ୍ଧି ଜନଗହଳି ପୂର୍ଣ୍ଣ ଷ୍ଟେଶନକୁ ନେଇଗଲେ। ଏଠାରେ ଦୀର୍ଘ ସମୟ ଧରି ସେ ଆର୍ଥରଙ୍କ ସହିତ ବୁଲୁଥିଲେ। ଏହି ଉପାୟରେ କୁକୁର ହୋଇ ସର୍ବସାଧାରଣ ସ୍ଥାନକୁ ଯିବା ଦ୍ୱାରା ବୈବାହିକ ଜୀବନ ସୁଖମୟ ହେବା ସହ ଯୌନ ସମ୍ପର୍କ ବଢିଥାଏ ବୋଲି ଦମ୍ପତି ଦାବି କରିଛନ୍ତି। ଆର୍ଥର ଓ’ରସୋଙ୍କ ପୋଷାକ ଚମଡ଼ାରେ ତିଆରି ହୋଇଥିଲା। ଏହି ସମୟରେ, ଦମ୍ପତି ଷ୍ଟେଶନରେ ଏକ ଫଟୋଶୁଟ ମଧ୍ୟ କରିଥିଲେ।
ଆର୍ଥର କହିଛନ୍ତି, ମୋର ପୋଷାକ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଲେ। ଏହା ତାଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ନୂଆ ଅନୁଭୂତି ଥିଲା । ଷ୍ଟେଶନ ପରେ ଏହି ଦମ୍ପତି ସମାନ ଢଙ୍ଗରେ ଅନ୍ୟ ସର୍ବସାଧାରଣ ସ୍ଥାନକୁ ଯାଇଥିଲେ । ଏହା ଏକ ଭିନ୍ନ ପ୍ରକାରର ଦୁଃସାହସିକ କାର୍ଯ୍ୟ ବୋଲି ଆର୍ଥର ଦାବି କରିଛନ୍ତି। ଲୋକମାନେ ଏହାକୁ ଅଦ୍ଭୁତ ମନେ କରିପାରନ୍ତି, କିନ୍ତୁ ଏହା ଆମର ବୈବାହିକ ଜୀବନକୁ ସୁଖମୟ କରିଥାଏ। କାନାଡାରେ ମଧ୍ୟ ଜଣେ ମହିଳା ସମାନ କାର୍ଯ୍ୟ କରିଥିଲେ। ତେବେ ଏଥିପାଇଁ ତାଙ୍କୁ ଜୋରିମନା ମଧ୍ୟ ଦେବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri