Posted inଫୁରସତ

ପ୍ଲାଜ୍‌ମା ବିକି ଡିଜ୍‌ନୀ ଲ୍ୟାଣ୍ଡ ବୁଲୁଛନ୍ତି ମହିଳା

ୱାଶିଂଟନ୍‌: ଫିଲାଡେଲ୍‌ଫିଆର ୨୮ ବର୍ଷୀୟା ଲିଜ୍‌ ଗ୍ରାମଲିଚ୍‌ ନାମ୍ନୀ ଜଣେ ମହିଳା ଡିଜ୍‌ନୀ ୱାଲର୍‌ଡର ମାୟାରେ ପଡିଛନ୍ତି। ସେ ନିଜ ପ୍ଲାଜ୍‌ମା ବିକ୍ରି କରି ନିଜ ଭଉଣୀଙ୍କ ସହିତ ପ୍ରତି ମାସରେ ଅର୍ଲାଣ୍ଡୋସ୍ଥିତ ଡିଜ୍‌ନୀ ୱାଲର୍‌ଡ ବୁଲିବାକୁ ଯାଉଛନ୍ତି। ଫକ୍ସ ନ୍ୟୁଜ ଅନୁଯାୟୀ, ପ୍ଲାଜ୍‌ମା ସମ୍ପର୍କରେ ଯୁକ୍ତି କରି ଗ୍ରାମଲିଚ୍‌ କହିଛନ୍ତି ଯେ, ଏହା ଦ୍ୱାରା ସେ ପରର ଉପକାର କରୁଛନ୍ତି।

ସୂଚନା ଅନୁଯାୟୀ, ଗ୍ରାମଲିଚ୍‌ ୨୦୨୨ ମସିହା ଜାନୁୟାରୀ, ଫେବୃୟାରୀ ଏବଂ ମାର୍ଚ୍ଚରେ ଭଉଣୀଙ୍କ ସହ ଡିଜ୍‌ନୀ ୱାଲର୍‌ଡ ବୁଲି ସାରିଛନ୍ତି। ଏହାସହ ସେ ଏପ୍ରିଲ ମାସ ପାଇଁ ମଧ୍ୟ ଆଗରୁ ଟିକେଟ୍‌ ବୁକ କରିଛନ୍ତି। ତାଙ୍କ ଡିଜନୀ ୱାଲର୍‌ଡ ବୁଲିବା ବିମାନ ଦର ଉପରେ ନିର୍ଭର କରୁଛି। କାରଣ ଯେତେବେଳେ ବିମାନ ଦର କମ୍‌ ଥାଏ। ସେତେବେଳେ ଗ୍ରାମଲିଚ୍‌ ସେଠାକୁ ବୁଲିବାକୁ ଯାଇଥାନ୍ତି। ବୁଲିବା ଅର୍ଥ ଭରଣା ପାଇଁ ସେ ସପ୍ତାହକୁ ୨ ଥର ପ୍ଲାଜ୍‌ମା ବିକ୍ରି କରିଥାନ୍ତି। ଫିଲାଡେଲ୍‌ଫିଆରୁ ଅର୍ଲାଣ୍ଡୋ ବିମାନରେ ଯିବାକୁ ୨ ଘଣ୍ଟା ସମୟ ଲାଗୁଥିବାରୁ ସେ ଗୋଟେ ଦିନରେ ଡିଜ୍‌ନୀ ଲ୍ୟାଣ୍ଡ ବୁଲିବାକୁ ଯାଇପାରିବେ ବୋଲି ୨୦୨୦ରେ ଚିନ୍ତା କରିଥିଲେ, ଯାହା ତାଙ୍କର ପ୍ରଥମ ଯାତ୍ରା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri