Posted inଫୁରସତ

ସ୍ବାମୀଙ୍କୁ ‘କୁକୁର’ ବେଶରେ ସଜାଇ ବୁଲାଇଲେ ମହିଳା: କାରଣ ଜାଣିଲେ…

ବ୍ରାଜିଲର ଏକ ରେଳ ଷ୍ଟେଶନରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ‘କୁକୁର’ ବେଶରେ ସଜାଇ ଷ୍ଟେଶନ ବୁଲାଇଛନ୍ତି। ମହିଳାଙ୍କ ସ୍ବାମୀ କୁକୁରର ଗେଟଅପରେ ଥିଲେ ଏବଂ ତାଙ୍କ ବେକରେ ଏକ ଶିକୁଳି ମଧ୍ୟ ବନ୍ଧା ହୋଇଥିଲା। ଦୀର୍ଘ ସମୟ ଧରି ମହିଳା ଜଣକ ସ୍ବାମୀଙ୍କୁ ଏପରି ଅବସ୍ଥାରେ ସହ ଘୁରି ବୁଲୁଥିଲେ ଯେପରି ସେ କୁକୁର ଧରି ବୁଲୁଛନ୍ତି। ଏହା ଦେଖି ସାଧାରଣ ଯାତ୍ରୀଙ୍କ ସହ ଷ୍ଟେଶନ କର୍ମଚାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କ’ଣ ଘଟିଛି କେହି ବୁଝିପାରିଲେ ନାହିଁ।
ମହିଳାଙ୍କ ନାମ ଲୁଆନା କାଜକି ଏବଂ ତାଙ୍କ ସ୍ବାମୀଙ୍କ ନାମ ଆର୍ଥର ଓ ଉର୍ସୋ। ଲୁଆନା ତାଙ୍କ ସ୍ବାମୀଙ୍କୁ କୁକୁର ଡ୍ରେସ୍‌ ପିନ୍ଧାଇ ବେକରେ ଏକ ଚେନ୍‌ ବାନ୍ଧି ଜନଗହଳି ପୂର୍ଣ୍ଣ ଷ୍ଟେଶନକୁ ନେଇଗଲେ। ଏଠାରେ ଦୀର୍ଘ ସମୟ ଧରି ସେ ଆର୍ଥରଙ୍କ ସହିତ ବୁଲୁଥିଲେ। ଏହି ଉପାୟରେ କୁକୁର ହୋଇ ସର୍ବସାଧାରଣ ସ୍ଥାନକୁ ଯିବା ଦ୍ୱାରା ବୈବାହିକ ଜୀବନ ସୁଖମୟ ହେବା ସହ ଯୌନ ସମ୍ପର୍କ ବଢିଥାଏ ବୋଲି ଦମ୍ପତି ଦାବି କରିଛନ୍ତି। ଆର୍ଥର ଓ’ରସୋଙ୍କ ପୋଷାକ ଚମଡ଼ାରେ ତିଆରି ହୋଇଥିଲା। ଏହି ସମୟରେ, ଦମ୍ପତି ଷ୍ଟେଶନରେ ଏକ ଫଟୋଶୁଟ ମଧ୍ୟ କରିଥିଲେ।
ଆର୍ଥର କହିଛନ୍ତି, ମୋର ପୋଷାକ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଲେ। ଏହା ତାଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ନୂଆ ଅନୁଭୂତି ଥିଲା । ଷ୍ଟେଶନ ପରେ ଏହି ଦମ୍ପତି ସମାନ ଢଙ୍ଗରେ ଅନ୍ୟ ସର୍ବସାଧାରଣ ସ୍ଥାନକୁ ଯାଇଥିଲେ । ଏହା ଏକ ଭିନ୍ନ ପ୍ରକାରର ଦୁଃସାହସିକ କାର୍ଯ୍ୟ ବୋଲି ଆର୍ଥର ଦାବି କରିଛନ୍ତି। ଲୋକମାନେ ଏହାକୁ ଅଦ୍ଭୁତ ମନେ କରିପାରନ୍ତି, କିନ୍ତୁ ଏହା ଆମର ବୈବାହିକ ଜୀବନକୁ ସୁଖମୟ କରିଥାଏ। କାନାଡାରେ ମଧ୍ୟ ଜଣେ ମହିଳା ସମାନ କାର୍ଯ୍ୟ କରିଥିଲେ। ତେବେ ଏଥିପାଇଁ ତାଙ୍କୁ ଜୋରିମନା ମଧ୍ୟ ଦେବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୦ ହଜାର ଟଙ୍କାର ବାଜି ଜିତିବା ପାଇଁ ଏମିତି ପଦକ୍ଷେପ ନେଲେ ଯୁବକ

ଲକ୍ଷ୍ନୌ,୧୮।୧୦: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇଟି ଭିନ୍ନ ଟ୍ରାକ୍ଟର ଡ୍ରାଇଭର ଏକ ଉଚ୍ଚ କାଦୁଅ ଗଦା ଉପରେ ଟ୍ରାକ୍ଟର ଚଢାଇବା...

ଶାଢି ପିନ୍ଧି ସ୍କେଟିଂ କଲେ ଯୁବତୀ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ବେଳେବେଳେ ଏମିତି ଭିଡିଓ ଭାଇରାଲ ହୋଇଥାଏ, ଯାହା ଦେଖିବାକୁ ଆଶ୍ଚର୍ଯ୍ୟ ଲାଗିଥାଏ। ନିକଟରେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ...

ରାସ୍ତାରେ ଚାଲୁ ଚାଲୁ ଖସିଗଲା ଗୋଡ଼, ଆଉ ତା’ ପରେ…

ବେଳେବେଳେ ରାସ୍ତାରେ ଯିବା ସମୟରେ ହେଉ କି କୌଣସି କାମ କରୁଥିବା ସମୟରେ ହେଉ ଆମର ପାଦ ଖସି ଯାଇଥାଏ। ପରେ ଆମକୁ କଷ୍ଟ ଲାଗେ।...

କାର୍‌ ଚକା ତଳେ ପଶିଗଲା ବାଛୁରୀ; ତାପରେ କ’ଣ ହେଲା ଦେଖନ୍ତୁ

ଭୋପାଳ, ୨୬।୮: ମଧ୍ୟପ୍ରଦେଶ ବାର୍‌ଓ୍ବାନୀ ଜିଲାରେ ଗୋଟିଏ କାର୍‌ ଆଗକୁ ହଠାତ୍‌ ଏକ ବାଛୁରୀ ଚାଲି ଆସିଥିଲା। ଫଳରେ ଦ୍ରୁତ ଗତିରେ ଥିବା କାରଟି ବାଛୁରୀ...

୪୫ କୋଟିରେ ଆମେରିକାକୁ ଏହି ରାଜ୍ୟ ବିକିଥିଲା ଋଷ୍‌

ମସ୍କୋ: ଉତ୍ତର ଆମେରିକା ମାଳଦ୍ୱୀପର ଉତ୍ତର-ପଶ୍ଚିମରେ ଅବସ୍ଥିତ ବିଶ୍ୱ ମାନଚିତ୍ରରେ ରହିଛି ‘ଆଲାସ୍କା’ ରାଜ୍ୟ। ଯାହାକି ଋଷ୍‌ର ନିକଟରେ ରହିଛି। ଆଲାସ୍କା ହେଉଛି ଆମେରିକାର ୫୦...

ନଦୀକୂଳରେ ବସି ପ୍ରେମିକାଙ୍କ ମୁଣ୍ଡରୁ ଉକୁଣୀ ବାଛୁଛନ୍ତି ପ୍ରେମିକ; ଭିଡିଓ ଦେଖିଲେ କହିବେ…

ପ୍ରେମ ହେଉଛି ଦୁନିଆର ସବୁଠାରୁ ସୁନ୍ଦର ଅନୁଭବ। ଯେଉଁମାନଙ୍କୁ ଜୀବନରେ ବାସ୍ତବ ପ୍ରେମ ମିଳିଥାଏ ସେମାନଙ୍କ ଖୁସିର ପରିସୀମା ନ ଥାଏ। ଏମିତିରେ ଅନେକ ପ୍ରେମକାହାଣୀ...

ପାଣି ଭିତରୁ ଆସି ହଠାତ୍‌ ଝାମ୍ପି ନେଲା ପକ୍ଷୀକୁ , ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ସୁନାର ବର୍ଗର, ଦାମ୍‌ ରହିଛି…

ଫାଷ୍ଟଫୁଡ୍‌ ମଧ୍ୟରେ ଲୋକଙ୍କ ପ୍ରଥମ ପସନ୍ଦ ହେଉଛି ବର୍ଗର। ଭାରତରେ ମଧ୍ୟ ଲୋକେ ଏହାକୁ ଖାଇବା ପାଇଁ ପାଗଳପ୍ରାୟ। ଏଠାରେ ବର୍ଗର ସାଧାରଣତଃ ୫୦ରୁ ୫୦୦...

Advertisement
Archives

Model This Week